Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ମାତା-ପିତା ଏବଂ ପିଲାଙ୍କୁ ବ୍ୟବହାର
୩୭ । ଦାଦାଶ୍ରୀ : କାହିଁକି ରାଗିବାକୁ ପଡ଼ିବ ? ଏମିତି ହିଁ ବୁଝାଇ କହିବାରେ କ’ଣ ଅସୁବିଧା ? କ୍ରୋଧ(ରାଗ) ତୁମେ କର ନାହିଁ, ତୁମ ଦ୍ଵାରା ହୋଇଯାଏ । କରାଯାଉଥିବା କ୍ରୋଧ, କ୍ରୋଧରେ ଗଣାଯାଏ ନାହିଁ । ଆମେ ନିଜେ କ୍ରୋଧ କରନ୍ତି । ତୁମେ ତାକୁ ଧମକାଅ, ତାହାକୁ କ୍ରୋଧ କୁହାଯାଏ ନାହିଁ । ଅର୍ଥାତ କ୍ରୋଧ କର । କିନ୍ତୁ କ୍ରୀତ ହୋଇଯାଉଛି ତୁମେ । କ୍ରୋଧ କରୁଥିବା ତେବେ ଅସୁବିଧା ନାହିଁ । । ପ୍ରଶ୍ନକର୍ତ୍ତା : କ୍ରୋଧ ହୋଇଯିବାର କାରଣ କ'ଣ ?
ଦାଦାଶ୍ରୀ : ‘ୱିନେସ୍' । ତାହା ‘ୱିନେସ’ (ଦୁର୍ବଳତା) ଅଟେ ! ଅର୍ଥାତ ସେ ନିଜେ କ୍ରୋଧ କରେ ନାହିଁ, ତାହା ତ କ୍ରୋଧ ହେବା ପରେ ନିଜକୁ ଜଣା ପଡ଼େ ଯେ ଏହା ଭୁଲ ହୋଇଗଲା, ଏପରି ନ ହେବା ଉଚିତ । ଅତଃ ଅଙ୍କୁଶ ତା’ ହାତରେ ନାହିଁ । ଏହି ମେଶିନ ଗରମ ହୋଇଯାଏ, ତେବେ ସେହି ସମୟରେ ତୁମକୁ ଟିକିଏ। ଥଣ୍ଡା ରହିବା ଉଚିତ । ଯେତେବେଳେ ଆପେ ଆପେ ଥଣ୍ଡା ହୋଇଯିବ, ସେତେବେଳେ ହାତ ମାରିବ ।
। ପିଲାଙ୍କ ଉପରେ ତୁମେ ଚିଡୁଛି ତେବେ ତାହା ନୂଆ କରଜ ନେବା ପରି ଅଟେ, କାହିଁକିନା ଚିଡ଼ିବାରେ ଅସୁବିଧା ନାହିଁ, କିନ୍ତୁ ତୁମେ ଯେଉଁ ‘ ନିଜେ’ ଚିଡୁଛି, ତାହା କ୍ଷତି କରେ ।
| ପ୍ରଶ୍ନକର୍ତ୍ତା : ପିଲାଙ୍କୁ ଯେପର୍ଯ୍ୟନ୍ତ ଗାଳି ନକରିଛୁ, ସେପର୍ଯ୍ୟନ୍ତ ଶାନ୍ତ ହୁଅନ୍ତି ହିଁ ନାହିଁ, ଗାଳି ତ କରିବାକୁ ପଡ଼େ ନା !
। ଦାଦାଶ୍ରୀ : ନା, ଗାଳି କରିବାରେ ଅସୁବିଧା ନାହିଁ । କିନ୍ତୁ ‘ନିଜେ’ ଗାଳି କରୁଛି ସେଥିପାଇଁ ତୁମ ମୁହଁ ବିଗିଡ଼ି ଯାଏ, ସେଥିପାଇଁ ତାହାର ଉତ୍ତରଦାୟିତ୍ବ ଅଛି । ତୁମ ମୁହଁ ନ ବିଗିଡ଼େ, ଏପରି ଗାଳି କର, ମୁହଁ ଭଲ ରଖ୍ ଗାଳି କର, ଖୁବ୍ ଗାଳିକର । ତୁମ ମୁହଁ ବିଗିଡ଼ି ଯାଏ ଅର୍ଥାତ ତୁମକୁ ଯାହା ଗାଳି କରିବାର ଅଛି ତାହା ତୁମେ ଅହଂକାର କରି ଗାଳି କରୁଛି ।
| ପ୍ରଶ୍ନକର୍ତ୍ତା : ତେବେ ତ ପିଲାଙ୍କୁ ଏପରି ଲାଗିବ ଯେ ମିଛି ମିଛିକା ଗାଳି କରୁଛୁ !
ଦାଦାଶ୍ରୀ : ସେମାନେ ଏତିକି ଜାଣିବେ ତେବେ ବହୁତ ହୋଇଗଲା । ତେବେ ସେମାନଙ୍କୁ ପ୍ରଭାବ ପଡ଼ିବ, ନହେଲେ ପ୍ରଭାବ ପଡ଼ିବ ହିଁ ନାହିଁ । ତୁମେ ବହୁତ ଗାଳି କରିବ ତେବେ ସେମାନେ ବୁଝନ୍ତି ଯେ ‘ଏମାନେ ଦୁର୍ବଳ ଲୋକ ଅଟନ୍ତି ।”

Page Navigation
1 ... 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118