Book Title: Generation Gap Oriya Author(s): Dada Bhagwan Publisher: Dada Bhagwan Aradhana Trust View full book textPage 9
________________ ପ୍ରସ୍ତାବନା ମାତା-ପିତା ଏବଂ ପିଲାଙ୍କ ହେଲା ବ୍ୟବହାର, ଅନନ୍ତ କାଳରୁ, ତଥାପି ହେଲା ନାହିଁ ପାର । ‘ମୁଁ ପାଳିଲି, ପଢ଼ାଇଲି’ ନା କହିପାରିବା; ‘ ତୁମକୁ କିଏ ପଢ଼େଇଥୁଲା ?’ ତେବେ କ’ଣ କହିବା ? ଅନିବାର୍ଯ୍ୟ ଅଟେ କର୍ତ୍ତବ୍ୟ ପିଲାଙ୍କ ପ୍ରତି ସବୁ; କରିଥିଲେ ପିତାଶ୍ରୀ ତୁମର ବି ସବୁ। ଖାଲିରେ ଗାଳି-ଧମକାଇ, ଦେବ ନାହିଁ ସନ୍ତାପ; ବଡ଼ ହୋଇ ଏ ପିଲାମାନେ ଦେବେ ଦ୍ଵିଗୁଣା ତାପ ! ମୋ ପିଲା ଏମିତି ହୁଅନ୍ତୁ, ଏପରି ସର୍ବଦା ଚାହାନ୍ତି; ନିଜେ ଦୁହେଁ କିପରି ଝଗଡ଼ନ୍ତି, ଏହା କେବେ ନ ଭାବନ୍ତି । ମା ମୂଳା ଏବଂ ବାପ ହୋଇଥବ ଗାଜର ! ପିଲାମାନେ ସେଓ କେମିତି ହେବେ ପ୍ରପର୍ ? ଗୋଟିଏ ପିଲାର ଲାଳନପାଳନର ଦାୟିତ୍ଵ; ଅଟେ ଭାରତର ପ୍ରଧାନମନ୍ତ୍ରୀଠୁ ବି ଅଧିକ । ତୋ ଠୁ ଅଧିକ ମୁଁ ଦେଖୁଛି ଦିବାଲି; ପିଲା କୁହନ୍ତି, ‘ତୁମେ ଦୀପ ମାଟିର, ଆମେ ଅଟୁ ବିଜୁଳି !’ ମାତା-ପିତାଙ୍କ ଝଗଡ଼ା, ବିଗାଡ଼େ ବାଳ ମନ, ମାନେ ସେମାନଙ୍କୁ ବୋଗସ୍, ହୁଏ ବନ୍ଧନ ! ଗାଳିକଲେ ସୁଧରନ୍ତି ନାହିଁ ପିଲାମାନେ କେବେବି, ପ୍ରେମରୁ ହିଁ ପ୍ରକାଶମାନ ଏକବିଂଶ ଶତାବ୍ଦି । ମାରିଲେ-ଗାଳିକଲେ ମଧ୍ୟ କମେ ନାହିଁ ପ୍ରେମ ଯେଉଁଠି, ପ୍ରେମର ପ୍ରଭାବରୁ ପିଲା ବନନ୍ତ ମହାବୀର ସେଠି । ନୂଆ ପିଢ଼ି ଅଟେ ହେଲଦି ମାଇଣ୍ଡବାଲା; ଭୋଗବାଦୀ ତ ଅଟେ, କିନ୍ତୁ ନୁହେଁ କଷାୟବାଲା । ରାଗର ମାଡ଼କୁ ବାଳକ ନ ଭୁଲିବେ; ବାପଠୁ ବି ଶହେଗୁଣା ରାଗୀ ବନିବେ । 8Page Navigation
1 ... 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 ... 118