Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 28
________________ ୧୧ ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ମାରପିଟ କରିବା, ଏହା କେଉଁଠିକାର ରାସ୍ତା ? ଯେମିତି ପାମ୍ପଡ଼ର ଅଟା ଦଳୁଛି ! ହେମଦସ୍ତାରେ ପାମ୍ପଡ଼ର ଅଟା ଚକଟନ୍ତି, ସେହିପରି ଜଣେ ଲୋକକୁ ଧୁଲାଇ କରୁଥିବାର ମୁଁ ଦେଖୁଛି । । ମାତା-ପିତା ତ ସେମାନଙ୍କୁ କୁହାଯାଏ ଯେ ଯଦି ପୁଅ ଖରାପ ରାସ୍ତାରେ ଚାଲି ଯାଇଥିବ, ତଥାପି ଦିନେ ଯେବେ ମାତା-ପିତା କୁହନ୍ତି, “ପୁଅ, ଏହା ଆମକୁ ଶୋଭା ଦେଉନାହିଁ, ଏ ତୁ କ’ଣ କଲୁ ?” ତେବେ ପରଦିନ ସବୁ ବନ୍ଦ କରିଦିଏ । ଏପରି ପ୍ରେମ ଅଛି ହିଁ କେଉଁଠି ? ଏମାନେ ତ ବିନା ପ୍ରେମର ମାତା-ପିତା ! ଏ ଜଗତ ପ୍ରେମଦ୍ବାରା ହିଁ ବଶ ହୁଏ । ଏହି ମାତା-ପିତାଙ୍କୁ ପିଲାମାନଙ୍କ ଉପରେ କେତେ ଭଲ ପାଇବା ଅଛି ? ଗୋଲାପର ଚାରା ଉପରେ ମାଳିକୁ ଯେତିକି ଥାଏ ସେତିକି ! ଏମାନଙ୍କୁ ମାତା-ପିତା କିପରି କହିପାରିବା ? ପ୍ରଶ୍ନକର୍ତ୍ତା : ପିଲାମାନଙ୍କ ପାଠପଢ଼ା ପାଇଁ କିମ୍ବା ସଂସ୍କାର ପାଇଁ ଆମକୁ କିଛି ବି ଭାବିବା ଉଚିତ ନୁହେଁ ? ଦାଦାଶ୍ରୀ : ଭାବିବାରେ ଅସୁବିଧା ନାହିଁ । ପ୍ରଶ୍ନକର୍ତ୍ତା : ପାଠପଢ଼ା ତ ସ୍କୁଲରେ ହୁଏ, କିନ୍ତୁ ସଂସ୍କାର ଏବଂ ଚାରିତ୍ର କିପରି ଦେବୁ ? ଦାଦାଶ୍ରୀ : ଗଢ଼ିବା କାମ ବଣିଆକୁ ସମର୍ପି ଦିଅ । ଯିଏ ସେମାନଙ୍କୁ ଗଢ଼ିବାବାଲା ଥିବେ ସେମାନେ ଗଢ଼ିବେ । ଯେପର୍ଯ୍ୟନ୍ତ ପୁଅ ପନ୍ଦର ବର୍ଷର ଅଛି, ସେପର୍ଯ୍ୟନ୍ତ ତା’କୁ କହିପାରିବା, ସେପର୍ଯ୍ୟନ୍ତ ଆମେ ଯେପରି, ତା’କୁ ସେହିପରି ଗଢ଼ିଦେବା ପରେ ତା’ ସ୍ତ୍ରୀ ତା’କୁ ଗଢ଼ିବ । ଏ ତ ପିଲାଙ୍କୁ ଗଢ଼ିବା ଆସେ ନାହିଁ, ତଥାପି ଲୋକେ ଗଢୁଛନ୍ତି ! ଏହାଦ୍ବାରା ଗଢ଼ଣ ଠିକରେ ହେଉନାହିଁ । ମୂର୍ଭ ଭଲ ହେଉନାହିଁ । ନାକ ଅଢ଼େଇ ଇଞ୍ଚ ଜାଗାରେ ସାଢ଼େ ଚାରି ଇଞ୍ଚର କରିଦିଏ ! ପରେ ଯେବେ ପୁଅର ସ୍ତ୍ରୀ ଆସିବ, ସେ ତା’ ନାକକୁ କାଟି ଠିକ୍ କରିବା ପାଇଁ ଯିବ, ସେତେବେଳେ ପୁଅ ମଧ୍ୟ ତା’ ନାକ କାଟିବା ପାଇଁ ଯିବ । ଏହିପରି ଦୁହେଁ ମୁହାଁମୁହିଁ ହୋଇଯିବେ । ପ୍ରଶ୍ନକର୍ତ୍ତା : 'ସାର୍ଟିଫାଏଡ଼’ ଫାଦର-ମଦର ଙ୍କ ପରିଭାଷା କ’ଣ ? । ଦାଦାଶ୍ରୀ : ‘ସାର୍ଟିଫାଏଡ଼’ ମାତା-ପିତା, ଅର୍ଥାତ ଆମ ପିଲାମାନେ ଆମ କହିବା ଅନୁସାରେ ଚାଲିବେ । ନିଜ ପିଲାମାନେ ନିଜ ଉପରେ ଶ୍ରଦ୍ଧା ନ ରଖିବେ, ମାତା-ପିତାଙ୍କୁ ହଇରାଣ କରିବେ, ଏପରି ମାତା-ପିତା ‘ଅନସାର୍ଟିଫାଏଡ଼ ହଁ କୁହାଯିବେ ନା ?

Loading...

Page Navigation
1 ... 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118