Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ମାତା-ପିତା ଏବଂ ପିଲାଙ୍କ ବ୍ୟବହାର
। ଦାଦାଶ୍ରୀ : ମୂଳ ଦୋଷ ବାପର ହିଁ ଥାଏ । ସେ କାହିଁକି ଭୋଗୁଅଛି ? ପ୍ରଥମରୁ ଆଚରଣ ବିଗାଡ଼ିଛନ୍ତି, ସେହି କାରଣରୁ ଏହି ଦଶା ହୋଇଛି ନା ? ମୁଁ ଏହା କହିବାକୁ ଚାହୁଁଛି ଯେ ଯାହାର କୌଣସି ଜନ୍ମରେ ନିଜ ଆଚରଣ ଉପରୁ କଣ୍ଟ୍ରାଲ (ଅଙ୍କୁଶ) ନ ଉଠିଥିବ ତା’ସହ ଏପରି ହୁଏ ନାହିଁ । ପୂର୍ବକର୍ମ କିପରି ହେଲା ? ନିଜର ମୂଳ କଣ୍ଡୋଲ ନାହିଁ, ସେଥିପାଇଁ ନା ? ଅର୍ଥାତ ମୁଁ କଣ୍ଡାଲରେ ମାନେ । କଣ୍ଟ୍ରାଲ । ମାନିବା ପାଇଁ ତୋତେ ତାହାର ସବୁ ନିୟମ ବୁଝିବା ଉଚିତ ।
। ଏ ପିଲାମାନେ ନିଜର ଆଇନା ଅଟନ୍ତି । ନିଜ ପିଲାମାନଙ୍କ ଉପରୁ ଜଣା ପଡ଼େ ଯେ ନିଜର କେତେ ଭୁଲ ଅଛି !
ଯଦି ତୁମଠାରେ ଶୀଳ ନାମକ ଗୁଣ ଥିବ ତେବେ ବାଘ ମଧ୍ୟ ତୁମ ବଶରେ ରୁହେ ତେବେ ପିଲାଙ୍କର କି ଔକାତ ? ନିଜ ଶୀଳର ଠିକଣା ନାହିଁ, ସେହି କାରଣରୁ ଏ ସବୁ ଗଡ଼ବଡ଼ ହେଉଛି । ଶୀଳ ବୁଝିଗଲ ନା ?
ପ୍ରଶ୍ନକର୍ତ୍ତା : ଶୀଳ କାହାକୁ କହିବା ? ତାହା ବିଷୟରେ ଟିକେ ବିସ୍ତାରରେ, ସମସ୍ତେ ବୁଝିପାରିବେ, ଏପରି କୁହନ୍ତୁ ନା !
ଦାଦାଶ୍ରୀ : କିଞ୍ଚତମାତ୍ର ଦୁଃଖ ଦେବାର ଭାବ ନଥାଏ । ନିଜ ଶତ୍ରୁକୁ ବି ତିଳେମାତ୍ର ଦୁଃଖ ପହଞ୍ଚାଇବାର ଭାବ ନଥାଏ । ତା’ ପାଖରେ ‘ସିନ୍ଦିୟରିଟି’(ନିଷ୍ଠା) ଥାଏ, “ମୋରାଲିଟୀ’ (ନୈତିକତା) ଥାଏ, ସବୁ ଗୁଣ ସମିଳିତ ହୋଇଥିବ । କିଞ୍ଚତମାତ୍ର ହିସଂକ ଭାବ ନଥାଏ, ସେ ‘ଶୀଳବାନ’ କୁହାଯାଏ । ସେଠି ବାଘ ମଧ୍ୟ ଥଣ୍ଡା ହୋଇଯାଏ ।
ପ୍ରଶ୍ନକର୍ତ୍ତା : ଆଜିକାଲିର ମାତା-ପିତା ଏଭଳି ସବୁ ଆଣିବେ କେଉଁଠୁ ?
ଦାଦାଶ୍ରୀ : ତଥାପି ଆମକୁ ସେଥିରୁ ଅଳ୍ପ ବହୁତ, ପଚିଶ ପ୍ରତିଶତ ଦରକାର ନା ଦରକାର ନାହିଁ ? କିନ୍ତୁ ଆମେ କାଳ ସମୟ) ଯୋଗୁଁ ଆଇସକ୍ରିମ ଖାଇ ଚାଲିଥିବା ଏପରି ମୌଜୀ ହୋଇଗଲେଣି । । ପ୍ରଶ୍ନକର୍ତ୍ତା : ପିତାଙ୍କ ଚରିତ୍ର କିପରି ହେବା ଉଚିତ ?
ଦାଦାଶ୍ରୀ : ପିଲାମାନେ ପ୍ରତିଦିନ କହିବେ ଯେ “ପାପା, ଆମକୁ ବାହାରେ ଭଲ ଲାଗୁନାହିଁ । ତୁମ ସହିତ ବହୁତ ଭଲ ଲାଗୁଛି ।” ଏଭଳି ଚରିତ୍ର ହେବା ଉଚିତ ।
। ପ୍ରଶ୍ନକର୍ତ୍ତା : ଏହା ତ ଓଲଟା ହେଉଛି, ବାପ ଘରେ ଥିବ ତେବେ ପୁଅ ବାହାରକୁ ଯାଏ ଆଉ ବାପ ବାହାରକୁ ଯାଏ ତେବେ ପୁଅ ଘରେ ରୁହେ ।
ଦାଦାଶ୍ରୀ : ପୁଅକୁ ପାପାଙ୍କ ବିନା ଭଲ ନ ଲାଗେ ଏପରି ହେବା ଉଚିତ ।

Page Navigation
1 ... 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118