Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୫୧
ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ବ୍ୟାଙ୍କରୁ ଲୋରେ ଆଣିଦେବ । ଏହି ଲୋନ୍ର କିସ୍ତି ତୁ ଭରିବୁ, ଏପରି କହିଦେବ । କିସ୍ତି ଭରେ ଏବଂ ସେ ପୁଅ ପୁଣି ସମଝଦାର ହୁଏ ।
। ଅତଃ ପୁଅକୁ ନିୟମ ଅନୁଯାୟୀ ଯେତିକି ଦେବା ଉଚିତ ସେତିକି ଦେଇ, ବାକି ସବୁ ଲୋକଙ୍କ ସୁଖପାଇଁ ଭଲ ରାସ୍ତାରେ ଖର୍ଚ୍ଚ କରିଦେବ । ଲୋକଙ୍କୁ ସୁଖ କିପରି ମିଳିବ ? ତାଙ୍କ ହୃଦୟକୁ ଶାନ୍ତି ପହଞ୍ଚବ, ତେବେ ! ତେବେଯାଇ ସେ ସମ୍ପଭି ତୁମ ସାଥରେ ଆସିବ । ଏମିତି ନଗଦ ଆସେ ନାହିଁ କିନ୍ତୁ ଓଭରଡ୍ରାଫ୍ଟ ( ଜମାରାଶି) ରୂପରେ ଆସେ । ନଗଦ ତ ନେଇଯିବାକୁ ଦିଅନ୍ତି ହିଁ ନାହିଁ ନା ! ଏଠାରେ ଏହିପରି ଓଭରଡ୍ରାଫ୍ କର, ଲୋକଙ୍କୁ ଖୁଆଇ ଦିଅ, ସମସ୍ତଙ୍କ ହୃଦୟକୁ ଶାନ୍ତି ପହଞ୍ଚାଅ । କାହାର ଅସୁବିଧା ଦୂର କର । ଏହା ହେଉଛି ରାସ୍ତା ଆଗକୁ ଡ୍ରାଫ୍ ପଠାଇବାର । ଟଙ୍କାର ସଦୁପଯୋଗ କର । ଚିନ୍ତା କର ନାହିଁ । ଖାଅ-ପିଅ, ଖାଇବା-ପିଇବାରେ କସି କରନାହିଁ । ଏଥିପାଇଁ କୁହେ ଯେ ‘ଖର୍ଚ୍ଚ କରି ପକାଅ ଏବଂ ଓଭରଡ୍ରାଫ୍ ନିଅ । ।
। ମୁଁ ତାଙ୍କ ପୁଅମାନଙ୍କୁ କହିଲି ଯେ ତୁମ ବାପା ଏସବୁ ସମ୍ପତି ତୁମ ମାନଙ୍କ ପାଇଁ ଏକାଠି କରିଛି, ଧୋତି ପିନ୍ଧି (କଞ୍ଚୁସି କରି) । ତେବେ କହିଲେ, “ତୁମେ ଆମ ବାପାକୁ ଜାଣି ହିଁ ନାହିଁ ।” ମୁଁ ପଚାରିଲି, ‘କେମିତି ?” ତେବେ କହିଲେ, “ଯଦି ଏଠାରୁ ପଇସା ନେଇ ଯାଇ ପାରୁଥାନ୍ତେ ନା, ତେବେ ମୋ ବାପା ତ ଏଠି ଲୋକଙ୍କଠାରୁ କରଜ କରି ଦଶଲକ୍ଷ ନେଇଯିବ ଏମିତି ପକ୍କା ଅଟେ । ଏଣୁ ଏହି କଥା ମନରେ ରଖୁବା ଭଳି ନୁହେଁ ।” ସେ ପୁଅ ହିଁ ମୋତେ ଏପରି ବୁଝାଇଲା ଏବଂ ମୁଁ କହିଲି, “ଏବେ ମୋତେ ପ୍ରକୃତ କଥା ମାଲୁମ ହେଲା ! ମୁଁ ଯାହା ଜାଣିବାକୁ ଚାହୁଁଥିଲି, ତାହା ମୋତେ ମିଳିଗଲା ।
। ଗୋଟିକିଆ ପୁଅ ହୋଇଥିବ, ତା’କୁ ଉତ୍ତରାଧ୍ୟକାରୀ କରି ସବୁ ଦେଇଦେଲା । କୁହନ୍ତି ଯେ ‘ପୁଅ, ଏସବୁ ତୋର, ଏବେ ଆମେ ଦୁହେଁ ଧର୍ମଧାନ କରିବୁ ।” “ଏବେ ଏ ସାରା ସମ୍ପଭି ତା’ର ହିଁ ତ ଅଟେ’, ଏପରି କହିବ ତେବେ ଦୁର୍ଦ୍ଦଶା ହେବ । କାହିଁକିନା ତା’କୁ ସବୁ ସମ୍ପତ୍ତା ଦେଇ ଦେଲ ତେବେ କ'ଣ ହେବ ? ବାପ ସାରା ସମ୍ପଭି ଏକମାତ୍ର ପୁଅକୁ ଦେଇ ଦିଏ ତେବେ ପୁଅ ମାତା-ପିତାଙ୍କୁ କିଛି ଦିନ ତ ସାଥରେ ରବ କିନ୍ତୁ ଦିନେ ପୁଅ କହିବ, ‘ତୁମର ଅକଲ ନାହିଁ, ତୁମେ ଗୋଟିଏ ଜାଗାରେ ବସିରୁହ, ଏଠି ।” ଏବେ ବାପ ମନରେ ଏପରି ହୁଏ ଯେ ମୁଁ ୟା ହାତରେ ଲଗାମ କାହିଁକି ଦେଲି ? ! ଏପରି ପଶ୍ଚାତାପ ହେବ, ତାହା ଅପେକ୍ଷା ଆମକୁ ଲଗାମ ନିଜ ପାଖରେ ହିଁ ରଖୁବା ଉଚିତ ।

Page Navigation
1 ... 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118