Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 48
________________ ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ୩୧ ସୁଧୁରିବେ, କିନ୍ତୁ ଆପେଆପେ ପ୍ରକୃତି ସୁଧାରିବ । ପିଲାମାନେ ବହୁତ ଭଲ ଅଟନ୍ତି । ଯେମିତି କୌଣସି କାଳରେ ନଥିଲେ ଏମିତି ପିଲା ଅଛନ୍ତି ଆଜି ! ଏହି ପିଲାଙ୍କ ପାଖରେ ଏମିତି କେଉଁ ଗୁଣ ଥିବ ଯେ ମୁଁ ଏପରି କହୁଛି ଯେ ଯେମିତି କୌଣସି କାଳରେ ନଥିଲେ ଏମିତି ଗୁଣ ଏହି ପିଲାମାନଙ୍କ ପାଖରେ ଅଛି ! ବିଚରାଙ୍କ ଠାରେ କୌଣସି ପ୍ରକାର ତିରସ୍କାର ନାହିଁ, କିଛି ନାହିଁ । କେବଳ ମୋହୀ ଅଟନ୍ତି । ସେହି କାରଣରୁ ସିନେମାରେ ଏବଂ ଅନ୍ୟ ଜାଗାରେ ଭଟକୁଥା’ନ୍ତି । ପୂର୍ବେ ତ ଏତେ ତିରସ୍କାର ଯେ ବ୍ରାହ୍ମଣର ପୁଅ ଅନ୍ୟମାନଙ୍କୁ ଛୁଏଁ ବି ନାହିଁ । କ’ଣ ଅଛି ଏବେ ଏମିତି ଝାମେଲା ? । ପ୍ରଶ୍ନକର୍ତ୍ତା : ଏପରି କିଛି ନାହିଁ । ବିଲକୁଲ ବି ନାହିଁ । ଦାଦାଶ୍ରୀ : ସବୁ ମାଲ ଶୁଦ୍ଧ ହୋଇଗଲା ଏବଂ ଲୋଭ ମଧ୍ୟ ନାହିଁ, ମାନ ପାଇଁ ବି ଚିନ୍ତା ନାହିଁ । ଏବେ ଯାଏଁ ତ ସବୁ ଅଶୁଦ୍ଧ ମାଲ ଥୁଲା, ମାନୀ-କ୍ରୋଧୀଲୋଭୀ ! ଆଉ ଏମାନେ ତ ମୋହୀ ଅଟନ୍ତି ବିଚରାମାନେ ! ପ୍ରଶ୍ନକର୍ତ୍ତା : ଆପଣ କହୁଛନ୍ତି ଯେ ବର୍ତ୍ତମାନର ଜେନେରେଶନ ‘ହେଲ୍ଦୀ ମାଇଣ୍ଡବାଲା’ ଅଟେ ଆଉ ଅନ୍ୟପଟେ ଦେଖୁବା ତେବେ ସମସ୍ତେ ବ୍ୟସନୀ ହୋଇଗଲେଣି, ଆଉ କେଜାଣି କ’ଣ କ’ଣ ହେଲେଣି ? ଦାଦାଶ୍ରୀ : ପଛେ ସେମାନେ ବ୍ୟସନୀ ଦିଶନ୍ତୁ କିନ୍ତୁ ସେ ବିଚରାଙ୍କୁ ଯଦି ରାସ୍ତା ନ ମିଳେ ତେବେ କ’ଣ କରିବେ ? ସେମାନଙ୍କ ମାଇଣ୍ଡ ହେଦୀ ଅଟେ । ପ୍ରଶ୍ନକର୍ତ୍ତା : ହେଲ୍ଦୀ ମାଇଣ୍ଡ ମାନେ କ’ଣ ? । ଦାଦାଶ୍ରୀ : ହେଲଦୀ ମାଇଣ୍ଡ ମାନେ ତୋର-ମୋର ର ବେଶୀ ଚିନ୍ତା କରନ୍ତି ନାହିଁ ଆଉ ଆମେ ଛୋଟ ଥିଲେ ସେତେବେଳେ, ବାହାରେ କାହାର କିଛି ପଡ଼ିଥିବ, କିଛି ଦେଲେ ତେବେ ନେଇ ନେବାର ଇଚ୍ଛା ହେଉଥିଲା । କାହା ଘରକୁ ଭୋଜନ କରିବା ପାଇଁ ଯାଇଥିବା ତେବେ ଘରେ ଯେତିକି ଖାଆନ୍ତି, ତାହାଠୁ ଟିକିଏ ଅଧିକ ଖାଇ ନେଉଥିଲେ । ଛୋଟ ପିଲାଙ୍କଠୁ ନେଇ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ମମତାବାଲା ଥିଲେ । । ଆରେ ! ଏ ‘ଡବଲ ବେଡ଼’ର ସିଷ୍ଟମ ହିନ୍ଦୁସ୍ତାନରେ ହେଉଥିବ ? କି ପ୍ରକାର ପଶୁ ଅଟନ୍ତି ? ହିନ୍ଦୁସ୍ତାନର ସ୍ତ୍ରୀ-ପୁରୁଷ କେବେ ସାଥିରେ ଗୋଟିଏ ରୁମରେ ରହୁ । ନଥିଲେ ! ସବୁବେଳେ ଅଲଗା ରୁମରେ ରହୁଥିଲେ ! ତାହା ବଦଳରେ ଆଜି ଏହା

Loading...

Page Navigation
1 ... 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118