Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୫୩
ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ଏକ । ଏପରି କହିବାବାଲା ଖୋଜି ଆଣିବ ? ଏ ତ ଅଧାଘଣ୍ଟା ‘ଟେଷ୍ଟ’ରେ ନେଇଥିବା ତେବେ ଫୁଟିଯାଏ । ବନ୍ଧୁକର ଟିଡ଼ିକ୍ ଫୁଟିବାରେ ଡେରି ହୁଏ, କିନ୍ତୁ ଏ ତ ତୁରନ୍ତ ଫୁଟିଯାଏ । ଟିକିଏ ଗାଳି କରିବା ଆରମ୍ଭ କଲେ ତା’ ପୂର୍ବରୁ ହିଁ ଫୁଟିଯାଏ ନା ଫୁଟେ ନାହିଁ ? । ପୁଅ ‘ପାପାଜୀ, ପାପାଜୀ’ କରେ ତେବେ ପିତା ଲାଗିବା ଉଚିତ । ଯଦି ମିଠା ଲାଗେ ତେବେ ସେ ସୁଖ ଉଧାରରେ ନେଲ ଏପରି କୁହାଯିବ । ପୁଣି ତାହା ଦୁଃଖ ରୂପରେ ଫେରାଇବାକୁ ପଡ଼ିବ । ପୁଅ ବଡ଼ ହେବ, ସେତେବେଳେ ତୁମକୁ କହିବା
ଯେ, “ତୁମର ଅକଲ ହିଁ ନାହିଁ ।’ ସେତେବେଳେ ଆମକୁ ଲାଗେ ଯେ ଏପରି କାହିଁକି ? ତୁମେ ଯେଉଁ ଉଧାର ନେଇଥିଲ ତାହା ଅସୁଲ କରୁଛି । ଏଣୁ ପ୍ରଥମରୁ ସାବଧାନ
ହୋଇଯାଅ । ମୁଁ ତ ଉଧାରିର ସୁଖ ନେବାର ବ୍ୟବହାର ହିଁ ଛାଡ଼ି ଦେଇଥିଲି । ଅହୋ ! ନିଜ ଆରେ ଅନନ୍ତ ସୁଖ ଅଛି ! ତା’କୁ ଛାଡ଼ି ଏ ଭୟାନକ ଅଳିଆରେ କାହିଁକି ପଡ଼ିବା ?
। ଜଣେ ସତୁରୀ ବର୍ଷର ବୁଢ଼ୀ ଥିଲା । ଦିନେ ଘରୁ ବାହାରକୁ ଆସି ଚିତ୍କାର କଲା, ‘ନିଆଁ ଲାଗୁ ଏ ସଂସାରରେ, ପିତା ବିଷ ଭଳି ଲାଗୁଛି, ମୋତେ ତ ଏ ସଂସାର ଆଦୌ ଭଲ ଲାଗୁନାହିଁ । ହେ ଭଗବାନ ! ତୁ ମୋତେ ଉଠେଇ ନେ ।’ ସେତେବେଳେ
କେହି ଜଣେ ପିଲା ସେହି ରାସ୍ତାରେ ଯାଉଥିଲା ସେ କହିଲା, “କାହିଁକି ଜେଜୀ ସବୁଦିନ ତ ବହୁତ ଭଲ କହୁଥିଲୁ । ସବୁଦିନ ତ ମିଠା ଅଙ୍ଗୁର ପରି ଲାଗୁଥିଲା ଆଉ ଆଜି ପିତା
କେମିତି ହୋଇଗଲା ?” ତେବେ କହିବାକୁ ଲାଗିଲା, ମୋ ପୁତ୍ର ମୋ ସହ କଳହ କରୁଛି । ଏହି ବୃଦ୍ଧାବସ୍ଥାରେ ମୋତେ କହୁଛି, ଚାଲି ଯା ଏଠାରୁ ।” । ଆଗକାଳରେ ଉପକାରୀ ଖୋଜିବା ପାଇଁ ବାହାରକୁ ଯିବାକୁ ପଡୁଥିଲା ଆଉ ଆଜି ତ ଉପକାରୀ ଘରେ ବସି ଜନ୍ମ ହୋଇଛନ୍ତି । ସେଥିପାଇଁ ପୁଅ ଯେଉଁ ସୁଖ-ଦୁଃଖ ଦିଏ, ତାହାକୁ ଶାନ୍ତିରେ ସ୍ୱୀକାର କରିନେବ ।
। ଭଗବାନ ମହାବୀରଙ୍କୁ ମଧ୍ୟ ଉପକାରୀ ମିଳୁ ନଥିଲେ । ଆର୍ଯ୍ୟ ଦେଶରେ ଉପକାରୀ ମିଳିଲେ ନାହିଁ ତେଣୁ ତାଙ୍କୁ ପୁଣି ଷାଠିଏ ମାଇଲ ଦୂର ଅନାର୍ଯ୍ୟ ଦେଶରେ ବିଚରଣ କରିବାକୁ ପଡ଼ିଲା, ଯେବେକି ଆମକୁ ତ ଘରେ ବସି ଉପକାରୀ ମିଳିଛନ୍ତି । ପୁଅ କହେ, “ମୋର ଡେରି ହୋଇଯିବ ତେବେ ତୁମେ ଝି-ଝିକ୍ କରିବ ନାହିଁ । ତୁମକୁ ଶୋଇବାର ଥିବ ତେବେ ଶୋଇଯାଅ ଚୁପଚାପ ।’ ବାପ ବିଚାର କରେ, ‘ଏବେ ଶୋଇଯିବି ଚୁପ ଚାପ । ଏସବୁ ମୁଁ ଜାଣି ନଥିଲି, ନହେଲେ ସଂସାର ଆରମ୍ଭ

Page Navigation
1 ... 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118