Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 34
________________ ମାତା-ପିତା ଏବଂ ପିଲାଙ୍କୁ ବ୍ୟବହାର ଏ ଇଣ୍ଡିୟନ ଫିଲୋସଫି (ତତ୍ତ୍ବ ଦର୍ଶନ) କିପରି ହୋଇଥାଏ? ମାତା-ପିତାଙ୍କ ମଧ୍ୟରୁ ଜଣେ ଗାଳି କରେ ସେତେବେଳେ ଅନ୍ୟ ଜଣକ, ପିଲାର ରକ୍ଷଣ କରେ । ଏଥିପାଇଁ ସେ କିଛି ସୁଧୁରୁଥିବ, ତେବେ ସୁଧୁରିବା ତ ଏକ ପାର୍ଶ୍ୱରେ ରହିଲା, ଉପରୁ ପୁଅ ବୁଝେ ଯେ “ମମୀ ଭଲ ଏବଂ ପାପା ଖରାପ, ବଡ଼ ହୋଇଯିବି ସେତେବେଳେ ୟାଙ୍କୁ ମାରିବି ।” । ପିଲାମାନଙ୍କୁ ସୁଧାରିବାର ଅଛି ତେବେ ମୋ ଆଜ୍ଞାନୁସାରେ ଚାଲ । ପିଲାମାନେ ପଚାରିଲେ ହିଁ କହିବ ଏବଂ ସେମାନଙ୍କୁ ଏହା ମଧ୍ୟ କହିଦେବ ଯେ ମୋତେ ନ ପଚାରିବ ତେବେ ଭଲ । ପିଲାଙ୍କ ସମ୍ବନ୍ଧରେ ଓଲଟା ବିଚାର ଆସେ ତେବେ ତୁରନ୍ତ ତାହାର ପ୍ରତିକ୍ରମଣ କରିଦେବ । | କାହାକୁ ସୁଧାରିବାର ଶକ୍ତି ଏହି କାଳରେ ଖତମ୍ ହୋଇଯାଇଛି । ଏଣୁ ସୁଧାରିବାର ଆଶା ଛାଡ଼ିଦିଅ । କାହିଁକିନା ମନ-ବଚନ-କାୟାର ଏକାମ୍ବବୃତ୍ତି ଥିବ, ତେବେଯାଇ ସାମ୍ବାବାଲା ସୁଧୁରିପାରେ । ମନରେ ଯେପରି ଥିବ, ସେହିପରି ବାଣୀରେ ବାହାରେ ଏବଂ ବ୍ୟବହାର ମଧ୍ୟ ସେହିପରି ହେବ, ତେବେଯାଇ ସାମ୍ବାବାଲା ସୁଧୁରିବ । ଏହି କାଳରେ ଏପରି ନାହିଁ । ଘରେ ପ୍ରତ୍ୟେକ ବ୍ୟକ୍ତିଙ୍କ ସହ କିପରି ବ୍ୟବହାର ରଖୁବା, ତାହାର ‘ନର୍ମାଲିଟୀ’ (ସମାନତା) ଆଣିଦିଅ । ଆଚାର, ବିଚାର ଏବଂ ଉଚାରରେ ସିଧା ପରିବର୍ତ୍ତନ ହେବ ତେବେ ନିଜେ ପରମାତ୍ମା ହୋଇପାରେ ଏବଂ ଓଲଟା ପରିବର୍ଭନ ହେବ ତେବେ ରାକ୍ଷସ ବି ହୋଇପାରେ । । ଲୋକେ ସାମ୍ବାବାଲାକୁ ସୁଧାରିବାକୁ ଯାଇ ସବୁ ପ୍ରାଚର କରିପକାନ୍ତି । ପ୍ରଥମେ ନିଜେ ସୁଧୁରିବ ତେବେଯାଇ ଅନ୍ୟମାନଙ୍କୁ ସୁଧାରି ପାରିବ । କିନ୍ତୁ ନିଜର ସୁଧାର ବିନା ସାମ୍ବାବାଲା କିପରି ସୁଧୁରିବ ? | ଆମକୁ ପିଲାମାନଙ୍କ ପାଇଁ ଭାବ କରିଚାଲିବାର ଅଛି ଯେ ପିଲାଙ୍କୁ ସବୁଦ୍ଧି ପ୍ରାପ୍ତ ହେଉ । ଏପରି କରୁ-କରୁ ଦିନେ ତାହାର ପ୍ରଭାବ ନ ପଡ଼ି ରୁହେ ନାହିଁ । ସେମାନେ ତ ଧୀରେଧୀରେ ବୁଝିବେ, ତୁମେ ଭାବନା କରୁଥାଏ । ତାଙ୍କ ଉପରେ ଜବରଦସ୍ତି କରିବ ତେବେ ଓଲଟା ଚାଲିବେ । ତାତ୍ପର୍ଯ୍ୟ ଏହା ଯେ ସଂସାର ଯେମିତିସେମିତି ପୂରା କରିନେବା ଭଳି ଅଟେ । । ପୁଅ ମଦ ପିଇ ଆସେ ଏବଂ ତୁମକୁ ଦୁଃଖ ଦିଏ, ସେତେବେଳେ ଯଦି ତୁମେ ମୋତେ କୁହ ଯେ ଏ ପୁଅ ମୋତେ ବହୁତ ଦୁଃଖ ଦେଉଛି ତେବେ ମୁଁ କହିବି ଯେ ଭୁଲ ତୁମର ଅଟେ, ଏଣୁ ବିନା ଭାବ ବିଗାଡ଼ି, ଚୁପଚାପ ଶାନ୍ତିରେ ଭୋଗିନିଅ । ଏହା

Loading...

Page Navigation
1 ... 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118