Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 9
________________ ସମ୍ପାଦକୀୟ ହୃଦୟପୂର୍ବକ ମୋକ୍ଷମାର୍ଗରେ ଅଗ୍ରସର ବ୍ୟକ୍ତିକୁ, କ୍ଷଣେ କ୍ଷଣେ ବିଚଳିତ କରୁଥିବା କଷାୟକୁ ନିଃଶେଷ କରିବା ପାଇଁ, ମାର୍ଗରେ ଆଗକୁ ବଢ଼ିବା ପାଇଁ, କିଛି ଅମୋଘ ସାଧନ ତ ଦରକାର ନା ନାହିଁ ? ସୁଳତମରୁ ସୂକ୍ଷ୍ମତମ ଘର୍ଷଣ କିପରି ଟାଳିବା ? ଆମକୁ ଅବା ଆମଦ୍ଵାରା ଅନ୍ୟ କାହାକୁ ଦୁଃଖ ହୁଏ ତେବେ ତାହାର ନିବାରଣ କ’ଣ ? କଷାୟର ବୋମାମାଡ଼କୁ ରୋକିବା ପାଇଁ ବା ତାହା ପୁନର୍ବାର ନ ହେଉ, ତାହାର ଉପାୟ କ’ଣ ? ଏତେ ଧର୍ମ କଲେ, ଜପ, ତପ, ବ୍ରତ, ଧାନ ଯୋଗ ଆଦି କଲେ, ତଥାପି ମନ-ବଚନ-କାୟାରୁ ହେଉଥିବା ଦୋଷ କାହିଁକି ବନ୍ଦ ହେଉନି ? ଅନ୍ତରଶାନ୍ତ କାହିଁକି ହେଉନାହିଁ ? କେବେ ଯଦି ନିଜ ଦୋଷ ଦେଖାଯାଏ, ପରେ ତା’ପାଇଁ କ’ଣ କରିବା ? ସେ ସବୁକୁ କିପରି କାଢ଼ିବା ? ମୋକ୍ଷମାର୍ଗରେ ଆଗକୁ ବଢ଼ିବା ପାଇଁ, ଏବଂ ସଂସାର ମାର୍ଗରେ ମଧ୍ୟ ସୁଖ-ଶାନ୍ତି, ମନ୍ଦ କଷାୟ ଏବଂ ପ୍ରେମଭାବରେ ବଞ୍ଚିବା ପାଇଁ କିଛି ଦୃଢ଼ ସାଧନ ତ ଦରକାର ନା ? ବୀତରାଗି ମାନେ ଧର୍ମସାରରେ ଜଗତକୁ କ’ଣ ଶିଖାଇଛନ୍ତି ? ବାସ୍ତବରେ ଧର୍ମଧାନ କେଉଁଟା ? ପାପରୁ ଓଲଟା ଫେରିବାକୁ ଥିବା ତେବେ ତାହାର କିଛି ନିଶ୍ଚିତ ମାର୍ଗ ଅଛି କି ? ଯଦି ଅଛି ତେବେ ନଜର କାହିଁକି ଆସୁନି ? । ଧର୍ମଶାସରୁ ବହୁତ କିଛି ପଢ଼ାଯାଏ, ତଥାପି ତାହା ଜୀବନରେ ଆଚରଣରେ କାହିଁକି ଆସୁନାହିଁ ? ସାଧୁ, ସନ୍ଥ, ଆଚାର୍ଯ୍ୟ, କଥାକାର ଏତେ ଉପଦେଶ ଦିଅନ୍ତି ତଥାପି କ’ଣ ତ୍ରୁଟି ରହିଯାଉଛି, ତାହାକୁ ଚରିତାର୍ଥ କରିବାରେ ? ପ୍ରତ୍ୟେକ ଧର୍ମରେ, ପ୍ରତ୍ୟେକ ସାଧୁ-ସନ୍ଥଙ୍କ ସଙ୍ଗରେ କେତେସବୁ କ୍ରିୟା ହୁଏ, କେତେସବୁ ବ୍ରତ, ଜପ, ତପ, ନିୟମ ହେଉଅଛି, ତଥାପି ଫଳଦାୟୀ କାହିଁକି ହେଉନାହିଁ ? କଷାୟ କାହିଁକି କମ ହେଉନାହିଁ ? ଦୋଷର ନିବାରଣ କାହିଁକି ହେଉନାହିଁ ? କ’ଣ ଏହାର ଉତ୍ତରଦାୟିତ୍ବ ଗାଦି ଉପରେ ବସିଥିବା ଉପଦେଶକ ମାନଙ୍କର ନୁହେଁ ? ଏପରି ଯେଉଁ ଲେଖାଗଲା, ତାହା ଦେଷ ଅବା ବୈରଭାବରୁ ନୁହେଁ କିନ୍ତୁ କରୁଣାଭାବ ସହ, ତଥାପି ତାହାକୁ ଧୋଇବା ପାଇଁ କିଛି ଉପାୟ ଅଛି ନା ନାହିଁ ? ଅଜ୍ଞାନ ଦଶାରୁ ଜ୍ଞାନ ଦଶା ଏବଂ ଅନ୍ତତଃ କେବଳଜ୍ଞାନ ସ୍ବରୂପ ଦଶା ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଜ୍ଞାନୀମାନେ, ତୀର୍ଥଙ୍କରମାନେ କ’ଣ ନିର୍ଦ୍ଦେଶ ଦେଇଥିବେ ? ରଣାନୁବନ୍ଧବାଲା ବ୍ୟକ୍ତିମାନଙ୍କ ସହ ରାଗ୍ ଅବା ଦ୍ବେଷର ବନ୍ଧନରୁ ମୁକ୍ତ ହୋଇ ବୀତରାଗତା କିପରି ପ୍ରାପ୍ତ ହେବ ?

Loading...

Page Navigation
1 ... 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 ... 112