Book Title: Right Understanding To Help Others Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ସେବା-ପରୋପକାର
ଏଣୁ ସୁଖର ଦୋକାନ ଏପରି ଖୋଲ ଯେ ବାସ୍ ସମସ୍ତଙ୍କୁ ସୁଖ ଦେବା । ଦୁଃଖ କାହାରିକୁ ଦେବା ନାହିଁ ଆଉ ଦୁଃଖ ଦେବାବାଲାକୁ ତ କେଉଁଦିନ କିଏ ଛୁରୀ ମାରିଦିଏ ନା ? ସେ ରାସ୍ତା ଚାହିଁ ବସିଥାଏ । ଏ ଯେଉଁ ବୈର ଅସୁଲ କରନ୍ତି ନା, ସେମାନେ ଏମିତି ଖାଲିରେ ବୈର ଅସୁଲ କରନ୍ତି ନାହିଁ, ଦୁଃଖର ପ୍ରତିଶୋଧ ନିଅନ୍ତି । ସେବା କରିବା ତେବେ ସେବା ମିଳେ
୩୪
ଏହି ଦୁନିଆରେ ସର୍ବ ପ୍ରଥମ ସେବା କରିବା ଯୋଗ୍ୟ ସାଧନ ଯଦି କିଛି ଥାଏ, ତେବେ ସେମାନେ ହେଉଛନ୍ତି ମା-ବାପା ।
ମା-ବାପାଙ୍କ ସେବା କରେ ତେବେ ଶାନ୍ତି ଯାଏ ନାହିଁ । କିନ୍ତୁ ଆଜି ସଚ୍ଚା ଦିଲ୍ରେ ମା-ବାପାଙ୍କ ସେବା କରୁନାହାନ୍ତି । ତିରିଶ ବର୍ଷର ହେଲା ଏବଂ ‘ଗୁରୁ’(ପତ୍ନୀ) ଆସିଲେ । ସେ କୁହନ୍ତି ଯେ ମୋତେ ନୂଆ ଘରକୁ ନେଇଯାଅ । ଗୁରୁ ଦେଖୁଛ ତୁମେ ? ପଚିଶ, ତିରିଶ ବର୍ଷରେ ‘ଗୁରୁ’ ମିଳିଯାନ୍ତି ଆଉ ‘ଗୁରୁ’ ମିଳେ, ତେବେ ବଦଳି ଯାଏ । ଗୁରୁ କୁହନ୍ତି ମାତାଜୀଙ୍କୁ ତୁମେ ଚିହ୍ନି ହିଁ ନାହଁ । ସେ ଥରେ ଶୁଣେ ନାହିଁ । ପ୍ରଥମ ଥର ତ ଶୁଣେ ନାହିଁ କିନ୍ତୁ ଦୁଇ-ତିନିଥର କୁହେ, ତେବେ ପୁଣି ଲାଇନ୍ ବଦଳାଇ ଦିଏ।
ନହେଲେ, ମା-ବାପାଙ୍କ ଶୁଦ୍ଧ ସେବା କରେ ନା, ତା’କୁ ଅଶାନ୍ତି ହୁଏ ନାହିଁ, ଏପରି ଅଟେ ଏହି ଜଗତ । ଏ ଜଗତ କିଛି ଅଣଦେଖା କରିବା ପରି ନୁହେଁ । ତେବେ ଲୋକେ ପଚାରନ୍ତି ନା, ପୁଅର ହିଁ ଦୋଷ ନା, ପୁଅମାନେ ମା-ବାପାଙ୍କର ସେବା କରୁନାହାନ୍ତି । ସେଥିରେ ମା-ବାପାଙ୍କର କ’ଣ ଦୋଷ ? ମୁଁ କହିଲି ଯେ ସେମାନେ ମା-ବାପାଙ୍କର ସେବା କରି ନଥିଲେ, ସେଥିପାଇଁ ସେମାନଙ୍କୁ ପ୍ରାପ୍ତ ହେଉନାହିଁ। ଅର୍ଥାତ ଏ ପରମ୍ପରା ହିଁ ଭୁଲ ଅଟେ । ଏବେ ନୂଆ ରୁପରେ ନୂଆ ଦୃଷ୍ଟି ନେଇ ଚାଲିବା
ତେବେ ଭଲ ହେବ ।
ସେଥିପାଇଁ ମୁଁ ଏହିପରି କରାଉଛି, ପ୍ରତ୍ୟେକ ଘରେ । ପୁଅମାନେ ସବୁ ଅଲରାଇଟ୍ ହୋଇଗଲେଣି । ମାବାପା ବି ଅଲରାଇଟ୍ ଏବଂ ପୁଅମାନେ ବି ଅଲରାଇଟ୍ ! ଗୁରୁଜନମାନଙ୍କ ସେବା କରିବା ଦ୍ଵାରା ଆମର ଏହି ବିଜ୍ଞାନ ବିକଶିତ

Page Navigation
1 ... 39 40 41 42 43 44 45 46 47 48