Book Title: Right Understanding To Help Others Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ସେବା-ପରୋପକାର
୩୭
ଆମେ ପବ୍ଲିକକୁ ଏବଂ ଅନ୍ୟ ସାମାଜିକ ସଂସ୍ଥାକୁ ଦେଇଦେବା ତେବେ ଚଳିବ । କିନ୍ତୁ ଏ ଜ୍ଞାନ ଦିଆ ଯାଇଥବ ତେବେ ଦର୍ଶନ କରୁଥିବେ ତେବେ ମଧ୍ୟ କାମ ଚାଲିଥାଏ । ଆଉ ଏ ଜ୍ଞାନ ମିଳିଥବ ତେବେ ଶାନ୍ତି ରୁହେ ବିଚରା ମାନଙ୍କୁ, ନହେଲେ କେଉଁ ଆଧାରରେ ଶାନ୍ତି ରହିବ ? ତୁମକୁ କେମିତି ଲାଗୁଛି ?
ପ୍ରଶ୍ନକର୍ତ୍ତା : ହଁ ଠିକ କଥା ।
ଦାଦାଶ୍ରୀ : ପସନ୍ଦ ଆସେ ଏପରି କଥା ଅଟେ ନା ନୁହେଁ ?
ବୃଦ୍ଧାବସ୍ଥା ଏବଂ ଷାଠିଏ-ପଞ୍ଚଷଠି ବୟସର ବ୍ୟକ୍ତି ହୋଇଥିବ ଏବଂ ଘରେ ରହୁଥିବ ଆଉ କେହି ତା’କୁ କିଛି ମାନନ୍ତି ହିଁ ନାହିଁ, ତେବେ ପୁଣି କ’ଣ ହେବ ? ମୁହଁରେ କହିପାରେ ନାହିଁ ଆଉ ମନରେ ଓଲଟା କର୍ମ ବାନ୍ଧି । ଏଣୁ ଏ ଲୋକମାନେ ଯେଉଁ ବୃଦ୍ଧାଶ୍ରମର ବ୍ୟବସ୍ଥା କରିଛନ୍ତି, ସେ ବ୍ୟବସ୍ଥା କିଛି ଭୁଲ ନୁହେଁ, ହେଲ୍ସିଙ୍ଗ୍ ଅଟେ । କିନ୍ତୁ ତା’ ପାଇଁ ବୃଦ୍ଧାଶ୍ରମ ନୁହେଁ, ମାତ୍ର କିଛି ସମ୍ମାନସୂଚକ ଶବ୍ଦ, ଏପରି ଶବ୍ଦ ହେବା ଉଚିତ ଯେପରି ସମ୍ମାନନୀୟ ଲାଗିବ ।
ସେବାରୁ, ଜୀବନରେ ସୁଖ-ସମ୍ପତ୍ତି
ପ୍ରଥମେ ମା-ବାପାଙ୍କ ସେବା, ଯିଏ ଜନ୍ମ ଦେଲେ ତାଙ୍କର । ପରେ ଗୁରୁଙ୍କ ସେବା । ଗୁରୁ ଏବଂ ମା-ବାପାଙ୍କ ସେବା ତ ଅବଶ୍ୟ ହେବା ଉଚିତ । ଯଦି ଗୁରୁ ଭଲ ହୋଇ ନଥିବେ ତେବେ ସେବା ଛାଡ଼ି ଦେବା ଉଚିତ ।
ପ୍ରଶ୍ନକର୍ତ୍ତା : ଏବେ ମା-ବାପାଙ୍କ ସେବା କରୁ ନାହାନ୍ତି ନା, ତାଙ୍କର କଣ ? ତେବେ କେଉଁ ଗତି ହୁଏ ?
ଦାଦାଶ୍ରୀ : ମା-ବାପାଙ୍କ ସେବା କରନ୍ତି ନାହିଁ, ସେମାନେ ଏହି ଜନ୍ମରେ ସୁଖୀ ହୁଅନ୍ତି ନାହିଁ । ମା-ବାପାଙ୍କ ସେବା କରିବାର ପ୍ରତ୍ୟକ୍ଷ ଉଦାହରଣ କ’ଣ ? ତେବେ କହିବା ଯେ ସାରା ଜୀବନ ପର୍ଯ୍ୟନ୍ତ ଦୁଃଖ ଆସେ ନାହିଁ । ଅସୁବିଧା ବି ଆସେ ନାହିଁ, ମା-ବାପାଙ୍କ ସେବା ଦ୍ଵାରା ।
ଆମର ହିନ୍ଦୁସ୍ତାନର ବିଜ୍ଞାନ ତ ବହୁତ ସୁନ୍ଦର ଥିଲା । ଏଥିପାଇଁ ତ ଶାସ୍ତ୍ରକାର

Page Navigation
1 ... 42 43 44 45 46 47 48