________________
। କଢ଼ିକୁ ଖେଳାଇବାର କଳା ଜ୍ଞାନୀଙ୍କର କିପରି ହୋଇଥାଏ, ତାହା ଏଠି ଦେଖବାକୁ ମିଳେ । ଏଠାରେ ଦୁଇ ବର୍ଷରୁ ନେଇ ବାର ବର୍ଷର ପିଲାଙ୍କୁ ଖେଳିବାର ଦେଖନ୍ତି, ତେବେ ବହୁତ-କିଛି ଶିଖୁବାକୁ ମିଳେ, ପ୍ରେମ, ସମତା ଏବଂ ଆମୀୟତାର ରଙ୍ଗରୁ । । ପିଲାମାନଙ୍କୁ କେଉଁ ପ୍ରକାରେ ପଢ଼ାଇବା-ଲେଖାଇବା ଉଚିତ ଏବଂ ଗଢ଼ିବା ଉଚିତ ? । ପିଲାମାନେ ବାହା ହେବା ଯୋଗ୍ୟ ହୁଅନ୍ତି, ତେବେ ବଡ଼ ପ୍ରଶ୍ନ ଆସି ଛିଡ଼ା ହୁଏ, ପାତ୍ର କିଏ ହେବ ଏବଂ କିପରି ପସନ୍ଦ କରିବୁ ? ଦାଦାଶ୍ରୀ ପୁଅ ଏବଂ ଝିଅମାନଙ୍କୁ ବହୁତ ସୁନ୍ଦର ମାର୍ଗଦର୍ଶନ ଦିଅନ୍ତି, ଯାହାଦ୍ୱାରା ମାତା-ପିତା ଏବଂ ପିଲାଙ୍କ ସହମତିରେ ପାତ୍ରର ଚୟନ ହେବ ।
। ଝିଅମାନଙ୍କୁ ଶ୍ଵଶୁର ଘରେ ସମସ୍ତଙ୍କୁ ପ୍ରେମଦ୍ଵାରା ବଶ କରିବାର ସୁନ୍ଦର ଚାବିସବୁ ଦାଦାଶ୍ରୀ ପ୍ରଦାନ କରିଛନ୍ତି । ମାତା-ପିତାଙ୍କ ସେବା, ବିନୟ ଦ୍ବାରା ତାଙ୍କର ଆଶିଷ ପ୍ରାପ୍ତ କରିବାର ମହତ୍ତ୍ବ କ’ଣ ଏବଂ ତାହା କିପରି ପ୍ରାପ୍ତ ହେବ ?
। ଶେଷରେ, ବୃଦ୍ଧମାନଙ୍କ ବ୍ୟଥା ଏବଂ ତାହାର ସମାଧାନ ପାଇଁ ବୃଦ୍ଧାଶ୍ରମର ଆବଶ୍ୟକତା ଏବଂ ଆଧାୟିକ ଜୀବନ କିପରି ଜୀଇଁବା, ଏହାର ସୁନ୍ଦର ମାର୍ଗଦର୍ଶନ ଏଠାରେ ସଙ୍କଳିତ ହୋଇଛି, ଯାହାକୁ ପଢ଼ି ବୁଝିବା ଦ୍ଵାରା ମାତା-ପିତା ଏବଂ ପିଲା ଉଭୟଙ୍କ ବ୍ୟବହାର ଆଦର୍ଶ ହେବ ।
-ଡା, ନୀରୁବେନ ଅମୀନ