Book Title: Right Understanding To Help Others Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୨୬
ସେବା-ପରୋପକାର
ସବୁ ଜିନିଷ ମିଳିଚାଲେ ଆଉ ସେସବୁ ଇଜୀଲୀ( ସହଜରେ) ମିଳେ । ଦେଖ ନା, ଏ ପ୍ରଡ଼କ୍ସନ ପଇସାର କଲେ, ସେଥିପାଇଁ ଆଜି ପଇସା ଇଜୀଲୀ ମିଳୁ ନାହିଁ । ଧୀଦୌଡ଼, ହଡ଼ବଡ଼ ହଡ଼ବଡ଼ ହୋଇ ବୁଲୁଛନ୍ତି ଆଉ ମୁହଁରେ ଏରଣ୍ଡି ତେଲ ଚିପୁଡ଼ି ବୁଲିବା ପରି ଦେଖା ଯାଉଛନ୍ତି । ଘରେ ସୁନ୍ଦର ଖାଇବା-ପିଇବା ପାଇଁ ଅଛି, କେତେ ସୁବିଧା ଅଛି, ରାସ୍ତା କେତେ ଭଲ ଅଛି, ରାସ୍ତାରେ ଚାଲିଲେ ପାଦରେ ଧୂଳି ବି ଲାଗୁ ନାହିଁ ! ଏଣୁ ମନୁଷ୍ୟଙ୍କ ସେବା କର । ମନୁଷ୍ୟଙ୍କ ଭିତରେ ଭଗବାନ ବିରାଜମାନ ଅଛନ୍ତି । ଭଗବାନ ଭିତରେ ହିଁ ବସିଛନ୍ତି । ବାହାରେ ଭଗବାନ ଖୋଜିବା ପାଇଁ ଯିବା । ତେବେ ସେ ମିଳିବେ ଏପରି ନୁହେଁ ।
। ତୁମେ ମନୁଷ୍ୟଙ୍କ ଡାକ୍ତର ଅଟ, ଏଣୁ ତୁମକୁ ମନୁଷ୍ୟଙ୍କ ସେବା କରିବା ପାଇଁ କହୁଛି । ପଶୁ ଡାକ୍ତର ହୋଇଥିବେ, ତେବେ ତାଙ୍କୁ ପଶୁପକ୍ଷୀଙ୍କ ସେବା କରିବା ପାଇଁ କହିଥାନ୍ତି । ପଶୁପକ୍ଷୀଙ୍କ ଭିତରେ ମଧ୍ୟ ଭଗବାନ ବିରାଜମାନ ଅଛନ୍ତି, କିନ୍ତୁ ଏ ମନୁଷ୍ୟଙ୍କ ଠାରେ ଭଗବାନ ବିଶେଷ ପ୍ରକଟ ହୋଇଛନ୍ତି ।
ସେବା-ପରୋପକାରରୁ ଆଗରେ ମୋକ୍ଷମାର୍ଗ
ପ୍ରଶ୍ନକର୍ତ୍ତା : ମୋକ୍ଷମାର୍ଗ, ସମାଜସେବାର ମାର୍ଗ ଠାରୁ ବଡ଼ କିପରି ? ଏହା ଟିକେ ବୁଝାନ୍ତୁ ।
। ଦାଦାଶ୍ରୀ : ସମାଜ ସେବକକୁ ଆମେ ଯଦି ପଚାରିବା ଯେ ତୁମେ କିଏ ? ତେବେ କୁହେ, ମୁଁ ସମାଜ ସେବକ ଅଟେ । କ’ଣ କୁହେ ? ଏହା ହିଁ କୁହେ ନା, ନା ଅଲଗା କିଛି କୁହେ ? |
ପ୍ରଶ୍ନକର୍ତ୍ତା : ଏହା ହିଁ କୁହେ ।
। ଦାଦାଶ୍ରୀ : ଅର୍ଥାତ ‘ମୁଁ ସମାଜ ସେବକ ଅଟେ’ କହିବା, ତାହା ଇଗୋଇଜିମ୍ ଅଟେ ଆଉ ଏ ଭାଇକୁ ଯଦି କହିବି ଯେ, ‘ତୁମେ କିଏ ?” ତେବେ କହିବେ, ‘ବାହାରେ ପରିଚୟ ପାଇଁ ଚନ୍ଦୁଭାଇ ଆଉ ବାସ୍ତବରେ ତ ମୁଁ ଶୁଦ୍ଧମ୍ବା ଅଟେ ।’ ତେବେ ତାହା ବିନା ଇଗୋଇଜମ୍, ଓଦାଉଟ୍ ଇଗୋଇଜମ୍ ।
। ସମାଜସେବକର ଇଗୋ( ଅହଂକାର) ଭଲ କାର୍ଯ୍ୟ ପାଇଁ ଅଟେ, କିନ୍ତୁ ଅଟେ

Page Navigation
1 ... 31 32 33 34 35 36 37 38 39 40 41 42 43 44 45 46 47 48