Book Title: Right Understanding To Help Others Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 34
________________ ସେବା-ପରୋପକାର ୨୭ ଇଗୋ । ଖରାପ କାର୍ଯ୍ୟ ପାଇଁ ଇଗୋ ଥିବ, ତେବେ ‘ରାକ୍ଷସ’ କୁହାଯାଏ । ଭଲ କାର୍ଯ୍ୟ ପାଇଁ ଇଗୋ ଥିବ, ତେବେ ଦେବତା କୁହାଯାଏ । ଇଗୋ ମାନେ ଇଗୋ । ଇଗୋ ମାନେ ଭଟକୁ ଥାଅ ଆଉ ଇଗୋ ଖତମ ହୋଇଗଲା, ତେବେ ପୁଣି ଏଇଠି ମୋକ୍ଷ ହୋଇଯାଏ । ‘ମୁଁ କିଏ’ ଜାଣିବା, ତାହା ଧର୍ମ ପ୍ରଶ୍ନକର୍ତ୍ତା : ପ୍ରତ୍ୟେକ ଜୀବକୁ କ’ଣ କରିବା ଉଚିତ ? ତା’ର ଧର୍ମ କ’ଣ ? ଦାଦାଶ୍ରୀ : ଯାହା କରୁଅଛି, ତାହା ତା’ର ହିଁ ଧର୍ମ । କିନ୍ତୁ ଆମେ କହୁ ଯେ ମୋ ଧର୍ମ, କେବଳ ଏତିକି । ଯାହାର ଆମେ ଇଗୋଇଜମ୍ କରୁ ଯେ ଏହା ମୁଁ କଲି । ଏଣୁ ଆମକୁ ଏବେ କ’ଣ କରିବା ଉଚିତ ନା ‘ମୁଁ କିଏ? ଏତିକି ଜାଣିବା, ତା’ ପାଇଁ ପ୍ରୟାସ କରିବା, ତେବେ ସବୁ ପଜଲ୍ ସଭ ହୋଇଯିବ । ପରେ ପଜଲ୍ ସୃଷ୍ଟି ହେବା ନାହିଁ ଆଉ ପଜଲ୍ ସୃଷ୍ଟି ନ ହେବ, ତେବେ ସ୍ୱତନ୍ତ୍ର ହେବାକୁ ଲାଗିବା । ଲକ୍ଷ୍ମୀ, ତାହା ତ ବାୟ ପ୍ରଡ଼କ୍ସନରେ । ପ୍ରଶ୍ନକର୍ତ୍ତା : କର୍ଭବ୍ୟ ତ ପ୍ରତ୍ୟେକ ମଣିଷର, ପୁଣି ସେ ଓକିଲ ହେଉ ଅବା ଡାକ୍ତର ହେଉ, କିନ୍ତୁ କର୍ଭବ୍ୟ ତ ଏହା ହିଁ ହୋଇଥାଏ ନା ଯେ ମନୁଷ୍ୟ ମାତ୍ରର ମଙ୍ଗଳ କରିବା ? । ଦାଦାଶ୍ରୀ : ହଁ, କିନ୍ତୁ ଏ ତ ‘ ମଙ୍ଗଳ କରିବାର ଅଛି’ ଏପରି ନିଶ୍ଚୟ କରିବା ବିନା ହିଁ ବାସ୍ କରି ଚାଲିଛନ୍ତି, କିଛି ଡିସୀସନ ନେଇ ନାହାନ୍ତି । କିଛି ବି ହେତୁ ସ୍ଥିର କରିବା ବିନା ଏମିତି ହିଁ ଏମିତି ଗାଡ଼ି ଚାଲୁଅଛି । କେଉଁ ଗାଁ କୁ ଯିବାର ଅଛି, ଏହାର ଠିକଣା ନାହିଁ ଆଉ କେଉଁ ଗାଁରେ ଓହ୍ଲାଇବାର ଅଛି, ତାହାର ମଧ୍ୟ ଠିକଣା ନାହିଁ । ରାସ୍ତାରେ ଚା-ଜଳଖୁଆ କେଉଁଠି କରିବା, ତାହାର ମଧ୍ୟ ଠିକଣା ନାହିଁ । ବାସ୍, ଦୌଡ଼ିବାରେ ଲାଗିଛନ୍ତି । ଏଥିପାଇଁ ସବୁ ଜଟିଳ ହୋଇଛି । ହେତୁ ସ୍ଥିର କରିବା ପରେ ସବୁ କାର୍ଯ୍ୟ କରିବା ଉଚିତ । ଆମକୁ ତ ଖାଲି ହେତୁ ହିଁ ବଦଳାଇବାର ଅଛି, ଅନ୍ୟ କିଛି କରିବାର ନାହିଁ ।

Loading...

Page Navigation
1 ... 32 33 34 35 36 37 38 39 40 41 42 43 44 45 46 47 48