Book Title: Right Understanding To Help Others Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 42
________________ ସେବା-ପରୋପକାର ୩୫ ହୋଇଥାଏ । କେଉଁଠି ମୂର୍ତ୍ତିମାନଙ୍କର ସେବା ହୁଏ ? ମୂର୍ତ୍ତିମାନଙ୍କର କ’ଣ ଗୋଡ଼ ବିନ୍ଧେ ? ସେବା ତ ଅଭିଭାବକ ହୋଇଥ‌ିବେ, ଗୁରୁଜନ ଅଥବା ଗୁରୁ ହୋଇଥ‌ିବେ, ତାଙ୍କର କରିବାକୁ ହୋଇଥାଏ । ସେବାର ତିରସ୍କାର କରି ଧର୍ମ କରୁଛନ୍ତି ? ମା-ବାପାଙ୍କର ସେବା କରିବା ତାହା ଧର୍ମ ଅଟେ । ସେ ପଛେ ଯେମିତି ବି ହିସାବ ଥାଉ, କିନ୍ତୁ ଏ ସେବା କରିବା ଆମର ଧର୍ମ ଆଉ ଯେତିକି ଆମର ଧର୍ମର ପାଳନ କରିବା, ସେତିକି ସୁଖ ଆମକୁ ଉତ୍ପନ୍ନ ହେବ । ଗୁରୁଜନଙ୍କ ସେବା ତ ହୁଏ, ସାଥେ-ସାଥେ ସୁଖ ବି ଉତ୍ପନ୍ନ ହୁଏ । ମା-ବାପାଙ୍କୁ ସୁଖ ଦେବା, ତେବେ ଆମକୁ ସୁଖ ଉତ୍ପନ୍ନ ହୁଏ । ମା-ବାପାଙ୍କୁ ଯିଏ ସୁଖୀ କରନ୍ତି, ସେ ଲୋକେ ସର୍ବଦା, କେବେ ବି ଦୁଃଖୀ ହୁଅନ୍ତି ହିଁ ନାହିଁ । ଏକ ବଡ଼ ଆଶ୍ରମରେ ଜଣେ ବ୍ୟକ୍ତିଙ୍କ ସହ ଦେଖାହେଲା । ମୁଁ ପଚାରିଲି, ‘ତୁମେ ଏଠି କେମିତି ? ’ ସେ କହିଲା ‘ ମୁଁ ଏହି ଆଶ୍ରମରେ ବିଗତ ଦଶବର୍ଷ ହେଲା ରହୁଛି ।’ ମୁଁ ତାଙ୍କୁ କହିଲି, ‘ତୁମ ମା-ବାପା ଗାଁରେ ଗରିବୀରେ ଅନ୍ତିମ ଅବସ୍ଥାରେ ଦୁଃଖୀ ହେଉଛନ୍ତି ।’ ଏହା ଶୁଣି ସେ କହିଲା ଯେ, ‘ସେଥ‌ିରେ ମୁଁ କ’ଣ କରିବି ? ମୁଁ ତାଙ୍କର କରିବାକୁ ଯିବି, ତେବେ ମୋ ଧର୍ମ କରିବା ରହିଯିବ ।’ ଏହାକୁ ଧର୍ମ କିପରି କହିବା ? ଧର୍ମ ତ ତାହାର ନାମ ଯେ ମା-ବାପାଙ୍କ ସହ କଥା ହୁଏ, ଭାଇ ସହ କଥା ହୁଏ, ସମସ୍ତଙ୍କ ସହ କଥା ହୁଏ । ବ୍ୟବହାର ଆଦର୍ଶ ହେବା ଉଚିତ । ଯେଉଁ ବ୍ୟବହାର ନିଜ ଧର୍ମର ତିରସ୍କାର କରେ, ମା-ବାପାଙ୍କ ସମ୍ବନ୍ଧର ତିରସ୍କାର କରେ, ତାହାକୁ ଧର୍ମ କିପରି କୁହାଯିବ ? ତୁମର ମା-ବାପା ଅଛନ୍ତି ନା ନାହିଁ ? ପ୍ରଶ୍ନକର୍ତ୍ତା : ମା ଅଛି । ଦାଦାଶ୍ରୀ : ଏବେ ସେବା କରିବ, ଭଲ ଭାବରେ । ସବୁଥର ଲାଭ ମିଳେ ନାହିଁ ଆଉ କେଉଁ ମଣିଷ ଯଦି କୁହେ ଯେ, ‘ ମୁଁ ଦୁଃଖୀ ଅଟେ’ ତେବେ ମୁଁ କହିବି ଯେ ତୋ ମାତା-ପିତାଙ୍କ ସେବା କର, ଭଲ ଭାବରେ । ତେବେ ସଂସାରର ଦୁଃଖ ତୋ

Loading...

Page Navigation
1 ... 40 41 42 43 44 45 46 47 48