Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୩୪
ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ସବୁଦିନ ବାପ ହେବାକୁ ଯିବା ତେବେ କିଛି ସାର ବାହାରେ ନାହିଁ । ପୁଅ ଚାଳିଷ ବର୍ଷର ହୋଇଥିବ ଆଉ ଆମେ ବାପପଣିଆ ଦେଖାଇବା ତେବେ କ’ଣ ହେବ ?
ପ୍ରଶ୍ନକର୍ତ୍ତା : କିନ୍ତୁ ଦାଦା, ବୁଢ଼ା ଲୋକ ବି ଯଦି ଆମ ସହିତ ଏପରି ବ୍ୟବହାର କରିବେ, ତାଙ୍କ ବିଚାର ପୁରୁଣା ହୋଇଯାଇଥିବ, ତେବେ ଆମେ ସେମାନଙ୍କୁ କିପରି ହ୍ୟାଣ୍ଡଲ କରିବା ଉଚିତ ?
। ଦାଦାଶ୍ରୀ : ଏହି ଗାଡ଼ି ଠିକ୍ ଟାଇରେ, ଯେତେବେଳେ ଜଦୀରେ ଥିବା ସେତେବେଳେ, ପଙ୍କଚର ହୋଇଯାଏ, ତେବେ କ’ଣ ଆମେ ତା’ ଦ୍ବିଲ୍ ଚକା)କୁ ପିଟିବା ?
। ପ୍ରଶ୍ନକର୍ତ୍ତା : ନା ।
। ଦାଦାଶ୍ରୀ : ଠିକ୍ ଟାଇମରେ, ଜଲଦୀ ଥିବ ଆଉ ଟାୟାର ପଙ୍କଚର ହୋଇଯାଏ ତେବେ ହିଂଲକୁ ମାରିବା ଉଚିତ ? ସେତେବେଳେ ତ ଫଟାଫଟ୍ ସମ୍ଭାଳି ନିଜ କାମ କରିନେବା ଉଚିତ । ଗାଡ଼ିରେ ପଙ୍କଚର ତ ହେଉଥାଏ । ସେହିପରି ବୁଢ଼ାଲୋକଙ୍କୁ ମଧ୍ୟ ପଙ୍କଚର ହୁଏ । ଆମକୁ ସମ୍ଭାଳି ନେବା ଉଚିତ । ପଙ୍କଚର ହେବ ତେବେ ଗାଡ଼ିକୁ ମାର-ପିଟ କରିପାରିବା ?
ପ୍ରଶ୍ନକର୍ତ୍ତା : ଦୁଇ ପୁଅ ପରସ୍ପର ଲଢୁଥିବେ, ଆମେ ଜାଣିଛୁ ଯେ ଦୁହିଁଙ୍କ ମଧ୍ୟରୁ କେହି ବୁଝିବେ ନାହିଁ, ତେବେ ସେତେବେଳେ ଆମକୁ କ’ଣ କରିବା ଉଚିତ ? । ଦାଦାଶ୍ରୀ : ଥରେ ଦୁହିଁଙ୍କୁ ବସାଇ କହିଦେବ ଯେ ପରସ୍ପର ଝଗଡ଼ା କରିବାରେ ଫାଇଦା ନାହିଁ, ତାହାଦ୍ୱାରା ଲକ୍ଷ୍ମୀ ଚାଲିଯାଏ ।
ପ୍ରଶ୍ନକର୍ତ୍ତା : କିନ୍ତୁ ସେମାନେ ମାନିବାକୁ ପ୍ରସ୍ତୁତ ନ ହୁଅନ୍ତି ତେବେ କ’ଣ କରିବୁ, ଦାଦାଜୀ ?
। ଦାଦାଶ୍ରୀ : ଯେମିତି ଅଛି ସେମିତି ରହିବାକୁ ଦିଅ ।
ପ୍ରଶ୍ନକର୍ତ୍ତା : ପୁଅମାନେ ପରସ୍ପର ମଧ୍ୟରେ ଲଢ଼ନ୍ତି ଏବଂ ସେହି ମାମଲା ବଡ଼ ଆକାର ନେଇ ନିଏ, ତେବେ ଆମେ କହୁ ଯେ ଏହା ଏପରି କେମିତି ହୋଇଗଲା ?
ଦାଦାଶ୍ରୀ : ତାଙ୍କୁ ବୋଧ ହେବାକୁ ଦିଅ ନା, ପରସ୍ପର ଲଢ଼ିଲେ ତାଙ୍କୁ ନିଜକୁ ମାଲୁମ ହେବ, ବୁଝାପଡ଼ିବ ନା ? ଏମିତି ବାରମ୍ବାର ଅଟକାଇଲେ ବୋଧ ହେବ ନାହିଁ । ଜଗତ ତ କେବଳ ନିରୀକ୍ଷଣ କରିବା ଯୋଗ୍ୟ ଅଟେ !
(ବାସ୍ତବରେ) ଏ ପିଲାମାନେ କାହାର ନୁହନ୍ତି, ଏହା ତ ମୁଣ୍ଡ ଉପରେ ଆସି

Page Navigation
1 ... 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118