Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୮
ମାତା-ପିତା ଏବଂ ପିଲାଙ୍କ ବ୍ୟବହାର
ତାହା ତ ଆମେ ମାନି ନେଉ ଯେ ମୋ ଗୋଲାପ, କିନ୍ତୁ ଗୋଲାପ ତ ଏଇୟା ବୁଝେ ଯେ ମୁଁ ନିଜେ ହିଁ ଅଟେ । ଅନ୍ୟ କାହାର ନୁହେଁ । ସମସ୍ତେ ନିଜର ସ୍ଵୟଂର ସ୍ଵାର୍ଥରୁ ପ୍ରେରିତ ଅଟନ୍ତି । ଏହା ତ ଆମେ ପାଗଳା ଅହଂକାର କରୁଛେ । ପାଗଳାମି କରୁଛେ । ପ୍ରଶ୍ନକର୍ତ୍ତା : ଯଦି ଆମେ ଗୋଲାପକୁ ପାଣି ନଦେବୁ, ତେବେ ଗୋଲାପ ତ ଝାଉଁଳି ଯିବ ।
ଦାଦାଶ୍ରୀ : ନ ଦେବୁ, ଏପରି ହୁଏ ହିଁ ନାହିଁ ନା ! ପୁଅକୁ ଭଲ ଭାବରେ ନ ରଖୁବା ତେବେ ପୁଅ କାମୁଡ଼ିବାକୁ ଦୌଡ଼ିବ ନହେଲେ ପୁଣି ପଥର ମାରିବ ।
ଏବେ ସାଂସାରିକ କର୍ତ୍ତବ୍ୟ ବହନ କରିବା ସହିତ ଧର୍ମ କାର୍ଯ୍ୟର ସମନ୍ଵୟ କିପରି ହେବ ? ପୁଅ ଓଲଟା କହୁଥିବ ତେବେ ମଧ୍ୟ ଆମେ ନିଜର ଧର୍ମ ନ ଭୁଲି, କର୍ତ୍ତବ୍ୟ ପୁରା କରିବା ଉଚିତ । ତୁମର ଧର୍ମ କ’ଣ ? ପୁଅକୁ ପାଳି-ପୋଷି ବଡ଼ କରିବା, ତା’କୁ ଠିକ ରାସ୍ତାରେ ଚଲାଇବା । ଏବେ ସେ ତେଢ଼ା କହୁଛି ଏବଂ ତୁମେ ବି ତେଢ଼ା କହିବ ତେବେ ପରିଣାମ କ’ଣ ହେବ ? ସେ ବିଗିଡ଼ି ଯିବ । ଏଣୁ ପ୍ରେମର ସହ ତା’କୁ ପୁଣି ବୁଝାଇବା ଉଚିତ ଯେ ବସ ଭାଇ, ଦେଖ, ଏମିତି, ସେମିତି । ଅର୍ଥାତ ସବୁ କର୍ତ୍ତବ୍ୟରେ ଧର୍ମ ରହିବା ଉଚିତ । ଧର୍ମ ନ ରହିବ ତେବେ ତା’ ଜାଗାରେ ଅଧର୍ମ ପଶିଯିବ । କୋଠରୀ ଖାଲି ରହିବ ନାହିଁ । ଏବେ ଏଠାରେ ଆମେ ଘର ଖାଲି ରଖ୍ ଛାଡ଼ି ଦେଇଥିବା ତେବେ ଲୋକେ ତାଲା ଖୋଲି ପଶିଯିବେ ନା ନାହିଁ ?
ବାସ୍ତବରେ ଘରେ ସ୍ତ୍ରୀ ମାନଙ୍କର ପ୍ରକୃତ ଧର୍ମ କ’ଣ ? ଆଖପାଖରେ ସବୁ ଲୋକ ଏପରି କହିବେ ଯେ ବାଃ! କ’ଣ କହିବା! କର୍ତ୍ତବ୍ୟ ଏମିତି ପାଳିବା ଯେ ଆଖପାଖ ଲୋକେ ଖୁସି ହୋଇଯିବେ । ଏଣୁ ସ୍ତ୍ରୀର ପ୍ରକୃତ ଧର୍ମ ଏହା ଯେ ପିଲାମାନଙ୍କର ଲାଳନପାଳନ କରିବା, ସେମାନଙ୍କୁ ଭଲ ସଂସ୍କାର ଦେବା; ପତିର ସଂସ୍କାର କମ୍ ଥୁବ ତେବେ ସଂସ୍କାର ଛିଞ୍ଚିବା । ସବୁକିଛି ନିଜର ସୁଧାରିବା, ଏହାର ନାମ ଧର୍ମ । କ’ଣ ସୁଧାରିବାକୁ ପଡ଼ିବ ନାହିଁ ?
କିଛି ଲୋକ ତ କ’ଣ କରନ୍ତି? ଭଗବାନଙ୍କ ଭକ୍ତିରେ ତନ୍ମୟ ରୁହନ୍ତି, କିନ୍ତୁ ପିଲାଙ୍କୁ ଦେଖ୍ ଚିଡ଼ନ୍ତି । ଯେଉଁମାନଙ୍କ ମଧ୍ୟରେ ଭଗବାନ ପ୍ରକଟ ହୋଇଛନ୍ତି ଏପରି ପିଲାଙ୍କୁ ଦେଖ୍ ଚିଡ଼େ ଏବଂ ସେଠି ଭଗବାନଙ୍କ ଭକ୍ତି କରି ଚାଲୁଥାଏ, ତା’ର ନାମ ଭକତ ! ଏହି ପିଲାମାନଙ୍କ ଉପରେ ଚିଡ଼ିବା ଉଚିତ କି ? ଆରେ ! ଏମାନଙ୍କ ଭିତରେ ତ ପ୍ରକଟ ଭଗବାନ ଅଛନ୍ତି !

Page Navigation
1 ... 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118