Book Title: Right Understanding To Help Others Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୩୬
ସେବା-ପରୋପକାର ଉପରେ ପଡ଼ିବ ନାହିଁ । ପଛେ ପଇସାବାଲା ନ ହେବୁ, କିନ୍ତୁ ଦୁଃଖ ତ ପଡ଼ିବ ନାହିଁ । ପରେ ଧର୍ମ ହେବା ଉଚିତ । ଏହାକୁ ଧର୍ମ ହିଁ କିପରି କହିବା ? । । ମୁଁ ବି ମାତାଜୀଙ୍କ ସେବା କରିଥିଲି । କୋଡ଼ିଏ ବର୍ଷ ହୋଇଥିଲା ଅର୍ଥାତ ଜବାନୀର ବୟସ ଥିଲା । ଏଣୁ ମା’ର ସେବା ହୋଇ ପାରିଲା । ପିତାଜୀଙ୍କୁ କାନ୍ଧ
ଦେଇ ନେଇ ଯାଇଥିଲି, ସେତିକି ସେବା ହୋଇଥିଲା । ପୁଣି ହିସାବ ମିଳିଗଲା ଯେ ଏମିତି ତ କେତେ ପିତାଜୀ ହୋଇ ସାରିଛନ୍ତି, ଏବେ କ’ଣ କରିବା ? ତେବେ ଉତ୍ତର ଆସିଲା, 'ଯିଏ ଅଛନ୍ତି, ତାଙ୍କର ସେବା କର ।’ ପୁଣି ଯିଏ ଚାଲିଗଲେ, ସେମାନେ ଗନ୍ ଗଲେ) । କିନ୍ତୁ ଏବେ ତ ଯିଏ ଅଛନ୍ତି, ତାଙ୍କର ସେବା କର, ନାହାନ୍ତି, ତାଙ୍କର ଚିନ୍ତା କର ନାହିଁ । ସମସ୍ତେ ବହୁତ ଜଣ ହୋଇଗଲେ । ଭୁଲିଗଲ ସେଇଠୁ ପୁଣି ଗଣ । ମା-ବାପାଙ୍କ ସେବା, ତାହା ପ୍ରତ୍ୟକ୍ଷ ରୋକଡ଼ା ଅଟେ । ଭଗବାନ ଦେଖାଯାନ୍ତି ନାହିଁ, ଏମାନେ ତ ଦେଖା ଯାଉଛନ୍ତି । ଭଗବାନ କେଉଁଠି ଦେଖାଯାନ୍ତି ? ଆଉ ମା-ବାପା ତ ଦେଖା ଯାଉଛନ୍ତି ।
ପୁରା ଆବଶ୍ୟକ, ବୁଢ଼ାମାନଙ୍କୁ ସେବାର
ଏବେ ତ ଯଦି କେହି ବେଶିରେ ବେଶି ଦୁଃଖୀ ଥିବେ ତେବେ ଏକରେ ଷାଠିଏ-ପଞ୍ଚଷଠି ବର୍ଷ ବୟସର ବୁଢ଼ା ଲୋକେ ବହୁତ ଦୁଃଖୀ ଅଛନ୍ତି ଆଜିକାଲି । କିନ୍ତୁ ସେମାନେ କହିବେ କାହାକୁ ? ପିଲାମାନେ ଶୁଣୁ ନାହାନ୍ତି । ଗ୍ୟାପ୍ ବହୁତ ହୋଇ ଗଲାଣି, ପୁରୁଣା ଜମାନା ଆଉ ନୂଆ ଜମାନା । ବୁଢ଼ା ପୁରୁଣା ଜମାନା ଛାଡ଼େ ନାହିଁ । ମାଡ଼ ଖାଏ, ତଥାପି ଛାଡ଼େ ନାହିଁ ।
ପ୍ରଶ୍ନକର୍ତ୍ତା : ପଞ୍ଚଷଠି ବର୍ଷରେ ପ୍ରତ୍ୟେକଙ୍କର ଏହି ହାଲ୍ ହୁଏ ନା !
। ଦାଦାଶ୍ରୀ : ହଁ, ସେହି କୁ ସେହି ହାଲତ । ଏହି କୁ ଏହି ହାଲ୍ । ଏଣୁ ବାସ୍ତବରେ କରିବା ଭଳି କ’ଣ ଅଟେ ଏହି ଜମାନାରେ ? ଯେ କେଉଁ ଜାଗାରେ ଏପରି ବୟସ୍କ ଲୋକଙ୍କ ପାଇଁ ଯଦି ରହିବାର ସ୍ଥାନ ତିଆରି କରିଛି ତେବେ ବହୁତ ଭଲ । ଏଣୁ ମୁଁ ଭାବିଥିଲି । ମୁଁ କହିଲି, ଏପରି କିଛି ଯଦି କରିଥବ ନା, ତେବେ ପ୍ରଥମେ ଏହି ଜ୍ଞାନ ଦେଇ ଦେବା । ପୁଣି ତାଙ୍କର ଖାଇବା-ପିଇବାର ବ୍ୟବସ୍ଥା ତ ଏଠି

Page Navigation
1 ... 41 42 43 44 45 46 47 48