Book Title: Right Understanding To Help Others Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 35
________________ ସେବା-ପରୋପକାର ପ ଇଞ୍ଜିନର ଏକ ବେ ଏପଟେ ଦେବା ତେବେ ପାଣି ବାହାରେ ଆଉ ସେପଟେ । ବେଲ୍ ଦେବା ତେବେ ଧାନରୁ ଚାଉଳ ବାହାରେ । ଅର୍ଥାତ୍ ଖାଲି ବେଲ୍ ଦେବାରେ ହିଁ ଫରକ ଅଛି । ହେତୁ ସ୍ଥିର କରିବାର ଅଛି ଏବଂ ପୁଣି ସେ ହେତୁ ଲକ୍ଷ୍ୟରେ ରହିବା । ଉଚିତ । ବାସ୍, ଅନ୍ୟ କିଛି ବି ନୁହେଁ । ଲକ୍ଷ୍ମୀ ଲକ୍ଷ୍ୟରେ ନ ରହିବା ଉଚିତ । ‘ନିଜ’ ସେବାରେ ସମାହିତ ସର୍ବ ଧର୍ମ । ଦୁଇ ପ୍ରକାରର ଧର୍ମ, ତୃତୀୟ ପ୍ରକାରର କୌଣସି ଧର୍ମ ନଥାଏ । ଯେଉଁ ଧର୍ମରେ ଜଗତର ସେବା ଥାଏ, ତାହା ଏକ ପ୍ରକାରର ଧର୍ମ ଆଉ ଯେଉଁଠି ନିଜର(‘ସ୍ଵରଆମ୍ବାର) ସେବା ଥାଏ, ତାହା ଅନ୍ୟ ଏକ ପ୍ରକାରର ଧର୍ମ । ନିଜର ସେବାବାଲା ହୋମ୍ ଡିପାର୍ଟମେଣ୍ଟରେ( ଆମ୍ ସ୍ଵରୂପରେ) ଯାଆନ୍ତି ଆଉ ଏ ସଂସାରର ସେବା କରନ୍ତି, ସେମାନଙ୍କୁ ତାହାର ସଂସାରୀ ଲାଭ ମିଳେ, ଅଥବା ଭୌତିକ ମଜା କରନ୍ତି । ଆଉ ଯେଉଁଥିରେ ଜଗତର କୌଣସି ପ୍ରକାରର ସେବା ନଥାଏ, ଯେଉଁଠି ନିଜ ସେବାର ସମାବେଶ ନଥାଏ, ସେ ସବୁ ଏକ ପ୍ରକାରର ସାମାଜିକ ଭାଷଣ ଅଟେ ! ଏବଂ ନିଜେ ନିଜକୁ ଭୟଙ୍କର ନିଶା ଚଢ଼ାଇବାବାଲା ଅଟେ । ଜଗତର କିଛି ବି ସେବା ହେଉଥିବ, ତେବେ ସେଠି ଧର୍ମ ଅଛି । ଜଗତର ସେବା ହେଉନାହିଁ ତେବେ ନିଜର ସେବା କର । ଯିଏ ନିଜର ସେବା କରେ, ତାହା ଜଗତର ସେବା କରିବା ଠାରୁ ମଧ୍ୟ ଅଧୁକ । କାହିଁକିନା ନିଜର ସେବା କରିବା ବାଲା କାହାରିକୁ ଦୁଃଖ ଦିଏ ନାହିଁ ! ପ୍ରଶ୍ନକର୍ତ୍ତା : କିନ୍ତୁ ନିଜର ସେବା କରିବା, ତାହା ମୁଣ୍ଡରେ ପଶିବା ଦରାକାର ନା ! ଦାଦାଶ୍ରୀ : ତାହା ମୁଣ୍ଡରେ ପଶିବା ସହଜ ନୁହେଁ । ପ୍ରଶ୍ନକର୍ତ୍ତା : ତାହା କିପରି କରିବୁ ? ଦାଦାଶ୍ରୀ : ତାହା ତ ନିଜର ସେବା କରୁଥିବେ, ଏପରି ଜ୍ଞାନୀପୁରୁଷଙ୍କୁ ପଚାରିବ ଯେ ସାହେବ, ଆପଣ ଅନ୍ୟମାନଙ୍କର ସେବା କରୁଛନ୍ତି ନା ନିଜର ? ତେବେ ସାହେବ କୁହନ୍ତି ଯେ, ମୁଁ ନିଜର କରେ । ତେବେ ଆମେ ତାଙ୍କୁ କହିବା, ‘ ମୋତେ ଏପରି ରାସ୍ତା ଦେଖାନ୍ତୁ !”

Loading...

Page Navigation
1 ... 33 34 35 36 37 38 39 40 41 42 43 44 45 46 47 48