Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
। ୨୧
। ମାତା-ପିତା ଏବଂ ପିଲାଙ୍କୁ ବ୍ୟବହାର ।
ଯେ ଏସବୁ ତୁମେ ଯେଉଁ କରୁଛି, ତାହା ତୁମକୁ ଠିକ ଲାଗୁଛି ? ତୁମେ ଏ ସବୁ ବୁଝି ସୁଝି କରିଛ ? ସେତେବେଳେ ଯଦି ସେ କୁହେ ଯେ ମୋତେ ଠିକ୍ ଲାଗୁନାହିଁ । ତେବେ ତୁମେ କୁହ ଯେ ଭାଇ, ତେବେ ପୁଣି କ’ଣ ପାଇଁ ଆମେ ଅଯଥାରେ ଏପରି କରିବା ? ଏମିତି ନିଜେ ଟିକିଏ ବିଚାର କରି ଯଦି କହିବ ନା ! ସମସ୍ତେ ବୁଝନ୍ତି । ସମସ୍ତେ ନିଜେ ହିଁ ନ୍ୟାୟ କରନ୍ତି, ଯଦି ଭୁଲ ହେଉଥିବ ତେବେ ନିଜେ ବୁଝି ତ ପାରେ ! ‘ତୁ ଏମିତି କାହିଁକି କଲୁ ?” ଏପରି କହିବା ତେବେ ଓଲଟା ଧରେ । ମୁଁ ଯାହା କରୁଛି ତାହା ଠିକ୍ । ଏମିତି କୁହେ ଏବଂ ପୁଣି ଓଲଟା କରେ । ଘର କିପରି ଚଳାଇବା ତାହା ଆସୁନାହିଁ । ଜୀବନ କିପରି ଜୀଇଁବା ତାହା ଆସୁନାହିଁ । ଏଣୁ ଜୀବନ ଜୀଇଁବାର ସବୁ ଚାବି ବତାଇଛି ଯେ କିପରି ଜୀବନ ଜୀଇଁବା ଉଚିତ ! ।
। ସାମ୍ବାବାଲାର ଅହଂକାର ଉଭା ହିଁ ନ ହେଉ । ଆମର ସଭାପୂର୍ଣ୍ଣ ଟୋନ୍ ନ ହେଉ । ଅର୍ଥାତ ସଭା ନ ରହିବା ଉଚିତ । ପିଲାମାନଙ୍କୁ ତୁମେ କିଛି କୁହ ତେବେ ଟୋନ୍ ସଭାପୂର୍ଣ୍ଣ ନ ହେବା ଉଚିତ । | ପ୍ରଶ୍ନକର୍ତ୍ତା : ସଂସାରରେ ରହିବା ସହିତ ଅନେକ କର୍ଭବ୍ୟ ପାଳନ କରିବାକୁ ପଡ଼େ ଏବଂ କର୍ଭବ୍ୟ ପାଳନ କରିବା ଏକ ଧର୍ମ । ଏହି ଧର୍ମ ପାଳନ କରୁ କରୁ କାରଣ-ଅକାରଣେ କଟୁବଚନ କହିବାକୁ ପଡ଼େ ତେବେ କ’ଣ ଏହା ପାପ ଅବା ଦୋଷ ଅଟେ ?
। ଦାଦାଶ୍ରୀ : ଏପରି ଅଟେ ଯେ, କଟୁବଚନ କହିବା ସମୟରେ ଆମ ମୁଁହ କିପରି ହୋଇଯାଏ ? ଗୋଲାପ ଫୁଲ ପରି ? ଆମ ମୁଁହ ଯଦି ବିଗିଡ଼େ ତେବେ ବୁଝିବା
ଯେ ପାପ ଲାଗିଲା । ନିଜ ଚେହେରା ବିଗିଡ଼େ ଏପରି ବାଣୀ ବାହାରେ, ତେବେ ବୁଝିବ ଯେ ପାପ ହେଲା । କଟୁବଚନ କହିବ ନାହିଁ । ଅଳ୍ପ ଶବ୍ଦ କୁହ କିନ୍ତୁ ଧୀରେ ଧୀରେ ବୁଝିକରି କୁହ । ପ୍ରେମ ରଖୁବ ତେବେ ଦିନେ ଜିତି ପାରିବ । କଠୋରତା ଦ୍ଵାରା ଜିତି ପାରିବ ନାହିଁ । ଓଲଟା ସେ ବିରୋଧରେ ଯିବ ଏବଂ ପରିଣାମ ବୀପରିତ ହେବ । ସେ ପୁଅ ଓଲଟା ପରିଣାମର ବୀଜ ବୁଣେ । ‘ଏବେ ତ ମୁଁ ଛୋଟ ହୋଇଛି, ସେଥିପାଇଁ ଗାଳି କରୁଛି କିନ୍ତୁ ବଡ଼ ହୋଇ ଦେନେବି ।” ଭିତରେ ଏଭଳି ଅଭିପ୍ରାୟ କରିନେବ । ଏଣୁ ଏପରି କରନାହିଁ, ତା’କୁ ବୁଝାଅ । ଦିନେ ପ୍ରେମର ଜୟ ହେବ । ଦୁଇ ଦିନ ଭିତରେ ତାହାର ପରିଣାମ ଆସିବ ନାହିଁ । ଦଶ ଦିନ, ପନ୍ଦର ଦିନ, ମାସ ସାରା ତା’ସହ ପ୍ରେମ ରଖ । ଦେଖ, ଏହି ପ୍ରେମର କ’ଣ ପରିଣାମ ଆସୁଛି, ଦେଖ ତ ପ୍ରଥମେ !

Page Navigation
1 ... 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118