Book Title: Right Understanding To Help Others Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ସେବା-ପରୋପକାର
‘ନିଜ ସେବା’ର ଲକ୍ଷଣ ପ୍ରଶ୍ନକର୍ତ୍ତା : ନିଜ ସେବାର ଲକ୍ଷଣ କ’ଣ ?
ଦାଦାଶ୍ରୀ : ‘ନିଜ’ର ସେବା ଅର୍ଥାତ୍ କାହାରିକୁ ଦୁଃଖ ନ ଦେବା, ତାହା ସବୁଠାରୁ ପ୍ରଥମ ଲକ୍ଷଣ । ସେଥିରେ ସବୁ ଜିନିଷ ଆସିଯାଏ । ସେଥିରେ ସେ ଅବ୍ରହ୍ମଚର୍ଯ୍ୟର ମଧ୍ୟ ସେବନ କରେ ନାହିଁ । ଅବ୍ରହ୍ମଚର୍ଯ୍ୟର ସେବନ କରିବା ମାନେ କାହାକୁ ଦୁଃଖ ଦେବା ସମାନ ଅଟେ । ଯଦିବା ଏପରି ମାନିନିଅ ଯେ ରାଜି-ଖୁସିରେ ଅବ୍ରହ୍ମଚର୍ଯ୍ୟ ହୋଇଥିବ, ତଥାପି ସେଥିରେ କେତେ ଜୀବ ମରିଯାନ୍ତି ! ଏଣୁ ତାହା ଦୁଃଖ ଦେବା ସମାନ ଅଟେ । ଏଣୁ ତା’ଦ୍ଵାରା ସେବା ହିଁ ବନ୍ଦ ହୋଇଯାଏ । ପୁଣି ମିଛ କୁହନ୍ତି ନାହିଁ, ଚୋରି କରନ୍ତି ନାହିଁ, ହିଂସା କରନ୍ତି ନାହିଁ, ଧନ ଜମା କରନ୍ତି ନାହିଁ । ପରିଗ୍ରହ କରିବା, ପଇସା ଠୁଳ କରିବା ତାହା ହିଂସା ହିଁ ଅଟେ । ଏଣୁ ଅନ୍ୟଙ୍କୁ ଯଦି ଦୁଃଖ ଦିଏ, ସେଥିରେ ସବୁ ଆସିଯାଏ ।
| ପ୍ରଶ୍ନକର୍ତ୍ତା : ନିଜ ସେବାର ଅନ୍ୟ କ’ଣ-କ’ଣ ଲକ୍ଷଣ ଅଛି ? ନିଜର ସେବା କରୁଛି, ଏପରି କେତେବେଳେ କୁହାଯିବ ?
। ଦାଦାତ୍ରୀ : ନିଜର ସେବା କରିବାବାଲାକୁ ପଛେ ସଂସାରର ସବୁ ଲୋକ ଦୁଃଖ ଦିଅନ୍ତୁ, କିନ୍ତୁ ସେ କାହାରିକୁ ଦୁଃଖ ଦିଏ ନାହିଁ । ଦୁଃଖ ତ ଦିଏ ହିଁ ନାହିଁ, କିନ୍ତୁ ଖରାପ ଭାବ ବି କରେ ନାହିଁ ଯେ ତୋର ଖରାପ ହେଉ ! ତୋର ମଙ୍ଗଳ ହେଉ’ ଏପରି କୁହେ ।
। ହଁ, ପୁଣି ସାମ୍ବାବାଲା କୁହେ ତେବେ ଅସୁବିଧା ନାହିଁ । ସାମ୍ବାବାଲା କୁହେ ଯେ ତୁମେ ଅଧମ ଅଟ, ବଦମାସ ଅଟ, ତୁମେ ଦୁଃଖ ଦେଉଛି, ସେଥିରେ ଆମର ଅସୁବିଧା ନାହିଁ । ଆମେ କ’ଣ କରୁଛେ, ଏହା ହିଁ ଦେଖ୍ବାର ଅଛି । ସାମ୍ବାବାଲା ତ ରେଡ଼ିଓ ଭଳି ଗାଇ ଚାଲିବ, ଯେମିତି ରେଡ଼ିଓ ବାଜୁଛି !
। ପ୍ରଶ୍ନକର୍ତ୍ତା : ଜୀବନରେ ସବୁ ଲୋକେ ଆମକୁ ଦୁଃଖ ଦେବେ, ତଥାପି ଆମେ ସହନ କରିବା, ଏପରି ତ ହୋଇ ପାରିବ ନାହିଁ । ଘର ଲୋକେ ଟିକିଏ ବି ଅପମାନ ଜନକ ବ୍ୟବହାର କଲେ ତାହା ମଧ୍ୟ ସହନ ହୁଏ ନାହିଁ ତେବେ ? !

Page Navigation
1 ... 34 35 36 37 38 39 40 41 42 43 44 45 46 47 48