Book Title: Right Understanding To Help Others Oriya
Author(s): Dada Bhagwan
Publisher: Dada Bhagwan Aradhana Trust
Catalog link: https://jainqq.org/explore/034325/1

JAIN EDUCATION INTERNATIONAL FOR PRIVATE AND PERSONAL USE ONLY
Page #1 -------------------------------------------------------------------------- ________________ ଦାଦା ଭଗବାନ କଥିତ । ସେବା-ପରୋପକାର Oriya ତୁମ ଫଳ ଯଦି ଅନ୍ୟକୁ ଦେବ ତେବେ ପ୍ରକୃତି ତୁମର ଚଳେଇ ନେବ । Page #2 -------------------------------------------------------------------------- ________________ ଦାଦା ଭଗବାନ କଥିତ ସେବା-ପରୋପକାର ମୂଳ ଗୁଜରାଟୀ ସଙ୍କଳନ : ଡା. ନୀରୂବେନ ଅମୀନ ଅନୁବାଦ : ମହାମ୍ବାଗଣ Page #3 -------------------------------------------------------------------------- ________________ ପ୍ରକାଶକ : ଶ୍ରୀ ଅଜିତ୍ ସି. ପଟେଲ ଦାଦା ଭଗବାନ ଆରାଧନା ଟ୍ରଷ୍ଟ ୫, ମମତା ପାର୍କ ସୋସାଇଟୀ, ନବଗୁଜରାଟ କଲେଜ ପଛ, ଉସ୍ନାନପୁରା, C ଅହମଦାବାଦ୍-୩୮୦୦୧୪, ଗୁଜରାଟ ଫୋନ୍ : (୦୭୯) ୩୯୮୩୦୧୦୦ All Rights reserved - Deepakbhai Desai Trimandir, Simandhar City, Ahmedabad-Kalol Highway, Adalaj, Dist- Gandhinagar-382421, Gujarat, India No part of this book may be used or reproduced in any manner whatsoever without written permission from the holder of the copyrights. ପ୍ରଥମ ସଂସ୍କରଣ : ବହି ସଂଖ୍ୟା ୧୦୦୦ ଭାବ ମୂଲ୍ୟ : ‘ ପରମ ବିନୟ’ ଏବଂ ନଭେମ୍ବର ୨୦୧୮ ‘ମୁଁ କିଛି ମଧ୍ୟ ଜାଣି ନାହିଁ’, ଏହି ଭାବ ! ଦ୍ରବ୍ୟ ମୂଲ୍ୟ : ୨୦ ଟଙ୍କା ମୁଦ୍ରକ : ଅମ୍ବା ଅଫ୍‌ଟ୍ , B-99, ଇଲେକ୍ଟ୍ରୋନିକ୍ସ GI.D.C, K-6 ରୋଡ଼, ସେକ୍ଟର-୨୫, ଗାନ୍ଧୀନଗର – ୩୮୨୦୪୪ ଫୋନ୍ : (୦୭୯) ୩୯୮୩୦୩୪୧/୪୨ Page #4 -------------------------------------------------------------------------- ________________ ତ୍ରିମନ୍ତ୍ର | tushkAPie= = al[aleela | ନମୋ ଅରିହଂତା ନମୋ ସିଦ୍ଧାଣୀ ନମୋ ଆୟରିୟା ନମୋ ଉବଢ଼ାୟାଣୀ ନମୋ ଲୋଏ ସବ୍ସାହୁ ଏସୋ ପଞ୍ଚ କମୁକ୍କାରେ, ସବ୍ଧ ପାବଣାଣେ । । ମଙ୍ଗଲା ‘ ସବ୍‌ସିଂ, ପଢ଼ ହବର ମଙ୍ଗଲମ୍ ୧ || ଓଁ ନମୋ ଭଗବତେ ବାସୁଦେବାୟ ।।୨୩ ଓଁ ନମ ଶିବାୟ || ୩ || O। ଛୟ ସଚ୍ଚିଦାନନ୍ଦ । Page #5 -------------------------------------------------------------------------- ________________ ‘ଦାଦା ଭଗବାନ’ କିଏ ? ଜୁନ୍ ୧୯୫୮ର ଏକ ସନ୍ଧ୍ୟା, ସମୟ ପାଖାପାଖୁ ଛ’ଟା, ଭିଡ଼ରେ ଭରା ସୁରଟ ସହରର ରେଲୱେ ଷ୍ଟେସନ୍, ପ୍ଲାଟଫର୍ମ ନମ୍ବର ୩ର ବେଞ୍ଚ ଉପରେ ବସିଥିବା ଶ୍ରୀ ଅମ୍ବାଲାଲ ମୁଲଜୀଭାଇ ପଟେଲ୍ ରୂପୀ ଦେହମନ୍ଦିରରେ ପ୍ରାକୃତିକ ରୀତିରେ, ଅକ୍ରମ ରୂପରେ, କେତେ ଜନ୍ମରୁ ବ୍ୟକ୍ତ ହେବାପାଇଁ ଆତୁର ‘ଦାଦା ଭଗବାନ’ ପୂର୍ଣ ରୂପରେ ପ୍ରକଟ ହେଲେ । ଏବଂ ପ୍ରକୃତି ସର୍ଜିତ କଲା ଅଧାମ୍ବର ଅଦ୍ଭୁତ ଆଶ୍ଚର୍ଯ୍ୟ । ଏକ ଘଣ୍ଟାରେ ତାଙ୍କୁ ବିଶ୍ଵ ଦର୍ଶନ ହେଲା । ‘ମୁଁ କିଏ ? ଭଗବାନ କିଏ ? ଜଗତ କିଏ ଚଲାଉଛି ? କର୍ମ କ’ଣ ? ମୁକ୍ତି କ’ଣ ? ’ ଇତ୍ୟାଦି ଜଗତର ସମସ୍ତ ଆଧ୍ୟାତ୍ମିକ ପ୍ରଶ୍ନର ସଂପୂର୍ଣ୍ଣ ରହସ୍ୟ ପ୍ରକଟ ହେଲା । ଏହିପରି ପ୍ରକୃତି, ବିଶ୍ଵ ସମ୍ମୁଖରେ ଏକ ଅଦ୍ଵିତୀୟ ପୂର୍ଣ୍ଣ ଦର୍ଶନ ପ୍ରସ୍ତୁତ କଲା ଏବଂ ତାହାର ମାଧ୍ୟମ ହେଲେ ଶ୍ରୀ ଅମ୍ବାଲାଲ ମୂଲଜୀଭାଇ ପଟେଲ, ଯିଏ ଗୁଜରାଟର ଚରୋତର କ୍ଷେତ୍ରର ଭାବରଣ ଗାଁ’ର ପାଟୀଦାର, କଣ୍ଟ୍ରାକ୍ଟ ବ୍ୟବସାୟ କରିବାବାଲା, ତଥାପି ପୂର୍ଣ ରୂପରେ ବୀତରାଗ ପୁରୁଷ ! ତାଙ୍କୁ ଯେପରି ପ୍ରାପ୍ତ ହେଲା, ସେହିପରି କେବଳ ଦୁଇ ଘଣ୍ଟାରେ ଅନ୍ୟ ମୁମୁକ୍ଷୁମାନଙ୍କୁ ମଧ୍ୟ ସେ ଆତ୍ମଜ୍ଞାନର ପ୍ରାପ୍ତି କରାଉଥିଲେ, ତାଙ୍କର ଅଦ୍ଭୁତ ସିଦ୍ଧ ହୋଇଥବା ଜ୍ଞାନପ୍ରୟୋଗ ଦ୍ଵାରା । ତାହାକୁ ଅକ୍ରମ ମାର୍ଗ କହିଲେ । ଅକ୍ରମ, ଅର୍ଥାତ୍ ବିନା କ୍ରମରେ ଏବଂ କ୍ରମ ଅର୍ଥାତ୍ ସିଢ଼ି ପରେ ସିଢ଼ି, କ୍ରମାନୁସାରେ ଉପରକୁ ଚଢ଼ିବା । ଅକ୍ରମ ଅର୍ଥାତ୍ ଲିଫ୍ଟ ମାର୍ଗ, ସର୍ଟ କଟ୍ । ସେ ନିଜେ ପ୍ରତ୍ୟେକଙ୍କୁ ‘ଦାଦା ଭଗବାନ କିଏ ?’ର ରହସ୍ୟ ବତାଇବାକୁ ଯାଇ କହୁଥିଲେ ଯେ, “ ‘ଏ ଯିଏ ଆପଣଙ୍କୁ ଦେଖାଯାଉଛନ୍ତି ସେ ଦାଦା ଭଗବାନ ନୁହଁନ୍ତି, ସେ ତ ‘ଏ.ଏମ୍. ପଟେଲ୍‌’ ଅଟେ । ମୁଁ ଜ୍ଞାନୀପୁରୁଷ ଅଟେ ଏବଂ ଭିତରେ ଯିଏ ପ୍ରକଟ ହୋଇଛନ୍ତି, ସେ ‘ଦାଦା ଭଗବାନ’ ଅଟନ୍ତି । ଦାଦା ଭଗବାନ ତ’ ଚଉଦ ଲୋକର ନାଥ ଅଟନ୍ତି । ସେ ଆପଣଙ୍କ ଭିତରେ ମଧ୍ଯ ଅଛନ୍ତି, ସମସ୍ତଙ୍କ ଭିତରେ ଅଛନ୍ତି । ଆପଣଙ୍କ ଭିତରେ ଅବ୍ୟକ୍ତ ରୂପରେ ଅଛନ୍ତି ଏବଂ ‘ଏଠାରେ’ ମୋ ଭିତରେ ସଂପୂର୍ଣ ରୂପରେ ବ୍ୟକ୍ତ ହୋଇଛନ୍ତି । ଦାଦା ଭଗବାନଙ୍କୁ ମୁଁ ମଧ୍ୟ ନମସ୍କାର କରେ ।’’ ‘ବ୍ୟାପାରରେ ଧର୍ମ ରହିବା ଉଚିତ୍, ଧର୍ମରେ ବ୍ୟାପାର ନୁହେଁ’, ଏହି ସିଦ୍ଧାନ୍ତ ସହ ସେ ସାରା ଜୀବନ ବିତାଇଲେ । ଜୀବନରେ କେବେ ମଧ୍ୟ ସେ କାହାରିଠାରୁ ପଇସା ନେଇ ନାହାନ୍ତି, ବରଂ ନିଜ ରୋଜଗାରରୁ ଭକ୍ତମାନଙ୍କୁ ଯାତ୍ରା କରାଉଥିଲେ । Page #6 -------------------------------------------------------------------------- ________________ ନିବେଦନ ଆତ୍ମବିଜ୍ଞାନୀ ଶ୍ରୀ ଅମ୍ବାଲାଲ ମୂଲଜୀଭାଇ ପଟେଲ, ଯାହାଙ୍କୁ ଲୋକେ ‘ଦାଦା ଭଗବାନ’ ନାମରେ ମଧ୍ୟ ଜାଣନ୍ତି, ତାଙ୍କ ଶ୍ରୀମୁଖରୁ ଅଧାମ୍ ତଥା ବ୍ୟବହାର ଜ୍ଞାନ ସମନ୍ଧୀ ଯେଉଁ ବାଣୀ ବାହାରିଛି, ତାହାକୁ ରେକର୍ଡ କରାଯାଇଥିଲା । ସେହି ବାଣୀର ସଙ୍କଳନ ତଥା ସମ୍ପାଦନ ହୋଇ, ତାହା ପୁସ୍ତକ ରୂପରେ ପ୍ରକାଶିତ ହେଲା । ପ୍ରସ୍ତୁତ ପୁସ୍ତକ ମୂଳ ଗୁଜରାଟୀ ପୁସ୍ତକର ଅନୁବାଦ ଅଟେ । । ପ୍ରସ୍ତୁତ ଅନୁବାଦରେ ଏହା ବିଶେଷ ଧାନ ରଖାଯାଇଛି ଯେ, ପାଠକଙ୍କୁ ଦାଦାଶ୍ରୀଙ୍କର ହିଁ ବାଣୀ ଶୁଣାଯାଉଛି, ଏପରି ଅନୁଭବ ହେଉ, ଯେଉଁ କାରଣରୁ ବୋଧହୁଏ କିଛି ଜାଗାରେ ଅନୁବାଦର ବାକ୍ୟ ରଚନା ଓଡ଼ିଆ ବ୍ୟାକରଣ ଅନୁସାରେ ତ୍ରୁଟିପୂର୍ଣ ଲାଗିପାରେ, କିନ୍ତୁ ଯଦି ଏଠାରେ ଆଶୟ(ହେତୁ)କୁ ବୁଝି ପଢ଼ାଯିବ, ତେବେ ଅଧୁକ ଲାଭକାରୀ ହେବ । । ଜ୍ଞାନୀଙ୍କ ବାଣୀକୁ ଓଡ଼ିଆ ଭାଷାରେ ଯଥାର୍ଥ ରୂପରେ ଅନୁବାଦ କରିବାର ପ୍ରୟାସ କରାଯାଇଛି କିନ୍ତୁ ଦାଦାଶ୍ରୀଙ୍କ ଆତ୍ମଜ୍ଞାନର ପ୍ରକୃତ ଆଶୟ, ଯେମିତିକୁ ସେମିତି(as it is), ଆପଣଙ୍କୁ ଗୁଜରାଟୀ ଭାଷାରେ ହିଁ ଅବଗତ ହେବ । ମୂଳ ଗୁଜରାଟୀ ଶବ୍ଦ ଯାହାର ଓଡ଼ିଆ ଅନୁବାଦ ଉପଲବ୍ଧ ନାହିଁ, ତାହା ଇଟାଲିକ୍ ରେ ଲେଖାଯାଇଛି । ଜ୍ଞାନର ଗଭୀରତାକୁ ଯିବାର ଥିବ, ଜ୍ଞାନର ପ୍ରକୃତ ମର୍ମ ଯଦି ବୁଝିବାର ଥିବ, ତେବେ ତାହା ଗୁଜରାଟୀ ଭାଷା ଶିଖୁ, ମୂଳ ଗୁଜରାଟୀ ଗ୍ରନ୍ଥ ପଢ଼ିବା ଦ୍ଵାରା ହି ସମ୍ଭବ । ତଥାପି ଏହି ବିଷୟ ସମ୍ବନ୍ଧୀୟ ଆପଣଙ୍କର ଯଦି କୌଣସି ବି ପ୍ରଶ୍ନ ଥିବା ତେବେ ଆପଣ ପ୍ରତ୍ୟକ୍ଷ ସସଙ୍ଗରେ ଆସି ସମାଧାନ ପ୍ରାପ୍ତ କରିପାରିବେ । । ପ୍ରସ୍ତୁତ ପୁସ୍ତକରେ ଅନେକ ଜାଗାରେ ବନ୍ଧନୀରେ ଦର୍ଶାଯାଇଥିବା ଶବ୍ଦ ବା ବାକ୍ୟ ପରମପୂଜ୍ୟ ଦାଦାଶ୍ରୀଙ୍କ ଦ୍ଵାରା କୁହାଯାଇଥିବା ବାକ୍ୟକୁ ଅଧୁକ ସୃଷ୍ଟତାପୂର୍ବକ ବୁଝାଇବା ହେତୁ ଲେଖାଯାଇଛି । ଦାଦାଶ୍ରୀଙ୍କ ଶ୍ରୀମୁଖରୁ ବାହାରିଥିବା କିଛି ଗୁଜରାଟୀ ଏବଂ ଇଂରାଜୀ ଶବ୍ଦ ଯେମିତିକୁ ସେମିତି ରଖାଯାଇଛି । । ଅନୁବାଦଜନିତ ତ୍ରୁଟି ପାଇଁ ଆପଣଙ୍କ ପାଖରେ କ୍ଷମାପ୍ରାର୍ଥୀ ଅଟୁ । Page #7 -------------------------------------------------------------------------- ________________ ସମ୍ପାଦକୀୟ ଏହି ମନ-ବଚନ-କାୟା ଯଦି ଅନ୍ୟମାନଙ୍କ ସୁଖ ପାଇଁ ଖର୍ଚ୍ଚ କରିବା ତେବେ ନିଜକୁ ସଂସାରରେ କେବେ ବି ସୁଖର ଅଭାବ ପଡ଼େ ନାହିଁ । ଏବଂ ସ୍ବୟଂ ନିଜର ସେଲ୍‌ର ରିୟଲାଇଜେଶନ୍ କରେ, ତା’କୁ ସନାତନ ସୁଖର ପ୍ରାପ୍ତି ହୁଏ । ମନୁଷ୍ୟ ଜୀବନର ଧେୟ ଏତିକି ହିଁ ଅଟେ । ଏହି ଧେୟର ରାସ୍ତାରେ ଯଦି ଚାଲିବା ତେବେ ମନୁଷ୍ୟ ଦେହରେ ହିଁ ଜୀବନମୁକ୍ତ ଦଶା ପ୍ରାପ୍ତି ହେବ । ତାହା ପରେ ପୁଣି ଏହି ଜୀବନରେ କୌଣସି ମଧ୍ୟ ପ୍ରାପ୍ତି ବାକି ରୁହେ ନାହିଁ । । ଆମ୍ବ ଗଛ ନିଜର କେତେ ଆମ୍ବ ଖାଇ ଯାଉଥିବ ? ତା’ର ଫଳ, କାଠ, ପତ୍ର ଆଦି ସବୁ ଅନ୍ୟମାନଙ୍କ ପାଇଁ ହିଁ କାମରେ ଆସେ ନା ? ଏଣୁ ସେ ଉର୍ଦ୍ଦଗତି ପ୍ରାପ୍ତ କରେ । ଧର୍ମର ପ୍ରାରମ୍ଭ ଓବ୍ଲାଇଜିଙ୍ଗ୍ ନେଚର୍( ପରୋପକାରୀ ସ୍ଵଭାବ) ରୁ ହିଁ ହୁଏ । ଅନ୍ୟକୁ କିଛି ବି ଦିଅନ୍ତି, ସେଇଠୁ ହିଁ ନିଜକୁ ଆନନ୍ଦ ଆରମ୍ଭ ହୁଏ ।। । ପରମପୂଜ୍ୟ ଦାଦାଶ୍ରୀ ଗୋଟିଏ ବାକ୍ୟରେ କୁହନ୍ତି ଯେ, ଯେଉଁ ପିଲାମାନେ ମା-ବାପାଙ୍କର ସେବା କରନ୍ତି, ସେମାନଙ୍କୁ କେବେ ଟଙ୍କାର ଅଭାବ ପଡ଼େ ନାହିଁ, ସେମାନଙ୍କର ସମସ୍ତ ଆବଶ୍ୟକତା ପୂର୍ଣ୍ଣ ହୁଏ, ଏବଂ ଆତ୍ମସାକ୍ଷାତ୍କାରୀ ଗୁରୁଙ୍କ ସେବା କରେ, ସେ ମୋକ୍ଷରେ ଯାଏ । ଦାଦାଶ୍ରୀ ନିଜର ପୁରା ଜୀବନରେ ଏହି ଧେୟ ରଖୁଥିଲେ ଯେ ମୋତେ ଯେ କେହି ଭେଟିଲା, ତା’କୁ ସୁଖ ପ୍ରାପ୍ତ ହେବା ହିଁ ଦରକାର । ନିଜ ସୁଖ ପାଇଁ ବିଚାର ମଧ୍ୟ କଲେ ନାହିଁ । କିନ୍ତୁ ସାମ୍ବାବାଲାର କ’ଣ ଅସୁବିଧା ଅଛି, ତା’ର ଅସୁବିଧା କିପରି ଦୂର ହେବ, ଏହି ଭାବନାରେ ନିରନ୍ତର ରହୁଥିଲେ । ତେବେଯାଇ ତାଙ୍କ ଠାରେ କାରୁଣ୍ୟତା ପ୍ରକଟ ହେଇଥିଲା । ଅଲୌକିକ ଅଧାନ୍ ବିଜ୍ଞାନ ପ୍ରକଟ ହୋଇଥିଲା । ପ୍ରସ୍ତୁତ ସଙ୍କଳନରେ ଦାଦାଶ୍ରୀ ସମସ୍ତ ଦୃଷ୍ଟିକୋଣରୁ ଜୀବନର ଧେୟ କିପରି ସିଦ୍ଧ କରିବା, ଯାହା ସେବା-ପରୋପକାର ସହିତ ହୋଇଥିବ, ତାହାର ସମଝ(ଦୃଷ୍ଟି) ସରଳ ସଚୋଟ ଦୃଷ୍ଟାନ୍ତ ଦ୍ଵାରା ଫିଟ୍ କରାଉଛନ୍ତି । ସେସବୁ ଜୀବନରେ ଧେୟ ରୁପରେ ଆତ୍ମସାତ କରିନେବା, ତେବେ ମନୁଷ୍ୟ ଜୀବନର ସାର୍ଥକତା ହେଲା କୁହାଯିବ । - ଡା. ନୀରୂବେନ ଅମୀନଙ୍କ ଜୟ ସଚ୍ଚିଦାନନ୍ଦ ani Page #8 -------------------------------------------------------------------------- ________________ ସେବା-ପରୋପକାର ମନୁଷ୍ୟ ଜନ୍ମର ବିଶେଷତା ପ୍ରଶ୍ନକର୍ତ୍ତା : ଏହି ମନୁଷ୍ୟ ଅବତାର ବ୍ୟର୍ଥ ନ ଯାଉ, ସେଥପାଇଁ କ’ଣ କରିବା ଉଚିତ ? ଦାଦାଶ୍ରୀ : ଏହି ମନୁଷ୍ୟ ଅବତାର ବ୍ୟର୍ଥ ନ ଯାଉ, ଯଦି ଏହା ହିଁ ସାରାଦିନ ଚିନ୍ତନ କରିବ ତେବେ ସେ ସଫଳ ହେବ । ଏହି ମନୁଷ୍ୟ ଅବତାରର ଚିନ୍ତା କରିବା ଜାଗାରେ, ସେଠି ଲୋକେ ଲକ୍ଷ୍ମୀର ଚିନ୍ତା କରୁଛନ୍ତି ! ପ୍ରୟାସ କରିବା ତୁମ ହାତରେ ନାହିଁ, କିନ୍ତୁ ଭାବ କରିବା ତୁମ ହାତରେ ଅଛି । ପ୍ରୟାସ କରିବା ଅନ୍ୟର ସଭା ଅଧୀନରେ ଅଛି । ଭାବର ଫଳ ମିଳେ । ବାସ୍ତବରେ ତ ଭାବ ମଧ୍ୟ ପରସଭା ଅଟେ, କିନ୍ତୁ ଭାବ କଲେ ତାହାର ଫଳ ମିଳେ । ପ୍ରଶ୍ନକର୍ତ୍ତା : ମନୁଷ୍ୟ ଜନ୍ମର ବିଶେଷତା କ’ଣ ? ଦାଦାଶ୍ରୀ : ମନୁଷ୍ୟ ଜୀବନ ପରୋପକାର ପାଇଁ ଅଟେ ଏବଂ ହିନ୍ଦୁସ୍ତାନର ମନୁଷ୍ୟଙ୍କ ଜୀବନ ‘ଏସୋଲ୍ୟୁଟିଜିମ୍' ପାଇଁ, ମୁକ୍ତି ପାଇଁ । ହିନ୍ଦୁସ୍ତାନ ବ୍ୟତୀତ ବାହାରେ ଅନ୍ୟ ଦେଶରେ ଯେଉଁ ଜୀବନ ଅଛି, ତାହା ପରୋପକାର ପାଇଁ । ପରୋପକାର ଅର୍ଥାତ ମନର ଉପଯୋଗ ବି ଅନ୍ୟ ପାଇଁ କରିବା, ବାଣୀ ମଧ୍ୟ ଅନ୍ୟ ପାଇଁ ଉପଯୋଗ କରିବା ଏବଂ ବର୍ଭନ( ବ୍ୟବହାର, ଆଚରଣ)ର ଉପଯୋଗ ମଧ୍ୟ ଅନ୍ୟ ପାଇଁ କରିବା! ମନ-ବଚନ-କାୟା ସହିତ ପରୋପକାର କରିବା । ତେବେ କହିବେ, ମୋର କ’ଣ ହେବ ? ସେ ପରୋପକାର କଲେ ତା’ଘରେ କ’ଣ ରହିବ ? ପ୍ରଶ୍ନକର୍ତ୍ତା : ଲାଭ ତ ମିଳିବ ନା ? ଦାଦାଶ୍ରୀ : ହଁ, କିନ୍ତୁ ଲୋକେ ତ ଏପରି ବୁଝନ୍ତି ନା, ଯେ ମୁଁ ଦେବି ତେବେ ମୋର ଚାଲିଯିବ । Page #9 -------------------------------------------------------------------------- ________________ ସେବା-ପରୋପକାର ପ୍ରଶ୍ନକର୍ତ୍ତା : ନିଚ୍ଚଶ୍ରେଣୀର ଲୋକ ହୋଇଥିବେ, ସେମାନେ ଏପରି ମାନନ୍ତି । ଦାଦାଶ୍ରୀ : ଉଚ୍ଚଶ୍ରେଣୀବାଲା ଏପରି ମାନେ ଯେ ଅନ୍ୟଙ୍କୁ ଦିଆ ଯାଇପାରେ । । ଜୀବନ ପରୋପକାର ପାଇଁ... ଏହାର ଗୁପ୍ତ ବିଜ୍ଞାନ କ’ଣ ଯେ ମନ-ବଚନ-କାୟା ଯଦି ପରୋପକାରରେ ଲଗାଇ ଦେବ, ତେବେ ତୁମ ପାଖକୁ ପ୍ରତ୍ୟେକ ଜିନିଷ ଆସିବ । ପରୋପକାର ପାଇଁ କର, ଆଉ ଯଦି ଫିସ୍ ନେଇ କରିବ ତେବେ ? ପ୍ରଶ୍ନକର୍ତ୍ତା : ଅସୁବିଧା ସୃଷ୍ଟି ହେବ । ଦାଦାଶ୍ରୀ : ଏ କୋର୍ଟରେ ଫିସ୍ ନିଅନ୍ତି । ଶହେ ଟଙ୍କା ପଡ଼ିବ, ଦେଢ଼ଶହ ଟଙ୍କା ଦେବାକୁ ପଡ଼ିବ । ତେବେ କହିବେ ‘ସାହେବ, ଦେଢ଼ଶହ ନିଅନ୍ତୁ ।’ କିନ୍ତୁ ପରୋପକାରର କାନୁନ ତ ଲାଗେ ନାହିଁ ନା ! । ପ୍ରଶ୍ନକର୍ତ୍ତା : ପେଟରେ ନିଆଁ ଲାଗିଥିବ ତେବେ ଏପରି କହିବାକୁ ହିଁ ପଡ଼େ ନା ? । ଦାଦାଶ୍ରୀ : ଏପରି ବିଚାର କରିବ ହିଁ ନାହିଁ । କୌଣସି ବି ପ୍ରକାର ପରୋପକାର କରିବ ନା, ତେବେ ତୁମକୁ କିଛି ଅସୁବିଧା ଆସିବ ନାହିଁ, ଏବେ ଲୋକମାନଙ୍କୁ କ’ଣ ହେଉଛି ? ଏବେ ଅଧୁରା ବୁଝି କରିବାକୁ ଯାଆନ୍ତି, ସେଥିପାଇଁ ଓଲଟା ‘ଇଫେକ୍ଟ’ ଆସେ । ସେଥିପାଇଁ ପୁଣି ମନରେ ଶ୍ରଦ୍ଧା ବସେ ନାହିଁ ଏବଂ ଉଠିଯାଏ । ଆଜି କରିବା ଆରମ୍ଭ କରେ ତେବେ ଦୁଇ-ତିନି ଅବତାରରେ ସେ ଠିକଣାରେ ଲାଗିବ, ଏହା ହିଁ ‘ସାଇନ୍ସ” । ଭଲ-ଖରାପଙ୍କ ପାଇଁ ପରୋପକାର ଏକ ସମାନ ପ୍ରଶ୍ନକର୍ତ୍ତା : ମଣିଷ ଭଲ ପାଇଁ ପରୋପକାର କରେ, ଲୋକଙ୍କୁ କୁହେ ମଧ୍ୟ, କିନ୍ତୁ ସେ ଯେଉଁ ଭଲ ପାଇଁ କୁହେ, ତାହାକୁ ଲୋକେ ମୋ ନିଜ ଭଲ ପାଇଁ କହୁଛି’, ଏପରି ବୁଝିବା ପାଇଁ କେହି ପ୍ରସ୍ତୁତ ନାହାନ୍ତି, କ’ଣ କରାଯିବ ? Page #10 -------------------------------------------------------------------------- ________________ ସେବା-ପରୋପକାର ଦାଦାଶ୍ରୀ : ଏପରି ଅଟେ, ପରୋପକାର କରିବାବାଲା ସାମ୍ବାବାଲାର ସମଝ( ଦୃଷ୍ଟିବିନ୍ଦୁ) ଦେଖେ ନାହିଁ ଆଉ ଯଦି ପରୋପକାର କରିବାବାଲା ସାମ୍ବାବାଲାର ସମଙ୍କୁ ଦେଖେ ତେବେ ତାହା ଓକିଲାତି କୁହାଯାଏ । ଏଣୁ ସାମ୍ବାବାଲାର ସମଝି ଦେଖୁବା ଉଚିତ ନୁହେଁ । । ଏ ଗଛ ସବୁ ଅଛନ୍ତି ନା, ଆମ୍ବ ଅଛି, ନିମ୍ବ ଅଛି ଏ ସବୁ, ସେଥରେ ଫଳ ହୁଏ, ସେତେବେଳେ ଆମ୍ବ ଗଛ ନିଜର କେତେ ଆମ୍ବ ଖାଉଥିବ ? ପ୍ରଶ୍ନକର୍ତ୍ତା : ଗୋଟିଏ ବି ନୁହଁ । ଦାଦାଶ୍ରୀ : କାହା ପାଇଁ ସେ ସବୁ ? ପ୍ରଶ୍ନକର୍ତ୍ତା : ଅନ୍ୟ ମାନଙ୍କ ପାଇଁ । ଦାଦାଶ୍ରୀ : ହଁ, ସେତେବେଳେ କ’ଣ ସେମାନେ ଦେଖନ୍ତି ଯେ ଏ ଖରାପ ଅଟେ ନା ଭଲ, ଏପରି ଦେଖନ୍ତି ? ଯିଏ ନେଇଯାଏ ତା’ର, ମୋର ନୁହେଁ । ପରୋପକାରୀ ଜୀବନ ସେ ବିତାଏ । ଏପରି ଜୀବନ ଜୀଇଁବା ଦ୍ଵାରା ସେ ଜୀବମାନଙ୍କର ଧୀରେ ଧୀରେ ଉଦ୍ଧଗତି ହୋଇଥାଏ । | ପ୍ରଶ୍ନକର୍ତ୍ତା : କିନ୍ତୁ ଅନେକ ସମୟରେ ଯାହା ଉପରେ ଉପକାର ହୁଏ, ସେ ବ୍ୟକ୍ତି ଉପକାର କରିବାବାଲା ଉପରେ ଦୋଷାରୋପଣ କରେ । । ଦାଦାଶ୍ରୀ : ହଁ, ତାହା ହିଁ ଦେଖ୍ବାର ଅଛି ନା ! ସେ ଯେଉଁ ଉପକାର କରେ, ତା’ ଉପରେ ବି ଅପକାର କରେ । ପ୍ରଶ୍ନକର୍ତ୍ତା : ଦୃଷ୍ଟି ନାହିଁ । । ଦାଦାଶ୍ରୀ : ଏହି ଦୃଷ୍ଟି ସେ ଆଣିବ କେଉଁଠୁ ? ଦୃଷ୍ଟି ଥିବ ତେବେ କାମ ହୋଇଯିବା କଥା ନା ! ଏପରି ଦୃଷ୍ଟି ଆଣିବ କେଉଁଠୁ ? । ପରୋପକାର, ଏହା ତ ବହୁତ ଉଚ୍ଚ ସ୍ଥିତି ଅଟେ । ଏ ପରୋପକାରୀ ଲାଇଫ୍, ସାରା ମନୁଷ୍ୟ ଜୀବନର ଧେୟ ଏହା ହିଁ ଅଟେ ! Page #11 -------------------------------------------------------------------------- ________________ ସେବା-ପରୋପକାର ଜୀବନରେ, ମହତ କାର୍ଯ୍ୟ ଏହି ଦୁଇଟି ଆଉ ଏହି ହିନ୍ଦୁସ୍ତାନର ମନୁଷ୍ୟଙ୍କ ଅବତାର କ’ଣ ପାଇଁ ? ନିଜର ଏ ବନ୍ଧନ, ଅନନ୍ତ ଜନ୍ମର ବନ୍ଧନରୁ ମୁକ୍ତି ହେତୁ ଅଟେ, ‘ଏବ୍‌ଲ୍ୟୁଟ୍’ ହେବା ପାଇଁ ଅଟେ ଆଉ ଯଦି ଏ ‘ଏବ୍‌ଲ୍ୟୁଟ୍’ ହେବାର ଜ୍ଞାନ ପ୍ରାପ୍ତ ନ ହୁଏ, ତେବେ ତୁ ଅନ୍ୟମାନଙ୍କ ପାଇଁ ବଞ୍ଚ । ଏହି ଦୁଇଟି ହିଁ କାର୍ଯ୍ୟ କରିବା ପାଇଁ ହିନ୍ଦୁସ୍ତାନରେ ଜନ୍ମ ହୁଏ । ଏ ଦୁଇ କାର୍ଯ୍ୟ କ’ଣ ଲୋକେ କରୁଥିବେ ? ଲୋକମାନେ ତ ଅପମିଶ୍ରଣ କରି ମନୁଷ୍ୟରୁ ପଶୁଗତିକୁ ଯିବାର କଳା ଖୋଜି ବାହାର କରିଛନ୍ତି । ସରଳତାର ଉପାୟ ପ୍ରଶ୍ନକର୍ତ୍ତା : ଜୀବନକୁ ସାତ୍ତ୍ଵିକ ଏବଂ ସରଳ କରିବାର ଉପାୟ କ’ଣ ? ଦାଦାଶ୍ରୀ : ତୋ ପାଖରେ ଯେତିକି ଅଛି ସେତିକି ଲୋକଙ୍କୁ ଦେଇ ଚାଲ, ଓବ୍‌ଲାଇଜିଙ୍ଗ୍ ନେଚର ରଖ୍ । ଆପେ ଆପେ ଜୀବନ ସାତ୍ତ୍ଵିକ ହେବାକୁ ଲାଗିବ । ଓବ୍‌ଲାଇଜିଙ୍ଗ୍ ନେଚର୍‌ କରିଛୁ ତୁ ? ତୋତେ ଓବ୍‌ଲାଇଜିଙ୍ଗ୍ ନେଚର୍ ଭଲ ଲାଗେ ? ପ୍ରଶ୍ନକର୍ତ୍ତା : କିଛି ଅଂଶ ପର୍ଯ୍ୟନ୍ତ କରିଛି ! ଦାଦାଶ୍ରୀ : ତାହା ଅଧିକ ଅଂଶରେ କରିବା, ତେବେ ଅଧିକ ଫାଇଦା ହେବ । ଓବ୍‌ଲାଇଜ୍ ହିଁ କରି ଚାଲ । କାହା ପାଇଁ ଘୁରିବୁଲି, ଚକ୍କର ଲଗାଇ, ଟଙ୍କା ସିଲାଇ ଦେବା, ଏହିପରି ଓବ୍‌ଲାଇଜ୍ ଦେଇ, କେଉଁ ଦୁଃଖୀ ପାଇଁ ଦୁଇ କପଡ଼ା କରିବ । ଭଗବାନ କୁହନ୍ତି ଯେ ମନ-ବଚନ-କାୟା ଏବଂ ଆତ୍ମା(ପ୍ରତିଷ୍ଠିତ ଆତ୍ମା)ର ଉପଯୋଗ ଅନ୍ୟ ପାଇଁ କର । ପୁଣି ଯଦି ତୋତେ କିଛି ବି ଦୁଃଖ ଆସେ ତେବେ ମୋତେ କହିବୁ। ଧର୍ମର ପ୍ରାରମ୍ଭ ହିଁ ‘ ଓବ୍‌ଲାଇଜିଙ୍ଗ୍ ନେଚର୍’ ରୁ ହୋଇଥାଏ । ତୁମେ ନିଜ ଘରର ଅନ୍ୟଙ୍କୁ ଦିଅ, ସେଠାରେ ହିଁ ଆନନ୍ଦ ଥାଏ । ତେବେ ଲୋକେ ନେଇଯିବା ଶିଖନ୍ତି ! ତୁମେ ନିଜ ପାଇଁ କିଛି ବି କର ନାହିଁ । ଲୋକଙ୍କ ପାଇଁ ହିଁ କରିବ ତେବେ ନିଜ ପାଇଁ କିଛି ବି କରିବାକୁ ପଡ଼ିବ ନାହିଁ । Page #12 -------------------------------------------------------------------------- ________________ ସେବା-ପରୋପକାର | ଭାବରେ ତ ଶତ ପ୍ରତିଶତ କୌଣସି ବୃକ୍ଷ ନିଜ ଫଳ ନିଜେ ଖାଏ ? ନା । ଏଣୁ ଏ ବୃକ୍ଷ ମଣିଷକୁ ଉପଦେଶ ଦିଅନ୍ତି ଯେ ତୁମେ ନିଜ ଫଳ ଅନ୍ୟଙ୍କୁ ଦିଅ । ତୁମକୁ ପ୍ରକୃତି ଦେବ । ନିମ୍ବ ପିତା ଲାଗେ ଅବଶ୍ୟ, କିନ୍ତୁ ଲୋକେ ତଥାପି ଲଗାନ୍ତି । କାହିଁକିନା ତା’ର ଅନ୍ୟ ଲାଭ ଅଛି । ନଚେତ ଚାରା ଉପାଡ଼ି ଦିଅନ୍ତେ । କିନ୍ତୁ ତାହା ଅନ୍ୟ ପ୍ରକାରେ ଲାଭକାରୀ ଅଟେ । ତାହା ଶରୀରକୁ ଶୀତଳତା ଦିଏ, ତା’ ଔଷଧ ହିତକାରୀ ଅଟେ, ତା’ ରସ ହିତକାରୀ ଅଟେ । ସତ୍ୟଯୁଗରେ ଲୋକେ ସାମ୍ବାବାଲାକୁ ସୁଖ ପହଞ୍ଚାଇବାର ହିଁ ପ୍ରୟୋଗ କରୁଥିଲେ । ସାରାଦିନ ‘କାହାକୁ ଓଲ୍ଲାଇଜ୍ କରିବି? ଏହିପରି ବିଚାର ଆସୁଥିଲା । । ବାହାରେ କମ ହେଲେ ଅସୁବିଧା ନାହିଁ, କିନ୍ତୁ ଆମ ଭିତରର ଭାବ ତ ହେବା ଉଚିତ ଯେ ମୋ ପାଖରେ ଟଙ୍କା ଅଛି, ତେବେ ମୋତେ କାହାର ଦୁଃଖ କମ କରିବା ଉଚିତ । ଅକଲ ଥିବ, ତେବେ ମୋତେ ଅକଲ ଦ୍ବାରା କାହାକୁ ଠିକ କଥା ବୁଝାଇ ମଧ୍ୟ ତା’ ଦୁଃଖ କମ କରିବାର ଅଛି । ନିଜ ପାଖରେ ଯେଉଁ ହତିଆର ବାକି ଥିବ ସେଥିରେ ହେଳ୍ପ କରିବ, ନଚେତ ଓବୁଲାଇଜିଙ୍ଗ ନେଚର୍ ତ ରଖୁବ ନିଶ୍ଚୟ । ଓଲାଇଜିଙ୍ଗ୍ ନେଚର୍ ମାନେ କ’ଣ ? ଅନ୍ୟ ପାଇଁ କରିବାର ସ୍ୱଭାବ ! । ଓବ୍ଲାଇଜିଙ୍ଗ୍ ନେଚର ଥିବ, ତେବେ କେତେ ସୁନ୍ଦର ସ୍ୱଭାବ ହୋଇଥାଏ ! ଟଙ୍କା ଦେବା ହିଁ ଓବଲାଇଜିଙ୍ଗ ନେଚର୍ ନୁହେଁ । ଟଙ୍କା ତ ଆମ ପାଖରେ ଥାଇପାରେ ନଥାଇ ବି ପାରେ । କିନ୍ତୁ ଆମର ଇଚ୍ଛା, ଏପରି ଭାବନା ହେଉ ଯେ ୟାକୁ କିପରି ହେ କରିବି । ଆମ ଘରକୁ କେହି ଆସିଥିବ, ତା’କୁ କେମିତି କିଛି ସାହାଯ୍ୟ କରିବି, ଏପରି ଭାବନା ହେବା ଉଚିତ । ଟଙ୍କା ଦେବା ବା ନ ଦେବା, ତାହା ତୁମ ଶକ୍ତି ଅନୁସାରେ । । ଟଙ୍କା ଦ୍ଵାରା ହିଁ ଓଲ୍ଲାଇଜ୍ କରିହୁଏ ଏପରି କିଛି ନୁହେଁ । ତାହା ତ ଦେବାବାଲାର ଶକ୍ତି ଉପରେ ନିର୍ଭର କରେ । ଖାଲି ମନରେ ଭାବ ରଖୁବାର ଅଛି ଯେ କିଭଳି ‘ ଓଲ୍ଲାଇଜ୍ କରିବି ? ଏତିକି କେବଳ ରହୁଥିବ, ସେତିକି ଦେବାର ଅଛି । Page #13 -------------------------------------------------------------------------- ________________ ସେବା-ପରୋପକାର ଜୀବନର ଧେୟ ଯାହା ଦ୍ଵାରା କିଛି ମାତ୍ରାରେ ନିଜ ଧେୟ ପଥରେ ଆଗେଇ ପାରିବା । ଏ ବିନା ଧେୟର ଜୀବନର ତ କିଛି ଅର୍ଥ ହିଁ ନାହିଁ । ଡଲାର ଆସୁଛି ଆଉ ଖାଇ-ପିଇ ମଜା ଉଡ଼ାଉଛନ୍ତି ଆଉ ସାରାଦିନ ଚିନ୍ତା-ୱେରିଜ୍ କରୁଛନ୍ତି, ଏହାକୁ ଜୀବନର ଧେୟ କିପରି କୁହାଯିବ ? ମନୁଷ୍ୟ ଜୀବନ ମିଳିଛି, ତାହା ବୃଥା ଯାଏ, ତାହାର ଅର୍ଥ କ’ଣ ? ଏଣୁ ମନୁଷ୍ୟଜନ୍ମ ମିଳିବା ପରେ ନିଜ ଧେୟ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ କ’ଣ କରିବା ଉଚିତ ? ସଂସାରର ସୁଖ ଦରକାର, ଭୌତିକ ସୁଖ, ତେବେ ତୁମ ପାଖରେ ଯାହା କିଛି ଅଛି ତାହା ଲୋକମାନଙ୍କୁ ଦିଅ । କିଛି ବି ସୁଖ ଲୋକଙ୍କୁ ଦେବ, ତେବେ ତୁମେ ସୁଖର ଆଶା କରିପାରିବ । ନଚେତ ସୁଖ ତୁମକୁ ମିଳିବ ନାହିଁ ଆଉ ଯଦି ଦୁଃଖ ଦେବା ତେବେ ତୁମକୁ ଦୁଃଖ ମିଳିବ । ଏହି ଦୁନିଆର କାନୁନ ଗୋଟିଏ ବାକ୍ୟରେ ବୁଝିନିଅ, ଏହି ସଂସାରର ସମସ୍ତ ଧର୍ମର, ଯେ ଯଦି ମନୁଷ୍ୟକୁ ସୁଖ ଦରକାର ତେବେ ଅନ୍ୟ ଜୀବଙ୍କୁ ସୁଖ ଦିଆ ଆଉ ଦୁଃଖ ଦରକାର ତେବେ ଦୁଃଖ ଦିଅ । ଯାହା ଅନୁକୁଳ ହେଉଛି ତାହା ଦିଅ। ଏବେ କେହି କହିବ ଯେ ଆମେ ଲୋକଙ୍କୁ ସୁଖ କିପରି ଦେବୁ ? ଆମ ପାଖରେ ଟଙ୍କା ନାହିଁ । ତେବେ କେବଳ ଟଙ୍କା ଦ୍ଵାରା ଯେ ଦିଆ ଯାଇପାରେ ଏପରି ନୁହେଁ । ତା’ ସହ ଓବ୍ଲାଇଜିଙ୍ଗ ନେଚର ରଖ୍ ପାରିବା, ତା’ ପାଇଁ ଚକ୍କର ଲଗାଇ ପାରିବା, ତା’କୁ ଉପଦେଶ ଦେଇ ପାରିବା, ଅନେକ ପ୍ରକାରରେ ଓଲାଇଜ୍ କରିପାରିବା । । ଧର୍ମ ଅର୍ଥାତ୍ ଭଗବାନଙ୍କ ମୂର୍ତ୍ତି ପାଖରେ ବସି ରହିବା, ତାହାର ନାମ ଧର୍ମ ନୁହେଁ । ଧର୍ମ ତ, ନିଜ ଧେୟ ପର୍ଯ୍ୟନ୍ତ ପହଞ୍ଚିବା, ତାହାର ନାମ ଧର୍ମ । ସାଥେ-ସାଥେ ଏକାଗ୍ରତା ପାଇଁ ଆମେ ଯାହା କିଛି ବି ସାଧନ କରୁଛେ, ତାହା ଅଲଗା କଥା, କିନ୍ତୁ ଏଥିରେ ଏକାଗ୍ରତା କରିବ ତେବେ ସବୁ ଏକାଗ୍ର ହିଁ ଅଟେ ଏଥିରେ । ଓବ୍ଲାଇଜିଙ୍ଗ୍ ନେଚର୍ ରଖ, ସ୍ଥିର କରି ଯେ ଏବେ ମୋତେ ଲୋକଙ୍କୁ ଓବ୍ଲାଇଜ୍ ହିଁ କରିବାର ଅଛି, ତେବେ ତୁମଠାରେ ପରିବର୍ତ୍ତନ ଆସିଯିବ । ସ୍ଥିର କର ଯେ ମୋତେ ୱାଇଲ୍ଡନେସ୍( ଜଙ୍ଗଲିପଣିଆ) କରିବାର ନାହିଁ । ସାମ୍ବାବାଲା ୱାଇଲ୍ଡ( ଜଙ୍ଗଲି) ହୋଇଯାଏ, ତଥାପି ମୋତେ ହେବାର ନାହିଁ, Page #14 -------------------------------------------------------------------------- ________________ ସେବା-ପରୋପକାର ତେବେ ଏପରି ହୋଇପାରିବ । ହୋଇପାରିବ ନାହିଁ ? ଯେବେଠୁ ସ୍ଥିର କରିବ, ସେବେଠାରୁ ଅଳ୍ପ ଅ ପରିବର୍ତ୍ତନ ହେବ ନା ହେବ ନାହିଁ ? । । ପ୍ରଶ୍ନକର୍ତ୍ତା : ତଥାପି କଷ୍ଟସାଧ୍ୟ ଅଟେ । ଦାଦାତ୍ରୀ : ନା, କଷ୍ଟସାଧ୍ୟ ହେଉ, ତଥାପି ଯଦି ସ୍ଥିର କରିବା ନା, କାରଣ ତୁମେ ମନୁଷ୍ୟ ଅଟ ଏବଂ ଭାରତ ଦେଶର ମନୁଷ୍ୟ ଅଟ । କ’ଣ ଏମିତି-ସେମିତି ? ଋଷି-ମୁନିଙ୍କ ପୁତ୍ର ଅଟ ତୁମେ ! ବହୁତ ଶକ୍ତି ତୁମ ପାଖରେ ପଡ଼ିରହିଛି । ସେସବୁ ଆବୃତ ହୋଇ ପଡ଼ିରହିଛି । ସେସବୁ ତୁମର କେଉଁ କାମରେ ଆସିବ ? ଏଣୁ ତୁମେ ମୋର ଏହି ଶବ୍ଦ ଅନୁସାରେ ଯଦି ସ୍ଥିର କର ଯେ ମୋତେ ଏହା କରିବାର ହିଁ ଅଛି, ତେବେ ତାହା ଅବଶ୍ୟ ଫଳିବ, ଅନ୍ୟଥା ଏପରି ୱାଇଲ୍ଡନେସ୍ କେବେ ପର୍ଯ୍ୟନ୍ତ କରି ଚାଲିଥିବ ? ଏବଂ ତୁମକୁ ସୁଖ ମିଳୁ ନାହିଁ । ଇନେରେ ସୁଖ ମିଳେ ? ପ୍ରଶ୍ନକର୍ତ୍ତା : ନା ।। ଦାଦାଶ୍ରୀ : ଓଲଟା ଦୁଃଖ ହିଁ ନିମନ୍ତ୍ରିତ କରୁଛି । । ପରୋପକାର ଦ୍ଵାରା ପୁଣ୍ୟ ସାଥିରେ । ଯେପର୍ଯ୍ୟନ୍ତ ମୋକ୍ଷ ନ ମିଳେ, ସେପର୍ଯ୍ୟନ୍ତ ପୁଣ୍ୟ ଏକା ହିଁ ମିତ୍ର ସମାନ କାମ କରେ ଆଉ ପାପ ଶତୁ ସମାନ କାମ କରେ । ଏବେ ତୁମକୁ ଶତୁ ରଖୁବାର ଅଛି ନା ମିତ୍ର ରଖୁବାର ଅଛି, ତୁମକୁ ଯାହା ଭଲ ଲାଗେ ସେହି ଅନୁସାରେ ସ୍ଥିର କର । ଆଉ ମିତ୍ରର ସଂଯୋଗ କିପରି ହେବ, ତାହା ପଚାରି ନେବ ଏବଂ ଶତ୍ରର ସଂଯୋଗ କିପରି ଯିବ, ତାହା ମଧ୍ୟ ପଚାରି ନେବ । ଯଦି ଶତୁ ପସନ୍ଦ ଲାଗେ, ତାହାର ସଂଯୋଗ କିପରି ହେବ ଏହା ପଚାରେ, ତେବେ ମୁଁ ତା’କୁ କହିବି ଯେ ଯେତେ ଇଚ୍ଛା ସେତେ ଉଧାର କରି ଘିଅ ପିଇ, ଯୁଆଡ଼େ ଇଚ୍ଛା ଭଟକୁ ଥା, ଏବଂ ତୋତେ ଯେମିତି ଠିକ ଲାଗୁଛି ସେମିତି ମଜା ଉଡ଼ା, ପରେ ଆଗ କଥା ଆଗକୁ ଦେଖାଯିବ ! ଆଉ ପୁଣ୍ୟରୂପି ମିତ୍ର ଦରକାର ତେବେ ମୁଁ କୁହେ ଯେ ଭାଇ ଏ ଗଛ ପାଖରୁ ଶିନେ । କୌଣସି ବୃକ୍ଷ ନିଜ ଫଳ ନିଜେ ଖାଇଯାଏ ? କୌଣସି ଗୋଲାପ ନିଜ ଫୁଲ ନିଜେ ଖାଇ ଯାଉଥିବ ? ଅଳ୍ପ ତ ଖାଉଥିବ, ନୁହେଁ ? ଆମେ ନଥିବା ତେବେ ରାତିରେ ଖାଇ Page #15 -------------------------------------------------------------------------- ________________ ୮ ଯାଉଥବ, ନୁହେଁ ? ଖାଇଯାଏ ନାହିଁ ? ପ୍ରଶ୍ନକର୍ତ୍ତା : ଖାଏ ନାହିଁ । ସେବା-ପରୋପକାର ଦାଦାଶ୍ରୀ : ଏ ଗଛଲତା ତ ମନୁଷ୍ୟଙ୍କୁ ଫଳ ଦେବା ପାଇଁ ମନୁଷ୍ୟଙ୍କ ସେବାରେ ଅଛନ୍ତି । ଏବେ ଗଛକୁ କ’ଣ ମିଳେ ? ତାଙ୍କର ଉର୍ଦ୍ଧ୍ୱଗତି ହୁଏ ଏବଂ ମନୁଷ୍ୟ ଆଗକୁ ବଢ଼ନ୍ତି ତାଙ୍କର ହେଲ୍ସ ନେଇ ! ଏପରି ଧରିନିଅ ଯେ, ଆମେ ଆମ୍ବ ଖାଇଲେ, ସେଥ‌ିରେ ଆମ୍ବଗଛର କ’ଣ ଗଲା ? ଆଉ ଆମକୁ କ’ଣ ମିଳିଲା ? ଆମେ ଆମ୍ବ ଖାଇଲେ, ଏଥିପାଇଁ ଆମକୁ ଆନନ୍ଦ ହେଲା । ତାହାଦ୍ୱାରା ଆମର ବୃତ୍ତି ଯେଉଁ ବଦଳିଲା, ତାହାଦ୍ଵାରା ଆମେ ଅଧାମ୍‌ରେ ଶହେ ଟଙ୍କା ଯେତେ ଉପାର୍ଜନ କରନ୍ତି । ଏବେ ଆମ୍ବ ଖାଇଲ, ସେଥ‌ିପାଇଁ ସେଥୁରୁ ପାଞ୍ଚ ପ୍ରତିଶତ ଆମ୍ବ ଗଛକୁ ତୁମ ଭାଗରୁ ଯାଏ ଏବଂ ପଞ୍ଚାନବେ ପ୍ରତିଶତ ତୁମ ଭାଗରେ ରୁହେ । ସେମାନେ ଆମ ଭାଗରୁ ପାଞ୍ଚ ପ୍ରତିଶତ ନେଇଯାନ୍ତି ଆଉ ବିଚରା ଉଚ୍ଚଗତିରେ ଯାଆନ୍ତି ଏବଂ ଆମର ଅଧୋଗତି ହୁଏ ନାହିଁ, ଆମେ ବି ଆଗକୁ ବଢ଼ନ୍ତି । ସେଥ‌ିପାଇଁ ଏ ଗଛମାନେ କୁହନ୍ତି ଆମର ସବୁକିଛି ଭୋଗକର, ସବୁ ପ୍ରକାରର ଫଳ-ଫୁଲ ଭୋଗକର । ଯୋଗ ଉପଯୋଗ ପରୋପକାରାୟ ଏ ସଂସାର ଯଦି ତୁମକୁ ପୋଷଉ ଥିବ, ସଂସାର ତୁମକୁ ପସନ୍ଦ ଲାଗୁଥ‌ିବ, ସଂସାରୀ ଜିନିଷର ଇଚ୍ଛା ଥିବ, ସଂସାରର ବିଷୟ ବାଞ୍ଛନା ଥିବ ତେବେ ଏତିକି କର, ‘ଯୋଗ ଉପଯୋଗ ପରୋପକାରାୟ’ । ଯୋଗ ଅର୍ଥାତ ଏ ମନ-ବଚନ-କାୟାର ଯୋଗ, ଆଉ ଉପଯୋଗ ମାନେ ବୁଦ୍ଧିର ଉପଯୋଗ, ମନର ଉପଯୋଗ କର, ଚିତ୍ତର ଉପଯୋଗ କର । ଏସବୁ ଅନ୍ୟମାନଙ୍କ ପାଇଁ ଉପଯୋଗ କର ଆଉ ଅନ୍ୟ ପାଇଁ ଖର୍ଚ୍ଚ ନକଲେ ବି, ତଥାପି ଆମ ଲୋକେ ଶେଷରେ ଘରବାଲାଙ୍କ ପାଇଁ ହେଉ ପଛେ ଖର୍ଚ୍ଚ କରନ୍ତି ନା ? ଏ କୁକୁର(ମାଈ)କୁ ଖାଇବାକୁ କାହିଁକି ମିଳିଯାଏ ? ଯେଉଁ ଛୁଆମାନଙ୍କ ଭିତରେ ଭଗବାନ ଅଛନ୍ତି, ସେହି ଛୁଆମାନଙ୍କର ସେବା କରେ, ସେଥିପାଇଁ ତା’କୁ ସବୁ ମିଳିଯାଏ । ଏହି ଆଧାରରେ ସାରା ସଂସାର ଚାଲୁଅଛି । ଏହି ଗଛମାନଙ୍କୁ ଖୋରାକ କେଉଁଠୁ ମିଳେ ? ଏହି ଗଛମାନେ କିଛି ପୁରୁଷାର୍ଥ କରିଛନ୍ତି ? ସେମାନେ ତ ତିଳେ ମାତ୍ର ବି ‘ଇମୋଶନାଲ’ ନୁହଁନ୍ତି । ସେମାନେ କେବେ ‘ଇମୋଶ୍ୱିନାଲ’ Page #16 -------------------------------------------------------------------------- ________________ ସେବା-ପରୋପକାର ହୁଅନ୍ତି ? ସେମାନେ ତ କେବେ ଆଗ-ପଛ ହୁଅନ୍ତି ହିଁ ନାହିଁ । ସେମାନଙ୍କୁ କେବେ ଏପରି ହୁଏ ନାହିଁ ଯେ ଏଠାରୁ ଏକ ମାଇଲ ଦୂରରେ ବିଶ୍ଵାମିତ୍ରୀ ନଦୀ ଅଛି, ତେବେ ସେଠାକୁ ଯାଇ ପାଣି ପିଇ ଆସେ ! ପ୍ରାମାଣିକତା ଏବଂ ପାରସ୍ପରିକ ‘ ଓବୁଲାଇଜିଙ୍ଗ ନେଚର୍’ । ବାସ୍, ଏତିକି ହିଁ ଦରକାର । ପରସ୍ପର ଉପକାର କରିବା, ଏତିକି ହିଁ ମନୁଷ୍ୟ ଜୀବନର ବଡ଼ ଉପଲବ୍ଧ ଅଟେ ! ଏହି ସଂସାରରେ ଦୁଇ ପ୍ରକାରର ଲୋକଙ୍କୁ ଚିନ୍ତା ହୁଏ ନାହିଁ, ଏକ ଜ୍ଞାନୀପୁରୁଷଙ୍କୁ ଏବଂ ଅନ୍ୟଟି ପରୋପକାରୀକୁ । । ପରୋପକାରର ପ୍ରକୃତ ରୀତି ପ୍ରଶ୍ନକର୍ତ୍ତା : ଏହି ସଂସାରରେ ଉତ୍ତମ କାର୍ଯ୍ୟ କାହାକୁ କୁହାଯାଏ ? ତାହାର । ପରିଭାଷା ଦିଆଯାଇ ପାରିବ ? ଦାଦାଶ୍ରୀ = ହଁ, ଉତ୍ତମ କାର୍ଯ୍ୟ ତ ଏ ଗଛ ସବୁ କରୁଛନ୍ତି । ସେମାନେ ବିକୁଲ ଉତ୍ତମ କାର୍ଯ୍ୟ କରୁଛନ୍ତି । କିନ୍ତୁ ସେମାନେ ନିଜେ କର୍ତା ଭାବରେ ନାହାନ୍ତି । ଏ ଗଛ ଜୀବନ୍ତ ଅଟନ୍ତି । ସମସ୍ତେ ଅନ୍ୟମାନଙ୍କ ପାଇଁ ନିଜ ଫଳ ଦିଅନ୍ତି । ତୁମେ ତୁମ ଫଳ ଅନ୍ୟମାନଙ୍କୁ ଦେଇ ଦିଅ । ତୁମକୁ ତୁମ ଫଳ ମିଳିଚାଲିବ । ତୁମର ଯେଉଁ ଫଳ ଉତ୍ପନ୍ନ ହେବ- ଦୈହିକ ଫଳ, ମାନସିକ ଫଳ, ବାଚକ ଫଳ, ‘ଫ୍ରି ଅଫ୍ କଷ୍ଟ ଲୋକଙ୍କୁ ଦେଇଚାଲ ତେବେ ତୁମକୁ ତୁମର ପ୍ରତ୍ୟେକ ବସ୍ତୁ ମିଳିଯିବ । ତୁମ ଜୀବନର ଆବଶ୍ୟକତାରେ କିଞ୍ଚିତ ମାତ୍ର ଅସୁବିଧା ଆସିବ ନାହିଁ ଆଉ ଯେବେ ସେ ଫଳ ତୁମେ ନିଜେ ନିଜେ ଖାଇଯିବ ତେବେ ଅସୁବିଧା ଆସିବ । ଯଦି ଆମ୍ବ ଗଛ ନିଜର ଫଳ ନିଜେ ଖାଇଦେବ ତେବେ ତା’ର ଯେଉଁ ମାଲିକ ଥିବ, ସେ କ’ଣ କରିବ ? ତା’କୁ କାଟି ଦେବ ନା ? ଏହିଭଳି ଏ ଲୋକେ ନିଜ ଫଳ ନିଜେ ଖାଇ ଯାଆନ୍ତି । ଏତିକି ହିଁ ନୁହେଁ ଉପରୁ ପୁଣି ଫିସ୍ ମାଗନ୍ତି । । ଏକ ଅର୍ଜ ଲେଖିଦେବା ପାଇଁ ୨ ୨ ଟଙ୍କା ମାଗନ୍ତି ! ଯେଉଁ ଦେଶରେ ‘ଫ୍ରି ଅଫ୍ କଷ୍ଟ' ଓକିଲାତି କରୁଥିଲେ ଆଉ ଉପରୁ ନିଜ ଘରେ ଭୋଜନ କରାଇ ଓକିଲାତି କରୁଥିଲେ, ସେଠି ଏ ଦଶା ହୋଇଛି । ଯଦି ଗାଁରେ ଝଗଡ଼ା ହୋଇଥିବ, ତେବେ Page #17 -------------------------------------------------------------------------- ________________ ୧୦ ସେବା-ପରୋପକାର ନଗରସେଠ୍ ସେ ଦୁଇ ଝଗଡ଼ା ଲାଗିଥିବା ବ୍ୟକ୍ତିଙ୍କୁ କୁହେ, ‘ଭାଇ ଚନ୍ଦୁଲାଲ ଆଜି ସାଢ଼େ ଦଶଟା ବେଳେ ତୁମେ ଘରକୁ ଆସିବ ଆଉ ନଗୀନଦାସ, ତୁମେ ମଧ୍ୟ ସେହି ସମୟରେ ଘରକୁ ଆସିବ।’ ଆଉ ନଗୀନଦାସ ଜାଗାରେ ଯଦି କେହି ମଜୁରିଆ ହୋଇଥାଏ ଅଥବା ଚାଷୀ ହୋଇଥାଏ ଯିଏ ଝଗଡ଼ା ଲାଗିଥିବ ତେବେ ତାଙ୍କୁ ଘରକୁ ଡକାଇ ଦିଏ । ଦୁହିଁଙ୍କୁ ବସାଇ, ଦୁହିଁଙ୍କ ସହମତି କରାଇ ଦେଉଥିଲା । ଯାହାର ଟଙ୍କା ସୁଝିବାର ଥବ, ତାକୁ କିଛି ନଗଦ ଦେଇ, ବାକିତକ କିସ୍ତିରେ ଦେବାର ବ୍ୟବସ୍ଥା କରାଇ ଦେଉଥିଲା । ପରେ ଦୁହିଁଙ୍କୁ କୁହେ, ‘ଚାଲ, ମୋ ସହ ଭୋଜନ କରିବା ପାଇଁ ବସିଯାଅ ।’ ଦୁହିଁଙ୍କୁ ଖୁଆଇ-ପିଆଇ ଘରକୁ ପଠାଇ ଦେଉଥିଲା । ଅଛନ୍ତି ଆଜି ଏପରି ଓକିଲ ? ଏଣୁ ବୁଝ ଏବଂ ସମୟକୁ ଚିହ୍ନି ଚାଲ । ଆଉ ଯଦି ନିଜେ, ନିଜ ପାଇଁ ହିଁ କରେ, ତେବେ ମରିବା ସମୟରେ ଦୁଃଖୀ ହୁଏ । ପ୍ରାଣ ବାହାରେ ନାହିଁ ଆଉ ବଙ୍ଗଳା–ମୋଟର ଛାଡ଼ି ଯାଇପାରେ ନାହିଁ ! ଉପଦେଶ ଦେବାର ପଇସା ସେମାନଙ୍କଠୁ ମାଗୁ ନଥିଲେ । କୌଣସି ବି ପ୍ରକାରେ ସମାଧାନ କରି ଦେଉଥିଲେ । ନିଜ ଘରୁ ଦୁଇ ହଜାର ଦେଉଥିଲେ । ଆଉ ଆଜି ଉପଦେଶ ନେବା ପାଇଁ ଯାଇଥିବା ତେବେ ଉପଦେଶର ଫିସ୍ ବାବଦରେ ଶହେ ଟଙ୍କା ନେଇଯିବେ । ‘ ଆରେ, ଜୈନ ଅଟ ତୁମେ’ । ତେବେ କହିବେ, ‘ଜୈନ ତ ଅଟେ, କିନ୍ତୁ ଧନ୍ଦା ଦରକାର କି ନାହିଁ ଆମକୁ ?’ ‘ ସାହେବ, ଉପଦେଶର ବି ଫିସ୍ ?’ ଆଉ ତୁମେ ଜୈନ ? ଭଗବାନଙ୍କୁ ବି ଲଜିତ କଲ ? ବୀତରାଗଙ୍କୁ ବି ଲଜ୍ଜିତ କଲ ? ନୋ ହାଓ(know how) ର ଫିସ୍ ? ଏହା ତ କିଭଳି ତୋଫାନ କୁହାଯିବ ? ପ୍ରଶ୍ନକର୍ତ୍ତା : ଏ ଅତିରିକ୍ତ ବୁଦ୍ଧିର ଫିସ୍, ଏପରି କହିବାକୁ ଚାହୁଁଛନ୍ତି ? ଦାଦାଶ୍ରୀ : କାହିଁକିନା ବୁଦ୍ଧିରେ ଅସୁବିଧା ନାହିଁ । ଏ ବୁଦ୍ଧି ବିପରୀତ ବୁଦ୍ଧି ଅଟେ । ନିଜର ହିଁ କ୍ଷତି କରିବାବାଲା ବୁଦ୍ଧି ଅଟେ । ବିପରୀତ ବୁଦ୍ଧି! ଭଗବାନ ବୁଦ୍ଧି ପାଇଁ ବିରୋଧ କରି ନାହାନ୍ତି । ଭଗବାନ କୁହନ୍ତି ସମ୍ୟକ ବୁଦ୍ଧି ବି ହୋଇପାରେ । ସେ ବୁଦ୍ଧି ଯଦି ବଢ଼ି ଯାଇଥବ, ତେବେ ମନରେ ଏପରି ହୁଏ ଯେ କାହାର-କାହାର କାମ କରାଇ ଦେବି, କାହାକୁ–କାହାକୁ ହେକ୍ଟ କରିବି ? କାହାକୁ–କାହାକୁ ସର୍ଭିସ୍ ନାହିଁ, ତା’କୁ ସର୍ଭିସ୍ ମିଳୁ ଏପରି କରିଦେବି । Page #18 -------------------------------------------------------------------------- ________________ ସେବା-ପରୋପକାର ଓବଲାଇଜିଙ୍ଗ ନେଚର୍ । । ପ୍ରଶ୍ନକର୍ତ୍ତା : ଏବେ ମୋ ଦୃଷ୍ଟିରୁ କହୁଛି ଯେ ଏକ କୁକୁର, ଏକ ଚଢ଼େଇକୁ ମାରି ଦେଉଛି ଆଉ ଆମେ ବଞ୍ଚାଇବାକୁ ଯାଉ ତେବେ ମୋ ଦୃଷ୍ଟିରୁ ଆମେ ଓବ୍ଲାଇଜ୍ କଲୁ, ତେବେ ତାହା ତ ଆମେ ବ୍ୟବସ୍ଥିତର ମାର୍ଗରେ ଆସିଲୁ ନା ? । ଦାଦାଶ୍ରୀ : ସେ ଓବୁଲାଇଜ୍ କେବେ ହେବ ? ତା’ର ‘ବ୍ୟବସ୍ଥିରେ’ ଥିବ, ତେବେଯାଇ ଆମଦ୍ବାରା ହେବ, ଅନ୍ୟଥା ହେବ ହିଁ ନାହିଁ । ଆମକୁ ଓବ୍ଲାଇଜିଙ୍ଗ୍ ନେଚର୍ ରଖୁବାର ଅଛି । ତାହାଦ୍ବାରା ସବୁ ପୁଣ୍ୟ ହିଁ ବନ୍ଧା ହୁଏ, ଏଣୁ ଦୁଃଖ ଉତ୍ପନ୍ନ ହେବାର ସାଧନ ହିଁ ରହିଲା ନାହିଁ । ପଇସା ଦ୍ଵାରା ହୋଇ ପାରୁନାହିଁ ତେବେ ଚକ୍କର ଲଗାଇ ଅବା ବୁଦ୍ଧି ଦ୍ଵାରା, ବୁଝାଇ କରି ମଧ୍ୟ, କୌଣସି ବି ପ୍ରକାରେ ଓବ୍ଲାଇଜ୍ କରିବା । । ପରୋପକାର, ପରିଣାମରେ କେବଳ ଲାଭ । ଆଉ ଏ ଜୀବନ ଯଦି ପରୋପକାର ହେତୁ ଯିବ ତେବେ ତୁମକୁ କୌଣସି ବି ଅଭାବ ରହିବ ନାହିଁ । କୌଣସି ପ୍ରକାରର ଅସୁବିଧା ତୁମକୁ ଆସିବ ନାହିଁ । ତୁମର ଯେଉଁ ଯେଉଁ ଇଚ୍ଛା ସବୁ ଅଛି, ସେସବୁ ପୁରା ହେବ ଆଉ ଏମିତି ଡିଆଁ-କୁଦା କରିବ, ତେବେ ଗୋଟିଏ ବି ଇଚ୍ଛା ପୁରା ହେବନାହିଁ । କାରଣ ସେ ରୀତି, ତୁମକୁ ନିଦ ହେବାକୁ ଦେବ ନାହିଁ । ଏହି ସେଠୁ ମାନଙ୍କୁ ତ ନିଦ ହିଁ ଆସୁ ନାହିଁ, ତିନି-ତିନି, ଚାରି-ଚାରି ଦିନ ଯାଏଁ ଶୋଇ ପାରୁନାହାନ୍ତି, କାହିଁକିନା ଲୁଟପାଟ ହଁ କରିଛନ୍ତି ଯାହାର-ତାହାର । । ଏଥିପାଇଁ, ଓଲାଇଜିଙ୍ଗ ନେଚର୍ କଲ କି ରାସ୍ତାରେ ଯାଉ ଯାଉ, ଏଠି ପଡ଼ିଶାରେ କାହାକୁ ପଚାରିଯିବା ଯେ ଭାଇ, ମୁଁ ପୋଷ୍ଟ ଅଫିସ ଯାଉଛି । ତୁମର କିଛି ଚିଠି ପୋଷ୍ଟ କରିବାର ଅଛି ? ଏମିତି ପଚାରି-ପଚାରି ଯିବାରେ କ’ଣ ଅସୁବିଧା ଅଛି ଭଲା ? କେହି କୁହେ ମୋତେ ତା ଉପରେ ବିଶ୍ବାସ ଆସୁନାହିଁ । ତେବେ କୁହ, ଭାଇ, ଗୋଡ଼ ଧରୁଛି । କିନ୍ତୁ ଅନ୍ୟ କାହାକୁ ଯଦି ବିଶ୍ବାସ ଆସୁଛି, ତେବେ ତାଙ୍କର ତ ନେଇଯିବା । Page #19 -------------------------------------------------------------------------- ________________ ୧୨ ସେବା-ପରୋପକାର ଏହା ତ ମୋର ପିଲାଦିନର ଗୁଣ ଥିଲା, ତାହା ମୁଁ କହୁଛି । ଓବ୍ଲାଇଜିଙ୍ଗ୍ ନେଚର୍ ଆଉ ପଚିଶ ବର୍ଷର ହେଲି ସେତେବେଳେ ମୋର ପୁରା ଫ୍ରେଣ୍ଡ ସର୍କଲ ମୋତେ ସୁପର-ହ୍ୟୁମାନ କହୁଥିଲେ । ହ୍ୟୁମାନ କିଏ କୁହାଯାଏ ଯେ ଯିଏ ନିଏ-ଦିଏ, ସମାନ ଭାବରେ ବ୍ୟବହାର କରେ । ସୁଖ ଦେଇଥିବ, ତା’କୁ ସୁଖ ଦିଏ । ଦୁଃଖ ଦେଇଥିବ, ତା’କୁ ଦୁଃଖ ଦିଏ ନାହିଁ । ଏପରି ସବୁ ବ୍ୟବହାର କରେ, ତାହା ମଣିଷତ୍ର କୁହାଯାଏ । । ଏଣୁ ଯିଏ ସାମ୍ବାବାଲାର ସୁଖ ନେଇଯାଏ, ସେ ପାଶବତାରେ ଯାଏ । ଯିଏ । ନିଜେ ସୁଖ ଦିଏ ଏବଂ ସୁଖ ନିଏ, ଏପରି ମାନବୀୟ ବ୍ୟବହାର କରେ, ସେ ମନୁଷ୍ୟରେ ରୁହେ ଆଉ ଯିଏ ନିଜର ସୁଖ ଅନ୍ୟଙ୍କୁ ଭୋଗିବା ପାଇଁ ଦେଇ ଦିଏ, ସେ ଦେବଗତିରେ ଯାଏ, ସୁପର ହ୍ୟୁମାନ । ନିଜର ସୁଖ ଅନ୍ୟଙ୍କୁ ଦେଇଦିଏ, କେଉଁ ଦୁଃଖୀକୁ, ସେ ଦେବଗତିରେ ଯାଏ । । ସେଥିରେ ଇଗୋଇଜମ୍ ନର୍ମାଲ ପ୍ରଶ୍ନକର୍ତ୍ତା : ପରୋପକାର ସହିତ ‘ଇଗୋଇଜ’ର ସଙ୍ଗତି ଥାଏ ? । ଦାଦାଶ୍ରୀ : ସର୍ବଦା ପରୋପକାର ଯିଏ କରେ, ତା’ର ‘ଇଗୋଇଜମ୍’ ନର୍ମାଲ ହିଁ ହୋଇଥାଏ । ତା’ର ‘ଇଗୋଇଜମ୍ ବାସ୍ତବିକ ହୋଇଥାଏ ଆଉ ଯିଏ କୋର୍ଟରେ ଦେଢ଼ଶହ ଟଙ୍କା ଫିସ୍ ନେଇ ଅନ୍ୟର କାମ କରୁଥିବେ, ତାଙ୍କର ‘ ଇଗୋଇଜମ୍’ ବହୁତ ଅଧୁକ ହୋଇଥାଏ । ଏହି ସଂସାରର ପ୍ରାକୃତିକ ନିୟମ କ’ଣ ଯେ ତୁମେ ତୁମର ଫଳ ଅନ୍ୟକୁ ଦେବ ତେବେ ପ୍ରକୃତି ତୁମର ଚଳେଇ ନେବ । ଏହା ହିଁ ଗୁପ୍ତ ସାଇନ୍ସ । ଏହା ପରୋକ୍ଷ ଧର୍ମ ଅଟେ । ପରେ ପ୍ରତ୍ୟକ୍ଷ ଧର୍ମ ଆସେ, ଆମ୍ବଧର୍ମ ଶେଷରେ ଆସେ । ମନୁଷ୍ୟ ଜୀବନର ହିସାବ ଏତିକି ହିଁ ଅଟେ ! ସାର ଏତିକି ହିଁ ଅଟେ ଯେ ମନ ବଚନ-କାୟା ଅନ୍ୟମାନଙ୍କ ପାଇଁ ଉପଯୋଗ କର । Page #20 -------------------------------------------------------------------------- ________________ ସେବା-ପରୋପକାର । ୧୩ । ନୂଆ ଧେୟ ଆଜିର, ରିଏକ୍ସନ ପୂର୍ବର ପ୍ରଶ୍ନକର୍ତ୍ତା : ତେବେ କ’ଣ ପରୋପକାର ପାଇଁ ହିଁ ବଞ୍ଚିବା ଉଚିତ ? ଦାଦାଶ୍ରୀ : ହଁ, ପରୋପକାର ପାଇଁ ହିଁ ବଞ୍ଚିବା ଉଚିତ । କିନ୍ତୁ ତୁମେ ଏମିତି ଏବେ ତୁରନ୍ତ ଲାଇନ ବଦଳାଇବ ତେବେ ଏପରି କରିବା ବେଳେ ପୂର୍ବର ରିଏକ୍ସନ ଆସେ । ଏଣୁ ପୁଣି ତୁମେ ହତୋତ୍ସାହ ହୋଇଯାଅ ଯେ ଏ ତ ମୋତେ ଏବେ ବି ସହନ କରିବାକୁ ପଡୁଛି ! ମାତ୍ର ଅଳ୍ପ ସମୟ ସହନ କରିବାକୁ ପଡ଼ିବ, ତା’ପରେ ତୁମକୁ କିଛି ଦୁଃଖ ରହିବ ନାହିଁ । କିନ୍ତୁ ଏବେ ତ ନୂଆ ରୂପରେ ନୂଆ ଲାଇନ ଧରୁଛି, ଏଣୁ ପୂର୍ବ ରିଏକ୍ସନ ତ ଆସିବ ନିଶ୍ଚୟ । ଆଜି ପର୍ଯ୍ୟନ୍ତ ଯେଉଁ ଓଲଟା କରିଥିଲ, ତାହାର ଫଳ ତ ଆସିବ ନା ? ଅନ୍ତତଃ ଉପକାର ନିଜ ଉପରେ ହିଁ କରିବାର ଅଛି । ସର୍ବଦା କାହା ଉପରେ ଉପକାର କରିଥିବ, କାହାର ଫାଇଦା କରିଥିବ, କାହାପାଇଁ ବଞ୍ଚିଥିବ, ସେତିକି ଆମକୁ ଲାଭ ହୋଇଥାଏ । ମାତ୍ର ତାହା ଭୌତିକ ଲାଭ ହୋଇଥାଏ । ତାହାର ଭୌତିକ ଫଳ ମିଳିବ । ପ୍ରଶ୍ନକର୍ଷା : କାହା ଉପରେ ଉପକାର କରିବା ଅପେକ୍ଷା ନିଜ ଉପରେ ଉପକାର କଲେ ? । ଦାଦାଶ୍ରୀ : ବାସ୍, ନିଜ ଉପରେ ଉପକାର କରିବା ପାଇଁ ହିଁ ସବୁ କରିବାର ଅଛି । ଯଦି ନିଜ ଉପରେ ଉପକାର କରେ ତେବେ ତା’ର କଲ୍ୟାଣ ହୋଇଯାଏ, ମାତ୍ର ସେଥିପାଇଁ ନିଜେ ନିଜକୁ ନିଜ ଆତ୍ମାକୁ) ଚିହ୍ନିବାକୁ ପଡ଼ିବ । ସେପର୍ଯ୍ୟନ୍ତ ଲୋକଙ୍କ ଉପରେ ଉପକାର କରୁଥାଅ, ମାତ୍ର ତାହାର ଭୌତିକ ଫଳ ମିଳୁଥିବ । ଆମେ ନିଜକୁ ଚିହ୍ନିବା ପାଇଁ ଆମେ କିଏ’ ଏହା ଜାଣିବାକୁ ହେବ । ବାସ୍ତବରେ ଆମେ ନିଜେ ଶୁଦ୍ଧାମା । ତୁମେ ତ ଆଜି ପର୍ଯ୍ୟନ୍ତ ‘ମୁଁ ଚନ୍ଦୁଭାଇ ଅଟେ’ ଏତିକି ହିଁ ଜାଣିଛ ନା ଆଉ କିଛି ଜାଣିଛ ? ଏ ‘ଚନ୍ଦୁଭାଇ ତାହା ମୁଁ ହିଁ ଅଟେ ଏପରି କହିବ । ୟାର ପତି, ୟାର ମାମୁଁ, ୟାର ଚାଚା, ଏପରି ସବୁ ଶୃଙ୍ଖଳା ! ଏହିଭଳି ହିଁ ନା ? ଏହି ଜ୍ଞାନ ତୁମ ପାଖରେ ଅଛି ନା ? ତା’ ଆଗକୁ ଯାଇ ନାହଁ ନା ? Page #21 -------------------------------------------------------------------------- ________________ ୧୪ ସେବା-ପରୋପକାର ମାନବସେବା, ସାମାଜିକ ଧର୍ମ ପ୍ରଶ୍ନକର୍ତ୍ତା : କିନ୍ତୁ ବ୍ୟବହାରରେ ଏପରି ହୁଏ ନା ଯେ ଦୟା ଭାବ ରୁହେ, ସେବା ରୁହେ, କାହା ପ୍ରତି ସ୍ନେହ ରୁହେ ଯେ କିଛି କରି ପାରେ, କାହାକୁ ଚାକିରୀ ଦେବା, ଅସୁସ୍ଥ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା । ଏସବୁ କ୍ରିୟା ଏକ ପ୍ରକାରର ବ୍ୟବହାର ଧର୍ମ ହିଁ ହେଲା ନା ? ଦାଦାଶ୍ରୀ : ତାହା ତ ସବୁ ସାମାନ୍ୟ କର୍ତ୍ତବ୍ୟ ଅଟେ । ପ୍ରଶ୍ନକର୍ତ୍ତା : ତେବେ ମାନବ ସେବା ତାହା ତ ଏକ ଦିଗରୁ ବ୍ୟବହାରିକ ହେଲା, ଏହା ହିଁ ବୁଝିବୁ ନା ? ତାହା ତ ବ୍ୟବହାର ଧର୍ମ ହେଲା ନା ? ଦାଦାଶ୍ରୀ : ତାହା ବ୍ୟବହାର ଧର୍ମ ବି ନୁହେଁ, ତାହା ତ ସମାଜ ଧର୍ମ କୁହାଯାଏ । ଯେଉଁ ସମାଜକୁ ଅନୁକୁଳ ହେଉଥବ, ସେହି ଲୋକଙ୍କୁ ଅନୁକୁଳ ପଡ଼ିବ ଏବଂ ସେହି ସେବା କେଉଁ ଅଲଗା ସମାଜକୁ ଦେବାକୁ ଯିବା, ତେବେ ତାହା ପ୍ରତିକୂଳ ପଡ଼ିବ । ଏଣୁ ବ୍ୟବହାର ଧର୍ମ କେବେ କୁହାଯାଏ ଯେ ଯେବେ ସମସ୍ତଙ୍କୁ ଏକାଭଳି ଲାଗେ ସେତେବେଳେ ! ଆଜି ପର୍ଯ୍ୟନ୍ତ ଯାହା ତୁମେ କରିଛ, ତାହା ସମାଜସେବା ଅଟେ । ପ୍ରତ୍ୟେକଙ୍କ ସମାଜସେବା ଅଲଗା ପ୍ରକାରର ହୋଇଥାଏ । ପ୍ରତ୍ୟେକ ସମାଜ ଅଲଗା ପ୍ରକାରର, ସେହିଭଳି ସେବା ମଧ୍ଯ ଅଲଗା ପ୍ରକାରର ହୋଇଥାଏ । ଲୋକସେବା, ବିଗିନ୍ସ ଫ୍ରମ୍ ହୋମ୍ ପ୍ରଶ୍ନକର୍ତ୍ତା : ଯେଉଁମାନେ ଲୋକସେବା କରୁଛନ୍ତି, ସେମାନେ କ’ଣ ପାଇଁ : କରୁଥ‌ିବେ ? ଦାଦାଶ୍ରୀ : ତାହା ତ ଭାବନା ଭଲ । ଲୋକମାନଙ୍କର କିପରି ଭଲ ହେବ, ସେହି ଇଚ୍ଛା। ମନୋଭାବ ଭଲ ହୋଇଥବ ତେବେ ନା ! ତାହା ତ ଭାବନା–ମନୋଭାବ ଳୋକଙ୍କ ପ୍ରତି, ଯେ ଲୋକଙ୍କୁ ଯେଉଁ ଦୁଃଖ ହେଉଛି ତାହା ନ ହେଉ, ଏପରି ଭାବନା ଅଛି ତା ପଛରେ । ବହୁତ ଉଚ୍ଚ ଭାବନା । କିନ୍ତୁ ଲୋକସେବକ ମାନଙ୍କର ମୁଁ ଏହା ଦେଖୁଛି ଯେ ସେବକଙ୍କ ଘରେ ଯାଇ Page #22 -------------------------------------------------------------------------- ________________ ସେବା-ପରୋପକାର ପଚାରିଲେ ନା, ସେତେବେଳେ ପଛରୁ ଧୂଆଁ ବାହାରେ । ଏଥିପାଇଁ ତାହା ସେବା ନୁହେଁ । ସେବା ଘରୁ ଆରମ୍ଭ ହେବା ଉଚିତ । ବିଗିନ୍ସ ଫ୍ରମ୍ ହୋମ୍ । ପରେ ନେବର୍ସ( ପଡ଼ୋଶୀ) । ତା’ ପରେ ଆଗର ସେବା । ଏ ତ ଘରେ ଯାଇ ପଚାରିଲେ ସେତେବେଳେ ପଛରୁ ଧୂଆଁ ବାହାରେ । କ’ଣ ଲାଗୁଛି ତୁମକୁ ? ଏଣୁ ଆରମ୍ଭ ଘରୁ ହେବା ଉଚିତ ନା ? ପ୍ରଶ୍ନକର୍ତ୍ତା : ଏ ଭାଇ କହୁଛନ୍ତି ତାଙ୍କ କେରେ ଘରେ ଧୂଆଁ ନାହିଁ । ଦାଦାଶ୍ରୀ : ଏହାର ଅର୍ଥ ଏଇୟା ହେଲା ଯେ ତାହା ପ୍ରକୃତ ସେବା ଅଟେ । । କର ଜନସେବା, ଶୁଦ୍ଧ ଭାବ ରେ ପ୍ରଶ୍ନକର୍ତ୍ତା : ଲୋକସେବା କରିବା ସମୟରେ ସେମାନଙ୍କ ଭିତରେ ଭଗବାନଙ୍କ ଦର୍ଶନ କରି ସେବା କଲେ ତାହା ଯଥାର୍ଥ ଫଳ ଦେବ ନା ? । ଦାଦାଶ୍ରୀ : ଭଗବାନଙ୍କ ଦର୍ଶନ କରିଥିବ, ତେବେ ଲୋକସେବାରେ ପୁଣି ପଡ଼ନ୍ତା ନାହିଁ, କାହିଁକିନା ଭଗବାନଙ୍କ ଦର୍ଶନ ହେବା ପରେ କିଏ ଛାଡ଼ିବ ଭଗବାନଙ୍କୁ ? ଏ ତ ଲୋକସେବା ଏଇଥି ପାଇଁ କରିବାର ଅଛି ଯେ ଭଗବାନ ମିଳନ୍ତୁ, ଏପାଇଁ । ଲୋକସେବା ତ ହୃଦୟରୁ ହେବା ଉଚିତ । ହୃଦୟପୂର୍ବକ ହେବ, ତେବେ ଯଥାର୍ଥ ଫଳ ମିଳିବ । ଲୋକସେବା ଏବଂ ପ୍ରଖ୍ୟାତି ଉଭୟ ମିଶିଯିବେ, ତେବେ ମଣିଷକୁ ଅସୁବିଧାରେ ପକାଇ ଦେବେ । ଖ୍ୟାତି ବିନା ଲୋକସେବା ହେଲେ, ତାହା ପ୍ରକୃତ । ଖ୍ୟାତି ତ ହେବ, କିନ୍ତୁ ଖ୍ୟାତିର ଇଚ୍ଛାରହିତ, ଏପରି ହେବା ଉଚିତ । ଜନସେବା ତ ଲୋକେ କରିବେ, ଏପରି ନାହାନ୍ତି । ଏ ତ ଭିତରେ ଲୁଚି ରହିଥିବା କୀର ଲୋଭ, ମାନର ଲୋଭ, ସବୁ ଭଳିକି ଭଳି ଲୋଭ ପଡ଼ିଛି, ସେମାନେ କରାନ୍ତି । ଜନସେବା କରିବାବାଲା ଲୋକ ତ କିଭଳି ହୋଇଥାନ୍ତି ? ସେମାନେ ଅପରିଗ୍ରହୀ ପୁରୁଷ ହୋଇଥାନ୍ତି । ଏ ତ ସବୁ ନାଆଁ କମାଇବା ପାଇଁ । ଧୀରେଧୀରେ ‘କେଉଁ ଦିନ ପ୍ରଧାନ ହେବି' ଏପରି କରି ଜନସେବା କରେ । ଭିତରେ ଭାବ ଖରାପ, ଏଣୁ ବାହାରର ଝଝଟ୍, ବିନା କାମର ପରିଗ୍ରହ, ସେ ସବୁ ବନ୍ଦ କରିଦେବ ତେବେ ସବୁ ଠିକ ହୋଇଯିବ । ଏ ତ ଗୋଟିଏ ପଟୁ ପରିଗ୍ରହୀ, ସମ୍ପୂର୍ଣ୍ଣ ପରିଗ୍ରହୀ ରହିବାର Page #23 -------------------------------------------------------------------------- ________________ ୧୬ ସେବା-ପରୋପକାର ଅଛି ଏବଂ ଅନ୍ୟ ପଟୁ ଜନସେବା ଦରକାର । ଏ ଦୁଇଟି ଯାକ କିପରି ସମ୍ଭବ ? | ପ୍ରଶ୍ନକର୍ତ୍ତା : ଏବେ ତ ମୁଁ ମାନବ ସେବା କରୁଛି, ଘରେ-ଘରେ ସମସ୍ତଙ୍କଠାରୁ ଭିକ ମାଗି ଗରିବଙ୍କୁ ଦେଉଛି । ଏବେ ମୁଁ ଏତିକି କରୁଛି । । ଦାଦାଶ୍ରୀ : ତାହା ତ ସବୁ ତୁମ ଖାତାରେ ଜମା ହେବ । ତୁମେ ଯେଉଁ ଦେଉଛି ନା... ନା, ତୁମେ ଯେଉଁ ମଧ୍ୟସ୍ଥି କରୁଛି, ତାହାର ରକମ(ହିସାବ) ବାହାରିବ । ସେ ରକମ ଏଗାର ଗୁଣା ହୋଇ, ପୁଣି ତାହାର ଯେଉଁ ଦଲାଲୀ, ତାହା ତୁମକୁ ମିଳିବ । ପରଜନ୍ମରେ ଦଲାଲୀ ମିଳିବ ଆଉ ତାହାର ତୁମକୁ ଶାନ୍ତି ରହିବ । ଏହା ଭଲ କାମ କରୁଛି ଏଥିପାଇଁ ଏବେ ଶାନ୍ତି ରହୁଛି ଆଉ ଭବିଷ୍ୟରେ ମଧ୍ୟ ରହିବ । ସେ କାମ ଉତ୍ତମ ଅଟେ । । ନହେଲେ, ସେବା ତ ତାହାର ନାମ ଯେ ତୁ କାମ କରୁଥିବୁ, ଆଉ ମୋତେ ଜଣା ବି ନ ପଡ଼େ । ତାହାକୁ ସେବା କୁହନ୍ତି । ମୁକ ସେବା । ଜଣା ପଡ଼େ, ତାହାକୁ ସେବା କୁହନ୍ତି ନାହିଁ । । ସୁରଟର ଏକ ଗାଁକୁ ମୁଁ ଯାଇଥିଲି । ଜଣେ ବ୍ୟକ୍ତି କହିଲା, “ମୋତେ ସମାଜସେବା କରିବାର ଅଛି’ । ମୁଁ କହିଲି, ‘କି ସମାଜସେବା ତୁ କରିବୁ ?” ତେବେ କୁହେ, “ସେଠୁ ମାନଙ୍କ ପାଖରୁ ଆଣି ଲୋକଙ୍କ ମଧ୍ୟରେ ବାଣ୍ଟୁଛି ।” ମୁଁ କହିଲି, ‘ବାଣ୍ଟିବା ପରେ ଖବର ନେଉଛୁ, ସେମାନେ କିପରି ଖର୍ଚ୍ଚ କରୁଛନ୍ତି ?” ତେବେ କୁହେ, “ତାହା ଆମକୁ ଦେଖୁର କ’ଣ ଆବଶ୍ୟକତା ?’ ପୁଣି ବୁଝାଇଲି ଯେ ଭାଇ ! ମୁଁ ତୋତେ ରାସ୍ତା ଦେଖାଉଛି, ସେହିଭଳି କର । ସେମାନଙ୍କ ପାଖରୁ ପଇସା ଆଣୁଛୁ ତେବେ ସେଥିରୁ ତାଙ୍କୁ ଶହେ ଟଙ୍କାର ଏକ ଠେଲା ଆଣି ଦେ । ସେ ହାତଲରୀ ଆସେ ନା, ଦୁଇ ଚକିଆ ବାଲା, ସେଇଟା । ଶହେ-ଦେଢ଼ଶହ ଅବା ଦୁଇଶହ ଟଙ୍କାର ଲରୀ ଆଣିଦେବୁ ଆଉ ପଚାଷ ଟଙ୍କା ଅଲଗା ଦେବୁ ଆଉ କହିବୁ, ତୁ ଶାଗପରିବା ଆଣି, ତାହା ବିକ୍ରି କରି, ମୋତେ ମୂଳ ଟଙ୍କା ପ୍ରତିଦିନ ସନ୍ଧ୍ୟାରେ ଦେଇ ଆସିବୁ । ଲାଭ ତୋର ଆଉ ଲରୀର ପ୍ରତିଦିନ ଏତିକି ପଇସା ଭରୁଥିବୁ ।” ଏହା ଶୁଣି କହିବାକୁ ଲାଗିଲା ‘ବହୁତ ଭଲ ଲାଗିଲା, ବହୁତ ଭଲ ଲାଗିଲା । ଆପଣଙ୍କର ପୁଣି ସୁରଟ ଆସିବା ପୂର୍ବରୁ ତ ପଚାଶ-ଶହେ ଲୋକଙ୍କୁ ଏକାଠି କରିଦେବି ।” ପୁଣି ଏମିତି Page #24 -------------------------------------------------------------------------- ________________ ସେବା-ପରୋପକାର ୧୭ କର ନା, ଏବେ ଲରୀ ଇତ୍ୟାଦି ଆଣି ଦିଅ ଏ ସବୁ ଗରିବମାନଙ୍କୁ । ସେମାନଙ୍କୁ କ’ଣ କିଛି ବଡ଼ ବ୍ୟାପାର କରିବାର ଆବଶ୍ୟକତା ଅଛି ? ଗୋଟିଏ ଲରୀ ଆଣିଦେବ, ତେବେ ସନ୍ଧ୍ୟା ଭିତରେ କୋଡ଼ିଏ ଟଙ୍କା ରୋଜଗାର କରିଦେବେ । ତୁମକୁ କେମିତି ଲାଗୁଛି ? ତାଙ୍କୁ ଏପରି ଆଣିଦେବା ତେବେ ଆମେ ପକ୍କା ଜୈନ ନା ନୁହେଁ ? ଏପରି ଅଟେ, ଅଗରବତୀ ମଧ୍ୟ ଜଳୁ-ଜଳୁ ସୁଗନ୍ଧ ଦେଇ ଜଳେ, ନୁହେଁ ? ସାରା ରୁମ୍ ସୁଗନ୍ଧବାଲା କରି ଯାଏ ନା! ତେବେ କ’ଣ ଆମଦ୍ଵାରା ସୁଗନ୍ଧ ହେବ ନାହିଁ ? ଏପରି କାହିଁକି ହେବ ? ମୁଁ ତ ପଚିଶ-ତିରିଷ ବର୍ଷ ବୟସରେ ବି ଅଂହକାର କରୁଥୁଲି ଆଉ ତାହା ବି ବିଚିତ୍ର ପ୍ରକାରର ଅହଂକାର କରୁଥୁଲି । ଏ ବ୍ୟକ୍ତି ମୋତେ ଭେଟେ ଆଉ ତା’କୁ ଯଦି ଲାଭ ନ ହୁଏ ତେବେ ମୋ ଭେଟିବା ବୃଥା ଥିଲା । ଏଣୁ ପ୍ରତ୍ୟେକ ମଣିଷଙ୍କୁ ମୋ ଦ୍ଵାରା ଲାଭ ପ୍ରାପ୍ତ ହୋଇଥିଲା । ମୁଁ ମିଳିଲି ଆଉ ଯଦି ତା’କୁ ଲାଭ ହେବ ନାହିଁ ତେବେ କେଉଁ କାମର ? ଆମ୍ବଗଛ କ’ଣ କୁହେ ଯେ କେହି ମୋତେ ଭେଟିଲା ଏବଂ ଆମ୍ବର ମୌସମ ହୋଇଥବ ଆଉ ଯଦି ସାମ୍ନାବାଲାକୁ ଲାଭ ନ ହୁଏ ତେବେ ମୁଁ ଆମ୍ବ ହିଁ ନୁହେଁ । ପଛେ ଛୋଟ ହୋଇଥୁବ ତେବେ ଛୋଟ, ତୋତେ ଯେମିତି ଠିକ ଲାଗେ ସେମିତି, କିନ୍ତୁ ତୋତେ ତାହାର ଲାଭ ତ ହେବ ନା ! ସେ ଆମ୍ବଗଛ କିଛି ଲାଭ ଉଠାଏ ନାହିଁ । ଏପରି କିଛି ବିଚାର ତ ହେବା ଉଚିତ ନା । ଏ ଏପରି ମଣିଷତ୍ଵ କ’ଣ ପାଇଁ ହୋଇଥ‌ିବ ? ଏପରି ବୁଝାଇବା, ତେବେ ସବୁ ସମଝଦାର ଅଟନ୍ତି । ଏହା ତ ବୁଝିଗଲି, ସେ ଏପରି କଲା, ଚାଲିଲା ଗାଡ଼ି । ତୁମକୁ କ’ଣ ଲାଗୁଛି ? ପ୍ରଶ୍ନକର୍ତ୍ତା : ହଁ, ଆପଣ ଯେଉଁ କହୁଛନ୍ତି, ସେପରି ମହାଜନଙ୍କର ସଂସ୍ଥା ସବୁ ଜାଗାରେ ଥିଲା । ଦାଦାଶ୍ରୀ : କିନ୍ତୁ ଏବେ ତ ସେମାନେ ମଧ୍ଯ ଅସୁବିଧାରେ ପଡ଼ିଛନ୍ତି ନା ! ଅର୍ଥାତ କାହାର ଦୋଷ ନାହିଁ I ହେବାର ଥିଲା ତାହା ହୋଇଗଲା, କିନ୍ତୁ ଏବେ ଏପରି ବିଚାର ଦ୍ଵାରା ସୁଧାରିବା ତେବେ ଏବେ ବି ସୁଧୁରି ପାରେ ଆଉ ବିଗିଡ଼ି ଯାଇଥବାକୁ ସୁଧାରିବା, ତାହାର ନାମ ହିଁ ଧର୍ମ । ଯିଏ ସୁଧୁରି ସାରିଛି, ତା’କୁ ତ ସୁଧାରିବା ପାଇଁ ପ୍ରସ୍ତୁତ ଥାଆନ୍ତି ସମସ୍ତେ, କିନ୍ତୁ ବିଗିଡ଼ି ଯାଇଛି ତା’କୁ ସୁଧାରିବା, ତାହାର ନାମ ଧର୍ମ । Page #25 -------------------------------------------------------------------------- ________________ ୧୮ ସେବା-ପରୋପକାର ମାନବସେବା ହଁ ପ୍ରଭୁସେବା ପ୍ରଶ୍ନକର୍ତ୍ତା : ମାନବସେବା, ତାହା ତ ପ୍ରଭୁସେବା ଅଟେ ନା ? ଦାଦାଶ୍ରୀ : ନା, ପ୍ରଭୁସେବା ନୁହେଁ । ଅନ୍ୟର ସେବା କେତେବେଳେ କରନ୍ତି ? ନିଜକୁ ଭିତରେ ଦୁଃଖ ହୁଏ । ତୁମକୁ କେଉଁ ମଣିଷ ଉପରେ ଦୟା ଆସେ, ସେତେବେଳେ ତା’ର ସ୍ଥିତି ଦେଖ୍ ତୁମକୁ ଭିତରେ ଦୁଃଖ ହୁଏ ଆଉ ସେହି ଦୁଃଖ ଦୂର କରିବା ପାଇଁ ତୁମେ ଏସବୁ ସେବା କର । ଅର୍ଥାତ ଏସବୁ ନିଜର ଦୁଃଖ ଦୂର କରିବା ପାଇଁ । ଏକ ମଣିଷକୁ ଦୟା ବହୁତ ଆସେ । ସେ କୁହେ ଯେ ମୁଁ ଦୟା କରି ଏ ଲୋକମାନଙ୍କୁ ଏହା ଦେଇଦେଲି, ତାହା ଦେଇଦେଲି..., ନା, ଆରେ, ତୋ ଦୁଃଖ ଦୂର କରିବା ପାଇଁ ଏ ଲୋକମାନଙ୍କୁ ତୁ ଦେଉ । ତୁମକୁ ବୁଝା ପଡ଼ିଲା ଏ କଥା ? ଏହା ବହୁତ ଗହନ କଥା ଅଟେ, ଏହା ସାମାନ୍ୟ କଥା ନୁହେଁ । ନିଜ ଦୁଃଖ ଦୂର କରିବା ପାଇଁ ଦିଏ । କିନ୍ତୁ ସେ ଜିନିଷ ଭଲ ଅଟେ । କାହାକୁ ଦେବ ତେବେ ପୁଣି ତୁମେ ପାଇବ । ପ୍ରଶ୍ନକର୍ତ୍ତା : କିନ୍ତୁ ଜନତା ଜନାର୍ଦ୍ଦନଙ୍କ ସେବା ତାହା ଭଗବତ ସେବା ଅଟେ ନା ପୁଣି ଅପୂର୍ଣକୁ ମୂର୍ଣ ରୂପ ଦେଇ ପୂଜା କରିବା, ତାହା ? ଦାଦାଶ୍ରୀ : ଜନତା ଜନାର୍ଦ୍ଦନଙ୍କ ସେବା କରିବା ଦ୍ଵାରା ଆମକୁ ସଂସାରର ସବୁ ସୁଖ ମିଳେ, ଭୌତିକ ସୁଖ, ଆଉ ଧୀରେ-ଧୀରେ, ସ୍ଟେପ୍ ବାଇ ସ୍ଟେପ୍, ମୋକ୍ଷ ଆଡ଼କୁ ଯାଆନ୍ତି । କିନ୍ତୁ ତାହା ପ୍ରତ୍ୟେକ ଅବତାରରେ ଏପରି ହୁଏ ନାହିଁ । କେବେ କେଉଁ ଅବତାରରେ ସଂଯୋଗ ମିଳିଯାଏ । କିନ୍ତୁ, ପ୍ରତ୍ୟେକ ଅବତାରରେ ହୁଏ ନାହିଁ, ଏଣୁ ତାହା ସିଦ୍ଧାନ୍ତ ରୂପ ନୁହେଁ । ...କଲ୍ୟାଣର ଶ୍ରେଣୀ ହିଁ ଭିନ୍ନ จู๋ I ସମାଜ କଲ୍ୟାଣ କରନ୍ତି, ତାହା କିଛି ଜଗତର କଲ୍ୟାଣ କଲା କୁହାଯିବ ନାହିଁ । ତାହା ତ ଏକ ସାଂସାରିକ ଭାବ । ସେସବୁ ସମାଜ କଲ୍ୟାଣ କୁହାଯାଏ । ତାହା ଯେତିକି ଯାହାଦ୍ଵାରା ହୋଇପାରେ ସେତିକି କରନ୍ତି, ସେ ସବୁ ସ୍କୁଳ ଭାଷା କୁହାଯାଏ, ଆଉ ଜଗତ କଲ୍ୟାଣ କରିବା, ତାହା ତ ସୂକ୍ଷ୍ମ ଭାଷା, ସୂକ୍ଷ୍ମତର ଏବଂ ସୂକ୍ଷ୍ମତମ ଭାଷା Page #26 -------------------------------------------------------------------------- ________________ ୧ ୯ ସେବା-ପରୋପକାର ଅଟେ । ଖାଲି ଏମିତି ସୃଷ୍ପତମ ଭାବ ହିଁ ହୁଏ ଅଥବା ତାହାର ଛିଟା(ଅଶଂ) ହିଁ ହୁଏ । ସମାଜସେବା ପ୍ରକୃତି ସ୍ଵଭାବ ସମାଜସେବାର ତ ଯେମିତି ନିଶା ଲାଗିଛି, ଏଣୁ ସେ ଘରେ ବେଶି ଧାନ ଦିଏ ନାହିଁ ଆଉ ବାହାର ଲୋକଙ୍କ ସେବାରେ ସେ ପଡ଼ି ରହିଥାଏ, ତାହା ସମାଜସେବା କୁହାଯାଏ । ଆଉ ଏ ଅନ୍ୟ ସବୁ ତ ନିଜର ଆନ୍ତରିକ ଭାବ କୁହାଯାଏ । ସେ ଭାବ ତ ନିଜକୁ ଆସି ଚାଲିଥାଏ । କାହା ପ୍ରତି ଦୟା ଆସେ, କାହା ପ୍ରତି ଲାଗଣୀ (ହ) ଥାଏ ଏବଂ ଏସବୁ ତ ନିଜ ପ୍ରକୃତିରେ ନେଇ ଆସିଥାଏ, ମାତ୍ର ପରିଶେଷରେ ଏସବୁ ପ୍ରକୃତି ଧର୍ମ ହିଁ ଅଟେ । ସେ ସମାଜସେବା ମଧ୍ୟ ପ୍ରକୃତି ଧର୍ମ ଅଟେ, ତାହାକୁ ପ୍ରକୃତି ସ୍ଵଭାବ କୁହନ୍ତି ଯେ ୟା’ର ସ୍ଵଭାବ ଏପରି, ତା’ର ସ୍ୱଭାବ ଏପରି । କାହାର ଦୁଃଖ ଦେବାର ସ୍ଵଭାବ ହୋଇଥାଏ, କାହାର ସୁଖ ଦେବାର ସ୍ୱଭାବ ହୋଇଥାଏ । ସେ ଦୁହିଁଙ୍କର ସ୍ଵଭାବ ପ୍ରକୃତି ସ୍ଵଭାବ କୁହାଯାଏ, ଆମ୍ ସ୍ଵଭାବ ନୁହେଁ । ପ୍ରକୃତିରେ ଯେମିତି ମାଲ୍ ଭରା ହୋଇଥାଏ, ସେମିତି ତାଙ୍କର ମାଲ୍ ବାହାରେ । । ସେବା-କୁସେବା, ପ୍ରାକୃତ ସ୍ଵଭାବ । ଏ ତୁମେ ଯେଉଁ ସେବା କରୁଛି, ତାହା ପ୍ରକୃତି ସ୍ଵଭାବ ଅଟେ ଏବଂ ଜଣେ ମଣିଷ କୁସେବା କରୁଛି, ତାହା ମଧ୍ୟ ପ୍ରକୃତି ସ୍ଵଭାବ ଅଟେ । ଏଥିରେ ତୁମର ପୁରୁଷାର୍ଥ ନାହିଁ ଏବଂ ତା’ର ମଧ୍ୟ ପୁରୁଷାର୍ଥ ନାହିଁ, କିନ୍ତୁ ମନରେ ଏପରି ମାନନ୍ତି ଯେ ମୁଁ କରୁଛି । ଏବେ ‘ମୁଁ କରୁଛି? ଏହା ହିଁ ଭାନ୍ତି । ଏଠି ଏହି ‘ଜ୍ଞାନ’ ଦେବା ପରେ ମଧ୍ୟ ତୁମେ ସେବା ତ କରିବ କାହିଁକିନା ପ୍ରକୃତି ଏପରି ଆଣିଛି, କିନ୍ତୁ ସେ ସେବା ପୁଣି ଶୁଦ୍ଧ ସେବା ହେବ । ଏବେ ଶୁଭ ସେବା ହେଉଛି । ଶୁଭ ସେବା ଅର୍ଥାତ ବନ୍ଧନବାଲା ସେବା, ସୁନାର ଶିକୁଳି ମଧ୍ୟ ବନ୍ଧନ ହିଁ ଅଟେ ନା ! ଆମ୍ବିଜ୍ଞାନ ପରେ ସାମ୍ବାବାଲା ମଣିଷକୁ ପଛେ ଯାହା ବି ହେଉ, କିନ୍ତୁ ତୁମକୁ ଦୁଃଖ ହୁଏ ନାହିଁ ଆଉ ତା’ର ଦୁଃଖ ଦୂର ହୁଏ । ପରେ ତୁମକୁ କରୁଣା ରହିବ । ଏବେ ତ ତୁମକୁ ଦୟା ରହୁଛି ଯେ ବିଚରାକୁ କେତେ ଦୁଃଖ ହେଉଥିବ ? କେତେ ଦୁଃଖ ହେଉଥିବ ? ତାହାର ତୁମକୁ ଦୟା ରୁହେ । ସେ ଦୟା ସର୍ବଦା ଆମକୁ ଦୁଃଖ ଦିଏ । ଦୟା ଥିବ ସେଠାରେ ଅହଂକାର ଥାଏ ହିଁ ଥାଏ । ଦୟା ଭାବ ବିନା ପ୍ରକୃତି ସେବା କରେ ହିଁ ନାହିଁ ଆଉ Page #27 -------------------------------------------------------------------------- ________________ ୨୦ ସେବା-ପରୋପକାର ଆମ୍ବନ ପରେ ତୁମକୁ କରୁଣା ଭାବ ରହିବ । ସେବାଭାବର ଫଳ ଭୌତିକ ସୁଖ ଅଟେ ଏବଂ କୁସେବାଭାବର ଫଳ ଭୌତିକ ଦୁଃଖ । ସେବାଭାବ ଯୋଗୁଁ ନିଜର ‘ମୁଁ’ ମିଳି ପାରେ ନାହିଁ । କିନ୍ତୁ ଯେପର୍ଯ୍ୟନ୍ତ ‘ମୁଁ ନ ମିଳେ, ସେପର୍ଯ୍ୟନ୍ତ ଓବୁଲାଇଜିଙ୍ଗ ନେଚର୍ ରଖୁବ । ସଚ୍ଚା ସମାଜ ସେବକ ତୁମେ କାହାର ସାହାଯ୍ୟ କରୁଛି ? ପ୍ରଶ୍ନକର୍ତ୍ତା : ସମାଜର ସେବାରେ ବହୁତ ସମୟ ଦେଉଛି । ଦାଦାଶ୍ରୀ : ସମାଜସେବା ତ ଅନେକ ପ୍ରକାରର ହୋଇଥାଏ । ଯେଉଁ ସମାଜ ସେବାରେ, ଯେଉଁଥିରେ କିଞ୍ଚତମାତ୍ର ‘ମୁଁ ସମାଜସେବକ ଅଟେ? ଏପରି ଭାନ୍ ମାନ୍ୟତା) ନ ରୁହେ, ସେ ସମାଜସେବା ପ୍ରକୃତ । ପ୍ରଶ୍ନକ : ସେ କଥା ଠିକ୍ । ଦାଦାଶ୍ରୀ : ବାକି, ସମାଜସେବକ ତ ସବୁଜାଗାରେ ପ୍ରତ୍ୟେକ ବିଭାଗରେ ଦୁଇ-ଦୁଇ ଚାରି-ଚାରି ଥାଆନ୍ତି, ଧଳା ଟୋପି ପିନ୍ଧି ବୁଲୁଥାନ୍ତି, ସମାଜସେବକ ଅଟେ । କିନ୍ତୁ ସେ ଭାନ୍ ଭୁଲିଯିବେ, ତେବେ ସେ ସଚ୍ଚା ସେବକ ! ପ୍ରଶ୍ନକର୍ତ୍ତା : କିଛି ଭଲ କାମ କଲେ ଭିତରେ ଅହମ୍ ଆସିଯାଏ ଯେ ମୁଁ କଲି । ଦାଦାଶ୍ରୀ : ତାହା ତ ଆସିଯାଏ । ପ୍ରଶ୍ନକର୍ତ୍ତା : ତେବେ ତାହାକୁ ଭୁଲାଇବା ପାଇଁ କ’ଣ କରିବୁ ? । ଦାଦାଶ୍ରୀ : କିନ୍ତୁ ଏ, ସମାଜସେବକ ଅଟେ, ତାହାର ଅହଂକାର ନ ଆସିବା ଉଚିତ । ଭଲ କାମ କରେ ତେବେ ତାହାର ଅହଂକାର ଆସିଯାଏ, ତେବେ ପୁଣି ତୁମର ଇଷ୍ଟଦେବ ଅଥବା ଭଗବାନଙ୍କୁ ଯାହାଙ୍କୁ ମାନୁଥିବ, ତାଙ୍କୁ କହିବ ଯେ ‘ହେ ଭଗବାନ ମୋତେ ଅହଂକାର କରିବାର ନାହିଁ, ତଥାପି ହୋଇଯାଉଛି, ମୋତେ କ୍ଷମା କରିବ !” ଏତିକି ହିଁ କରିବ । ହେବ ଏତିକି ? Page #28 -------------------------------------------------------------------------- ________________ ସେବା-ପରୋପକାର ପ୍ରଶ୍ନକର୍ତ୍ତା : ହେବ । ଦାଦାଶ୍ରୀ : ଏତିକି କର ନା ! ସମାଜ ସେବାର ଅର୍ଥ କ’ଣ ? ତାହା ବହୁତ ସାରା ‘my’ ନଷ୍ଟ କରିଦିଏ । my' (ମୋର) ଯଦି ସମ୍ପୂର୍ଣ୍ଣ ସମାପ୍ତ ହୋଇଯାଏ ତେବେ ନିଜେ ପରମାତ୍ମା ଅଟେ ! ତା’କୁ ପୁଣି ସୁଖ ବଢିବ( ରହିବ) ନା ! । ସେବାରେ ଅହଂକାର ପ୍ରଶ୍ନକର୍ତ୍ତା : ତେବେ ଏହି ଜଗତ ପାଇଁ ଆମକୁ କିଛି ବି କରିବାକୁ ରୁହେ ନାହିଁ ? ଦାଦାଶ୍ରୀ : ତୁମକୁ କରିବାକୁ ଥିଲା ହିଁ ନାହିଁ, ଏ ତ ଅହଂକାର ଛିଡ଼ା ହୋଇ ଯାଇଛି । ଏ ମନୁଷ୍ୟ ଏକା ହିଁ ଅହଂକାର କରୁଛନ୍ତି, କର୍ତ୍ତାପଣର । । ପ୍ରଶ୍ନକର୍ତ୍ତା : ଏ ଭଉଣୀ ଡାକ୍ତର ଅଛନ୍ତି । ଏକ ଗରିବ ‘ପେସେଣ୍ଟ’ ଆସେ, ତା’ ପ୍ରତି ଅନୁକମ୍ପା ହୁଏ, ସେବା ଶୁଶ୍ରୁଷା କରେ । ଆପଣଙ୍କ କହିବା ଅନୁସାରେ ତ ପୁଣି ଅନୁକମ୍ପା କରିବାର କିଛି ପ୍ରଶ୍ନ ହିଁ ରହୁନାହିଁ ନା ? ଦାଦାଶ୍ରୀ : ସେ ଅନୁକମ୍ପା ବି ପ୍ରାକୃତିକ ଅଟେ, କିନ୍ତୁ ପୁଣି ଅହଂକାର କରେ ଯେ ମୁଁ କିଭଳି ଅନୁକମ୍ପା କଲି ! ଅହଂକାର ନ କରେ ତେବେ କିଛି ଅସୁବିଧା ନାହିଁ । କିନ୍ତୁ ଅହଂକାର କରିବା ବିନା ରୁହେ ନାହିଁ ନା ! | । ସେବାରେ ସମର୍ପଣତା । ପ୍ରଶ୍ନକର୍ତ୍ତା : ଏହି ସଂସାରର ସେବାରେ ପରମାତ୍ମାଙ୍କ ସେବାର ଭାବ ରଖ୍ ସେବା କଲେ, ତାହା କର୍ତ୍ତବ୍ୟ କୁହାଯିବ ନା ? । ଦାଦାଶ୍ରୀ : ହଁ, ତାହାର ଫଳ ପୁଣ୍ୟ ମିଳେ, ମୋକ୍ଷ ମିଳେ ନାହିଁ । । ପ୍ରଶ୍ନକର୍ତ୍ତା : ତାହାର ଶ୍ରେୟ ସାକ୍ଷାତ୍କାରୀ ପରମାତ୍ମାଙ୍କୁ ସମର୍ପି ଦେଲେ, ତଥାପି ମୋକ୍ଷ ମିଳିବ ନାହିଁ ? Page #29 -------------------------------------------------------------------------- ________________ ସେବା-ପରୋପକାର ଦାଦାଶ୍ରୀ : ଏପରି ଫଳ ସମର୍ପଣ କରି ହୁଏ ନାହିଁ ନା କାହାଦ୍ଵାରା । ପ୍ରଶ୍ନକର୍ତ୍ତା : ମାନସିକ ସମର୍ପଣ କରିବୁ ତେବେ ? ଦାଦାଶ୍ରୀ : ସେ ସମର୍ପଣ କଲେ ମଧ୍ୟ କେହି ଫଳ ନିଏ ନାହିଁ ଆଉ କେହି ଦିଏ ବି ନାହିଁ । ସେ ସବୁ ତ କେବଳ କଥା ଅଟେ । ସଚ୍ଚା ଧର୍ମ ତ ‘ଜ୍ଞାନୀପୁରୁଷ’ ଆତ୍ମା ପ୍ରଦାନ କରନ୍ତି, ସେବେଠୁ ଆପେଆପେ ହୋଇଚାଲେ, ଆଉ ବ୍ୟବହାର ଧର୍ମ ତ ଆମକୁ କରିବାକୁ ପଡ଼େ, ଶିଖୁବାକୁ ପଡ଼େ । 