Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 43
________________ ୨୬ ମାତା-ପିତା ଏବଂ ପିଲାଙ୍କୁ ବ୍ୟବହାର ଏପରି ଅଟେ ଏହି ଜଗତ ! କେବଳ ଏହି ଆନ୍ତରିକ ସୁଖ ହିଁ ‘ରି ପେ’ କରିବାକୁ ପଡ଼େ ନାହିଁ । ଅନ୍ୟ ସବୁ ବାହାରର ସୁଖ ‘ରି ପେ’ କରିବାର ଅଛି । ଯେତିକି ଆମକୁ ଜମା କରିବାକୁ ଥିବ ସେତିକି କରିବା ଏବଂ ପରେ ପୁଣି ଫେରାଇବାକୁ ପଡ଼ିବ ! ! । ପ୍ରଶ୍ନକର୍ତ୍ତା : ଆସନ୍ତା ଜନ୍ମରେ ପଶୁ ହୋଇ ‘ରି ପେ’ କରିବାକୁ ପଡ଼ିବ ତାହା ତ ଠିକ୍, କିନ୍ତୁ ଏହି ଜନ୍ମରେ କ’ଣ ହେବ ? ଏହି ଜନ୍ମର ପରିଣାମ କ’ଣ ? । ଦାଦାଶ୍ରୀ : ଏହି ଜନ୍ମରେ ତା’କୁ ନିଜକୁ ଆବରଣ ଆସିଯାଏ, ସେଥିପାଇଁ ଜଡ଼ ପରି, ପଶୁ ପରି ହୋଇଯାଏ । ଲୋକଙ୍କ ପାଖରେ ‘ପ୍ରେସ୍ଟିକ୍ ରହେ ନାହିଁ, ଲୋକଙ୍କ ପାଖରେ ସମ୍ମାନ ରହେ ନାହିଁ, କିଛି ବି ରହେ ନାହିଁ । ଅଣ୍ଡା ହେଉ ଅବା ପିଲା ହେଉ, ଉଭୟ ସମାନ ହିଁ ଅଟନ୍ତି । କାହାର ଅଣ୍ଡା ଖାଇବା ଏବଂ କାହାର ପିଲା ଖାଇବା ସେଥରେ ଫରକ ନାହିଁ । ତୋତେ ପିଲା ଖାଇବା ପସନ୍ଦ କି ? ତୋତେ କାହାର ପିଲା ଖାଇଯିବା ପସନ୍ଦ ? | ପ୍ରଶ୍ନକର୍ତ୍ତା : ଅଣ୍ଡାରେ ବି ଶାକାହାରୀ ଅଣ୍ଡା ଥାଏ ଏପରି ଲୋକଙ୍କ ମାନ୍ୟତା ଅଛି । ଦାଦାଶ୍ରୀ : ନା, ତାହା ତ ଭ୍ରାନ୍ତ ମାନ୍ୟତା ଅଟେ । ଯେଉଁ ଅଣ୍ଡାକୁ ନିର୍ଜୀବ ଅଣ୍ଡା କହୁଛନ୍ତି ସେମାନେ କ’ଣ ବିନା ଜୀବ( ପ୍ରାଣ)ର ଜିନିଷ ? ଯେଉଁଥିରେ ଜୀବ ନଥାଏ, ସେ ଜିନିଷ ଖାଇପାରିବା ନାହିଁ ।। । ପ୍ରଶ୍ନକର୍ତ୍ତା : ଏହି କଥା କିଛି ଅଲଗା ଲାଗୁଛି । କୃପାକରି ବିସ୍ତାରରେ ବୁଝାନ୍ତୁ । ଦାଦାଶ୍ରୀ : ଅଲଗା ଅଟେ କିନ୍ତୁ କଥା ‘ଏଜାକ୍ସ” ଅଟେ । ଏହା ତ ‘ସାଇଣ୍ଟିଷ୍ଟ 'ମାନେ ମଧ୍ୟ କହିଥିଲେ ଯେ ନିର୍ଜୀବ ଖୁଆଯାଇ ପାରିବ ନାହିଁ ଏବଂ ସର୍ବଦା ଜୀବନ୍ତ ହିଁ ଖୁଆଯାଏ । ସେଥିରେ ଜୀବ ତ ଅଛି, କିନ୍ତୁ ଭିନ୍ନ ପ୍ରକାରର ଜୀବ । ଏହା ତ ଲୋକମାନେ ଭୁଲ ଫାଇଦା ଉଠାଇଛନ୍ତି । ତାହା ତ ଛୁଇଁବା ବି ଠିକ୍ ନୁହେଁ ଆଉ ପିଲାଙ୍କୁ ଅଣ୍ଡା ଖୁଆଇଲେ କ’ଣ ହୁଏ ? ଶରୀର ଏତେ ଉତ୍ତେଜକମୟ ହୋଇଯାଏ ଯେ କଣ୍ଡାଲରେ ରହେ ନାହିଁ । ଆମ ‘ଭେଜିଟେରିଆନ ଫୁଡ଼’ (ଶାକାହାରୀ ଭୋଜନ) ତ ବହୁତ ଭଲ, ପଛେ କଞ୍ଚା ରହୁ । ଡାକ୍ତରଙ୍କର ଏଥିରେ ଦୋଷ ନଥାଏ । ସେମାନେ ତ ତାଙ୍କର ସମଝା ଏବଂ ବୁଦ୍ଧି ଅନୁସାରେ କୁହନ୍ତି । ଆମକୁ ଆମ ସଂସ୍କାରର ରକ୍ଷା କରିବାର ଅଛି ନା ! ଆମେ ସଂସ୍କାରୀ ଘରର ଲୋକ ।

Loading...

Page Navigation
1 ... 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118