Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 53
________________ ୩୬ ମାତା-ପିତା ଏବଂ ପିଲାଙ୍କୁ ବ୍ୟବହାର ପ୍ରଶ୍ନକର୍ତ୍ତା : ଦାଦାଜୀ ସେହି କଳା ଶିଖାଇ ଦିଅନ୍ତୁ ନା ! କାହିଁକିନା ଏହି ରୁଷିବା-ମନାଇବା ତ ନିତିଦିନିଆ ହୋଇ ଗଲାଣି ସମସ୍ତଙ୍କର । ଯଦି ଏମିତି ଗୋଟେ ଅଧେ ଚାବି ଦେଇ ଦେବେ ତେବେ ସମସ୍ତଙ୍କର ନିରାକରଣ ହୋଇଯିବ । ଦାଦାଶ୍ରୀ : ଆମକୁ ବହୁତ ଗରଜ ଥିବ ସେତେବେଳେ ସେ ରୁଷେ । ଏତେ ଗରଜ କ’ଣ ପାଇଁ ? ପ୍ରଶ୍ନକର୍ତ୍ତା : ଏହାର ଅର୍ଥ କ’ଣ, ମୁଁ ବୁଝିପାରିଲି ନାହିଁ । ବହୁତ ଗରଜ ଯୁବ ତେବେ ରୁଷନ୍ତି ? କାହାକୁ ଗରଜ ଥାଏ । ଦାଦାଶ୍ରୀ : ସାମ୍ବାବାଲାର ଗରଜ । ରୁଷିବା ବାଲା ସେତେବେଳେ ରୁକ୍ଷେ, ଯେତେବେଳେ ସାମ୍ବାବାଲାକୁ ତା’ର ଗରଜ ଥିବ । ପ୍ରଶ୍ନକର୍ତ୍ତା : ଅର୍ଥାତ୍ ଆମକୁ ଗରଜ ହିଁ ଦେଖାଇବାର ନାହିଁ ? ଦାଦାଶ୍ରୀ : ଗରଜ ରହିବା ହିଁ ଉଚିତ ନୁହେଁ । କ’ଣ ପାଇଁ ଗରଜ ? କର୍ମର ଉଦୟାନୁସାରେ ଯାହା ହେବାର ଥିବ ତାହା ହେବ, ପୁଣି ତା’ର ଗରଜ କାହିଁକି ରଖୁବା ? ଆଉ ପୁଣି କର୍ମର ଉଦୟ ହିଁ ଅଟେ । ଗରଜ ଦେଖାଇଲେ ଜିଦିରେ ଚଢ଼ନ୍ତି ଓଲଟା ପ୍ରଶ୍ନକର୍ତ୍ତା : ଛୋଟ ପିଲାମାନଙ୍କର ରାଗ ଦୂର କରିବା ପାଇଁ ତାଙ୍କୁ କିପରି ବୁଝାଇବୁ ? ଦାଦାଶ୍ରୀ : ତାଙ୍କ ରାଗ ଦୂର କରି କ’ଣ ଫାଇଦା ? ପ୍ରଶ୍ନକର୍ତ୍ତା : ଆମ ସହ ଝଗଡ଼ା କରିବେ ନାହିଁ । ଦାଦାଶ୍ରୀ : ତାହା ପାଇଁ କିଛି ଅଲଗା ଉପାୟ କରିବା ଅପେକ୍ଷା ତାଙ୍କ ମାତା-ପିତାଙ୍କୁ ଏପରି ରହିବା ଉଚିତ ଯେ ସେମାନଙ୍କର ରାଗ ପିଲାମାନେ ନ ଦେବେ । ସେମାନଙ୍କୁ ରାଗିବାର ଦେଖ୍ ପିଲାମାନଙ୍କୁ ଲାଗେ ଯେ ‘ମୋ ବାପା ରାଗୁଛନ୍ତି, ତେବେ ମୁଁ ତାଙ୍କଠାରୁ ଶହେ ଗୁଣା ରାଗିବି ।’ ଯଦି ତୁମେ ବନ୍ଦ କରିବ, ତେବେ (ତାଙ୍କର) ଆପେ ଆପେ ବନ୍ଦ ହୋଇଯିବ । ମୁଁ ବନ୍ଦ କରିଛି, ମୋ ରାଗ ବନ୍ଦ ହୋଇଯାଇଛି ତେଣୁ ମୋ ସହ କେହି ରାଗନ୍ତି ହିଁ ନାହିଁ । ମୁଁ କୁହେ, ରାଗ ତଥାପି ରାଗନ୍ତି ନାହିଁ । ପିଲାମାନେ ମଧ୍ୟ ରାଗନ୍ତି ନାହିଁ, ମୁଁ ମାରେ ତେବେ ମଧ୍ୟ ରାଗନ୍ତି ନାହିଁ । | ପ୍ରଶ୍ନକର୍ତ୍ତା : ପିଲାଙ୍କୁ ଉଚିତ ମାର୍ଗରେ ଆଣିବା ପାଇଁ ମାତା-ପିତାଙ୍କୁ କର୍ଭବ୍ୟ ତ ପାଳନ କରିବା ଉଚିତ ନା, ଏଥିପାଇଁ ରାଗିବାକୁ ପଡ଼େ ନା ?

Loading...

Page Navigation
1 ... 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118