Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 67
________________ ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ପଡ଼ିବ ନା ? ଅନ୍ୟ ଗାଁ ଯାଆନ୍ତି ସେତେବେଳେ ସାଥିରେ ଅଳ୍ପ ରୁଟି ନେଇ ଯାଆନ୍ତି । ତେବେ ଏଠି ବି ସାଥିରେ କିଛି ଥିବା ଦରକାର ନା ? । ଏଣୁ ପୁଅକୁ ତ କେବଳ କ’ଣ ଦେବା ଉଚିତ, ଗୋଟିଏ ‘ଫ୍ଲୋଟ’ (ଘର) ଦେବ, ଯେଉଁଠି ଆମେ ରହୁଛି । ତାହା ମଧ୍ୟ ଯଦି ଥିବ ତେବେ ଦେବ । ତା’କୁ କହିଦେବ ଯେ, ‘ପୁଅ, ଆମେ ନରହିବୁ ସେ ଦିନ ଏସବୁ ତୋର, ସେପର୍ଯ୍ୟନ୍ତ ମାଲିକାନା ଆମର ! ପାଗଳାମି କରିବୁ ତେବେ ତୋ ସ୍ତ୍ରୀ ସହ ତୋତେ ବାହାର କରିଦେବି । ଆମେ ଅଛୁ ସେପର୍ଯ୍ୟନ୍ତ ତୋର କିଛି ବି ନୁହେଁ । ଆମର ଯିବା ପରେ ସବୁକିଛି ତୋର ।’ ଡିଲ୍ (ଇଚ୍ଛାପତ୍ର) କରିଦେବ । ଯେତିକି ତୁମ ବାପା ଦେଇଥିବେ ସେତିକି ତୁମକୁ ତା’କୁ ଦେବାର ଅଛି । ସେ ସେତିକିର ହକଦାର ଅଟେ । ଶେଷ ପର୍ଯ୍ୟନ୍ତ ପୁଅ ମନରେ ଏପରି ରହେ ଯେ “ଏବେ ବାପାଙ୍କ ପାଖରେ ପଚାଶ ହଜାର । ଆହୁରି ଅଛି ।’ ତୁମ ପାଖରେ ତ ଲକ୍ଷେ ଥିବ । ସେ ମନରେ ଭାବେ ଯେ ୪୦-୫୦ ହଜାର ଦେବେ । ତା’କୁ ଶେଷ ପର୍ଯ୍ୟନ୍ତ ଏହି ଲାଳସାରେ ରଖିବ । ସେ ନିଜ ପତ୍ନୀକୁ କୁହେ ଯେ, “ଯା, ବାପାଙ୍କୁ ଫାଷ୍ଟ କ୍ଲାସ ଖାଇବାକୁ ଦେ, ଚା-ଜଳଖୁଆ ଆଣ ।” ତୁମେ ଆଡ଼ମ୍ବରରେ ରହିବ । ଅର୍ଥାତ ତୁମ ବାପା ଯାହା କିଛି କୋଠରୀ (ଘର) ଦେଇଥିବେ ତାହା ତାଙ୍କୁ ଦେଇଦିଅ । । କେହି କିଛି ସାଥିରେ ନେଇ ଯିବାକୁ ଦିଅନ୍ତି ନାହିଁ । ଆମ ଯିବା ପରେ ଆମ ଶରୀରକୁ ଜଳେଇ ଦିଅନ୍ତି । ତେବେ ପୁଣି ପିଲାଙ୍କ ପାଇଁ ଅଧୁକ ଛାଡ଼ି କ’ଣ କରିବା ? ପିଲାଙ୍କ ପାଇଁ ବେଶୀ ଛାଡ଼ିଯିବା ତେବେ ପିଲାମାନେ କ’ଣ କରିବେ ? ସେମାନେ ଭାବିବେ ଯେ ‘ଏବେ ଚାକିରୀ ବ୍ୟାପାର କରିବାର ଆବଶ୍ୟକତା ନାହିଁ ।’ ପିଲାମାନେ ମଦୁଆ ହୋଇଯିବେ । କାହିଁକିନା ପୁଣି ତାଙ୍କୁ ସଙ୍ଗତ ଏପରି ମିଳିଯାଏ । ଏମାନେ ମଦୁଆ ହିଁ ହୋଇଛନ୍ତି ନା ସବୁ ! ଅତଃ ପୁଅକୁ ତ ଆମେ ବୁଝି-ବିଚାରି ନିୟମାନୁସାରେ ଦେବା ଉଚିତ । ଯଦି ଅଧୁକ ଦେବା ତେବେ ଦୂରୁପଯୋଗ ହେବ । ସର୍ବଦା ଜବ୍ କାମ) କରୁଥିବ ଏପରି କରିଦେବା ଉଚିତ । ବେକାର ବସିବ ତେବେ ମଦ ପିଇବ ନା ? | କେଉଁ ବିନେସ (ଧନ୍ଦା) ତା’କୁ ପସନ୍ଦ ଥିବ ତେବେ କରାଇ ଦେବ । କେଉଁ ବ୍ୟବସାୟ ପସନ୍ଦ ତାହା ପଚାରି, ତା’କୁ ଯେଉଁ ବ୍ୟବସାୟ ଠିକ ଲାଗେ ତାହା କରାଇ ଦେବ । ପଚିଶ-ତିରିଶ ହଜାର ବ୍ୟାଙ୍କରୁ ଲୋରେ ଆଣିଦେବ, ଯାହା ଫଳରେ ନିଜକୁ ନିଜେ ଭରି ଚାଲିବ ଆଉ ଅଳ୍ପ ବହୁତ ନିଜ ପାଖରୁ ଦେଇଦେବ । ତା’କୁ ଯେତିକି ଦରକାର ଥିବ ସେଥିରୁ ଅଧା ରକମ ଆମକୁ ଦେବାର ଅଛି ଆଉ ଅଧା ରକମ

Loading...

Page Navigation
1 ... 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118