Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 16
________________ । କଢ଼ିକୁ ଖେଳାଇବାର କଳା ଜ୍ଞାନୀଙ୍କର କିପରି ହୋଇଥାଏ, ତାହା ଏଠି ଦେଖବାକୁ ମିଳେ । ଏଠାରେ ଦୁଇ ବର୍ଷରୁ ନେଇ ବାର ବର୍ଷର ପିଲାଙ୍କୁ ଖେଳିବାର ଦେଖନ୍ତି, ତେବେ ବହୁତ-କିଛି ଶିଖୁବାକୁ ମିଳେ, ପ୍ରେମ, ସମତା ଏବଂ ଆମୀୟତାର ରଙ୍ଗରୁ । । ପିଲାମାନଙ୍କୁ କେଉଁ ପ୍ରକାରେ ପଢ଼ାଇବା-ଲେଖାଇବା ଉଚିତ ଏବଂ ଗଢ଼ିବା ଉଚିତ ? । ପିଲାମାନେ ବାହା ହେବା ଯୋଗ୍ୟ ହୁଅନ୍ତି, ତେବେ ବଡ଼ ପ୍ରଶ୍ନ ଆସି ଛିଡ଼ା ହୁଏ, ପାତ୍ର କିଏ ହେବ ଏବଂ କିପରି ପସନ୍ଦ କରିବୁ ? ଦାଦାଶ୍ରୀ ପୁଅ ଏବଂ ଝିଅମାନଙ୍କୁ ବହୁତ ସୁନ୍ଦର ମାର୍ଗଦର୍ଶନ ଦିଅନ୍ତି, ଯାହାଦ୍ୱାରା ମାତା-ପିତା ଏବଂ ପିଲାଙ୍କ ସହମତିରେ ପାତ୍ରର ଚୟନ ହେବ । । ଝିଅମାନଙ୍କୁ ଶ୍ଵଶୁର ଘରେ ସମସ୍ତଙ୍କୁ ପ୍ରେମଦ୍ଵାରା ବଶ କରିବାର ସୁନ୍ଦର ଚାବିସବୁ ଦାଦାଶ୍ରୀ ପ୍ରଦାନ କରିଛନ୍ତି । ମାତା-ପିତାଙ୍କ ସେବା, ବିନୟ ଦ୍ବାରା ତାଙ୍କର ଆଶିଷ ପ୍ରାପ୍ତ କରିବାର ମହତ୍ତ୍ବ କ’ଣ ଏବଂ ତାହା କିପରି ପ୍ରାପ୍ତ ହେବ ? । ଶେଷରେ, ବୃଦ୍ଧମାନଙ୍କ ବ୍ୟଥା ଏବଂ ତାହାର ସମାଧାନ ପାଇଁ ବୃଦ୍ଧାଶ୍ରମର ଆବଶ୍ୟକତା ଏବଂ ଆଧାୟିକ ଜୀବନ କିପରି ଜୀଇଁବା, ଏହାର ସୁନ୍ଦର ମାର୍ଗଦର୍ଶନ ଏଠାରେ ସଙ୍କଳିତ ହୋଇଛି, ଯାହାକୁ ପଢ଼ି ବୁଝିବା ଦ୍ଵାରା ମାତା-ପିତା ଏବଂ ପିଲା ଉଭୟଙ୍କ ବ୍ୟବହାର ଆଦର୍ଶ ହେବ । -ଡା, ନୀରୁବେନ ଅମୀନ

Loading...

Page Navigation
1 ... 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118