Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 64
________________ ୪୭ ମାତା-ପିତା ଏବଂ ପିଲାଙ୍କ ବ୍ୟବହାର । (୧୦) ଶଙ୍କାର ପୀଡ଼ା । । ଜଣେ ବ୍ୟକ୍ତି ମୋ ପାଖକୁ ଆସୁଥିଲା । ତା’ର ଗୋଟିଏ ଝିଅ ଥିଲା । ତା’କୁ ମୁଁ ପ୍ରଥମରୁ ବୁଝାଇ ଥିଲି ଯେ ଏହା ତ କଳିଯୁଗ ଅଟେ, ଏହି କଳିଯୁଗର ପ୍ରଭାବ ତ ଝିଅ ଉପରେ ବି ହୁଏ । ଏଣୁ ସାବଧାନ ରହିବୁ ।” ସେ ବ୍ୟକ୍ତି ବୁଝିଗଲା ଏବଂ ଯେତେବେଳେ ତା’ ଝିଅ ଅନ୍ୟସହ ପଳାଇଲା, ସେତେବେଳେ ସେ ବ୍ୟକ୍ତି ମୋତେ ମନେ ପକାଇଲା ଏବଂ ମୋ ପାଖକୁ ଆସି କହିବାକୁ ଲାଗିଲା, “ଆପଣ କହିଥିଲେ ସେ କଥା ଠିକ ଥିଲା । ଯଦି ଆପଣ ମୋତେ ଏଭଳି କଥା ନ ବତାଇଥାନ୍ତେ ତେବେ ମୋତେ ବିଷ ଖାଇବାକୁ ପଡ଼ିଥାନ୍ତା ।” ଏପରି ଅଟେ ଏହି ଜଗତ, ପୋଲପୋଲ୍ (ଫମ୍ପା) ! ଯାହା ହେଉଅଛି ତାହାକୁ ସ୍ୱୀକାର କରିବା ଉଚିତ, ସେଥିପାଇଁ କ’ଣ ବିଷ ଖାଇବା ? ନା, ତେବେ ତ ତୁ ପାଗଳ କୁହାଯିବୁ । ଏ ତ କପଡ଼ା ଢାଙ୍କି ମର୍ଯ୍ୟାଦା ରଖୁଛନ୍ତି ଆଉ କୁହନ୍ତି ଯେ ଆମେ ଖାଦାନୀ ଅଟୁ ! । ଜଣେ ମୋର ଖାସ୍ ସମ୍ବନ୍ଧୀ ଥିଲା, ତା’ର ଚାରି ଝିଅ ଥିଲେ । ସେ ବହୁତ ଜାଗୃତ ଥିଲା, ମୋତେ କୁହେ, “ଏ ଝିଅମାନେ ବଡ଼ ହୋଇଗଲେ, କଲେଜ ଗଲେ, କିନ୍ତୁ ମୋତେ ଏମାନଙ୍କ ଉପରେ ବିଶ୍ବାସ ହେଉନାହିଁ । ମୁଁ କହିଲି, “କଲେଜ ସାଥରେ । ଯା ଆଉ ସେମାନେ କଲେଜରୁ ବାହାରନ୍ତି ତେବେ ପଛେ ପଛେ ଆ1’ ଏହିପରି ଥରେ ଯିବୁ କିନ୍ତୁ ଦ୍ବିତୀୟ ଥର କ’ଣ କରିବୁ ? ସ୍ତ୍ରୀକୁ ପଠେଇବୁ ? ଆରେ, ବିଶ୍ବାସ କେଉଁଠି ରଖୁବା କଥା ଏବଂ କେଉଁଠି ରଖୁବା କଥା ନୁହେଁ, ଏତିକି ବି ବୁଝୁନାହୁଁ ? ଆମେ ଝିଅକୁ ଏତିକି କହିଦେବା ଉଚିତ, ‘ଦେଖ ଝିଅ, ଆମେ ଭଲ ଘରର ଲୋକ, ଆମେ ଖାଦାନୀ, କୁଳବାନ ।’ ଏହିପରି ତା’କୁ ସାବଧାନ କରିଦେବ । ପରେ ଯାହା ହେଲା ତାହା ‘ କରେକ୍ଟ’, ଶଙ୍କା କରିବାର ନାହିଁ । କେଉଁମାନେ ଶଙ୍କା କରୁଥିବେ ? ଯେଉଁମାନେ ଏହି ମାମଲାରେ ଜାଗୃତ ଅଟନ୍ତି, ସେମାନେ ଶଙ୍କା କରୁଥାନ୍ତି । ଏପରି ସଂଶୟ ରଖିଲେ କେବେ ଅନ୍ତ ଆସିବ ? । । ଏଣୁ କୌଣସି ବି ପ୍ରକାରର ଶଙ୍କା ଥୁବ ତେବେ ଉତ୍ପନ୍ନ ହେବା ପୂର୍ବରୁ ହିଁ ଉପାଡ଼ି ଫୋପାଡ଼ି ଦେବ । ଏ ତ ଝିଅମାନେ ବାହାରକୁ ବୁଲାବୁଲି କରିବା ପାଇଁ ଯାଆନ୍ତି, ଖେଳିବା ପାଇଁ ଯାଆନ୍ତି, ସେଥିରେ ଶଙ୍କା କରୁଛି ଆଉ ଯେବେ ଶଙ୍କା ଉତ୍ପନ୍ନ ହୁଏ ତେବେ ଆମର ସୁଖ-ଶାନ୍ତି ରହେ ? ନା । । ଅତଃ କେବେ ଝିଅ ରାତି ଡେରିରେ ଆସେ ତେବେ ମଧ୍ୟ ଶଙ୍କା କରିବ ନାହିଁ । ଶଙ୍କା ବାହାର କରିଦେବ ତେବେ କେତେ ଲାଭ ନ ହେବ ? ବିନା କାରଣରେ

Loading...

Page Navigation
1 ... 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118