Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 55
________________ ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ସେମାନେ ମୋତେ କୁହନ୍ତି, “ ଆମ ବାପା ବହୁତ ଦୁର୍ବଳ ଲୋକ ଅଟନ୍ତି, ବହୁତ ଚିଡୁଛନ୍ତି ।’ ପ୍ରଶ୍ନକର୍ତ୍ତା : ଆମର ଗାଳି କରିବା ଏପରି ନ ହେବା ଉଚିତ ଯେ ଆମକୁ ହିଁ ମନରେ ବିଚାର ଆସିବାକୁ ଲାଗି ଏବଂ ନିଜ ଉପରେ ତାହାର ପ୍ରଭାବ ହେଉଥାଏ ! ଦାଦାଶ୍ରୀ : ତାହା ତ ଭୁଲ ଅଟେ । ଗାଳି ଏପରି ନହେବା ଉଚିତ । ଗାଳି କରିବ ନାଟକୀୟ, ଯେମିତି ନାଟକରେ ଲଢ଼ନ୍ତି, ସେହିପରି ହେବା ଉଚିତ । ନାଟକରେ ଲଢ଼ନ୍ତି, ‘କାହିଁକି ତୁ ଏମିତି କରୁଛୁ ଆଉ ଏମିତି ସେମିତି’ ସବୁ କୁହନ୍ତି କିନ୍ତୁ ଭିତରେ କିଛି ବି ହୁଏ ନାହିଁ, ଏମିତି ଗାଳି କରିବାର ଅଛି । । ପ୍ରଶ୍ନକର୍ତ୍ତା : ପିଲାଙ୍କୁ କହିବା ପରି ଲାଗେ, ସେତେବେଳେ ଗାଳି କରୁ, ସେତେବେଳେ ତାଙ୍କୁ ଦୁଃଖ ବି ହେଉଥିବ, ସେତେବେଳେ କ’ଣ କରିବୁ ? । ଦାଦାଶ୍ରୀ : ପୁଣି ଆମେ ଭିତରେ କ୍ଷମା ମାଗିନେବା । ଏ ଭଉଣୀକୁ ବହୁତ ବେଶୀ କହି ଦେଇଥିବ ଆଉ ତା’କୁ ଦୁଃଖ ହୋଇଥିବ ତେବେ ତୁମେ ଏ ଭଉଣୀକୁ କୁହ ଯେ କ୍ଷମା ଚାହୁଁଛି । ଯଦି ଏପରି କହି ପାରୁନାହିଁ, ତେବେ ଅତିକ୍ରମଣ ହେଲା ଏଣୁ ଭିତରେ ପ୍ରତିକ୍ରମଣ କର । ତୁମେ ତ ‘ଶୁଦ୍ଧିମ୍ବା ଅଟ’ ସେଥିପାଇଁ ତୁମେ ଚନ୍ଦୁଭାଇଙ୍କୁ କହିବ ଯେ ‘ପ୍ରତିକ୍ରମଣ କର ।” ତୁମକୁ ଉଭୟ ବିଭାଗ ଅଲଗା ରଖୁବାର ଅଛି । ଏକାନ୍ତରେ ଭିତରେ ନିଜକୁ ନିଜେ କୁହ ଯେ ‘ସାମ୍ବାବାଲାକୁ ଦୁଃଖ ନହେଉ' । ତଥାପି ପୁଅକୁ ଦୁଃଖ ହୁଏ ତେବେ ଚନ୍ଦୁଭାଇଙ୍କୁ କହିବ ‘ ପ୍ରତିକ୍ରମଣ କର ।” । ପ୍ରଶ୍ନକର୍ତ୍ତା : କିନ୍ତୁ ନିଜଠୁ ଛୋଟ ହୋଇଥିବ, ନିଜ ପୁଅ ହୋଇଥିବ, ତେବେ କ୍ଷମା କିପରି ମାଗିବୁ ? । ଦାଦାଶ୍ରୀ : ଭିତରୁ କ୍ଷମା ମାଗିବ, ହୃଦୟରୁ କ୍ଷମା ମାଗିବ । ତା ଭିତରେ ଦାଦା ଦେଖା ଦେବେ ଏବଂ ତାଙ୍କ ସାକ୍ଷୀରେ ସେ ପୁଅର ଆଲୋଚନା-ପ୍ରତିକ୍ରମଣ ପ୍ରତ୍ୟାଖ୍ୟାନ କରିଲେ ତୁରନ୍ତ ତା’କୁ ପହଞ୍ଚି ଯାଏ । ପ୍ରଶ୍ନକର୍ତ୍ତା : ଆମେ କାହାକୁ ଗାଳି କରୁ, କିନ୍ତୁ ତା’ର ଭଲ ପାଇଁ ଗାଳି କରୁଥିବୁ, ଯେମିତି ପିଲାମାନଙ୍କୁ ଗାଳି କରୁ, ତେବେ କ’ଣ ତାହା ପାପ କୁହାଯିବ ? । ଦାଦାଶ୍ରୀ : ନା, ତାହାଦ୍ୱାରା ପୁଣ୍ୟ ବନ୍ଧାହେବ । ପୁଅର ଭଲ ପାଇଁ ଗାଳି କରିବା-ମାରିବା ତେବେ ମଧ୍ୟ ପୁଣ୍ୟ ବନ୍ଧା ହୁଏ । ଭଗବାନଙ୍କ ଘରେ ଅନ୍ୟାୟ ହୁଏ ହିଁ ନାହିଁ ! ପୁଅ ଓଲଟା କରୁଛି ସେଥିପାଇଁ ପୁଅର ଭଲ ପାଇଁ ନିଜକୁ ବ୍ୟାକୁଳତା ହେଲା

Loading...

Page Navigation
1 ... 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118