Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ମାତା-ପିତା ଏବଂ ପିଲାଙ୍କ ବ୍ୟବହାର
(୩) ଝଗଡ଼ା କରନ୍ତି ନାହିଁ, ପିଲାଙ୍କ ଉପସ୍ଥିତିରେ...
। ଯଦି ଆମେ ମାଂସାହାର ନ କରିବା, ମଦ ନ ପିଇବା ଏବଂ ଘରେ ପତ୍ନୀ ସହ । ଝଗଡ଼ା ନ କରିବା ତେବେ ପିଲାମାନେ ଦେଖନ୍ତି ଯେ ପାପାଜୀ ବହୁତ ଭଲ । ଅନ୍ୟମାନଙ୍କ ପାପା-ମମୀ ଝଗଡ଼ା କରନ୍ତି, ମୋ ମମୀ-ପାପା ଝଗଡ଼ା କରୁନାହାନ୍ତି । ଏତିକି ଦେବେ ତେବେ ପୁଣି ପିଲାମାନେ ବି ଶିଖନ୍ତି ।
। ପତି ସବୁଦିନ ପତ୍ନୀ ସହ ଝଗଡ଼ା କରେ ତେବେ ପିଲାମାନେ ଏମିତି ଦେଖୁଥାନ୍ତି । କହିବେ ‘ଏ ପାପା ଏମିତି ହିଁ ଅଟନ୍ତି” । କାହିଁକିନା ଏତିକି ଛୋଟ ହେଉ ପଛେ ତଥାପି ନ୍ୟାୟ କରିବାବାଲା ନ୍ୟାୟାଧୀଶ ବୁଦ୍ଧି ତାଙ୍କଠାରେ ଥାଏ । ଝିଅମାନଙ୍କଠାରେ ନ୍ୟାୟାଧୀଶ ବୁଦ୍ଧି କମ ଥାଏ । ଝିଅମାନେ ସବୁବେଳେ ତାଙ୍କ ମା’ର ହିଁ ପକ୍ଷ ନିଅନ୍ତି । କିନ୍ତୁ ଏ ପୁଅ ତ ନ୍ୟାୟାଧୀଶ ବୁଦ୍ଧିବାଲା, ଜାଣନ୍ତି ଯେ ପାପାଙ୍କ ଦୋଷ ଅଛି ! ପୁଣି ଦୁଇ-ଚାରି ଜଣକୁ ପାପାଙ୍କ ଦୋଷ ବତାଇ-ବତାଇ, ନିଶ୍ଚୟ ସ୍ଥିର) ବି କରେ ଯେ ବଡ଼ ହୋଇ ଶିଖେଇବି ! ପରେ ବଡ଼ ହେବା ପରେ ସେହିପରି କରେ ମଧ୍ୟ । ତୋ ଅମାନତ ଓଲଟା ପୁଣି ତୋତେ !
। ପିଲାମାନଙ୍କ ଉପସ୍ଥିତିରେ ଲଢ଼ିବା ଉଚିତ ନୁହେଁ । ତୁମେ ସଂସ୍କାରୀ ହେବା ଉଚିତ । ତୁମର ଭୁଲ ଥୁବ ତଥାପି ପତ୍ନୀ କୁହେ, “କିଛି କଥା ନାହିଁ’ । ଆଉ ତା’ର ଭୁଲ ଥିବ ତେବେ ତୁମେ କୁହ, ‘ କିଛି କଥା ନାହିଁ’ । ପିଲାମାନେ ଯେବେ ଏପରି ଦେଖନ୍ତି ତେବେ ଅଲରାଇଟ୍( ସଠିକ) ହେବାକୁ ଲାଗନ୍ତି । ଆଉ ଯଦି ଲଢ଼ିବାର ଥିବ ତେବେ ଅପେକ୍ଷା କରିବ, ଯେତେବେଳେ ପିଲାମାନେ ସ୍କୁଲ ଚାଲିଯିବେ, ସେତେବେଳେ ଯେତେ ଲଢ଼ିବାର ଥିବ ସେତେ ଲଢ଼ିବ । କିନ୍ତୁ ପିଲାଙ୍କ ଉପସ୍ଥିତିରେ ଏପରି ଲଢ଼େଇଝଗଡ଼ା ହେବ, ତେବେ ସେମାନେ ଦେଖନ୍ତି ଏବଂ ପୁଣି ସେମାନଙ୍କ ମନରେ ପିଲାଦିନରୁ ପାପା ଏବଂ ମମୀ ପାଇଁ ବିରୋଧୀ ଭାବନା ଜନ୍ମ ନେବାକୁ ଲାଗେ । ସେମାନଙ୍କର ସକାରାତ୍ମକ ଭାବ ଦୂର ହୋଇ ନକାରାମ୍ବକ ଆରମ୍ଭ ହୋଇ ହିଁ ଯାଏ । ଅର୍ଥାତ ଆଜିକାଲି ପିଲାଙ୍କୁ ବିଗାଡ଼ିବାବାଲା ମାତା-ପିତା ହିଁ ଅଟନ୍ତି !
। ଯଦି ଲଢ଼ିବାକୁ ଥିବ ତେବେ ଏକାନ୍ତରେ ଲଢ଼ିବ, ପିଲାଙ୍କ ଉପସ୍ଥିତିରେ ନୁହେଁ । ଏକାନ୍ତରେ କବାଟ ବନ୍ଦ କରି କାଠ ଫାଳିଆ ଧରି ଦୁହିଁଙ୍କୁ ସାମ୍ନ-ସାମ୍ର ଦାଣ୍ଡିଆ ଖେଳିବାର ଅଛି ତେବେ ଖେଳ ।
। ଦାମିକା ଆମ୍ ଆଣିଥିବ ଏବଂ ସେହି ଆମ୍ବର ରସ, ସାଥରେ ରୁଟି ସବୁ ପ୍ରସ୍ତୁତ କରି ପତ୍ନୀ ପରଷିଲା ଏବଂ ଭୋଜନ ଆରମ୍ଭ ହେଲା । ଅଳ୍ପ ଖାଇଲା ଏବଂ ଯେମିତି

Page Navigation
1 ... 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118