Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ରହିବ, ତେବେ କ’ଣ ଷୋହଳ ବର୍ଷ ପୂର୍ବରୁ ମଧ୍ୟ ତା’ ସହ ଫ୍ରେଣ୍ଡସିପ୍ ହିଁ ରଖୁବା ଉଚିତ ?
ଦାଦାଶ୍ରୀ : ତେବେ ତ ବହୁତ ଭଲ । କିନ୍ତୁ ଦଶ-ଏଗାର ବର୍ଷ ବୟସ ପର୍ଯ୍ୟନ୍ତ ଆମେ ଫ୍ରେଣ୍ଡସିପ୍ ରଖୁପାରିବା ନାହିଁ । ସେପର୍ଯ୍ୟନ୍ତ ତା’ଦ୍ଵାରା ଭୁଲ-ଚୁକ ହୋଇପାରେ । ଏଣୁ ତା’କୁ ବୁଝାଇବା ଉଚିତ । ଗୋଟେ ଅଧେ ଚଟକଣା ବି ଲଗାଇବାକୁ ପଡ଼େ, ଦଶ-ଏଗାର ବର୍ଷ ପର୍ଯ୍ୟନ୍ତ । ସେ ବାପର ନିଶ ଟାଣୁଥିବ ତେବେ ଚଟକଣା ବି ଲଗାଇବାକୁ ପଡ଼େ । ଯେଉଁମାନେ ବାପ ବନିବା ପାଇଁ ଗଲେ ନା, ସେମାନେ ତ ମାଡ଼ ଖାଇ ମରିଗଲେ ।
। ପ୍ରତ୍ୟେକ ମଣିଷକୁ ନିଜ ପିଲାମାନଙ୍କୁ ସୁଧାରିବାର ସମସ୍ତ ପ୍ରୟାସ କରିବା ଉଚିତ । ମାତ୍ର ପ୍ରୟାସ ସଫଳ ହେବା ଉଚିତ । ବାପ ହେଲା, ଏବେ ପିଲାଙ୍କୁ ସୁଧାରିବା ପାଇଁ କ’ଣ ସେ ବାପପଣିଆ ଛାଡ଼ି ପାରେ ? ମୁଁ ପିତା ଅଟେ? କ’ଣ ଏହା ଛାଡ଼ି ଦିଏ ?
ପ୍ରଶ୍ନକର୍ତ୍ତା : ଯଦି ସେ ସୁଧୁରୁଥିବ ତେବେ ଅହଂ ଭାବ, ଦ୍ବେଷ, ସବୁ ଛାଡ଼ି ତା’କୁ ସୁଧାରିବାର ପ୍ରୟାସ କରିବା ଉଚିତ ?
ଦାଦାଶ୍ରୀ : ତୁମକୁ ବାପ ହେବାର ଭାବ ଛାଡ଼ି ଦେବାକୁ ହେବ ।
ପ୍ରଶ୍ନକର୍ତ୍ତା : ‘ଏ ମୋ ପୁତ୍ର’ ଏପରି ମାନିବୁ ନାହିଁ ଏବଂ ‘ମୁଁ ବାପ ଅଟେ’ ଏପରି ମାନିବୁ ନାହିଁ ?
ଦାଦାଶ୍ରୀ : ତେବେ ତାହା ଭଳି ତ ଆଉ କିଛି ନାହିଁ ।
ମୋ ସ୍ଵଭାବ ପ୍ରେମଭରା ଏଣୁ ଦୁଇ-ଚାରି ଜଣ ଏପରି ଲୋକ ଥିଲେ, ସେମାନେ ମୋତେ ପ୍ରେମରେ ‘ଦାଦା’ କହୁଥିଲେ । ଏବଂ ଅନ୍ୟ ସବୁ ତ ‘ଦାଦା କେବେ ଆସିଲେ ?' ଏମିତି ଉପରୁ ଉପରୁ ପଚାରୁ ଥିଲେ । ମୁଁ କୁହେ ଯେ “ପୁଅର ଦିନ ଆସିଲି ।” ତା’ପରେ କିଛି ବି ନାହିଁ, ଦେଖାଣିଆ ନମସ୍କାର ! କିନ୍ତୁ ସେମାନେ ତ ‘ରେଙ୍ଗୁଲର’(ନିୟମ ସହ) ନମସ୍କାର କରୁଥିଲେ । ମୁଁ ଖୋଜି ବାହାର କଲି ଯେ
ସେମାନେ ମୋତେ ‘ ଦାଦା’ କହିବେ, ତେବେ ମନରେ ମୁଁ ସେମାନଙ୍କୁ ‘ଦାଦା’ ମାନିବି । ସେମାନେ ମୋତେ ଯେତେବେଳେ ‘ଦାଦା’ କହିବେ ସେତେବେଳେ ମନରେ ମୁଁ ସେମାନଙ୍କୁ ‘ଦାଦା’ କହିବି ଅର୍ଥାତ୍ ପୁସ-ମାଇନସ କରି ଚାଲୁଥିଲି, ଭେଦ ପଡ଼ିବାକୁ ଦେଉନଥିଲି । ମୁଁ ସେମାନଙ୍କୁ ମନରେ ଦାଦା କହୁଥିଲି । ଯେମିତି-ଯେମିତି ମୋ ମନ

Page Navigation
1 ... 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118