Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 18
________________ ମାତା-ପିତାଙ୍କର ପିଲାଙ୍କ ପ୍ରତି ବ୍ୟବହାର | (ପୂର୍ବାଦ୍ଧ) । (୧) ସଂସ୍କାର ସିଞ୍ଚନ... ପ୍ରଶ୍ନକର୍ତ୍ତା : ଏଠି ଆମେରିକାରେ ପଇସା ଅଛି, କିନ୍ତୁ ସଂସ୍କାର ନାହିଁ ଆଉ ଏଠି ଆଖପାଖର ବାତାବରଣ ହିଁ ଏପରି ଅଟେ, ତେବେ ଏଥିପାଇଁ କ’ଣ କରିବୁ ? | । ଦାଦାଶ୍ରୀ : ପ୍ରଥମେ ତ ମାତା-ପିତାଙ୍କୁ ସଂସ୍କାରୀ ହେବା ଉଚିତ । ପୁଣି ପିଲାମାନେ ବାହାରକୁ ଯିବେ ହିଁ ନାହିଁ । ମାତା-ପିତା ଏପରି ହୁଅନ୍ତୁ ଯେ ତାଙ୍କ ପ୍ରେମ ଦେଖ୍ ପିଲାମାନେ ସେଠାରୁ ଦୂରକୁ ଯିବେ ହିଁ ନାହିଁ । ମାତା-ପିତାଙ୍କୁ ଏପରି ପ୍ରେମମୟ ହେବା ଉଚିତ । ପିଲାଙ୍କୁ ଯଦି ସୁଧାରିବାର ଅଛି ତେବେ ତୁମେ ଉତ୍ତରଦାୟୀ ଅଟ । ପିଲାମାନଙ୍କ ସହ ତୁମେ କର୍ତ୍ତବ୍ୟରୁ ବାନ୍ଧି ହୋଇଛି । ତୁମକୁ ବୁଝାପଡ଼ିଲା ନାହିଁ ? ଆମ ଲୋକମାନେ ପିଲାମାନଙ୍କୁ ବହୁତ ଉଚ୍ଚ ସ୍ତରର ସଂସ୍କାର ଦେବା ଉଚିତ । ଆମେରିକାରେ ଅନେକ ଲୋକ କୁହନ୍ତି ଯେ ‘ ଆମ ପିଲାମାନେ ମାଂସାହାର କରୁଛନ୍ତି ଏବଂ ଏମିତି ବହୁତ କିଛି କରୁଛନ୍ତି’ । ମୁଁ ପଚାରିଲି, ‘ତୁମେ ମାଂସାହାର କରୁଛି ? ତେବେ କୁହନ୍ତି, “ହଁ ଆମେ କରୁଛୁ ।” ମୁଁ କହିଲି, ‘ତେବେ ତ ପିଲାମାନେ ବି କରିବେ ନିଶ୍ଚୟ ।’ ଆମରି ସଂସ୍କାର ! ଆଉ ଯଦି ଆମେ କରୁ ନଥିବା ତେବେ ମଧ୍ୟ ସେମାନେ କରିପାରନ୍ତି, କିନ୍ତୁ ଅଲଗା ଜାଗାରେ । କିନ୍ତୁ ଆମ କର୍ଭବ୍ୟ ଏତିକି ଯେ ଯଦି ସେମାନଙ୍କୁ ସଂସ୍କାରୀ ବନାଇବାର ଥିବ ତେବେ ଆମକୁ ଆମର କର୍ଭବ୍ୟ ନ ଭୁଲିବା ଉଚିତ । । ଏବେ ତୁମକୁ ପିଲାମାନଙ୍କର ଧାନ ରଖୁବା ଉଚିତ ଯେ ୟାଡୁ-ସାଂଡୁ, ଏସବୁ ନ ଖାଆନ୍ତୁ । ଆଉ ଯଦି ତୁମେ ଖାଉଥିବ ତେବେ ଏହି ଜ୍ଞାନ ପ୍ରାପ୍ତ ହେବା ପରେ ତୁମକୁ ସବୁ ବନ୍ଦ କରିଦେବା ଉଚିତ । ଅର୍ଥାତ ସେମାନେ ତୁମର ଯେଉଁଭଳି ସଂସ୍କାର ଦେବେ ସେହିପରି ହିଁ କରିବେ । ପୂର୍ବରୁ ଆମ ମାତା-ପିତାଙ୍କୁ କାହିଁକି ସଂସ୍କାରୀ କୁହାଯାଉଥିଲା ? ସେମାନେ ବହୁତ ନିୟମବାଲା ଥିଲେ ଏବଂ ସେତେବେଳେ ସେମାନଙ୍କ ମଧ୍ୟରେ ସଂଯମ ଥିଲା । ଆଉ ଏମାନେ ତ ସଂଯମରହିତ ଅଟନ୍ତି । । ପ୍ରଶ୍ନକର୍ତ୍ତା : ପିଲାମାନେ ଯେବେ ବଡ଼ ହୋଇଯାନ୍ତି, ସେତେବେଳେ ଆମେ ସେମାନଙ୍କୁ ଧର୍ମର ଜ୍ଞାନ କିପରି ଦେବା ଉଚିତ ?

Loading...

Page Navigation
1 ... 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118