________________
ପ୍ରସ୍ତାବନା
ମାତା-ପିତା ଏବଂ ପିଲାଙ୍କ ହେଲା ବ୍ୟବହାର, ଅନନ୍ତ କାଳରୁ, ତଥାପି ହେଲା ନାହିଁ ପାର ।
‘ମୁଁ ପାଳିଲି, ପଢ଼ାଇଲି’ ନା କହିପାରିବା; ‘ ତୁମକୁ କିଏ ପଢ଼େଇଥୁଲା ?’ ତେବେ କ’ଣ କହିବା ? ଅନିବାର୍ଯ୍ୟ ଅଟେ କର୍ତ୍ତବ୍ୟ ପିଲାଙ୍କ ପ୍ରତି ସବୁ; କରିଥିଲେ ପିତାଶ୍ରୀ ତୁମର ବି ସବୁ।
ଖାଲିରେ ଗାଳି-ଧମକାଇ, ଦେବ ନାହିଁ ସନ୍ତାପ; ବଡ଼ ହୋଇ ଏ ପିଲାମାନେ ଦେବେ ଦ୍ଵିଗୁଣା ତାପ ! ମୋ ପିଲା ଏମିତି ହୁଅନ୍ତୁ, ଏପରି ସର୍ବଦା ଚାହାନ୍ତି; ନିଜେ ଦୁହେଁ କିପରି ଝଗଡ଼ନ୍ତି, ଏହା କେବେ ନ ଭାବନ୍ତି ।
ମା ମୂଳା ଏବଂ ବାପ ହୋଇଥବ ଗାଜର ! ପିଲାମାନେ ସେଓ କେମିତି ହେବେ ପ୍ରପର୍ ? ଗୋଟିଏ ପିଲାର ଲାଳନପାଳନର ଦାୟିତ୍ଵ; ଅଟେ ଭାରତର ପ୍ରଧାନମନ୍ତ୍ରୀଠୁ ବି ଅଧିକ ।
ତୋ ଠୁ ଅଧିକ ମୁଁ ଦେଖୁଛି ଦିବାଲି;
ପିଲା କୁହନ୍ତି, ‘ତୁମେ ଦୀପ ମାଟିର, ଆମେ ଅଟୁ ବିଜୁଳି !’ ମାତା-ପିତାଙ୍କ ଝଗଡ଼ା, ବିଗାଡ଼େ ବାଳ ମନ,
ମାନେ ସେମାନଙ୍କୁ ବୋଗସ୍, ହୁଏ ବନ୍ଧନ !
ଗାଳିକଲେ ସୁଧରନ୍ତି ନାହିଁ ପିଲାମାନେ କେବେବି, ପ୍ରେମରୁ ହିଁ ପ୍ରକାଶମାନ ଏକବିଂଶ ଶତାବ୍ଦି । ମାରିଲେ-ଗାଳିକଲେ ମଧ୍ୟ କମେ ନାହିଁ ପ୍ରେମ ଯେଉଁଠି, ପ୍ରେମର ପ୍ରଭାବରୁ ପିଲା ବନନ୍ତ ମହାବୀର ସେଠି ।
ନୂଆ ପିଢ଼ି ଅଟେ ହେଲଦି ମାଇଣ୍ଡବାଲା; ଭୋଗବାଦୀ ତ ଅଟେ, କିନ୍ତୁ ନୁହେଁ କଷାୟବାଲା ।
ରାଗର ମାଡ଼କୁ ବାଳକ ନ ଭୁଲିବେ; ବାପଠୁ ବି ଶହେଗୁଣା ରାଗୀ ବନିବେ ।
8