Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ମାତା-ପିତା ଏବଂ ପିଲାଙ୍କ ବ୍ୟବହାର
(୧୧) ଉତ୍ତରାଧିକାରରେ ପିଲାଙ୍କୁ କେତେ ?
୪୯
ପ୍ରଶ୍ନକର୍ତ୍ତା : ପୁଣୋଦୟରୁ ଆବଶ୍ୟକତା ଠାରୁ ଅଧିକ ଲକ୍ଷ୍ମୀ ପ୍ରାପ୍ତ ହୁଏ ତେବେ କ’ଣ କରିବା ଉଚିତ ?
ଦାଦାଶ୍ରୀ : ତେବେ ଭଲ କାମରେ ଖର୍ଚ୍ଚ କରିଦେବ । ପିଲାଙ୍କ ପାଇଁ ବେଶୀ ରଖୁବ ନାହିଁ । ତାଙ୍କୁ ପଢ଼େଇ-ଲେଖେଇ କାମ-ଧନ୍ଦାରେ ଲଗାଇ ଦେବ । କାମରେ ଲାଗିଗଲେ, ପରେ ବେଶୀ ଲକ୍ଷ୍ମୀ ରଖୁବ ନାହିଁ । ଏତିକି ଖୁଆଲ ରଖୁବ ଯେ ଯେତିକି ଆମ ସାଥ୍ରେ ଆସେ ସେତିକି ଆମର ।
ପ୍ରଶ୍ନକର୍ତ୍ତା : ଏଠାରୁ ସାଥୀରେ ନେଇଯାଇ ପାରିବୁ କି ?
ଦାଦାଶ୍ରୀ : ଏବେ କ’ଣ ନେଇକି ଯିବ ? ସାଥୀରେ ଯାହା ଥିଲା ତାହା ସବୁ ଏଠାରେ ଖର୍ଚ୍ଚକରି ପୁରା କଲ । ଏବେ ମୋକ୍ଷ ସମ୍ବନ୍ଧୀ କିଛି ଏଠାକୁ ଆସି ମୋ ପାଖରୁ ପାଇବ ତେବେ ଦିନ ବଦଳିବ । ଏବେ ବି ଜୀବନ ବାକି ଅଛି, ଏବେ ବି ଜୀବନ ବଦଳି ପାରିବ, ଯେତେବେଳେ ଉଠିଲେ ସେତେବେଳେ ସକାଳ ।
ସେଠାକୁ (ଆଗ ଜନ୍ମକୁ) ନେଇକି ଯିବାରେ କେଉଁ ଜିନିଷ ଆସେ ? ଏଠି ଯାହା ତୁମେ ଖର୍ଚ୍ଚ କଲ, ସେ ସବୁ ନାଳରେ ଗଲା (ବେକାର ଗଲା), ତୁମ ମୌଜମସ୍ତି ପାଇଁ, ତୁମ ରହିବା ପାଇଁ ଯାହା କିଛି ବି କର ସେସବୁ ନାଳରେ ଗଲା । କେବଳ ଅନ୍ୟମାନଙ୍କ ପାଇଁ ଯାହା କିଛି କଲ ସେତିକି ହିଁ ତୁମର ଓଭରଡ୍ରାଫ୍ଟ (ଜମା) ଅଟେ । ଯେ ପିଲାମାନଙ୍କୁ କିଛି ଦେବୁ ନାହିଁ ? ମୁଁ ତୁମକୁ ଯେତିକି ଦେଇଥିବେ, ସେତିକି ଆମେ ଯେଉଁଠି ଚାହିଁବା, କେଉଁ ଭଲ
ଜଣେ ବ୍ୟକ୍ତି ମୋତେ ପ୍ରଶ୍ନକଲା କହିଲି, ‘ପିଲାଙ୍କୁ ଦେବ, କିନ୍ତୁ ତୁମ ବାପା ଦେବ। ମଝିରେ ଯାହା କମାଇଲେ, ତାହା କାର୍ଯ୍ୟରେ ଖର୍ଚ୍ଚ କରିଦେବା ।’
ପ୍ରଶ୍ନକର୍ତ୍ତା : ଆମ ଓକିଲଙ୍କ କାନୁନରେ ବି ଏମିତି ଅଛି ଯେ ବାପ-ଗୋସାଙ୍କ ପ୍ରପର୍ଟୀ( ସମ୍ପତି) ଯାହା ଥବ, ତାହା ପିଲାଙ୍କୁ ଦେବା ହିଁ ଉଚିତ ଆଉ ଯାହା ସ୍ୱ-ଉପାର୍ଜନ ଧନ ଅଛି, ତାହାର ବାପ ଯାହା ଚାହିଁବ କରିପାରେ । ଦାଦାଶ୍ରୀ : ହଁ, ଯାହା କରିବାକୁ ଚାହେଁ କରିପାରେ । ନିଜ ହାତରେ ହିଁ କରିନେବା ଉଚିତ । ଆମ ମାର୍ଗ କ’ଣ କୁହେ ଯେ ଯଦି ତୋ ନିଜ ମାଲ ହୋଇଥବ, ତାହା ଅଲଗା ଖର୍ଚ୍ଚ କର, ତେବେ ତାହା ତୋ ସାଥ୍ରେ ଆସିବ । କାହିଁକିନା ଏ ‘ ଜ୍ଞାନ’ ପ୍ରାପ୍ତ କରିବା ପରେ ଏବେ ଏକ-ଦୁଇ ଜନ୍ମ ବାକି ରହିଛି, ଏଣୁ ସାଥ୍ରେ ଦରକାର

Page Navigation
1 ... 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118