Book Title: Right Understanding To Help Others Oriya Author(s): Dada Bhagwan Publisher: Dada Bhagwan Aradhana Trust View full book textPage 9
________________ ସେବା-ପରୋପକାର ପ୍ରଶ୍ନକର୍ତ୍ତା : ନିଚ୍ଚଶ୍ରେଣୀର ଲୋକ ହୋଇଥିବେ, ସେମାନେ ଏପରି ମାନନ୍ତି । ଦାଦାଶ୍ରୀ : ଉଚ୍ଚଶ୍ରେଣୀବାଲା ଏପରି ମାନେ ଯେ ଅନ୍ୟଙ୍କୁ ଦିଆ ଯାଇପାରେ । । ଜୀବନ ପରୋପକାର ପାଇଁ... ଏହାର ଗୁପ୍ତ ବିଜ୍ଞାନ କ’ଣ ଯେ ମନ-ବଚନ-କାୟା ଯଦି ପରୋପକାରରେ ଲଗାଇ ଦେବ, ତେବେ ତୁମ ପାଖକୁ ପ୍ରତ୍ୟେକ ଜିନିଷ ଆସିବ । ପରୋପକାର ପାଇଁ କର, ଆଉ ଯଦି ଫିସ୍ ନେଇ କରିବ ତେବେ ? ପ୍ରଶ୍ନକର୍ତ୍ତା : ଅସୁବିଧା ସୃଷ୍ଟି ହେବ । ଦାଦାଶ୍ରୀ : ଏ କୋର୍ଟରେ ଫିସ୍ ନିଅନ୍ତି । ଶହେ ଟଙ୍କା ପଡ଼ିବ, ଦେଢ଼ଶହ ଟଙ୍କା ଦେବାକୁ ପଡ଼ିବ । ତେବେ କହିବେ ‘ସାହେବ, ଦେଢ଼ଶହ ନିଅନ୍ତୁ ।’ କିନ୍ତୁ ପରୋପକାରର କାନୁନ ତ ଲାଗେ ନାହିଁ ନା ! । ପ୍ରଶ୍ନକର୍ତ୍ତା : ପେଟରେ ନିଆଁ ଲାଗିଥିବ ତେବେ ଏପରି କହିବାକୁ ହିଁ ପଡ଼େ ନା ? । ଦାଦାଶ୍ରୀ : ଏପରି ବିଚାର କରିବ ହିଁ ନାହିଁ । କୌଣସି ବି ପ୍ରକାର ପରୋପକାର କରିବ ନା, ତେବେ ତୁମକୁ କିଛି ଅସୁବିଧା ଆସିବ ନାହିଁ, ଏବେ ଲୋକମାନଙ୍କୁ କ’ଣ ହେଉଛି ? ଏବେ ଅଧୁରା ବୁଝି କରିବାକୁ ଯାଆନ୍ତି, ସେଥିପାଇଁ ଓଲଟା ‘ଇଫେକ୍ଟ’ ଆସେ । ସେଥିପାଇଁ ପୁଣି ମନରେ ଶ୍ରଦ୍ଧା ବସେ ନାହିଁ ଏବଂ ଉଠିଯାଏ । ଆଜି କରିବା ଆରମ୍ଭ କରେ ତେବେ ଦୁଇ-ତିନି ଅବତାରରେ ସେ ଠିକଣାରେ ଲାଗିବ, ଏହା ହିଁ ‘ସାଇନ୍ସ” । ଭଲ-ଖରାପଙ୍କ ପାଇଁ ପରୋପକାର ଏକ ସମାନ ପ୍ରଶ୍ନକର୍ତ୍ତା : ମଣିଷ ଭଲ ପାଇଁ ପରୋପକାର କରେ, ଲୋକଙ୍କୁ କୁହେ ମଧ୍ୟ, କିନ୍ତୁ ସେ ଯେଉଁ ଭଲ ପାଇଁ କୁହେ, ତାହାକୁ ଲୋକେ ମୋ ନିଜ ଭଲ ପାଇଁ କହୁଛି’, ଏପରି ବୁଝିବା ପାଇଁ କେହି ପ୍ରସ୍ତୁତ ନାହାନ୍ତି, କ’ଣ କରାଯିବ ?Page Navigation
1 ... 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48