Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
। ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ଦାଦାଶ୍ରୀ : ତୁମେ ଧର୍ମ ସ୍ଵରୂପ ହୋଇଯାଅ, ତେବେ ସେମାନେ ମଧ୍ୟ ହୋଇଯିବେ । ତୁମର ଯେମିତି ଗୁଣ ଯୁବ, ପିଲାମାନେ ସେହିପରି ହିଁ ଶିବେ । ଏଣୁ ତୁମେ ହିଁ ଧମିଷ୍ଠ ହୋଇଯାଅ । ତୁମକୁ ଦେଖ୍ ଦେଖ୍ ଶିବେ । ଯଦି ତୁମେ ସିଗାରେଟ ପିଉଥିବ, ତେବେ ସେମାନେ ମଧ୍ୟ ସିଗାରେଟ ପିଇବା ଶିଖିବେ । ତୁମେ ମଦ ପିଉଥିବା ତେବେ ସେମାନେ ମଧ୍ୟ ମଦ ପିଇବା ଶିଖୁବେ । ମାଂସ ଖାଉଥିବ ତେବେ ମାଂସ ଖାଇବା ଶିଖିବେ । ତୁମେ ଯାହା କରୁଥିବ ସେହିପରି ହିଁ ସେମାନେ ଶିବେ । ସେମାନେ ଭାବିବେ ଯେ ଆମେ ଏମାନଙ୍କଠାରୁ ବି ବଳିକି କରିବା ।
ପ୍ରଶ୍ନକର୍ତ୍ତା : ଭଲ ସ୍କୁଲରେ ପଢ଼ାଇଲେ ଭଲ ସଂସ୍କାର ମିଳେ ନାହିଁ ?
ଦାଦାଶ୍ରୀ : କିନ୍ତୁ, ସେ ସବୁ ସଂସ୍କାର ନୁହେଁ । ମାତା-ପିତାଙ୍କ ବ୍ୟତୀତ ପିଲାମାନେ ଅନ୍ୟ କାହାରିଠାରୁ ସଂସ୍କାର ପ୍ରାପ୍ତ କରନ୍ତି ନାହିଁ । ସଂସ୍କାର ମାତା-ପିତାଙ୍କର, ଗୁରୁଙ୍କର । ଏବଂ ଅବହୁତ ତା’ର ଯେଉଁ ସର୍କଲ୍ ଥାଏ, ଫ୍ରେଣ୍ଡସର୍କଲ, ତାହାର ସଂଯୋଗ । ସବୁଠୁ ଅଧୁକ ସଂସ୍କାର ମାତା-ପିତାଙ୍କଠାରୁ ମିଳେ । ମାତା-ପିତା ସଂସ୍କାରୀ ହୋଇଥିବେ, ତେବେ ପିଲାମାନେ ମଧ୍ୟ ସଂସ୍କାରୀ ହୁଅନ୍ତି ଅନ୍ୟଥା ସଂସ୍କାରୀ ହେବେ ହିଁ ନାହିଁ ।
। ପ୍ରଶ୍ନକର୍ତ୍ତା : ଆମେ ପିଲାଙ୍କୁ ପାଠପଢ଼ା ପାଇଁ ‘ ଇଣ୍ଡିଆ’ ପଠାଇ ଦେବୁ, ତେବେ କ’ଣ ଆମେ ନିଜର ଦାୟିତ୍ବ ଭୁଲି ଯାଉନାହୁଁ ?
ଦାଦାତ୍ରୀ : ନା, ଭୁଲୁନାହିଁ । ତୁମେ ତାଙ୍କର ସବୁ ଖର୍ଚ୍ଚ ଦେଇଦିଅ । ସେଠାରେ ତ ଏମିତି ବି ସ୍କୁଲ ଅଛି ଯେ ଯେଉଁଠି ହିନ୍ଦୁସ୍ତାନର ଲୋକ ବି ନିଜ ପିଲାଙ୍କୁ ପଢ଼ିବା ପାଇଁ ପଠାନ୍ତି । ଖାଇବା-ପିଇବା ସେଇଠି ଏବଂ ରହିବା ମଧ୍ୟ ସେଇଠି, ଏପରି ଭଲ ସ୍କୁଲ ଅଛି ।
। ପ୍ରଶ୍ନକର୍ତ୍ତା : ଦାଦା, ଘର-ସଂସାର ଶାନ୍ତିପୂର୍ଣ୍ଣ ରହୁ ଏବଂ ଅନ୍ତରାତ୍ମାର ମଧ୍ୟ ରକ୍ଷଣ ହେଉ, ଏପରି କରିଦିଅନ୍ତୁ ।
। ଦାଦାଶ୍ରୀ : ଘର ସଂସାର ଶାନ୍ତିପୂର୍ଣ୍ଣ ରହିବ କେବଳ ଏତିକି ନୁହେଁ, କିନ୍ତୁ ପିଲାମାନେ ମଧ୍ୟ ତୁମକୁ ଦେଖୁ ଅଧୁକ ସଂସ୍କାରୀ ହେବେ, ଏପରି ଅଟେ । ଏ ତ ମାତା-ପିତାଙ୍କର ପାଗଳାମି ଦେଖ୍ ପିଲାମାନେ ମଧ୍ୟ ପାଗଳ ହୋଇଗଲେଣି । କାହିଁକିନା ମାତା-ପିତାଙ୍କ ଆଚାର-ବିଚାର ଉପଯୁକ୍ତ ନାହିଁ । ପତି-ପତ୍ନୀ ମଧ, ପିଲାମାନେ ବସିଥିବେ, ସେତିକିବେଳେ ଅନୁପଯୁକ୍ତ ବ୍ୟବହାର କରନ୍ତି, ତେବେ ପୁଣି ପିଲାମାନେ ବିଗିଡ଼ିବେ ନାହିଁ ତ ଆଉ କ’ଣ ହେବେ ? ପିଲାଙ୍କ ମଧ୍ୟରେ ସଂସ୍କାର କିପରି ଆସିବ ?

Page Navigation
1 ... 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118