Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 62
________________ ୪୫ ମାତା-ପିତା ଏବଂ ପିଲାଙ୍କ ବ୍ୟବହାର । ‘ ଆଜି ତ ମାତାଜୀ ଏମିତି କହୁଥିଲେ, ସେମିତି କହୁଥିଲେ । ସେତେବେଳେ ପୁଅ କହିବ, ‘ହଁ, ମା ଏମିତି ହିଁ ଅଟେ ।’ ଆଉ ପୁଣି ଚାଲିଲା ତୋଫାନ । ଦୁରରୁ ସବୁ ଠିକ୍ ରହେ ! । ପ୍ରଶ୍ନକର୍ତ୍ତା : ପିଲାମାନେ ବିଦେଶରେ ଅଛନ୍ତି ତାଙ୍କ କଥା ମନେ ପଡୁଛି, ତାଙ୍କର ଚିନ୍ତା ହେଉଛି । ଦାଦାଶ୍ରୀ : ସେ ପିଲାମାନେ ସେଠି ଖାଇ-ପିଇ ମଜା କରୁଥିବେ, ମା’କୁ ମନେ ପକାଉ ବି ନଥିବେ ଆଉ ମା ଏଠି ଚିନ୍ତା କରି ଚାଲୁଛି, ଏ କି କଥା ? ପ୍ରଶ୍ନକର୍ତ୍ତା : ସେ ପୁଅମାନେ ସେଠାରୁ ଲେଖୁଛନ୍ତି ଯେ ତୁମେ ଏଠାକୁ ଆସିଯାଅ । । ଦାଦାଶ୍ରୀ : ହିଁ ! କିନ୍ତୁ ଯିବା କ’ଣ ଆମ ହାତରେ ଅଛି ? ତାହା ଅପେକ୍ଷା । ତୁମେ ନିଜେ ହିଁ ଯେମିତି ଅଛି ସେମିତି ବନ୍ଦୋବସ୍ତ କରିନିଅ । ଏହା କ’ଣ ଭୁଲ ? ସେମାନେ ତାଙ୍କ ଘରେ, ଆମେ ଆମ ଘରେ ! ଏହି କୋଳରୁ ଜନ୍ମ ହେଲା ସେଥିପାଇଁ କ’ଣ ଆମର ହୋଇଗଲେ ସବୁ ? ଆମର ହୋଇଥାନ୍ତେ ତେବେ ଆମ ସାଥିରେ ଆସିଥାନ୍ତେ କିନ୍ତୁ କେହି କ’ଣ ଆସେ ଏହି ସଂସାରରେ ? । ଘରେ ପଚାଶ ବ୍ୟକ୍ତି ଥିବେ କିନ୍ତୁ ତୁମକୁ ଚିହ୍ନିବା ଆସିଲା ନାହିଁ ସେଥିପାଇଁ ଗଡ଼ବଡ଼ ହୋଇ ଚାଲିଥାଏ । ସେମାନଙ୍କୁ ଚିହ୍ନିବା ଦରକାର ନା ? ଏହା ଗୋଲାପ ଚାରା ଅଟେ କି କେଉଁ ଚାରା ଅଟେ, କ’ଣ ଏହା ସନ୍ଧାନ କରିବା ଉଚିତ ନୁହେଁ ? । ପୂର୍ବେ କ’ଣ ଥିଲା ? ସତ୍ୟଯୁଗରେ ଗୋଟିଏ ଘରେ ସମସ୍ତେ ଗୋଲାପ ଏବଂ ଅନ୍ୟ ଘରେ ସମସ୍ତେ ମଲ୍ଲୀ, ତୃତୀୟ ଘରେ ଚମ୍ପା ! ଏବେ କ’ଣ ହୋଇଛି ନା ଗୋଟିଏ ଘରେ ମଲ୍ଲୀ ଅଛି, ଗୋଲାପ ଅଛି, ଚମ୍ପା ଅଛି ! ଗୋଲାପ ହେବ ତେବେ କଣ୍ଟା ରହିବ ଆଉ ଯଦି ମଲ୍ଲୀ ଅଛି ତେବେ କଣ୍ଟା ରହିବ ନାହିଁ, ମଲ୍ଲୀ ଫୁଲ ଧଳା ହେବ, ଗୋଲାପ ଗୋଲାପୀ ହେବ, ଲାଲ ହେବ । ଏବେ ଏପରି ଅଲଗା ଅଲଗା ଚାରା ଅଛନ୍ତି । ଏହି କଥା ତୁମକୁ ବୁଝାପଡ଼ିଲା ? । ସତ୍ୟଯୁଗରେ ଯେଉଁ କ୍ଷେତ ଥିଲା, ଆଜି କଳିଯୁଗରେ ସେସବୁ ବଗିଚା ଭଳି ହୋଇଗଲାଣି ! କିନ୍ତୁ ତାଙ୍କୁ ଦେଖୁବା ଆସେ ନାହିଁ, ତା’ର କ’ଣ କରିବା ? ସେମାନଙ୍କୁ ସଠିକ୍ ଦେବା ନ ଆସିବ ତେବେ ଦୁଃଖ ହିଁ ହେବ ନା ? ଏହି ଜଗତରେ ଲୋକଙ୍କ ପାଖରେ ଏହା ଦେଖୁବାର ଦୃଷ୍ଟି ହିଁ ନାହିଁ । କେହି ବି ଖରାପ ନଥାନ୍ତି । ଏହି ମତଭେଦ

Loading...

Page Navigation
1 ... 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118