Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 45
________________ ୨୮ ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ପ୍ରଶ୍ନକର୍ତ୍ତା : ଏହି ଛୋଟ ପିଲାଙ୍କୁ ମଗଦଲ (ଏକ ପ୍ରକାର ଅଧିକ ଘିଅବାଲା ମିଠାଇ) ଖୁଆନ୍ତି, ତାହା ଖୁଆଇ ପାରିବୁ ? ଦାଦାଶ୍ରୀ : ଖୁଆଇ ପାରିବା ନାହିଁ, ମଗଦଲ ଖୁଆଇ ପାରିବା ନାହିଁ । ଛୋଟ ପିଲାଙ୍କୁ ମଗଦଲ, ଶିରା, ଘିଅ ଜାତୀୟ ବେଶୀ ଖୁଆଇବ ନାହିଁ । ତାଙ୍କୁ ସାଧା ଭୋଜନ ଦେବ ଏବଂ କ୍ଷୀର ମଧ୍ୟ କମ ଦେବା ଉଚିତ । ପିଲାମାନଙ୍କୁ ଏସବୁ ନଦେବା ଉଚିତ । ଲୋକେ ତ କ୍ଷୀର ତିଆରି ଜିନିଷ ବାରମ୍ବାର ଖୁଆଇ ଚାଲିଥାନ୍ତି । ଏପରି ଜିନିଷ ଖୁଆଇବ ନାହିଁ । ଆବେଗ ( ଉତ୍ତେଜନା ବଢ଼ିବ ଏବଂ ବାର ବର୍ଷର ହେଉ ହେଉ ତା’ର ଦୃଷ୍ଟି ବିଗିଡ଼ିବାକୁ ଲାଗିବ । ଆବେଗ କମ ହେବ, ଏପରି ଭୋଜନ ପିଲାମାନଙ୍କୁ ଦେବା ଉଚିତ । ଏସବୁ ତ ବିଚାରରେ ହିଁ ନାହିଁ । ଜୀବନ କିପରି ଜିଇଁବା ଉଚିତ, ଏହାର ସମଝ ହିଁ ନାହିଁ ନା ! | | ପ୍ରଶ୍ନକର୍ତ୍ତା : ଆମକୁ କିଛି କହିବାର ନଥିବ, କିନ୍ତୁ ମାନି ନିଅନ୍ତୁ ଯେ ଆମ ପୁଅ ଚୋରି କରୁଥିବ ତେବେ କ’ଣ ଚୋରି କରିବାକୁ ଦେବୁ ? ଦାଦାଶ୍ରୀ : ଦେଖାଇବା ପାଇଁ ବିରୋଧ କର, କିନ୍ତୁ ଭିତରେ ସମଭାବ ରଖ । ବାହାରେ ଦେଖେଇବାରେ ବିରୋଧ ଆଉ ସେ ଚୋରି କରେ ତାହା ଉପରେ ତିଳେ ମାତ୍ର ନିର୍ଦୟତା ହେବାକୁ ନଦେବା ଉଚିତ । ଯଦି ଭିତରେ ସମଭାବ ନରହିବ ତେବେ ନିର୍ଦୟତା ହେବ ଏବଂ ସାରା ଜଗତ ନିର୍ଦୟ ହୋଇଯାଏ । । ତା’କୁ ବୁଝାଅ ଯେ “ଯାହା ପାଖରୁ ଚୋରି କଲୁ, ତା'ର ପ୍ରତିକ୍ରମଣ ଏହିପରି କରିବୁ ଏବଂ କେତେ ପ୍ରତିକ୍ରମଣ କଲୁ ତାହା ମୋତେ ଜଣାଇବୁ । ତେବେ ପୁଣି ଠିକ ହୋଇଯିବ । ତା’ପରେ ତୁ ଚୋରି ନ କରିବା ପାଇଁ ପ୍ରତିଜ୍ଞା କର । ଆଉ ଚୋରି କରିବି ନାହିଁ ଏବଂ ଯାହା ହୋଇଯାଇଛି ତାହାର କ୍ଷମା ମାଗୁଛି । ଏହିପରି ବାରମ୍ବାର ବୁଝାଇବା ଦ୍ଵାରା ଏହି ଜ୍ଞାନ ଫିଟ୍ ହୋଇଯିବ । ଯାହାଫଳରେ ଆସନ୍ତା ଜନ୍ମରେ ପୁଣି ଚୋରି କରିବ ନାହିଁ । ଏହା ତ କେବଳ ଇଫେକ୍ (ପରିଣାମ) ଅଟେ, ଅଲଗା ନୂଆ ଯଦି ନ ଶିଖାଯାଏ ତେବେ ପୁଣି ନୂଆ ସୃଷ୍ଟି ହେବ ନାହିଁ । । ଏ ପୁଅ ମୋ ପାଖରେ ସବୁ ଭୁଲ ସ୍ୱୀକାର କରେ । ଚୋରି କରେ ତାହା ମଧ୍ୟ ସ୍ୱୀକାର କରିନିଏ । ଆଲୋଚନା ତ, ଗଜବ ପୁରୁଷ ହୋଇଥିବେ, ସେହିଠାରେ ହୋଇପାରିବ । ଯଦି ଏପରି ସବୁ ହେବ ତେବେ ହିନ୍ଦୁସ୍ତାନର ଆଶ୍ଚର୍ଯ୍ୟଜନକ ପରିବର୍ଭନ ହୋଇଯିବ !

Loading...

Page Navigation
1 ... 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118