Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 40
________________ ୨୩ ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ଲୋକଙ୍କୁ ଲାଗେ, ଯେ ‘ରିୟଲ’ (ସତ୍ୟ) ଅଟେ । କିନ୍ତୁ କଳାକାର ବାହାରକୁ ବାହାରି ଯଦି କୁହେ ଯେ ‘ଚାଲ ମୋ ସହ, ତେବେ ?' ସେ ସାଥରେ ଯାଏ ନାହିଁ, କହିବ ଯେ ଏହା ତ ଡ୍ରାମା ପର୍ଯ୍ୟନ୍ତ ଥୁଲା ।’ ବୁଝାପଡ଼ିଲା ନା ? । ଏହି ସଂସାରକୁ ସୁଧାରିବାର ରାସ୍ତା ପ୍ରେମ ହିଁ ଅଟେ । ସଂସାର ଯାହାକୁ ପ୍ରେମ କହେ ତାହା ପ୍ରେମ ନୁହେଁ, ତାହା ତ ଆସକ୍ତି ଅଟେ । ଏହି ଝିଅକୁ ପ୍ରେମ କରୁଛୁ, କିନ୍ତୁ ସେ ଗ୍ଲାସ ଭାଙ୍ଗେ ସେତେବେଳେ ପ୍ରେମ ରହେ ? ସେତେବେଳେ ତ ତୁ ଚିଡୁଛୁ । ମାନେ ତାହା ଆସକ୍ତି ଅଟେ । ପିଲାମାନେ ପ୍ରେମ ଖୋଜନ୍ତି, କିନ୍ତୁ ପ୍ରେମ ମିଳେ ନାହିଁ । ଏଣୁ ପୁଣି ତାଙ୍କ ଅସୁବିଧା ସେମାନେ ହିଁ ଜାଣନ୍ତି, ନା କହିପାରନ୍ତି, ନା ସହିପାରନ୍ତି । ଆଜିର ଯୁବପିଢ଼ି ପାଇଁ ମୋ ପାଖରେ ରାସ୍ତା ଅଛି । ଏହି ଜାହାଜର ମଙ୍ଗ କିଭଳି ସମ୍ଭାଳିବାକୁ ହେବ, ଏହାର ମାର୍ଗଦର୍ଶନ ମୋତେ ଭିତରୁ ମିଳେ । ମୋ ପାଖରେ ଏଭଳି ପ୍ରେମ ଉତ୍ପନ୍ନ ହୋଇଛି ଯେ ଯାହା ବଢ଼େ ନାହିଁ ଏବଂ କମେ ମଧ୍ୟ ନାହିଁ । ବଢ଼େ-କମେ ତାହା ଆସକ୍ତି କୁହାଯାଏ । ଯାହା ବଢ଼େ ନାହିଁ -କମେ ନାହିଁ ତାହା ପରମାସ୍ ପ୍ରେମ କୁହାଯାଏ । ସମସ୍ତେ ପ୍ରେମର ବଶରେ ରହନ୍ତି । ଯାହାକୁ ପ୍ରକୃତ ପ୍ରେମ କୁହନ୍ତି ନା, ତାହା ତ ଦେବାକୁ ମଧ୍ୟ ମିଳେ ନାହିଁ । ପ୍ରେମ, ଜଗତ ଦେଖୁ ହିଁ ନାହିଁ । କେଉଁ ସମୟରେ ଜ୍ଞାନୀପୁରୁଷ ଅଥବା ଭଗବାନ ଥିବେ, ସେତେବେଳେ ପ୍ରେମ ଦେଖେ । ପ୍ରେମରେ କମା-ବଢ଼ା ନଥାଏ, ଅନାଶକ୍ତି ଥାଏ । ତାହା ହିଁ ପ୍ରେମ । ଜ୍ଞାନୀଙ୍କ ପ୍ରେମ, ତାହା ହିଁ ପରମାତ୍ମା ଅଟେ । । ଛୋଟ ପିଲାଙ୍କ ସହିତ ମୋର ଖୁବ ଜମେ । ମୋ ସହ ଫ୍ରେଣ୍ଡସିପ୍ ମିତ୍ରତା) । କରନ୍ତି । ଏବେ ଯେତେବେଳେ ଏଠି ଭିତରକୁ ଆସୁଥିଲି ନା, ସେତେବେଳେ ଏକ ଏଡିକି ବକଟେ ପିଲା ଥିଲା, ସେ ନେବାକୁ ଆସିଲା ଏବଂ କହିଲା ‘ଚାଲନ୍ତୁ’ । ଏଠିକୁ ଆସୁ ଆସୁ ନେବାକୁ ଆସିଲା । ମୋ ସହିତ ଫ୍ରେଣ୍ଡସିପ କଲା । ତୁମେ ତ ଗେଲ କରୁଛି । ମୁଁ ଗେଲ କରେ ନାହିଁ, ପ୍ରେମ କରେ । । ପ୍ରଶ୍ନକର୍ତ୍ତା : ଏହା ଟିକିଏ ବୁଝାନ୍ତୁ ନା ଦାଦାଜୀ, ଗେଲ କରିବା ଏବଂ ପ୍ରେମ କରିବା । କିଛି ଉଦାହରଣ ଦେଇ ବୁଝାନ୍ତୁ । ଦାଦାଶ୍ରୀ : ଆରେ, ଜଣେ ବ୍ୟକ୍ତି ତ ନିଜ ପୁଅକୁ ଛାତିରେ ଏମିତି ଜାବୁଡ଼ି ଧରିଲା ! ଦୁଇବର୍ଷ ହେଲା ତା’କୁ ଭେଟି ନଥିଲା ଏବଂ ଉଠାଇ ନେଇ ଏମିତି ଜାବୁଡ଼ି ଧରିଲା କୁଣ୍ଡେଇବା) ! ସେତେବେଳେ ପୁଅ ବହୁତ ଚିପି ହୋଇଗଲା ତେବେ ତା’ ପାଖରେ କିଛି ବାଟ ରହିଲା ନାହିଁ । ସେଥିପାଇଁ ସେ କାମୁଡ଼ି ଦେଲା । ଏହା ତ କେଉଁ

Loading...

Page Navigation
1 ... 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118