Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ମାତା-ପିତା ଏବଂ ପିଲାଙ୍କ ବ୍ୟବହାର
୨୫ ପଡ଼େ । ପରେ ବନ୍ଦ କରିଦେବ ତଥାପି ତାହାର ପ୍ରଭାବ ତ ରୁହେ । ତେବେ ସେହି ପ୍ରଭାବରୁ ମୁକ୍ତ ହେବା ପାଇଁ ଆପଣ କ’ଣ କୁହନ୍ତି ? କିପରି ବାହାରକୁ ବାହାରିବୁ, ତା’ପାଇଁ କିଛି ରାସ୍ତା ଅଛି ?
ଦାଦାଶ୍ରୀ : ପରେ ତାହାର ରିଏକ୍ସନ ଆସେ । ଯେଉଁସବୁ ପରମାଣୁ ଅଛି, ସେସବୁ ଶୁଦ୍ଧ ହେବା ଦରାକାର ନା ! ପିଇବା ବନ୍ଦ କରି ଦେଇଛି ନା ? ଏବେ ତା’କୁ କ’ଣ କରିବାର ଅଛି ? ‘ମଦ ପିଇବା ଖରାପ ଅଟେ? ଏପରି ସବୁବେଳେ କହିବାର ଅଛି ।
ହଁ, ଛାଡ଼ିବା ପରେ ମଧ୍ୟ ଏପରି କହି ଚାଲିବ । କିନ୍ତୁ ‘ଭଲ ଅଟେ’ ଏପରି କେବେ କହିବ ନାହିଁ । ନହେଲେ ପୁଣିଥରେ ପ୍ରଭାବ ପଡ଼ିଯିବ ।
ପ୍ରଶ୍ନକର୍ତ୍ତା : ମଦ ପିଇବା ଦ୍ଵାରା ମସ୍ତିଷ୍କକୁ କେଉଁ ପ୍ରକାର କ୍ଷତି ହୁଏ ?
ଦାଦାଶ୍ରୀ : ଏକ ତ ଶୁଦ୍ଧ ଭୁଲେଇ ଦିଏ । ସେହି ସମୟରେ ଭିତରର ଜାଗୃତି ଉପରେ ଆବରଣ ଆସିଯାଏ । ପୁଣି କେବେ ବି ସେ ଆବରଣ ହଟେ ନାହିଁ । ଆମକୁ ମନରେ ଏପରି ଲାଗେ ଯେ ହଟିଗଲା, କିନ୍ତୁ ହଟେ ନାହିଁ । ଏପରି ହୋଇହୋଇ ଆବରଣ ଆସି ଆସି ପୁଣି... ମଣିଷ ପୁରା ଜଡ଼ ପରି ହୋଇଯାଏ । ପରେ ତା’କୁ ଭଲ ବିଚାର ମଧ୍ୟ ଆସେ ନାହିଁ । ଯେଉଁମାନେ ଡେଭଲପ୍ ବିକାଶଶୀଳ) ହୋଇଛନ୍ତି, ସେମାନଙ୍କର ଏଥିରୁ ବାହାରକୁ ବାହାରିବା ପରେ ବ୍ରେନ୍ ମସ୍ତିଷ୍କ) ବହୁତ ଭଲ ଡେଭଲପ୍ ହୁଏ । ତାହାକୁ ପରେ ପୁଣି ବିଗାଡ଼ିବା ଉଚିତ ନୁହେଁ ।
| ପ୍ରଶ୍ନକର୍ତ୍ତା : ମଦ ପିଇବା ଦ୍ଵାରା ମସ୍ତିଷ୍କ ଯେଉଁ ଜ୍ୟାମେଜ( କ୍ଷତି ହୋଇଥିବ, ମସ୍ତିଷ୍କର ପରମାଣୁ ଯେଉଁ ଜ୍ୟାମେଜ ହୋଇଥିବ, ସେ ଜ୍ୟାମେଜ ଭାଗ ପୁଣିଥରେ ରିପେୟର କିପରି ହୋଇପାରିବ ?
। ଦାଦାଶ୍ରୀ : ତାହାର କୌଣସି ରାସ୍ତା ହିଁ ନାହିଁ । ତାହା ତ ସମୟ ସହିତ ଧୀରେ ଧୀରେ ଚାଲିଯିବ । ପିଇବା ବିନା ଯେଉଁ ଟାଇମ ବ୍ୟତୀତ ହେବ, ସେମିତି
ସେମିତି ସବୁ ନିରାବରଣ ହୋଇଚାଲିବ । ଏକାଥରେ ହେବ ନାହିଁ । ମଦ ଏବଂ ମାଂସାହାର ଦ୍ବାରା ଯେଉଁ କ୍ଷତି ହୁଏ, ମଦ ଏବଂ ମାଂସାହାରରୁ ଯେଉଁ ସୁଖ ଭୋଗେ,
ସେ ସୁଖ ‘ରି ପେ’ (ପରିଶୋଧ) କରିବା ସମୟରେ ପଶୁଯୋନିରେ ଯିବାକୁ ପଡ଼େ । ଏ ଯେତେ ବି ସୁଖ ତୁମେ ନେଉଛି, ସେସବୁ ‘ରି ପେ’ କରିବାକୁ ପଡ଼ିବ । ଏପରି ଦାୟିତ୍ବଭାର ତୁମକୁ ବୁଝିବା ଉଚିତ । ଏହି ଜଗତ ଗସ୍ତ୍ର ନୁହେଁ । ସୁଝିବାକୁ ପଡ଼େ

Page Navigation
1 ... 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118