Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୩୫
ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ପଡ଼ିଥିବା ଜଞ୍ଜାଳ ଅଟେ ! ଏଣୁ ଏମାନଙ୍କୁ ସାହାଯ୍ୟ କରିବ ନିଶ୍ଚୟ କିନ୍ତୁ ଭିତରୁ ଡ୍ରାମାଟିକ ରହିବ ।
ପ୍ରଥମେ ଅଭିଯୋଗ କରିବା ପାଇଁ କିଏ ଆସେ ? କଳିଯୁଗରେ ତ ଯିଏ । ଦୋଷୀ ହୋଇଥିବ, ସେ ହିଁ ପ୍ରଥମେ ଅଭିଯୋଗ ନେଇ ଆସେ ଆଉ ସତ୍ୟଯୁଗରେ ଯିଏ ନିର୍ଭେଷ ହୋଇଥିବ ସେ ପ୍ରଥମେ ଅଭିଯୋଗ ନେଇ ଆସେ । ଏହି କଳିଯୁଗରେ ନ୍ୟାୟ କରିବା ବାଲା ବି ଏପରି ଅଟନ୍ତି ଯେ ଯାହାର ପ୍ରଥମେ ଶୁଣନ୍ତି ତା’ ପକ୍ଷରେ ବସିଯାନ୍ତି ।
। ଘରେ ଚାରି ଜଣ ପିଲା ଥିବେ, ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର କିଛି ଭୁଲ ନଥିବ ତଥାପି ବାପ ସେମାନଙ୍କୁ ଗାଳି କରିବାରେ ଲାଗିଥାଏ ଆଉ ଅନ୍ୟ ଦୁହେଁ ସବୁବେଳେ ଭୁଲ କରୁଥିବେ ତଥାପି କେହି ସେମାନଙ୍କୁ କିଛି କୁହନ୍ତି ନାହିଁ । ଏସବୁ ତାହାର ପଛର ରୁଟକଜ (ମୂଳ କାରଣକୁ ନେଇ ହୁଏ । ଆମ ଘରେ ଦୁଇ ସନ୍ତାନ ଥିବେ, ତେବେ ଦୁହେଁ ସମାନ ଲାଗିବା ଉଚିତ । ଯଦି ଆମେ କାହା ପକ୍ଷରେ ରହିବା
ଯେ ‘ଏ ବଡ଼ ଦୟାଳୁ ଅଟେ ଆଉ ଛୋଟବାଲା ଟିକିଏ କଞ୍ଚା (ଅନଭିଜ୍ଞ) ଅଟେ । ତେବେ ସବୁ ବିଗିଡ଼ି ଯାଏ । ଦୁହେଁ ସମାନ ଲାଗିବା ଉଚିତ ।
ପ୍ରଶ୍ନକର୍ତ୍ତା : ପୁଅ କଥା-କଥାରେ ଜଦି ରୁଷି ଯାଉଛି ।
ଦାଦାଶ୍ରୀ : ବହୁତ ମହଙ୍ଗା ଅଟେ ନା ! ବହୁତ ମହଙ୍ଗା, ପୁଣି କ’ଣ ହେବ ? ଝିଅ ଶସ୍ତା ଅଟେ, ସେଥିପାଇଁ ବିଚାରି ରୁଷେ ନାହିଁ । । ପ୍ରଶ୍ନକର୍ତ୍ତା : ଏ ରୁଷିବା କାହିଁକି ହେଉଥିବ, ଦାଦାଜୀ ?
ଦାଦାଶ୍ରୀ : ଏମାନେ ତ ମନାଇବାକୁ ଯାଆନ୍ତି ନା, ସେଥିପାଇଁ ରୁଷନ୍ତି । ମୋ ପାଖରେ ରୁଷିବ ତେବେ ଜାଣିବି ! ମୋ ସାଥିରେ କେହି ରୁଷନ୍ତି ନାହିଁ । ଆଉ ପୁଣି ଡାକିବି ହଁ ନାହିଁ ନା ! ଖାଉ କି ନଖାଉ, ଆଉ ଡାକିବି ନାହିଁ । ମୁଁ ଜାଣିଛି, ଏହାଦ୍ୱାରା ଖରାପ ଅଭ୍ୟାସ ପଡ଼ିଯାଏ, ଅଧିକ ଖରାପ ଅଭ୍ୟାସ ପଡ଼େ । ନା, ନା, ପୁଅ ଖାଇ ନେ, ପୁଅ ଖାଇ ନେ । ଆରେ, ଭୋକ ଲାଗିବ ତେବେ ପୁଅ ମନକୁ ମନ ଖାଇନେବ, କୁଆଡ଼େ ଯିବ ? ସେମିତିରେ ତ ମୋତେ ଅଲଗା କଳା ବି ଆସେ । ବହୁତ ତେଢ଼ା ହୋଇଥୁବ ତେବେ, ଭୋକିଲା ଥିବ ତଥାପି ଖାଇବ ନାହିଁ । ଏଣୁ ମୁଁ ତା’ ଆମ୍ବା ସହ ଭିତରେ ବି କରେ, ତୁମକୁ ଏମିତି କରିବାର ନାହିଁ । ତୁମେ ଯାହା କରୁଅଛି, ତାହା କର । କିନ୍ତୁ ମୋ ସହ ରୁଷନ୍ତି ନାହିଁ ଆଉ ଏଠି ମୋ ପାଖରେ ରୁଷିଲେ ଫାଇଦା ବି କ’ଣ ହେବ ?

Page Navigation
1 ... 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118