Book Title: Right Understanding To Help Others Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୩୮
ସେବା-ପରୋପକାର
ମାନେ ପ୍ରବନ୍ଧ କରିଥିଲେ ଯେ ମା-ବାପାଙ୍କର ସେବା କରିବ । ଯାହାଦ୍ଵାରା ତୁମକୁ ଜୀବନରେ କେବେ ଧନର ଦୁଃଖ ପଡ଼ିବ ନାହିଁ । ଏବେ ତାହା ନ୍ୟାୟସଙ୍ଗତ ହେବ କି ନାହିଁ ତାହା ଅଲଗା କଥା, ମାତ୍ର ମା-ବାପାଙ୍କର ସେବା ଅବଶ୍ୟ କରିବା ଯୋଗ୍ୟ ଅଟେ । କାହିଁକିନା ଯଦି ତୁମେ ସେବା କରିବ ନାହିଁ, ତେବେ ତୁମେ କାହାର ସେବା ପାଇବ ? ତୁମର ଆଗାମୀ ପିଢ଼ି କିପରି ଶିଖୁବ ଯେ ତୁମେ ସେବା ପାଇବା ଯୋଗ୍ୟ ଅଟ । ପିଲାମାନେ ସବୁ ଦେଖୁଥାନ୍ତି । ସେମାନେ ଦେଖିବେ ଯେ ଆମ ଫାଦର କେବେ ତାଙ୍କ ବାପାଙ୍କର ସେବା କରିନାହାନ୍ତି ! ପୁଣି ସଂସ୍କାର ତ ପଡ଼ିବ ହିଁ ନାହିଁ ନା ! ପ୍ରଶ୍ନକର୍ତ୍ତା : ମୋର ତାତ୍ପର୍ଯ୍ୟ ଏହା ଥିଲା ଯେ ପୁତ୍ରର ପିତା ପ୍ରତି କର୍ତ୍ତବ୍ୟ
'61 ?
ଦାଦାଶ୍ରୀ : ପୁତ୍ରମାନଙ୍କୁ ପିତାଙ୍କ ପ୍ରତି କର୍ତ୍ତବ୍ୟ ପାଳନ କରିବା ଉଚିତ ଆଉ ପୁତ୍ର ଯଦି କର୍ତ୍ତବ୍ୟ ପାଳନ କରେ ତେବେ ତାଙ୍କୁ ଫାଇଦା କଣ ମିଳିବ ? ମାବାପାଙ୍କର ଯେଉଁ ପୁତ୍ର ସେବା କରିବେ, ସେମାନଙ୍କୁ କେବେ ବି ପଇସାର ଅଭାବ ରହିବ ନାହିଁ, ସେମାନଙ୍କର ସମସ୍ତ ଆବଶ୍ୟକତା ପୂର୍ଣ ହେବ ଆଉ ଗୁରୁଙ୍କ ସେବା କରେ, ସେ ମୋକ୍ଷ ପାଏ । କିନ୍ତୁ ଆଜିର ଲୋକେ ମା-ବାପା ଅଥବା ଗୁରୁଙ୍କର ସେବା ହିଁ କରୁନାହାନ୍ତି ନା ? ସେ ସବୁ ଲୋକ ଦୁଃଖୀ ହେବେ ।
ମହାନ ଉପକାରୀ, ମା-ବାପା
ଯେଉଁ ମଣିଷ ମା-ବାପାଙ୍କ ଦୋଷ ଦେଖେ, ତାଙ୍କର କେବେବି ଭଲଦିନ ଆସେ ନାହିଁ । ପଇସାବାଲା ହୋଇପାରେ, କିନ୍ତୁ ତା’ର ଆଧାର୍ମିକ ଉନ୍ନତି କେବେ ହୁଏ ନାହିଁ । ମା-ବାପାଙ୍କ ଦୋଷ ଦେଖିବା କଥା ନୁହେଁ । ଉପକାର ତ ଭୁଲିଯିବା କିପରି ? କେହି ଚାହା ପିଆଇଥବ, ତେବେ ତା’ର ଉପକାର ଭୁଲୁ ନାହାନ୍ତି ତେବେ ଆମେ ମା-ବାପାଙ୍କ ଉପକାର ଭୁଲିଯିବା କିପରି ? ତୁ ବୁଝିଗଲୁ ? ହଁ... ଅର୍ଥାତ ବହୁତ ଉପକାର ମାନିବା ଉଚିତ । ବହୁତ ସେବା କରିବ, ମଦର-ଫାଦରଙ୍କ ବହୁତ ସେବା କରିବା ଉଚିତ ।
ଏହି ଦୁନିଆରେ ତିନିଜଣଙ୍କର ମହାନ ଉପକାର ଅଛି । ସେ ଉପକାରକୁ

Page Navigation
1 ... 43 44 45 46 47 48