Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୧o
। ମାତା-ପିତା ଏବଂ ପିଲାଙ୍କୁ ବ୍ୟବହାର କଢ଼ିରେ ହାତ ମାରିଲା, ଟିକିଏ ଲୁଣିଆ ଲାଗିଲା କି ନାହିଁ ଡାଇନିଙ୍ଗ ଟେବଲ୍ ବାଡ଼େଇ କୁହେ, “କଢ଼ି ଲୁଣିଆ କରିଦେଲୁ ।’ ଆରେ ! ଚୁପ ଚାପ ଖାଇ ନେ ନା ! ଘରର ମାଲିକ, ସେଠି କେହି ତା’ ଉପରେ ନାହିଁ । ସେ ନିଜେ ହିଁ ବୋସ୍, ସେଥିପାଇଁ ଧମକଚମକ ଆରମ୍ଭ କରିଦିଏ । ପିଲାମାନେ ଡରିଯାନ୍ତି ଯେ ପାପା ଏମିତି ପାଗଳ କାହିଁକି ହୋଇଗଲେ ? କିନ୍ତୁ କହି ପାରନ୍ତି ନାହିଁ । କାହିଁକିନା ବିଚରାମାନେ ଦବି ହୋଇ ଅଛନ୍ତି, କିନ୍ତୁ ମନରେ ଅଭିପ୍ରାୟ ବାନ୍ଧି ନିଅନ୍ତି ଯେ ପାପା ପାଗଳ ଲାଗୁଛନ୍ତି ।
| ଅତଃ ପିଲାମାନେ ସବୁ ବିରକ୍ତ ହୋଇଗଲେଣି । ସେମାନେ କୁହନ୍ତି ଯେ ଫାଦର-ମଦର ବିବାହ କରିଛନ୍ତି, ତାଙ୍କର ସୁଖ !) ଦେଖ୍ ଆମେ ବିରକ୍ତ ହୋଇଗଲୁଣି । ମୁଁ ପଚାରିଲି, “କାହିଁକି ? କଣ ଦେଖୁଲୁ ?’, ତେବେ ସେମାନେ କୁହନ୍ତି ଯେ ପ୍ରତିଦିନ କୈଶ । ଏଣୁ ଆମେ ବୁଝିଗଲୁଣି ଯେ ବିବାହ କଲେ ଦୁଃଖ ମିଳେ । ଏବେ ଆମକୁ ବିବାହ କରିବାର ନାହିଁ ।
। (୪) ଅନୁସାର୍ଟିଫାଏଡ଼ ଫାଦର୍ସ ଏଣ୍ଡ ମଦର୍ସ
ଜଣେ ବାପ କୁହେ, 'ଏ ପିଲାମାନେ ସବୁ ମୋର ବିରୋଧୀ ହୋଇ ଗଲେଣି ।” ମୁଁ କହିଲି ‘ତୁମର ଯୋଗ୍ୟତା ନାହିଁ ଏହା ସ୍ପଷ୍ଟ ହୋଇଯାଉଛି’ । ଯଦି ତୁମର ଯୋଗ୍ୟତା ଥୁବ ତେବେ ପିଲାମାନେ କାହିଁକି ବିରୋଧ କରିବେ ? ଏଣୁ ଏହିପରି ନିଜର ମର୍ଯ୍ୟାଦା ନଷ୍ଟ କରିନାହିଁ ।
। ଆଉ ପିଲାମାନଙ୍କୁ ଧମକାଇ ଚାଲିବା ତେବେ ବିଗିଡ଼ି ଯାଆନ୍ତି । ସେମାନଙ୍କୁ ସୁଧାରିବାକୁ ଥିବ ତେବେ ମୋ ପାଖକୁ ଡାକି କିଛି କଥାବାର୍ତ୍ତା କରାଇବ ତେବେ ସୁଧୁରିଯିବେ !
। ଏଥିପାଇଁ ମୁଁ ପୁସ୍ତକରେ ଲେଖୁଛି ଯେ ‘ ଅନକ୍ସଲିଫାଏଡ଼ ଫାଦର୍ସ ଏଣ୍ଡ ଅନକ୍ସଲିଫାଏଡ଼ ମଦର୍ସ (ଯୋଗ୍ୟତା ବିହୀନ ମାତା-ପିତା), ତେବେ ପିଲାମାନେ ମଧ୍ୟ ସେହିପରି ହୋଇଯିବେ ନା ! ସେଥିପାଇଁ ମୋତେ କହିବାକୁ ପଡ଼ିଲା, ଫାଦର ହେବାର ଯୋଗ୍ୟତାର ସାର୍ଟିଫିକେଟ ନେବା ପରେ ବାହା ହେବା ଉଚିତ ।
ଏମାନଙ୍କୁ ତ ଜୀବନ ଜୀଇଁବା ବି ଆସୁନାହିଁ, କିଛି ବି ଆସୁନାହିଁ ! ଏହି ସଂସାର-ବ୍ୟବହାର କିପରି ଚଲାଇବା, ତାହା ମଧ୍ୟ ଆସୁନାହିଁ । ଏଥିପାଇଁ ପୁଣି ପିଲାମାନଙ୍କର ଧୁଲାଇ କରେ( ମାଡ଼ ମାରେ) ! ଆରେ ସେମାନଙ୍କୁ ପିଟୁଛୁ ତ କ’ଣ ସେମାନେ କପଡ଼ା ଅଟନ୍ତି, ଯେ ଧୋଇ ଚାଲିଛୁ ? ପିଲାଙ୍କୁ ଏହିପରି ସୁଧାରିବା,

Page Navigation
1 ... 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118