Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 57
________________ ४० । ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ବୁଝାଇବା ଉଚିତ ଯେ ବେଶୀ ଖାଇଲେ କ’ଣ କ୍ଷତି ହେବ ! ତୁମକୁ କିଏ ଗାଳି କରୁଛି ? ଏହା ତ ବଡ଼ ପଣିଆର ମିଛ ଅହଂକାର ଅଟେ ! ‘ମା’ ହୋଇ ବସିଛି, ବଡ଼ ! ମା ହେବା ଆସେ ନାହିଁ ଆଉ ସାରାଦିନ ପିଲାଙ୍କୁ ଗାଳି କରୁଛ ! ତୁମକୁ ଯଦି ଶାଶୁ ଗାଳି କରୁଥାନ୍ତା ତେବେ ମାଲୁମ ପଡ଼ନ୍ତା। ପିଲାଙ୍କୁ ଗାଳି କରିବା ଶୋଭା ଦେଉଥିବ ? ପିଲାଙ୍କୁ ବି ଏପରି ଲାଗେ ଯେ ଏ (ମା) ତ ବୁଢ଼ୀମାଠୁ ବି ଖରାପ । ଏଣୁ ପିଲାଙ୍କୁ ଗାଳି କରିବା ଛାଡ଼ିଦିଅ । ଶାନ୍ତିରେ ବୁଝାଇବ ଯେ ଏସବୁ ଖାଇବା ଉଚିତ ନୁହେଁ, ଏହାଦ୍ୱାରା ତୋ ଶରୀର ବିଗିଡ଼ିବ । । ସେ ଭୁଲ କରେ ତଥାପି ତା’କୁ ବାରମ୍ବାର ପିଟ ନାହିଁ । ଭୁଲ କରେ ଆଉ ବାରମ୍ବାର ପିଟିବା ତେବେ କ’ଣ ହେବ ? ଜଣେ ବ୍ୟକ୍ତି ତ ଯେମିତି କପଡ଼ା ଧୋଉଛି, ସେମିତି ଧୁଲାଇ କରୁଥିଲା । ଆରେ ଭାଇ, ବାପ ହୋଇ ପୁଅର ଏ କି ଦଶା କରୁଛୁ ? ସେହି ସମୟରେ ପୁଅ ମନରେ କ’ଣ ସ୍ଥିର କରେ, ଜାଣିଛ ? ସହନ ନ ହୁଏ ତେବେ ମନରେ ଭାବେ, “ବଡ଼ ହେବାପରେ ତୁମକୁ ମାରିବି, ଦେବ ।’ ଭିତରେ ପାଣି ନିଏ । ବଡ଼ ହେବା ପରେ ପୁଣି ତା’କୁ ମାରେ ମଧ୍ୟ । । ମାରିଲେ ଜଗତ ସୁଧୁରେ ନାହିଁ । ଗାଳି କଲେ କିମ୍ବା ଚିଡ଼ିଲେ ମଧ୍ୟ କେହି ସୁଧୁରେ ନାହିଁ । ଠିକ୍ କରି ଦେଖାଇଲେ ସୁଧୁରେ । ଯେତେ କହିବା ସେତେ ପାଗଳାମି । ଜଣେ ଭାଇ ଥିଲେ । ସେ ରାତି ଦି’ଟାରେ କେଜାଣି କ’ଣ କ’ଣ କରି ଘରକୁ ଆସୁଥିଲେ !) ତାହାର ବର୍ଣ୍ଣନା କରିବା ଯୋଗ୍ୟ ନୁହେଁ । ତୁମେ ବୁଝିଯାଅ । ପରେ ଘର ଲୋକେ ସ୍ଥିର କଲେ ଯେ ୟାକୁ ଗାଳି କରିବା ନହେଲେ ଘରେ ପଶିବାକୁ ଦେବା ନାହିଁ, କ’ଣ ଉପାୟ କରିବା ? ପରେ ସେମାନେ ଏହାର ଅନୁଭବ କରି ଆସିଲେ । ତା’ ବଡ଼ ଭାଇ କହିବାକୁ ଗଲେ ତେବେ କହିଲା, “ତୁମକୁ ନ ମାରି ଛାଡ଼ିବି ନାହିଁ ।’ ପୁଣି ଘରର ସବୁଲୋକ ମୋତେ ପଚାରିବାକୁ ଆସିଲେ, ଏହାର କ’ଣ କରିବୁ ? ଏ ତ ଏମିତି କହୁଛି ।’ ସେତେବେଳେ ମୁଁ ଘରବାଲାଙ୍କୁ କହିଦେଲି ଯେ ‘କେହି ତା’କୁ ଏକ ଅକ୍ଷର ବି କୁହ ନାହିଁ । ଯଦି କହିବା ତେବେ ସେ ଅଧୁକ ଉଦଣ୍ଡ ହୋଇଯିବ, ଆଉ ଘରକୁ ପଶିବାକୁ ଦେବନାହିଁ ତେବେ ବିଦ୍ରୋହ କରିବ । ତା’କୁ ଯେତେବେଳେ ଆସିବାର ଥିବ ଆସୁ, ଆଉ ଯେତେବେଳେ ଯିବାର ଥିବ ଯାଉ । ଆମକୁ ‘ରାଇଟ୍’ (ଠିକ) ବି କହିବାର ନାହିଁ କି ‘ରଙ୍ଗ୍' (ଭୁଲ) ବି କହିବାର ନାହିଁ । ରାଗ୍ ବି କରିବାର ନାହିଁ, ଦେଷ ବି କରିବାର ନାହିଁ । ସମତା ରଖୁବାର ଅଛି, କରୁଣା ରଖୁବାର ଅଛି ।’ ତିନି-ଚାରି ବର୍ଷ ପରେ ସେ ଭାଇ ଠିକ ରାସ୍ତାରେ ଆସିଗଲା ! ଆଜି

Loading...

Page Navigation
1 ... 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118