Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 58
________________ ୪୧ ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ସେ ବ୍ୟାପାରରେ ବହୁତ ସାହାଯ୍ୟ କରୁଛି । ଦୁନିଆ ବେକାର ନୁହେଁ, କିନ୍ତୁ କାମ ନେବା ଆସିବା ଦରକାର । ସମସ୍ତଙ୍କ ଭିତରେ ଭଗବାନ ଅଛନ୍ତି ଏବଂ ସମସ୍ତେ ଭିନ୍ନଭିନ୍ନ କାମ ନେଇ ବସିଛନ୍ତି, ଏଣୁ ନାପସନ୍ଦ ଭଳି କିଛି ରଖୁବ ନାହିଁ । ଜଣେ ବ୍ୟକ୍ତି ପାଇଖାନାର କବାଟକୁ ଗୋଇଠା ମାରୁଥିଲା । ମୁଁ ପଚାରିଲି, “ଗୋଇଠା କାହିଁକି ମାରୁଛି ?” ତେବେ କହିଲା, ‘ବହୁତ ସଫା କରୁଛି, ତଥାପି ଗନ୍ଧ ଆସୁଛି ।’ କୁହ, ଏବେ ଏହା କେତେ ବଡ଼ ମୁଖିତା କୁହାଯିବ ! ପାଇଖାନାର କବାଟକୁ ଗୋଇଠା ମାରେ ତଥାପି ଗନ୍ଧ ଆସେ ! ଏଥିରେ ଭୁଲ କାହାର ? । କେତେ ଲୋକ ତ ପିଲାଙ୍କୁ ବହୁତ ମାରନ୍ତି, ଏ କ’ଣ ମାରିବା ଜିନିଷ ଅଟେ ? ଏମାନେ ତ ‘ ଗ୍ରାସୟର’ (କାଚ ନିର୍ମିତ ଦ୍ରବ୍ୟ) ପରି ଅଟନ୍ତି । ଗ୍ରାସୱେୟକୁ ଯତ୍ନରେ ରଖୁବା ଉଚିତ । ‘ଗ୍ରାସୱେୟାର୍’ କୁ ଏମିତି ଫିଙ୍ଗିବା ତେବେ ? ହ୍ୟାଣ୍ଡଲ୍ ୱାଥ କେୟାର ।” ଅର୍ଥାତ ସାବଧାନୀ ରଖ । ଏବେ ଏମିତି ମାରାମାରି କରନାହିଁ । । ଏପରି ଅଟେ, ଏହି ଜନ୍ମର ପିଲାଙ୍କ ଚିନ୍ତା କରୁଛି କିନ୍ତୁ ପୂର୍ବଜନ୍ମରେ ଯେଉଁ ସନ୍ତାନ ଥିଲେ ତାଙ୍କର କ’ଣ କଲ ? ପ୍ରତ୍ୟେକ ଜନ୍ମରେ ସନ୍ତାନ ଛାଡ଼ି ଆସିଛନ୍ତି, ଯେଉଁଠି ବି ଜନ୍ମ ନେଲେ ସେ ସବୁଥିରେ ପିଲା ଛାଡ଼ି-ଛାଡ଼ି ଆସିଛନ୍ତି । ଏଡ଼ିକି ଛୋଟଛୋଟଙ୍କୁ ବିଚରା ଭଟକି ଯିବେ, ଏମିତି ପିଲାଙ୍କୁ ଛାଡ଼ି ଆସିଛନ୍ତି । ସେଠାରୁ ଆସିବାକୁ ଚାହୁଁ ନଥିଲା, ତଥାପି ଏଠାକୁ ଆସିଲା । ପରେ ଭୁଲିଗଲା ଆଉ ପୁଣି ଏହି ଜନ୍ମରେ ଅଲଗା ପିଲା ! ତେବେ ପୁଣି ପିଲା ସମ୍ବନ୍ଧୀ ସ୍ନେଶ କାହିଁକି କରୁଛ ? ସେମାନଙ୍କୁ ଧର୍ମ ମାର୍ଗରେ ନେଇଯାଅ, ଭଲ ହୋଇଯିବେ । । ଜଣେ ପିଲା ତ ଏମିତି ବାଳୁଙ୍ଗା ଥିଲା ଯେ ପିତା ଔଷଧ ପିଆଇବ ତେବେ ପିଉ ହଁ ନଥିଲା, ତଣ୍ଟିରୁ ତଳକୁ ଗିଳୁ ହିଁ ନଥିଲା, କିନ୍ତୁ ତା’ ମା ବି ପକ୍କା ଥିଲା । ପିଲା ଏତେ ବାଳୁଙ୍ଗା ତେବେ ମା କ’ଣ ସାଦାସିଧା ହେବ ? ! ମା କ’ଣ କଲା, ତା’ ନାକ ଦବେଇଲା ଆଉ ଔଷଧ ଫଟ କରି ତଣ୍ଟିରେ ଗଳି ଗଲା । ପରିଣାମ ସ୍ବରୁପ ପିଲା ଆହରି ପଢ଼ା ହୋଇଗଲା ! ପରଦିନ ଯେତେବେଳେ ପିଆଉ ଥିଲା ଆଉ ନାକ ଦବାଇବାକୁ ଗଲା ତେବେ ସେ ଫୁ ଉଉଉ କରି ମା’ର ଆରେ ଉଡ଼ାଇଲା ! ଏ ତ ସେହି କୂଲିଟୀ !” ମା ପେଟରେ ନଅ ମାସ ବିନା ଭଡ଼ାରେ ରହିଲା, ସେ ମୁନାଫା ଆଉ ଉପରୁ ଫୁ ଉଉ କରେ ! ଜଣେ ବାପା ମୋତେ କହୁଥିଲା ଯେ ମୋର ତିନି ନମ୍ବର ପୁଅ ବହୁତ ଖରାପ । ଦୁଇଜଣ ପୁଅ ଭଲ ।’ ମୁଁ ପଚାରିଲି, “ସେ ଖରାପ ଅଟେ ତେବେ ତୁମେ

Loading...

Page Navigation
1 ... 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118