Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 12
________________ ସମ୍ପାଦକୀୟ କେଉଁ ଜନ୍ମରେ ପିଲା ହୋଇନାହାନ୍ତି ? ମାତା-ପିତାଙ୍କ ବିନା କାହାର ଅସ୍ତିତ୍ବ ସମ୍ଭବ ? ସବୁ ଭଗବାନ ମା’ର ପେଟରୁ ହିଁ ଜନ୍ମିଥିଲେ ! ଏହିପରି, ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ଅନାଦି ଅନନ୍ତ ଅଟେ । ଏହି ବ୍ୟବହାର ଆଦର୍ଶ କିପରି ହେବ, ସେଥିପାଇଁ ସମସ୍ତେ ଦିନ-ରାତି ପ୍ରୟାସ କରୁଥିବାର ଦେଖାଯାଏ । ଆଉ ଏହି କଳିଯୁଗରେ ତ କଥା କଥାରେ ମାତା-ପିତା ଏବଂ ପିଲାଙ୍କ ମଧ୍ୟରେ ଯେଉଁ ମତଭେଦ ଦେଶୃବାକୁ ମିଳେ, ତାହା ସବୁ ଦେଖ୍ ଲୋକେ ବିବ୍ରତ ହୋଇଯାନ୍ତି । ସତ୍ୟଯୁଗରେ ବି ଭଗବାନ ରାମ ଏବଂ ଲବ-କୁଶଙ୍କ ବ୍ୟବହାର କିପରି ଥିଲା ? ଋଷଭଦେବା ଭଗବାନଙ୍କଠାରୁ ଅଲଗା ସମ୍ପ୍ରଦାୟ ଚଲାଇବାବାଲା ମରୀଚି ବି ତ ଥିଲେ । ଧୃତରାଷ୍ଟ୍ରଙ୍କ ମମତା ଏବଂ ଦୁର୍ଯ୍ୟୋଧନର ସ୍ୱଚ୍ଛନ୍ଦତା କ’ଣ ଅଜଣା ଅଟେ ? ଭଗବାନ ମହାବୀରଙ୍କ ସମୟରେ ଶ୍ରେଣୀକ ରାଜା ଏବଂ ପୁତ୍ର କୋଣିକ ମୋଗଲମାନଙ୍କର ସ୍ମରଣ କରାନ୍ତି ନାହିଁ କି ? ! ମୋଗଲ ବାଦଶାହା ଜଗପ୍ରସିଦ୍ଧ ହେଲେ, ସେମାନଙ୍କ ମଧ୍ୟରୁ ଗୋଟିଏ । ପଟେ ବାବର ଥିଲେ, ଯିଏ ହୁମାୟୁନର ଜୀବନ ସକାଶେ, ବଦଳରେ ନିଜ ଜୀବନ ଦେବାପାଇଁ ଆଲ୍ଲାହଙ୍କୁ ପ୍ରାର୍ଥନା କରିଥିଲେ, ତେବେ ଅନ୍ୟ ପଟେ ସାହାଜାହାନଙ୍କୁ ବନ୍ଦୀକରି ଔରଙ୍ଗଜେବ ଗାଦିଶୀନ ହୋଇଥିଲେ । ଭଗବାନ ରାମ ପିତାଙ୍କ କାରଣରୁ ହିଁ ବନବାସ ଯାଇଥିଲେ । ଶ୍ରବଣ, ମାତା-ପିତାଙ୍କୁ ବାହୁଙ୍ଗିରେ ବସାଇ ଯାତ୍ରା କରାଇଥିଲା( ମୁଖପୃଷ୍ଠ) । ଏହିପରି ରାଗ୍(ଆସକ୍ତି)-ଦୈଷ ମଧ୍ୟରେ ଝୁଲୁଥିବା ମାତାପିତା ଏବଂ ପିଲାଙ୍କ ବ୍ୟବହାର ପ୍ରତ୍ୟେକ କାଳରେ ହୁଏ । ବର୍ତ୍ତମାନ ଦ୍ବଷର ବ୍ୟବହାର ବିଶେଷ ରୂପରେ ଦେଖବାକୁ ମିଳୁଛି । ଏପରି କାଳରେ ସମତାରେ ରହି ଆଦର୍ଶ ବ୍ୟବହାର ଦ୍ବାରା ମୁକ୍ତ ହେବାର ରାସ୍ତା ଅକ୍ରମ ବିଜ୍ଞାନୀ ପରମପୂଜ୍ୟ ଦାଦା ଭଗବାନ (ଦାଦାଶ୍ରୀ)ଙ୍କ ବାଣୀ ଦ୍ଵାରା ଏଠାରେ ପ୍ରରୂପିତ ହୋଇଛି । ଆଜିର ଯୁବବର୍ଗର ମାନସିକତା, ସଂପୂର୍ଣ୍ଣରୂପେ ଜାଣି, ତାହାକୁ ଜିତିବାର ରାସ୍ତା ଦେଖାଇଛନ୍ତି । ବିଦେଶରେ ସ୍ଥିତ ଭାରତୀୟ ମାତା-ପିତା ଏବଂ ପିଲାମାନଙ୍କର, ଦୁଇ ଦେଶର ଭିନ୍ନ ଭିନ୍ନ ସଂସ୍କୃତି ମଧ୍ୟରେ, ଜୀବନ ଜୀଇଁବାର କଠିନ ସମସ୍ୟାର ସୁନ୍ଦର ନିରାକରଣ ପ୍ରସଙ୍ଗାନୁସାରେ କଥାବାର୍ତ୍ତା ମାଧ୍ୟମରେ ବତାଇଛନ୍ତି । ଏହି ପରାମର୍ଶ ବରିଷ୍ଠ ପାଠକଙ୍କୁ ଏବଂ ଯୁବବର୍ଗଙ୍କୁ ବହୁତ-ବହୁତ ଉପଯୋଗୀ ସିଦ୍ଧ ହେବ, ଏକ ଆଦର୍ଶ ଜୀବନ ଜୀଇଁବା ପାଇଁ । । ପ୍ରସ୍ତୁତ ପୁସ୍ତକ ଦୁଇ ବିଭାଗରେ ସଙ୍କଳିତ ହୋଇ ପ୍ରକାଶିତ ହେଉଅଛି । 11

Loading...

Page Navigation
1 ... 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118