Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 56
________________ ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ୩୯ ଏବଂ ତା’କୁ ଦୁଇ ଚଟକଣା ଲଗାଇ ଦେଲେ, ତଥାପି ତାହାର ପୁଣ୍ୟ ବନ୍ଧା ହୁଏ । ତାହାକୁ ଯଦି ପାପ ଗଣାଯିବ ତେବେ ଏ କ୍ରମିକ ମାର୍ଗର ସବୁ ସାଧୁଆଚାର୍ଯ୍ୟଙ୍କ ମଧ୍ୟରୁ କାହାର ବି ମୋକ୍ଷ ହୋଇପାରିବ ନାହିଁ । ସାରାଦିନ ଶିଷ୍ୟ ପ୍ରତି ଆକୁଳିତ ରହନ୍ତି, କିନ୍ତୁ ତାହାଦ୍ବାରା ପୁଣ୍ୟ ବନ୍ଧାହୁଏ । କାହିଁକିନା ଅନ୍ୟର ଭଲ ପାଇଁ ସେ କ୍ରୋଧ କରେ । ନିଜ ଭଲ ପାଇଁ କ୍ରୋଧ କରିବା ପାପ ଅଟେ । କେତେ ସୁନ୍ଦର ନ୍ୟାୟ ! କେତେ ନ୍ୟାୟପୂର୍ଣ୍ଣ ଅଟେ ! ଭଗବାନ ମହାବୀରଙ୍କ ନ୍ୟାୟ କେତେ ସୁନ୍ଦର ଅଟେ ! ଏହି ନ୍ୟାୟ ତ ଧର୍ମନିକିତି ହିଁ ଅଟେ ନା ! ! । ଅତଃ ପିଲାମାନଙ୍କୁ ତାଙ୍କ ଭଲ ପାଇଁ ଗାଳିକର, ମାର, ତେବେ ପୁଣ୍ୟ ବନ୍ଧାହୁଏ । କିନ୍ତୁ ‘ମୁଁ ବାପ ଅଟେ, ତା’କୁ ଟିକିଏ ମାରିବାକୁ ତ ପଡ଼ିବ ନା ?” ଏପରି ଭାବ ଭିତରେ ପ୍ରବିଷ୍ଟ ହେଲା ତେବେ ପୁଣି ପାପ ବିନ୍ଧା ହେବ । ଏହିପରି ଯଦି ସଠିକ ସମଝ ନ ଥିବ ତେବେ ପୁଣି ସେଥିରେ ଏପରି ବିଭାଜନ ପଡ଼ିଯିବ ! । ଅତଃ ବାପ ପୁଅ ଉପରେ ଯଦି ତା’ ହିତ ପାଇଁ ଆକୁଳିତ ହୁଏ ତାହାର ଫଳ କ’ଣ ହେବ ? ପୁଣ୍ୟ ବନ୍ଧା ହେବ । | ପ୍ରଶ୍ନକର୍ତ୍ତା : ବାପ ତ ଆକୁଳାଏ କିନ୍ତୁ ପୁଅ ବି ସାମ୍ନାରୁ ଆକୁଳାଏ ତେବେ କ’ଣ ହୁଏ ? ଦାଦାଶ୍ରୀ : ପୁଅ ପାପ ବାଣେ ! କ୍ରମିକ ମାର୍ଗରେ ‘ଜ୍ଞାନୀପୁରୁଷ ଶିଷ୍ୟ ଉପରେ ଆକୁଳାନ୍ତି ତେବେ ତାହାର ଜବରଦସ୍ତ ପୁଣ୍ୟ ବନ୍ଧାହୁଏ, ପୁଣ୍ୟନୁବନ୍ଧୀ ପୁଣ୍ୟ ବନ୍ଧାହୁଏ । ସେ ଆକୁଳତା ବ୍ୟର୍ଥ ଯାଏନାହିଁ । ଏ ଶିଷ୍ୟ ନୁହଁନ୍ତି ତାଙ୍କର ପିଲା, ନାହିଁ କିଛି ନେବା-ଦେବା, ତଥାପି ଶିଷ୍ୟ ଉପରେ ଆକୁଳାନ୍ତି । । ଏଠି ମୋ ପାଖରେ ଗାଳି-ଧମକ ବିଲକୁଲ ହୁଏ ନାହିଁ ! ଗାଳିକଲେ ମଣିଷ ସ୍ପଷ୍ଟ କହି ପାରେ ନାହିଁ, କପଟ କରେ । ଏହି କାରଣରୁ ସଂସାରରେ ଏସବୁ କପଟ ଜନ୍ମ ହୋଇଛି । ଦୁନିଆରେ ଗାଳି କରିବାର ଆବଶ୍ୟକତା ନାହିଁ । ପୁଅ ସିନେମା ଦେଖା ଆସେ ଆଉ ଆମେ ତା’କୁ ଗାଳି କରିବା ତେବେ ପରଦିନ ବାହାନା ବନାଇ, ‘ସ୍କୁଲରେ କିଛି କାର୍ଯ୍ୟକ୍ରମ ଥିଲା’ କହି ସିନେମା ଦେଖୁବାକୁ ଯାଏ ! ଯାହା ଘରେ ମା’ ଶକ୍ତ ଥିବ, ତା’ ପୁଅକୁ ବ୍ୟବହାର ଆସେ ନାହିଁ । । ପ୍ରଶ୍ନକର୍ତ୍ତା : କୋଲ୍‌ଡ୍ରିଙ୍କସ ବେଶୀ ପିଅନ୍ତି, ଚକୋଲେଟ ବେଶୀ ଖାଆନ୍ତି, ସେତେବେଳେ ଗାଳି କରେ । । ଦାଦାଶ୍ରୀ : ସେଥିରେ ଗାଳି କରିବାର ଆବଶ୍ୟକତା କେଉଁଠି ! ତା’କୁ

Loading...

Page Navigation
1 ... 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118