99 ଭୌତିକ ସମୃଦ୍ଧି, ବାୟ ପ୍ରଡ଼କଶନ୍‌ରେ ପ୍ରଶ୍ନକର୍ତ୍ତା : ଭୌତିକ ସମୃଦ୍ଧି ପ୍ରାପ୍ତ କରିବାର ଇଚ୍ଛା-ପ୍ରୟାସ ଆଧ୍ୟାମିକ ବିକାଶରେ ବାଧକ ହୁଏ କି ? ଆଉ ଯଦି ବାଧକ ହୁଏ ତେବେ କିପରି ଆଉ ବାଧକ ନ ହୁଏ ତେବେ କିପରି ? ଦାଦାଶ୍ରୀ : ଭୌତିକ ସମୃଦ୍ଧି ପ୍ରାପ୍ତ କରିବାର ଅଛି ତେବେ ଆମକୁ ଏହି ଦିଗରେ ଯିବାକୁ ହେବ, ଆଧ୍ୟାତ୍ମିକ ସମୃଦ୍ଧି ପ୍ରାପ୍ତ କରିବାର ଥ‌ିବ ତେବେ ଏହି ଅଲଗା ଦିଗରେ ଯିବାକୁ ହେବ । ଆମକୁ ଗୋଟିଏ ଦିଗରେ ଯିବାକୁ ଥ‌ିବ, ତାହା ବଦଳରେ ଆମେ ଏମିତି ଅନ୍ୟ ଦିଗରେ ଯିବା ତେବେ ବାଧକ ହେବ ନା ନାହିଁ ? ପ୍ରଶ୍ନକର୍ତ୍ତା : ହଁ, ତାହା ବାଧକ କୁହାଯିବ ! : ଦାଦାଶ୍ରୀ : ଅର୍ଥାତ ସମ୍ପୂର୍ଣ୍ଣ ବାଧକ । ଆଧ୍ୟାତ୍ମିକ ଏହି ଦିଗ ଅଟେ ତ ଭୌତିକ ସାମନା ଦିଗ ଅଟେ । ପ୍ରଶ୍ନକର୍ତ୍ତା : କିନ୍ତୁ ଭୌତିକ ସମୃଦ୍ଧି ବିନା ଚାଲିବୁ କିପରି ? ଦାଦାଶ୍ରୀ : ଭୌତିକ ସମୃଦ୍ଧି ଏହି ଦୁନିଆରେ କେହି କରିପାରିଛି କି ? ସବୁ ଲୋକ ଭୌତିକ ସମୃଦ୍ଧି ପଛରେ ପଡ଼ିଛନ୍ତି । ହୋଇ ଯାଇଛି କାହାକୁ ? ପ୍ରଶ୍ନକର୍ତ୍ତା : ଅଳ୍ପ, କିଛିଙ୍କର ହୁଏ, ସମସ୍ତଙ୍କର ହୁଏ ନାହିଁ । ଦାଦାଶ୍ରୀ : ମଣିଷର ହାତର ସତ୍ତା ନୁହେଁ ତାହା । ଯେଉଁଠି ସଭା ନାହିଁ, ସେଠି ବ୍ୟର୍ଥ ଚିତ୍କାର କରିବା, ତାହାର ଅର୍ଥ କ’ଣ ? ମିନିଙ୍ଗ୍‌ଲେସ୍ ! Page #30 -------------------------------------------------------------------------- ________________ ସେବା-ପରୋପକାର ୨୩ ପ୍ରଶ୍ନକର୍ତ୍ତା : ଯେପର୍ଯ୍ୟନ୍ତ ତା’ର କିଛି କାମନା ଅଛି, ସେପର୍ଯ୍ୟନ୍ତ ଅଧାରେ କିପରି ଯାଇପାରିବ ? । ଦାଦାଶ୍ରୀ : ହଁ, କାମନା ହୁଏ, ତାହା ଠିକ କଥା । କାମନା ହୁଏ, କିନ୍ତୁ ଆମ ହାତର ସଭା ନୁହେଁ ତାହା । । ପ୍ରଶ୍ନକର୍ତ୍ତା : ସେ କାମନା କିଭଳି ଦୂର ହେବ ? ଦାଦାଶ୍ରୀ : ତା’ କାମନା ଅନୁସାରେ ଏପରି ସବୁ ପରେ ଆସେ । ତୁମକୁ ବେଶି ସେଥିପାଇଁ ମୁଣ୍ଡଖରାପ କରିବା ଦରକାର ନାହିଁ । ଆଧାର୍ମିକ କରିଚାଲ । ଏହି ଭୌତିକ ସମୃଦ୍ଧି ତ ବାୟ ପ୍ରଡ଼କ୍ଟ ଅଟେ । ତୁମେ ଆଧାର୍ମିକ ପ୍ରଡ଼କ୍ସନ ଆରମ୍ଭ କର, ଏହି ଦିଗରେ ଯାଅ ଏବଂ ଆଧାର୍ମିକ ପ୍ରଡ଼କ୍ସନ ଆରମ୍ଭ କରି ତେବେ ଭୌତିକ ସମୃଦ୍ଧି ସବୁ, ବାୟ ପ୍ରଡ଼କ୍ଟ, ତୁମକୁ ଫ୍ରି ଅଫ୍ କଷ୍ଟ ମିଳିବ । | ପ୍ରଶ୍ନକର୍ତ୍ତା : ଅଧାମ୍ ଆଡ଼କୁ ଯିବାକୁ ଥିବ ତେବେ, କ’ଣ କହିବାକୁ ଚାହୁଁଛନ୍ତି ? କିପରି ଯିବୁ ? ଦାଦାତ୍ରୀ : ନା, କିନ୍ତୁ ପ୍ରଥମେ କ’ଣ ତୁମେ ଏହା ବୁଝି ପାରୁଛି ଯେ ଅମ୍ବର ପ୍ରଡ଼କ୍ସନ କରିବ ତେବେ ଭୌତିକ ବାୟ ପ୍ରଡ଼କ୍ଟ ଅଟେ ? ଏପରି ତୁମେ ବୁଝି ପାରୁଛି ? ପ୍ରଶ୍ନକର୍ତ୍ତା : ଏପରି ମାନୁଛି ଯେ ଆପଣ କହୁଛନ୍ତି, ତାହା ମୁଁ ବୁଝି ପାରୁନାହିଁ । ଦାଦାଶ୍ରୀ : ଏଣୁ ମାନିବ ତେବେ ମଧ୍ୟ ଏସବୁ ବାୟ ପ୍ରଡ଼କ୍ଟ ଅଟେ । ବାୟ ପ୍ରଡ଼କ୍ଟ ଅର୍ଥାତ ଫ୍ରି ଅଫ୍ କଷ୍ଟ । ଏହି ସଂସାରର ବିନାଶୀ ସୁଖ ସବୁ ଫ୍ରି ଅଫ୍ କଷ୍ଟ ମିଳିଅଛି । ଆଧାସିକ ସୁଖ ପ୍ରାପ୍ତ କରିବାକୁ ଯାଆନ୍ତି, ରାସ୍ତାରେ ଏହି ବାୟ ପ୍ରଡ଼କ୍ସନ ମିଳିଛି । । ପ୍ରଶ୍ନକର୍ତ୍ତା : ମୁଁ ଏପରି ଅନେକ ଲୋକ ଦେଖୁଛି ଯେ ଯେଉଁମାନେ ଅଧାରେ ଯାଆନ୍ତି ନାହିଁ, କିନ୍ତୁ ଭୌତିକ ରୂପରେ ବହୁତ ସମୃଦ୍ଧ ଅଟନ୍ତି ଆଉ ସେଥିରେ ସେମାନେ ସୁଖୀ ଅଛନ୍ତି । Page #31 -------------------------------------------------------------------------- ________________ ୨୪ ସେବା-ପରୋପକାର ଦାଦାଶ୍ରୀ : ହଁ, ସେମାନେ ଅଧାରେ ଯିବା ନଜର ଆସୁ ନାହାନ୍ତି, କିନ୍ତୁ ସେ ଯେଉଁ ଅଧାମ୍ କରିଥିଲା, ତାହାର ଫଳ ଅଟେ ଏହା । । ପ୍ରଶ୍ନକର୍ତ୍ତା : ମାନେ, ଏହି ଜନ୍ମରେ ଅଧାମ୍ କରିବୁ, ତେବେ ପର ଜନ୍ମରେ ଭୌତିକ ସୁଖ ମିଳିବ ? ଦାଦାଶ୍ରୀ : ହଁ, ତାହାର ଫଳ ତୁମକୁ ପରଜନ୍ମରେ ମିଳିବ । ଫଳ ଦେଖା ଯାଉଛି ଆଜି, ଆଉ ଆଜି ଅଧାରେ ନ ଥାଇ ବି ପାରେ । । କାର୍ଯ୍ୟର ହେତୁ, ସେବା ନା ଲକ୍ଷ୍ମୀ ? ପ୍ରତ୍ୟେକ କାର୍ଯ୍ୟର ହେତୁ ଥାଏ ଯେ କେଉଁ ହେତୁ ସହ ଏ କାର୍ଯ୍ୟ କରା ଯାଉଛି । ସେଥିରେ ଯଦି ଉଚ୍ଚ ହେତୁ ରଖାଯାଏ, ଅର୍ଥାତ୍ କ’ଣ ଯେ ଏହି ଡାକ୍ତରଖାନା ଆରମ୍ଭ କରିବାର ଅଛି, ମାନେ ପେସେଣ୍ଟ କିପରି ସ୍ଵାସ୍ଥ୍ୟ ପ୍ରାପ୍ତ କରିବେ, କିପରି ସୁଖୀ ହେବେ, କିପରି ସେ ଲୋକେ ଆନନ୍ଦ ପାଇବେ, କିପରି ତା’ର ଜୀବନଶକ୍ତି ବଢ଼ିବ, ଏପରି ନିଜର ଉଚ୍ଚ ହେତୁ ରଖା ଯାଇଥିବ ଏବଂ ସେବା ଭାବରେ ହିଁ କାମ କରାଯାଏ, ତେବେ ତାହାର ବାୟ ପ୍ରଡ଼କ୍ସନ କ’ଣ ? ଲକ୍ଷ୍ମୀ ! ଏଣୁ ଲକ୍ଷ୍ମୀ ତାହା ବାୟ ପ୍ରଡ଼କ୍ଟ ଅଟେ, ତାହାକୁ ପ୍ରଡ଼କ୍ସନ ମାନ ନାହିଁ । ସାରା ସଂସାର ଲକ୍ଷ୍ମୀର ହିଁ ପ୍ରଡ଼କ୍ସନ କରୁଛି, ଏଥିପାଇଁ ପୁଣି ତା’କୁ ବାୟ ପ୍ରଡ଼କ୍ସନର ଲାଭ ମିଳେ ନାହିଁ ।। ଏଣୁ, କେବଳ ସେବାଭାବ ହିଁ ଯଦି ତୁମେ ସ୍ଥିର କରିବ ତେବେ ସେଥିରେ ବାୟ ପ୍ରଡ଼କ୍ସନରେ ଲକ୍ଷ୍ମୀ ତ ପୁଣି ଅଧୁକ ଆସେ । ଏଣୁ ଲକ୍ଷ୍ମୀକୁ ଯଦି ବାୟ ପ୍ରଡ଼କ୍ଟରେ ରହିବାକୁ ଦେବା ତେବେ ଲକ୍ଷ୍ମୀ ଅଧିକ ଆସେ, କିନ୍ତୁ ଏମାନେ ତ ଲକ୍ଷ୍ମୀର ହେତୁରେ ହିଁ ଲକ୍ଷ୍ମୀର ପ୍ରଡ଼କ୍ସନ କରନ୍ତି, ସେଥିପାଇଁ ଲକ୍ଷ୍ମୀ ଆସେ ନାହିଁ । ଏଣୁ ମୁଁ ତୁମକୁ ହେତୁ କହୁଅଛି ଯେ ଏହି ହେତୁ ରଖ, ‘ନିରନ୍ତର ସେବାଭାବ’, ତେବେ ବାୟ ପ୍ରଡ଼କ୍ଟ ଆପେ ଆପେ ହିଁ ଆସି ଚାଲିବ । ଯେପରି ବାୟ ପ୍ରଡ଼କ୍ଟରେ କିଛି ପରିଶ୍ରମ କରିବାକୁ ପଡ଼େ ନାହିଁ, ଖର୍ଚ୍ଚ କରିବାକୁ ପଡ଼େ ନାହିଁ, ତାହା ଫ୍ରି ଅଫ୍ କଷ୍ଟ ହୋଇଥାଏ, ସେହିପରି ଏହି ଲକ୍ଷ୍ମୀ ବି ଫ୍ରି ଅଫ୍ କଷ୍ଟ ମିଳିଥାଏ । ତୁମକୁ ଏପରି ଲକ୍ଷ୍ମୀ ଦରକାର ନା ଆନ୍ ଲକ୍ଷ୍ମୀ ଆବଶ୍ୟକତା ଠାରୁ ଅଧୁକ ପରିଶ୍ରମ କରି ଉପାର୍ଜିତ ଲକ୍ଷ୍ମୀ) ଦରକାର ? ଆନ୍ Page #32 -------------------------------------------------------------------------- ________________ ସେବା-ପରୋପକାର ୨୫ ଲକ୍ଷ୍ମୀ ଦରକାର ନାହିଁ ? ! ତେବେ ଠିକ ଅଛି ! ଏ ଫ୍ରି ଅଫ୍ କଷ୍ଟ୍ ମିଳେ, ତାହା କେତେ ଭଲ ! ଏଣୁ ସେବାଭାବ ସ୍ଥିର କର, ମନୁଷ୍ୟ ମାତ୍ରର ସେବା । କାହିଁକିନା ‘ ଆମେ ଡାକ୍ତରଖାନା ଖୋଲିଲେ’ ଅର୍ଥାତ ଆମେ ଯେଉଁ ବିଦ୍ୟା ଜାଣିଛେ, ସେହି ବିଦ୍ୟା ସେବାଭାବରେ ଉପଯୋଗ କରିବା, ଏହା ହିଁ ଆମର ହେତୁ ହେବା ଉଚିତ । ତାହାର ଫଳ ସ୍ଵରୂପ ଅନ୍ୟ ଜିନିଷ ସବୁ ଫ୍ରି ଅଫ୍ କଷ୍ଟ୍ ମିଳି ଚାଲିବ ଆଉ ଲକ୍ଷ୍ମୀର ତ ପୁଣି କେବେ ଅଭାବ ହିଁ ରହିବ ନାହିଁ, ଆଉ ଯେଉଁମାନେ ଲକ୍ଷ୍ମୀ ପାଇଁ ହିଁ କରିବାକୁ ଗଲେ, ସେମାନଙ୍କୁ କ୍ଷତି ହେଲା । ହଁ, ଲକ୍ଷ୍ମୀ ପାଇଁ ହିଁ କାରଖାନା ତିଆରି କଲ ତେବେ ବାୟ ପ୍ରଡ଼କ୍ସ ତ ରହିଲା ନାହିଁ ନା ! କାହିଁକିନା ଲକ୍ଷ୍ମୀ ହିଁ ବାୟ ପ୍ରଡ଼କ୍ଟ ଅଟେ, ବାୟ ପ୍ରଡ଼କ୍ସନ ର! ଏଣୁ ଆମକୁ ପ୍ରଡ଼କ୍ସନ ସ୍ଥିର କରିବାର ଅଛି, ପୁଣି ବାୟ ପ୍ରଡ଼କ୍ସନ ଫ୍ରି ଅଫ୍ କଷ୍ଟ୍ ମିଳି ଚାଲିବ । ଜଗତ କଲ୍ୟାଣ, କେବଳ ଏହି ପ୍ରଡ଼କ୍ସନ ! 9 ଆତ୍ମା ପ୍ରାପ୍ତ କରିବା ପାଇଁ ଯାହା କରାଯାଏ, ତାହା ପ୍ରଡ଼କ୍ସନ ଅଟେ ଆଉ ତାହାର ପରିଣାମ ସ୍ୱରୂପ ବାୟ ପ୍ରଡ଼କ୍ସ ମିଳେ ଏବଂ ସଂସାରର ସବୁ ଆବଶ୍ୟକତା ପ୍ରାପ୍ତ ହୁଏ । ମୁଁ ମୋର ଗୋଟିଏ ହିଁ ପ୍ରକାରର ପ୍ରଡ଼କ୍ସନ ରଖେ, ‘ ଜଗତ ପରମ ଶାନ୍ତି ପ୍ରାପ୍ତ କରୁ ଏବଂ ଅନେକ ମୋକ୍ଷ ପ୍ରାପ୍ତ କରନ୍ତୁ।’ ଏହା ମୋର ପ୍ରଡ଼କ୍ସନ ଆଉ ତାହାର ବାୟ ପ୍ରଡ଼କ୍ସନ ମୋତେ ମିଳି ଚାଲେ । ଏ ଚା-ପାଣି ମୋତେ, ତୁମ ଅପେକ୍ଷା କିଛି ଅଲଗା ପ୍ରକାରର ମିଳୁଛି, ତାହାର କାରଣ କ’ଣ ? ତୁମ ତୁଳନାରେ ମୋ ପ୍ରଡ଼କ୍ସନ ଉଚ୍ଚ କୋଟୀର ଅଟେ । ଏହିଭଳି ତୁମର ପ୍ରଡ଼କ୍ସନ ଯଦି ଉଚ୍ଚ କୋଟୀର ହେବ, ତେବେ ବାୟ ପ୍ରଡ଼କ୍ସନ ମଧ୍ୟ ଉଚ୍ଚକୋଟୀର ଆସିବ । ପ୍ରତ୍ୟେକ କାର୍ଯ୍ୟର ହେତୁ ଥାଏ । ଯଦି ସେବାଭାବର ହେତୁ ହେବ, ତେବେ ଲକ୍ଷ୍ମୀ ‘ବାୟ ପ୍ରଡ଼କ୍ଟ’ରେ ମିଳିବ ନିଶ୍ଚୟ । ସେବା ପରୋକ୍ଷ ରୂପେ ଭଗବାନଙ୍କର ଅନ୍ୟ ସବୁ ପ୍ରଡ଼କ୍ସନ ବାୟ ପ୍ରଡ଼କ୍ଟ ଅଟେ । ସେଥୁରେ ତୁମ ଆବଶ୍ୟକତାର Page #33 -------------------------------------------------------------------------- ________________ ୨୬ ସେବା-ପରୋପକାର ସବୁ ଜିନିଷ ମିଳିଚାଲେ ଆଉ ସେସବୁ ଇଜୀଲୀ( ସହଜରେ) ମିଳେ । ଦେଖ ନା, ଏ ପ୍ରଡ଼କ୍ସନ ପଇସାର କଲେ, ସେଥିପାଇଁ ଆଜି ପଇସା ଇଜୀଲୀ ମିଳୁ ନାହିଁ । ଧୀଦୌଡ଼, ହଡ଼ବଡ଼ ହଡ଼ବଡ଼ ହୋଇ ବୁଲୁଛନ୍ତି ଆଉ ମୁହଁରେ ଏରଣ୍ଡି ତେଲ ଚିପୁଡ଼ି ବୁଲିବା ପରି ଦେଖା ଯାଉଛନ୍ତି । ଘରେ ସୁନ୍ଦର ଖାଇବା-ପିଇବା ପାଇଁ ଅଛି, କେତେ ସୁବିଧା ଅଛି, ରାସ୍ତା କେତେ ଭଲ ଅଛି, ରାସ୍ତାରେ ଚାଲିଲେ ପାଦରେ ଧୂଳି ବି ଲାଗୁ ନାହିଁ ! ଏଣୁ ମନୁଷ୍ୟଙ୍କ ସେବା କର । ମନୁଷ୍ୟଙ୍କ ଭିତରେ ଭଗବାନ ବିରାଜମାନ ଅଛନ୍ତି । ଭଗବାନ ଭିତରେ ହିଁ ବସିଛନ୍ତି । ବାହାରେ ଭଗବାନ ଖୋଜିବା ପାଇଁ ଯିବା । ତେବେ ସେ ମିଳିବେ ଏପରି ନୁହେଁ । । ତୁମେ ମନୁଷ୍ୟଙ୍କ ଡାକ୍ତର ଅଟ, ଏଣୁ ତୁମକୁ ମନୁଷ୍ୟଙ୍କ ସେବା କରିବା ପାଇଁ କହୁଛି । ପଶୁ ଡାକ୍ତର ହୋଇଥିବେ, ତେବେ ତାଙ୍କୁ ପଶୁପକ୍ଷୀଙ୍କ ସେବା କରିବା ପାଇଁ କହିଥାନ୍ତି । ପଶୁପକ୍ଷୀଙ୍କ ଭିତରେ ମଧ୍ୟ ଭଗବାନ ବିରାଜମାନ ଅଛନ୍ତି, କିନ୍ତୁ ଏ ମନୁଷ୍ୟଙ୍କ ଠାରେ ଭଗବାନ ବିଶେଷ ପ୍ରକଟ ହୋଇଛନ୍ତି । ସେବା-ପରୋପକାରରୁ ଆଗରେ ମୋକ୍ଷମାର୍ଗ ପ୍ରଶ୍ନକର୍ତ୍ତା : ମୋକ୍ଷମାର୍ଗ, ସମାଜସେବାର ମାର୍ଗ ଠାରୁ ବଡ଼ କିପରି ? ଏହା ଟିକେ ବୁଝାନ୍ତୁ । । ଦାଦାଶ୍ରୀ : ସମାଜ ସେବକକୁ ଆମେ ଯଦି ପଚାରିବା ଯେ ତୁମେ କିଏ ? ତେବେ କୁହେ, ମୁଁ ସମାଜ ସେବକ ଅଟେ । କ’ଣ କୁହେ ? ଏହା ହିଁ କୁହେ ନା, ନା ଅଲଗା କିଛି କୁହେ ? | ପ୍ରଶ୍ନକର୍ତ୍ତା : ଏହା ହିଁ କୁହେ । । ଦାଦାଶ୍ରୀ : ଅର୍ଥାତ ‘ମୁଁ ସମାଜ ସେବକ ଅଟେ’ କହିବା, ତାହା ଇଗୋଇଜିମ୍ ଅଟେ ଆଉ ଏ ଭାଇକୁ ଯଦି କହିବି ଯେ, ‘ତୁମେ କିଏ ?” ତେବେ କହିବେ, ‘ବାହାରେ ପରିଚୟ ପାଇଁ ଚନ୍ଦୁଭାଇ ଆଉ ବାସ୍ତବରେ ତ ମୁଁ ଶୁଦ୍ଧମ୍ବା ଅଟେ ।’ ତେବେ ତାହା ବିନା ଇଗୋଇଜମ୍, ଓଦାଉଟ୍ ଇଗୋଇଜମ୍ । । ସମାଜସେବକର ଇଗୋ( ଅହଂକାର) ଭଲ କାର୍ଯ୍ୟ ପାଇଁ ଅଟେ, କିନ୍ତୁ ଅଟେ Page #34 -------------------------------------------------------------------------- ________________ ସେବା-ପରୋପକାର ୨୭ ଇଗୋ । ଖରାପ କାର୍ଯ୍ୟ ପାଇଁ ଇଗୋ ଥିବ, ତେବେ ‘ରାକ୍ଷସ’ କୁହାଯାଏ । ଭଲ କାର୍ଯ୍ୟ ପାଇଁ ଇଗୋ ଥିବ, ତେବେ ଦେବତା କୁହାଯାଏ । ଇଗୋ ମାନେ ଇଗୋ । ଇଗୋ ମାନେ ଭଟକୁ ଥାଅ ଆଉ ଇଗୋ ଖତମ ହୋଇଗଲା, ତେବେ ପୁଣି ଏଇଠି ମୋକ୍ଷ ହୋଇଯାଏ । ‘ମୁଁ କିଏ’ ଜାଣିବା, ତାହା ଧର୍ମ ପ୍ରଶ୍ନକର୍ତ୍ତା : ପ୍ରତ୍ୟେକ ଜୀବକୁ କ’ଣ କରିବା ଉଚିତ ? ତା’ର ଧର୍ମ କ’ଣ ? ଦାଦାଶ୍ରୀ : ଯାହା କରୁଅଛି, ତାହା ତା’ର ହିଁ ଧର୍ମ । କିନ୍ତୁ ଆମେ କହୁ ଯେ ମୋ ଧର୍ମ, କେବଳ ଏତିକି । ଯାହାର ଆମେ ଇଗୋଇଜମ୍ କରୁ ଯେ ଏହା ମୁଁ କଲି । ଏଣୁ ଆମକୁ ଏବେ କ’ଣ କରିବା ଉଚିତ ନା ‘ମୁଁ କିଏ? ଏତିକି ଜାଣିବା, ତା’ ପାଇଁ ପ୍ରୟାସ କରିବା, ତେବେ ସବୁ ପଜଲ୍ ସଭ ହୋଇଯିବ । ପରେ ପଜଲ୍ ସୃଷ୍ଟି ହେବା ନାହିଁ ଆଉ ପଜଲ୍ ସୃଷ୍ଟି ନ ହେବ, ତେବେ ସ୍ୱତନ୍ତ୍ର ହେବାକୁ ଲାଗିବା । ଲକ୍ଷ୍ମୀ, ତାହା ତ ବାୟ ପ୍ରଡ଼କ୍ସନରେ । ପ୍ରଶ୍ନକର୍ତ୍ତା : କର୍ଭବ୍ୟ ତ ପ୍ରତ୍ୟେକ ମଣିଷର, ପୁଣି ସେ ଓକିଲ ହେଉ ଅବା ଡାକ୍ତର ହେଉ, କିନ୍ତୁ କର୍ଭବ୍ୟ ତ ଏହା ହିଁ ହୋଇଥାଏ ନା ଯେ ମନୁଷ୍ୟ ମାତ୍ରର ମଙ୍ଗଳ କରିବା ? । ଦାଦାଶ୍ରୀ : ହଁ, କିନ୍ତୁ ଏ ତ ‘ ମଙ୍ଗଳ କରିବାର ଅଛି’ ଏପରି ନିଶ୍ଚୟ କରିବା ବିନା ହିଁ ବାସ୍ କରି ଚାଲିଛନ୍ତି, କିଛି ଡିସୀସନ ନେଇ ନାହାନ୍ତି । କିଛି ବି ହେତୁ ସ୍ଥିର କରିବା ବିନା ଏମିତି ହିଁ ଏମିତି ଗାଡ଼ି ଚାଲୁଅଛି । କେଉଁ ଗାଁ କୁ ଯିବାର ଅଛି, ଏହାର ଠିକଣା ନାହିଁ ଆଉ କେଉଁ ଗାଁରେ ଓହ୍ଲାଇବାର ଅଛି, ତାହାର ମଧ୍ୟ ଠିକଣା ନାହିଁ । ରାସ୍ତାରେ ଚା-ଜଳଖୁଆ କେଉଁଠି କରିବା, ତାହାର ମଧ୍ୟ ଠିକଣା ନାହିଁ । ବାସ୍, ଦୌଡ଼ିବାରେ ଲାଗିଛନ୍ତି । ଏଥିପାଇଁ ସବୁ ଜଟିଳ ହୋଇଛି । ହେତୁ ସ୍ଥିର କରିବା ପରେ ସବୁ କାର୍ଯ୍ୟ କରିବା ଉଚିତ । ଆମକୁ ତ ଖାଲି ହେତୁ ହିଁ ବଦଳାଇବାର ଅଛି, ଅନ୍ୟ କିଛି କରିବାର ନାହିଁ । Page #35 -------------------------------------------------------------------------- ________________ ସେବା-ପରୋପକାର ପ ଇଞ୍ଜିନର ଏକ ବେ ଏପଟେ ଦେବା ତେବେ ପାଣି ବାହାରେ ଆଉ ସେପଟେ । ବେଲ୍ ଦେବା ତେବେ ଧାନରୁ ଚାଉଳ ବାହାରେ । ଅର୍ଥାତ୍ ଖାଲି ବେଲ୍ ଦେବାରେ ହିଁ ଫରକ ଅଛି । ହେତୁ ସ୍ଥିର କରିବାର ଅଛି ଏବଂ ପୁଣି ସେ ହେତୁ ଲକ୍ଷ୍ୟରେ ରହିବା । ଉଚିତ । ବାସ୍, ଅନ୍ୟ କିଛି ବି ନୁହେଁ । ଲକ୍ଷ୍ମୀ ଲକ୍ଷ୍ୟରେ ନ ରହିବା ଉଚିତ । ‘ନିଜ’ ସେବାରେ ସମାହିତ ସର୍ବ ଧର୍ମ । ଦୁଇ ପ୍ରକାରର ଧର୍ମ, ତୃତୀୟ ପ୍ରକାରର କୌଣସି ଧର୍ମ ନଥାଏ । ଯେଉଁ ଧର୍ମରେ ଜଗତର ସେବା ଥାଏ, ତାହା ଏକ ପ୍ରକାରର ଧର୍ମ ଆଉ ଯେଉଁଠି ନିଜର(‘ସ୍ଵରଆମ୍ବାର) ସେବା ଥାଏ, ତାହା ଅନ୍ୟ ଏକ ପ୍ରକାରର ଧର୍ମ । ନିଜର ସେବାବାଲା ହୋମ୍ ଡିପାର୍ଟମେଣ୍ଟରେ( ଆମ୍ ସ୍ଵରୂପରେ) ଯାଆନ୍ତି ଆଉ ଏ ସଂସାରର ସେବା କରନ୍ତି, ସେମାନଙ୍କୁ ତାହାର ସଂସାରୀ ଲାଭ ମିଳେ, ଅଥବା ଭୌତିକ ମଜା କରନ୍ତି । ଆଉ ଯେଉଁଥିରେ ଜଗତର କୌଣସି ପ୍ରକାରର ସେବା ନଥାଏ, ଯେଉଁଠି ନିଜ ସେବାର ସମାବେଶ ନଥାଏ, ସେ ସବୁ ଏକ ପ୍ରକାରର ସାମାଜିକ ଭାଷଣ ଅଟେ ! ଏବଂ ନିଜେ ନିଜକୁ ଭୟଙ୍କର ନିଶା ଚଢ଼ାଇବାବାଲା ଅଟେ । ଜଗତର କିଛି ବି ସେବା ହେଉଥିବ, ତେବେ ସେଠି ଧର୍ମ ଅଛି । ଜଗତର ସେବା ହେଉନାହିଁ ତେବେ ନିଜର ସେବା କର । ଯିଏ ନିଜର ସେବା କରେ, ତାହା ଜଗତର ସେବା କରିବା ଠାରୁ ମଧ୍ୟ ଅଧୁକ । କାହିଁକିନା ନିଜର ସେବା କରିବା ବାଲା କାହାରିକୁ ଦୁଃଖ ଦିଏ ନାହିଁ ! ପ୍ରଶ୍ନକର୍ତ୍ତା : କିନ୍ତୁ ନିଜର ସେବା କରିବା, ତାହା ମୁଣ୍ଡରେ ପଶିବା ଦରାକାର ନା ! ଦାଦାଶ୍ରୀ : ତାହା ମୁଣ୍ଡରେ ପଶିବା ସହଜ ନୁହେଁ । ପ୍ରଶ୍ନକର୍ତ୍ତା : ତାହା କିପରି କରିବୁ ? ଦାଦାଶ୍ରୀ : ତାହା ତ ନିଜର ସେବା କରୁଥିବେ, ଏପରି ଜ୍ଞାନୀପୁରୁଷଙ୍କୁ ପଚାରିବ ଯେ ସାହେବ, ଆପଣ ଅନ୍ୟମାନଙ୍କର ସେବା କରୁଛନ୍ତି ନା ନିଜର ? ତେବେ ସାହେବ କୁହନ୍ତି ଯେ, ମୁଁ ନିଜର କରେ । ତେବେ ଆମେ ତାଙ୍କୁ କହିବା, ‘ ମୋତେ ଏପରି ରାସ୍ତା ଦେଖାନ୍ତୁ !” Page #36 -------------------------------------------------------------------------- ________________ ସେବା-ପରୋପକାର ‘ନିଜ ସେବା’ର ଲକ୍ଷଣ ପ୍ରଶ୍ନକର୍ତ୍ତା : ନିଜ ସେବାର ଲକ୍ଷଣ କ’ଣ ? ଦାଦାଶ୍ରୀ : ‘ନିଜ’ର ସେବା ଅର୍ଥାତ୍ କାହାରିକୁ ଦୁଃଖ ନ ଦେବା, ତାହା ସବୁଠାରୁ ପ୍ରଥମ ଲକ୍ଷଣ । ସେଥିରେ ସବୁ ଜିନିଷ ଆସିଯାଏ । ସେଥିରେ ସେ ଅବ୍ରହ୍ମଚର୍ଯ୍ୟର ମଧ୍ୟ ସେବନ କରେ ନାହିଁ । ଅବ୍ରହ୍ମଚର୍ଯ୍ୟର ସେବନ କରିବା ମାନେ କାହାକୁ ଦୁଃଖ ଦେବା ସମାନ ଅଟେ । ଯଦିବା ଏପରି ମାନିନିଅ ଯେ ରାଜି-ଖୁସିରେ ଅବ୍ରହ୍ମଚର୍ଯ୍ୟ ହୋଇଥିବ, ତଥାପି ସେଥିରେ କେତେ ଜୀବ ମରିଯାନ୍ତି ! ଏଣୁ ତାହା ଦୁଃଖ ଦେବା ସମାନ ଅଟେ । ଏଣୁ ତା’ଦ୍ଵାରା ସେବା ହିଁ ବନ୍ଦ ହୋଇଯାଏ । ପୁଣି ମିଛ କୁହନ୍ତି ନାହିଁ, ଚୋରି କରନ୍ତି ନାହିଁ, ହିଂସା କରନ୍ତି ନାହିଁ, ଧନ ଜମା କରନ୍ତି ନାହିଁ । ପରିଗ୍ରହ କରିବା, ପଇସା ଠୁଳ କରିବା ତାହା ହିଂସା ହିଁ ଅଟେ । ଏଣୁ ଅନ୍ୟଙ୍କୁ ଯଦି ଦୁଃଖ ଦିଏ, ସେଥିରେ ସବୁ ଆସିଯାଏ । | ପ୍ରଶ୍ନକର୍ତ୍ତା : ନିଜ ସେବାର ଅନ୍ୟ କ’ଣ-କ’ଣ ଲକ୍ଷଣ ଅଛି ? ନିଜର ସେବା କରୁଛି, ଏପରି କେତେବେଳେ କୁହାଯିବ ? । ଦାଦାତ୍ରୀ : ନିଜର ସେବା କରିବାବାଲାକୁ ପଛେ ସଂସାରର ସବୁ ଲୋକ ଦୁଃଖ ଦିଅନ୍ତୁ, କିନ୍ତୁ ସେ କାହାରିକୁ ଦୁଃଖ ଦିଏ ନାହିଁ । ଦୁଃଖ ତ ଦିଏ ହିଁ ନାହିଁ, କିନ୍ତୁ ଖରାପ ଭାବ ବି କରେ ନାହିଁ ଯେ ତୋର ଖରାପ ହେଉ ! ତୋର ମଙ୍ଗଳ ହେଉ’ ଏପରି କୁହେ । । ହଁ, ପୁଣି ସାମ୍ବାବାଲା କୁହେ ତେବେ ଅସୁବିଧା ନାହିଁ । ସାମ୍ବାବାଲା କୁହେ ଯେ ତୁମେ ଅଧମ ଅଟ, ବଦମାସ ଅଟ, ତୁମେ ଦୁଃଖ ଦେଉଛି, ସେଥିରେ ଆମର ଅସୁବିଧା ନାହିଁ । ଆମେ କ’ଣ କରୁଛେ, ଏହା ହିଁ ଦେଖ୍ବାର ଅଛି । ସାମ୍ବାବାଲା ତ ରେଡ଼ିଓ ଭଳି ଗାଇ ଚାଲିବ, ଯେମିତି ରେଡ଼ିଓ ବାଜୁଛି ! । ପ୍ରଶ୍ନକର୍ତ୍ତା : ଜୀବନରେ ସବୁ ଲୋକେ ଆମକୁ ଦୁଃଖ ଦେବେ, ତଥାପି ଆମେ ସହନ କରିବା, ଏପରି ତ ହୋଇ ପାରିବ ନାହିଁ । ଘର ଲୋକେ ଟିକିଏ ବି ଅପମାନ ଜନକ ବ୍ୟବହାର କଲେ ତାହା ମଧ୍ୟ ସହନ ହୁଏ ନାହିଁ ତେବେ ? ! Page #37 -------------------------------------------------------------------------- ________________ ସେବା-ପରୋପକାର ଦାଦାଶ୍ରୀ : ତେବେ କ’ଣ କରିବା ? ଏଥରେ ନ ରହିବା ତେବେ କ’ଣ କରିବା ? କୁହ ମୋତେ । ଏହା ମୁଁ କହୁଛି, ସେ ଲାଇନ ପସନ୍ଦ ଆସୁ ନାହିଁ ତେବେ ସେ ବ୍ୟକ୍ତି କ’ଣ କରିବ ? ସେଫ୍‌ସାଇଡ଼ବାଲା ଅଛି କିଛି ଜାଗା ? କିଛି ଅଛି ତ ମୋତେ ଦେଖାଅ । ୩୦ ପ୍ରଶ୍ନକର୍ତ୍ତା : ନା, ଏଭଳି ନୁହେଁ । କିନ୍ତୁ ଆମର ‘ଇଗୋ’ ତ ଅଛି ନା ? ଦାଦାଶ୍ରୀ : ଜନ୍ମରୁ ହିଁ ସମସ୍ତଙ୍କ ଠାରେ ‘ଇଗୋ’ ହିଁ ଅଟକାଏ, କିନ୍ତୁ ଆମକୁ ଅଟକିବାର ନାହିଁ । ‘ଇଗୋ’ ଅଛି, ସେ ପଛେ ଯେମିତି ନାଚୁ। ‘ଆମକୁ’ ନାଚିବା ଦରକାର ନାହିଁ । ଆମେ ତା’ଠାରୁ ଅଲଗା । ତାହା ଛଡ଼ା ଅନ୍ୟ ସବୁ, ଧାର୍ମିକ ମନୋରଞ୍ଜନ ଅର୍ଥାତ ଦୁଇଟି ଧର୍ମ ଅଛି, ତୃତୀୟ ଧର୍ମ ନାହିଁ । ଅନ୍ୟ ସବୁ ତ ଅର୍ନାମେଣ୍ଟ ଅଟେ ! ଅର୍ନାମେଣ୍ଟ ପୋର୍ଶନ୍ (ornament portion) ଆଉ ଲୋକେ ବାବାଃ କରନ୍ତି ! ଯେଉଁଠି ସେବା ନାହିଁ, କିଛି ବି ପ୍ରକାରର ସେବା ନାହିଁ, ଜଗତ ସେବା ନାହିଁ, ସେ ସବୁ ଧାର୍ମିକ ମନୋରଞ୍ଜନ ଅଟେ ଏବଂ ଅର୍ନାମେଣ୍ଟାଲ୍ ପୋର୍ଶନ୍ ଅଟେ ସବୁ । ବୁଦ୍ଧିର ଧର୍ମ ସେପର୍ଯ୍ୟନ୍ତ ସ୍ଵୀକାର କରାଯାଏ, ଯେପର୍ଯ୍ୟନ୍ତ ବୁଦ୍ଧି ସେବାଭାବି ଥବ, ଜୀବମାନଙ୍କୁ ସୁଖ ପହଞ୍ଚାଇବା ବାଲା ହୋଇଥ‌ିବ, ଏପରି ବୁଦ୍ଧି ଥିଲେ, ତାହା ଭଲ । ବାକି ଅନ୍ୟ ବୁଦ୍ଧି ବେକାର ଅଟେ । ଅନ୍ୟ ସବୁ ବୁଦ୍ଧି ବାନ୍ଧିଥାଏ ଓଲଟା । ବାନ୍ଧିକି ମାଡ଼ ଖୁଆଇ ଚାଲିଥାଏ ଆଉ ଯେଉଁଠି ଦେଖ, ସେଇଠି ଲାଭ-କ୍ଷତି ଦେଖୁଥାଏ । ବସ୍‌ରେ ଚଢୁ-ଚଢୁ ପ୍ରଥମେ ଦେଖୁନିଏ ଯେ ଜାଗା କେଉଁଠି ଅଛି ? ଏହିପରି ବୁଦ୍ଧି ଏଠି-ସେଠି ଭଟକାଇ ଚାଲିଥାଏ । ଅନ୍ୟମାନଙ୍କ ସେବା କରେ, ସେ ବୁଦ୍ଧି ଭଲ । ନହେଲେ ନିଜ ସେବା ଭଳି ବୁଦ୍ଧି ଅନ୍ୟ କିଛି ନାହିଁ । ଯିଏ ନିଜର ସେବା କରେ, ସେ ସାରା ସଂସାରର ସେବା କରୁଅଛି । Page #38 -------------------------------------------------------------------------- ________________ ସେବା-ପରୋପକାର । ୩୧ । ଜଗତରେ କାହାରିକୁ ଦୁଃଖ ନ ହେଉ । । ସେଥିପାଇଁ ମୁଁ ସମସ୍ତଙ୍କୁ କୁହେ ଯେ ଭାଇ ! ସକାଳୁ ପ୍ରଥମେ ବାହାରକୁ ବାହାରିବା ସମୟରେ ଆଉ କିଛି ନ ଆସୁଛି ତେବେ ଏତିକି କହିବ ‘ମନ-ବଚନକାୟା ଦ୍ବାରା ଏହି ଜଗତରେ କୌଣସି ବି ଜୀବକୁ କିଞ୍ଚତମାତ୍ର ଦୁଃଖ ନ ହେଉ । ଏମିତି ପାଞ୍ଚଥର କହି ବାହାରିବ । ବାକି ଦାୟିତ୍ବ ମୋର ! ଯା, ଆଉ କିଛି ନ ଆସିବ ତେବେ ମୁଁ ଦେଖିନେବି ! ଏତିକି କହ ନା ! ପୁଣି କାହାକୁ ଦୁଃଖ ହୋଇଗଲା, ତାହା ମୁଁ ଦେଖିନେବି । କିନ୍ତୁ ଏତିକି ତୁ କହିବୁ । ଏଥିରେ ଅସୁବିଧା ଅଛି ? । ପ୍ରଶ୍ନକର୍ତ୍ତା : ଏଥିରେ କିଛି ଅସୁବିଧା ନାହିଁ । । ଦାଦାଶ୍ରୀ : ତୁ କହିବୁ ନିଶ୍ଚିତ । ତେବେ ସେ କୁହେ ଯେ “ମୋ ଦ୍ଵାରା ଯଦି ଦୁଃଖ ଦେଇ ଦିଆଯାଏ ତେବେ ?? ତାହା ତତେ ଦେଖୁବାର ନାହିଁ । ତାହା ମୁଁ ହାଇକୋର୍ଟରେ ସବୁ କରିଦେବି । ସେ ଓକିଲ ଦେଖୁର ଅଛି ନା ? ତାହା ମୁଁ କରିଦେବି ସବୁ । ତୁ ମୋର ଏହି ବାକ୍ୟ କହ ନା ସକାଳୁ ପାଞ୍ଚଥର ! ଅସୁବିଧା ଅଛି ଏଥିରେ ? କିଛି କଠିନତା ଅଛି ଏଥିରେ ? ସଚ୍ଚା ଦିଲ୍‌ରେ ‘ ଦାଦା ଭଗବାନ’ଙ୍କୁ ସ୍ମରଣ କରି କହିବା ନା, ପୁଣି କ’ଣ ଅସୁବିଧା ? ପ୍ରଶ୍ନକର୍ତ୍ତା : ମୁଁ ଏମିତି ହିଁ କରୁଛି । ଦାଦାଶ୍ରୀ : ବାସ, ସେଇୟା କର । ଅନ୍ୟ କିଛି କରିବା ଭଳି ନାହିଁ ଏ । ଦୁନିଆରେ । ସଂକ୍ଷେପରେ, ବ୍ୟବହାର ଧର୍ମ ସଂସାରର ଲୋକଙ୍କୁ ବ୍ୟବହାର ଧର୍ମ ଶିଖାଇବା ପାଇଁ ମୁଁ କୁହେ ଯେ ପରାନୁଗ୍ରହୀ ହୁଅ । ନିଜ ପାଇଁ ବିଚାର ହିଁ ନ ଆସେ । ଲୋକକଲ୍ୟାଣ ପାଇଁ ପରାନୁଗ୍ରହୀ ହୁଅ । ଯଦି ତୁମ ନିଜ ପାଇଁ ତୁମେ ଖର୍ଚ୍ଚ କରିବ ତେବେ ତାହା ନାଳରେ ଯିବ ଆଉ ଅନ୍ୟ ପାଇଁ କିଛି ବି ଖର୍ଚ୍ଚ କରିବା ତାହା ଆଗର ଏଡ଼ଜଷ୍ଟମେଣ୍ଟ ଅଟେ । ଶୁଦ୍ଧିମ୍ବା ଭଗବାନ କ’ଣ କୁହନ୍ତି ଯେ ଯିଏ ଅନ୍ୟମାନଙ୍କର ସମ୍ଭାଳେ, ତା’ର Page #39 -------------------------------------------------------------------------- ________________ ୩୨ ସେବା-ପରୋପକାର ମୁଁ ସମ୍ଭାଳି ନିଏ ଆଉ ଯିଏ ନିଜର ହିଁ ସମ୍ଭାଳେ, ତା’କୁ ମୁଁ ତା’ ଉପରେ ଛାଡ଼ି ଦିଏ । ସଂସାରର କାମ କର, ତୁମ କାମ ହୋଇଚାଲିବ । ଜଗତର କାମ ଯଦି କରିବ, ତେବେ ତୁମ କାମ ମନକୁ ମନ ହୋଇ ଚାଲିବ ଆଉ ସେତେବେଳେ ତୁମକୁ ଆଶ୍ଚର୍ଯ୍ୟ ଲାଗିବ । ସଂସାରର ସ୍ଵରୂପ କିଭଳି ? ଜଗତର ପ୍ରତ୍ୟେକ ଜୀବ ମଧ୍ୟରେ ଭଗବାନ ବିରାଜମାନ ଅଛନ୍ତି, ଏଣୁ କୌଣସି ବି ଜୀବକୁ କିଛି ବି ତ୍ରାସ୍ (ଭୟ) ଦେବ, ଦୁଃଖ ଦେବ ତେବେ ଅଧର୍ମ ସୃଷ୍ଟି ହେବ । କୌଣସି ବି ଜୀବକୁ ସୁଖ ଦେବ ତେବେ ଧର୍ମ ସୃଷ୍ଟି ହେବ । ଅଧର୍ମର ଫଳ ତୁମ ଇଚ୍ଛାର ବିରୁଦ୍ଧ ଅଟେ ଏବଂ ଧର୍ମର ଫଳ ତୁମ ଇଚ୍ଛାନୁସାରେ ଅଟେ । ‘ରିଲେଟିଭ ଧର୍ମ’, ତାହା ସଂସାର ମାର୍ଗ ଅଟେ । ସମାଜସେବାର ମାର୍ଗ । ଅଟେ । ମୋକ୍ଷମାର୍ଗ, ସମାଜସେବାରୁ ଉରେ, ସ୍ୱ-ରମଣତା ଅଟେ । । ଧର୍ମର ପ୍ରାରମ୍ଭ ମନୁଷ୍ୟ ଯେବେଠାରୁ କାହାକୁ ସୁଖ ପହଞ୍ଚାଇବା ଆରମ୍ଭ କଲା ସେବେଠାରୁ ଧର୍ମର ଆରମ୍ଭ ହେଲା । ନିଜର ସୁଖ ନୁହେଁ, କିନ୍ତୁ ସାମନାବାଲାର ଅସୁବିଧା କିପରି ଦୂର ହେବ, ଏହା ହିଁ ସର୍ବଦା ରୁହେ ସେହିଠାରେ କାରୁଣ୍ୟତାର ଆରମ୍ଭ ହୁଏ । ମୋତେ ପିଲାଦିନରୁ ହିଁ ସାମ୍ବାବାଲାର ଅସୁବିଧା ଦୂର କରିବାର ପଡ଼ିଥିଲା । ନିଜ ପାଇଁ ବିଚାର ମଧ୍ୟ ନ ଆସେ, ତାହା କାରୁଣ୍ୟତା କୁହାଯାଏ । ତାହାଦ୍ୱାରା ହିଁ ‘ଜ୍ଞାନ’ ପ୍ରକଟ ହୁଏ । ରିଟାୟର୍ ହେବାକୁ ଥିବ, ସେତେବେଳେ ଅନରାରୀ ପ୍ରେସିଡେଣ୍ଟ ହୁଏ । ଅନରାରୀ ଅମକ ହୁଏ । ଆରେ ମୁର୍ଖ ! ଆପଦ କାହିଁକି ଡାକି ଆଣୁଛୁ ? ଏବେ ରିଟାୟର୍ ହେବାର ଅଛି, ତଥାପି ? ଆପଦ ହିଁ ଛିଡ଼ା କରାଏ । ଏ ସବୁ ବିପଦ-ଆପଦ ଛିଡ଼ା କରିଛନ୍ତି । । ଆଉ ଯଦି ସେବା ନ ହୋଇପାରେ ତେବେ କାହାରିକୁ ଦୁଃଖ ନ ହେଉ ଏପରି ଦେବା ଉଚିତ । ପଛେ କ୍ଷତି କରି ଯାଇଥାଉ । କାହିଁକିନା ତାହା ପୂର୍ବର କିଛି Page #40 -------------------------------------------------------------------------- ________________ ସେବା-ପରୋପକାର ୩୩ ହିସାବ ଥିବ । କିନ୍ତୁ ତା’କୁ ଦୁଃଖ ନ ହେଉ ଆମେ ଏପରି କରିବା ଉଚିତ । । ବାସ୍ ଏତିକି ଶିଖୁବା ଭଳି ପ୍ରଶ୍ନକର୍ତ୍ତା : ଅନ୍ୟଙ୍କୁ ସୁଖ ଦେଇ ସୁଖୀ ହେବା, ତାହା ? । ଦାଦାଶ୍ରୀ : ହଁ, ବାସ୍ ଏତିକି ଶିଖ ନା ! ଅନ୍ୟ କିଛି ଶିଖୁବା ଭଳି ହିଁ ନାହିଁ । ଦୁନିଆରେ ଆଉ କିଛି ଧର୍ମ ହିଁ ନାହିଁ । ଏ ଏତିକି ହିଁ ଧର୍ମ ଅଛି, ଅନ୍ୟ କିଛି ଧର୍ମ ନାହିଁ । ଅନ୍ୟଙ୍କୁ ସୁଖ ଦିଅ, ସେଥିରେ ହିଁ ସୁଖୀ ହେବ । ଏ ତୁମେ ବ୍ୟାପାର-ଧନ୍ଦା କରୁଛ, କିଛି ରୋଜଗାର କରୁଛି, ତେବେ କେଉଁ ଗାଁରେ କେହି ଦୁଃଖୀ ଥୁବ ତେବେ ତା’କୁ କିଛି ଡାଲି-ପାଣି ଦେଇଦେବା, ଝିଅ ବାହାଘର ସମୟରେ କିଛି ଟଙ୍କା ଦେଇ ଦେବା । ଏମିତି ତା’ ଗାଡ଼ି ରାସ୍ତାକୁ ଆଣିଦେବା ଉଚିତ ନା ! କାହା ହୃଦୟକୁ ଶାନ୍ତି ପହଞ୍ଚାଇବା, ତେବେ ଭଗବାନ ଆମ ହୃଦୟକୁ ଶାନ୍ତି ଦେବ । । ଜ୍ଞାନୀ ଦିଅନ୍ତି, ଗ୍ୟାରେଣ୍ଟି ଲେଖା ପ୍ରଶ୍ନକର୍ତ୍ତା : ହୃଦୟକୁ ଶାନ୍ତି ପହଞ୍ଚାଇବା ପାଇଁ ଯିବୁ ତେବେ ଆଜି ପକେଟମାର୍ ହୋଇଯାଉଛି । ଦାଦାଶ୍ରୀ : ପଛେ ପକେଟମାର୍ ହୋଇଯାଉ । ତାହା ପୂର୍ବ ହିସାବ ଥିବା ଯାହା ପୁରା ହେଉଛି । କିନ୍ତୁ ତୁମେ ଏବେ ଶାନ୍ତି ଦେବ ତେବେ ତାହାର ଫଳ ତ ଆସିବ ନିଶ୍ଚୟ, ତାହାର ଶହେ ପ୍ରତିଶତ ଗାରେଣ୍ଟି ଲେଖା ବି କରି ଦେବି । ଏ ଆମେ ଦେଇଥିବା, ସେଥିପାଇଁ ଆମକୁ ଆଜି ସୁଖ ଆସୁଛି । ମୋ ଧନ୍ଦା ହିଁ ଏହା ଯେ ସୁଖର ଦୋକାନ ଖୋଲିବା । ଆମକୁ ଦୁଃଖର ଦୋକାନ ଖୋଲିବାର ନାହିଁ । ସୁଖର ଦୋକାନ, ପୁଣି ଯାହାକୁ ଦରକାର ସେ ସୁଖ ନେଇଯାଉ ଆଉ କେହି ଦୁଃଖ ଦେବାକୁ ଆସେ ତେବେ ମୁଁ କୁହେ, “ଓ ହୋ ହୋ, ଏବେ ବାକି ଅଛି ମୋର, ଆଣ, ଆଣ । ତାହାକୁ ମୁଁ ଗୋଟିଏ ପଟେ ରଖ୍ ଦିଏ । ଅର୍ଥାତ ଦୁଃଖ ଦେବାକୁ ଆସନ୍ତି ତେବେ ନେଇ ନେବା । ଆମର ହିସାବ ଅଛି, ତେବେ ଦେବାକୁ ତ ଆସିବେ ନା ? ନହେଲେ । ମୋତେ ତ କେହି ଦୁଃଖ ଦେବାକୁ ଆସୁ ହିଁ ନାହିଁ । Page #41 -------------------------------------------------------------------------- ________________ ସେବା-ପରୋପକାର ଏଣୁ ସୁଖର ଦୋକାନ ଏପରି ଖୋଲ ଯେ ବାସ୍ ସମସ୍ତଙ୍କୁ ସୁଖ ଦେବା । ଦୁଃଖ କାହାରିକୁ ଦେବା ନାହିଁ ଆଉ ଦୁଃଖ ଦେବାବାଲାକୁ ତ କେଉଁଦିନ କିଏ ଛୁରୀ ମାରିଦିଏ ନା ? ସେ ରାସ୍ତା ଚାହିଁ ବସିଥାଏ । ଏ ଯେଉଁ ବୈର ଅସୁଲ କରନ୍ତି ନା, ସେମାନେ ଏମିତି ଖାଲିରେ ବୈର ଅସୁଲ କରନ୍ତି ନାହିଁ, ଦୁଃଖର ପ୍ରତିଶୋଧ ନିଅନ୍ତି । ସେବା କରିବା ତେବେ ସେବା ମିଳେ ୩୪ ଏହି ଦୁନିଆରେ ସର୍ବ ପ୍ରଥମ ସେବା କରିବା ଯୋଗ୍ୟ ସାଧନ ଯଦି କିଛି ଥାଏ, ତେବେ ସେମାନେ ହେଉଛନ୍ତି ମା-ବାପା । ମା-ବାପାଙ୍କ ସେବା କରେ ତେବେ ଶାନ୍ତି ଯାଏ ନାହିଁ । କିନ୍ତୁ ଆଜି ସଚ୍ଚା ଦିଲ୍‌ରେ ମା-ବାପାଙ୍କ ସେବା କରୁନାହାନ୍ତି । ତିରିଶ ବର୍ଷର ହେଲା ଏବଂ ‘ଗୁରୁ’(ପତ୍ନୀ) ଆସିଲେ । ସେ କୁହନ୍ତି ଯେ ମୋତେ ନୂଆ ଘରକୁ ନେଇଯାଅ । ଗୁରୁ ଦେଖୁଛ ତୁମେ ? ପଚିଶ, ତିରିଶ ବର୍ଷରେ ‘ଗୁରୁ’ ମିଳିଯାନ୍ତି ଆଉ ‘ଗୁରୁ’ ମିଳେ, ତେବେ ବଦଳି ଯାଏ । ଗୁରୁ କୁହନ୍ତି ମାତାଜୀଙ୍କୁ ତୁମେ ଚିହ୍ନି ହିଁ ନାହଁ । ସେ ଥରେ ଶୁଣେ ନାହିଁ । ପ୍ରଥମ ଥର ତ ଶୁଣେ ନାହିଁ କିନ୍ତୁ ଦୁଇ-ତିନିଥର କୁହେ, ତେବେ ପୁଣି ଲାଇନ୍ ବଦଳାଇ ଦିଏ। ନହେଲେ, ମା-ବାପାଙ୍କ ଶୁଦ୍ଧ ସେବା କରେ ନା, ତା’କୁ ଅଶାନ୍ତି ହୁଏ ନାହିଁ, ଏପରି ଅଟେ ଏହି ଜଗତ । ଏ ଜଗତ କିଛି ଅଣଦେଖା କରିବା ପରି ନୁହେଁ । ତେବେ ଲୋକେ ପଚାରନ୍ତି ନା, ପୁଅର ହିଁ ଦୋଷ ନା, ପୁଅମାନେ ମା-ବାପାଙ୍କର ସେବା କରୁନାହାନ୍ତି । ସେଥ‌ିରେ ମା-ବାପାଙ୍କର କ’ଣ ଦୋଷ ? ମୁଁ କହିଲି ଯେ ସେମାନେ ମା-ବାପାଙ୍କର ସେବା କରି ନଥିଲେ, ସେଥ‌ିପାଇଁ ସେମାନଙ୍କୁ ପ୍ରାପ୍ତ ହେଉନାହିଁ। ଅର୍ଥାତ ଏ ପରମ୍ପରା ହିଁ ଭୁଲ ଅଟେ । ଏବେ ନୂଆ ରୁପରେ ନୂଆ ଦୃଷ୍ଟି ନେଇ ଚାଲିବା ତେବେ ଭଲ ହେବ । ସେଥ‌ିପାଇଁ ମୁଁ ଏହିପରି କରାଉଛି, ପ୍ରତ୍ୟେକ ଘରେ । ପୁଅମାନେ ସବୁ ଅଲରାଇଟ୍ ହୋଇଗଲେଣି । ମାବାପା ବି ଅଲରାଇଟ୍ ଏବଂ ପୁଅମାନେ ବି ଅଲରାଇଟ୍ ! ଗୁରୁଜନମାନଙ୍କ ସେବା କରିବା ଦ୍ଵାରା ଆମର ଏହି ବିଜ୍ଞାନ ବିକଶିତ Page #42 -------------------------------------------------------------------------- ________________ ସେବା-ପରୋପକାର ୩୫ ହୋଇଥାଏ । କେଉଁଠି ମୂର୍ତ୍ତିମାନଙ୍କର ସେବା ହୁଏ ? ମୂର୍ତ୍ତିମାନଙ୍କର କ’ଣ ଗୋଡ଼ ବିନ୍ଧେ ? ସେବା ତ ଅଭିଭାବକ ହୋଇଥ‌ିବେ, ଗୁରୁଜନ ଅଥବା ଗୁରୁ ହୋଇଥ‌ିବେ, ତାଙ୍କର କରିବାକୁ ହୋଇଥାଏ । ସେବାର ତିରସ୍କାର କରି ଧର୍ମ କରୁଛନ୍ତି ? ମା-ବାପାଙ୍କର ସେବା କରିବା ତାହା ଧର୍ମ ଅଟେ । ସେ ପଛେ ଯେମିତି ବି ହିସାବ ଥାଉ, କିନ୍ତୁ ଏ ସେବା କରିବା ଆମର ଧର୍ମ ଆଉ ଯେତିକି ଆମର ଧର୍ମର ପାଳନ କରିବା, ସେତିକି ସୁଖ ଆମକୁ ଉତ୍ପନ୍ନ ହେବ । ଗୁରୁଜନଙ୍କ ସେବା ତ ହୁଏ, ସାଥେ-ସାଥେ ସୁଖ ବି ଉତ୍ପନ୍ନ ହୁଏ । ମା-ବାପାଙ୍କୁ ସୁଖ ଦେବା, ତେବେ ଆମକୁ ସୁଖ ଉତ୍ପନ୍ନ ହୁଏ । ମା-ବାପାଙ୍କୁ ଯିଏ ସୁଖୀ କରନ୍ତି, ସେ ଲୋକେ ସର୍ବଦା, କେବେ ବି ଦୁଃଖୀ ହୁଅନ୍ତି ହିଁ ନାହିଁ । ଏକ ବଡ଼ ଆଶ୍ରମରେ ଜଣେ ବ୍ୟକ୍ତିଙ୍କ ସହ ଦେଖାହେଲା । ମୁଁ ପଚାରିଲି, ‘ତୁମେ ଏଠି କେମିତି ? ’ ସେ କହିଲା ‘ ମୁଁ ଏହି ଆଶ୍ରମରେ ବିଗତ ଦଶବର୍ଷ ହେଲା ରହୁଛି ।’ ମୁଁ ତାଙ୍କୁ କହିଲି, ‘ତୁମ ମା-ବାପା ଗାଁରେ ଗରିବୀରେ ଅନ୍ତିମ ଅବସ୍ଥାରେ ଦୁଃଖୀ ହେଉଛନ୍ତି ।’ ଏହା ଶୁଣି ସେ କହିଲା ଯେ, ‘ସେଥ‌ିରେ ମୁଁ କ’ଣ କରିବି ? ମୁଁ ତାଙ୍କର କରିବାକୁ ଯିବି, ତେବେ ମୋ ଧର୍ମ କରିବା ରହିଯିବ ।’ ଏହାକୁ ଧର୍ମ କିପରି କହିବା ? ଧର୍ମ ତ ତାହାର ନାମ ଯେ ମା-ବାପାଙ୍କ ସହ କଥା ହୁଏ, ଭାଇ ସହ କଥା ହୁଏ, ସମସ୍ତଙ୍କ ସହ କଥା ହୁଏ । ବ୍ୟବହାର ଆଦର୍ଶ ହେବା ଉଚିତ । ଯେଉଁ ବ୍ୟବହାର ନିଜ ଧର୍ମର ତିରସ୍କାର କରେ, ମା-ବାପାଙ୍କ ସମ୍ବନ୍ଧର ତିରସ୍କାର କରେ, ତାହାକୁ ଧର୍ମ କିପରି କୁହାଯିବ ? ତୁମର ମା-ବାପା ଅଛନ୍ତି ନା ନାହିଁ ? ପ୍ରଶ୍ନକର୍ତ୍ତା : ମା ଅଛି । ଦାଦାଶ୍ରୀ : ଏବେ ସେବା କରିବ, ଭଲ ଭାବରେ । ସବୁଥର ଲାଭ ମିଳେ ନାହିଁ ଆଉ କେଉଁ ମଣିଷ ଯଦି କୁହେ ଯେ, ‘ ମୁଁ ଦୁଃଖୀ ଅଟେ’ ତେବେ ମୁଁ କହିବି ଯେ ତୋ ମାତା-ପିତାଙ୍କ ସେବା କର, ଭଲ ଭାବରେ । ତେବେ ସଂସାରର ଦୁଃଖ ତୋ Page #43 -------------------------------------------------------------------------- ________________ ୩୬ ସେବା-ପରୋପକାର ଉପରେ ପଡ଼ିବ ନାହିଁ । ପଛେ ପଇସାବାଲା ନ ହେବୁ, କିନ୍ତୁ ଦୁଃଖ ତ ପଡ଼ିବ ନାହିଁ । ପରେ ଧର୍ମ ହେବା ଉଚିତ । ଏହାକୁ ଧର୍ମ ହିଁ କିପରି କହିବା ? । । ମୁଁ ବି ମାତାଜୀଙ୍କ ସେବା କରିଥିଲି । କୋଡ଼ିଏ ବର୍ଷ ହୋଇଥିଲା ଅର୍ଥାତ ଜବାନୀର ବୟସ ଥିଲା । ଏଣୁ ମା’ର ସେବା ହୋଇ ପାରିଲା । ପିତାଜୀଙ୍କୁ କାନ୍ଧ ଦେଇ ନେଇ ଯାଇଥିଲି, ସେତିକି ସେବା ହୋଇଥିଲା । ପୁଣି ହିସାବ ମିଳିଗଲା ଯେ ଏମିତି ତ କେତେ ପିତାଜୀ ହୋଇ ସାରିଛନ୍ତି, ଏବେ କ’ଣ କରିବା ? ତେବେ ଉତ୍ତର ଆସିଲା, 'ଯିଏ ଅଛନ୍ତି, ତାଙ୍କର ସେବା କର ।’ ପୁଣି ଯିଏ ଚାଲିଗଲେ, ସେମାନେ ଗନ୍ ଗଲେ) । କିନ୍ତୁ ଏବେ ତ ଯିଏ ଅଛନ୍ତି, ତାଙ୍କର ସେବା କର, ନାହାନ୍ତି, ତାଙ୍କର ଚିନ୍ତା କର ନାହିଁ । ସମସ୍ତେ ବହୁତ ଜଣ ହୋଇଗଲେ । ଭୁଲିଗଲ ସେଇଠୁ ପୁଣି ଗଣ । ମା-ବାପାଙ୍କ ସେବା, ତାହା ପ୍ରତ୍ୟକ୍ଷ ରୋକଡ଼ା ଅଟେ । ଭଗବାନ ଦେଖାଯାନ୍ତି ନାହିଁ, ଏମାନେ ତ ଦେଖା ଯାଉଛନ୍ତି । ଭଗବାନ କେଉଁଠି ଦେଖାଯାନ୍ତି ? ଆଉ ମା-ବାପା ତ ଦେଖା ଯାଉଛନ୍ତି । ପୁରା ଆବଶ୍ୟକ, ବୁଢ଼ାମାନଙ୍କୁ ସେବାର ଏବେ ତ ଯଦି କେହି ବେଶିରେ ବେଶି ଦୁଃଖୀ ଥିବେ ତେବେ ଏକରେ ଷାଠିଏ-ପଞ୍ଚଷଠି ବର୍ଷ ବୟସର ବୁଢ଼ା ଲୋକେ ବହୁତ ଦୁଃଖୀ ଅଛନ୍ତି ଆଜିକାଲି । କିନ୍ତୁ ସେମାନେ କହିବେ କାହାକୁ ? ପିଲାମାନେ ଶୁଣୁ ନାହାନ୍ତି । ଗ୍ୟାପ୍ ବହୁତ ହୋଇ ଗଲାଣି, ପୁରୁଣା ଜମାନା ଆଉ ନୂଆ ଜମାନା । ବୁଢ଼ା ପୁରୁଣା ଜମାନା ଛାଡ଼େ ନାହିଁ । ମାଡ଼ ଖାଏ, ତଥାପି ଛାଡ଼େ ନାହିଁ । ପ୍ରଶ୍ନକର୍ତ୍ତା : ପଞ୍ଚଷଠି ବର୍ଷରେ ପ୍ରତ୍ୟେକଙ୍କର ଏହି ହାଲ୍ ହୁଏ ନା ! । ଦାଦାଶ୍ରୀ : ହଁ, ସେହି କୁ ସେହି ହାଲତ । ଏହି କୁ ଏହି ହାଲ୍ । ଏଣୁ ବାସ୍ତବରେ କରିବା ଭଳି କ’ଣ ଅଟେ ଏହି ଜମାନାରେ ? ଯେ କେଉଁ ଜାଗାରେ ଏପରି ବୟସ୍କ ଲୋକଙ୍କ ପାଇଁ ଯଦି ରହିବାର ସ୍ଥାନ ତିଆରି କରିଛି ତେବେ ବହୁତ ଭଲ । ଏଣୁ ମୁଁ ଭାବିଥିଲି । ମୁଁ କହିଲି, ଏପରି କିଛି ଯଦି କରିଥବ ନା, ତେବେ ପ୍ରଥମେ ଏହି ଜ୍ଞାନ ଦେଇ ଦେବା । ପୁଣି ତାଙ୍କର ଖାଇବା-ପିଇବାର ବ୍ୟବସ୍ଥା ତ ଏଠି Page #44 -------------------------------------------------------------------------- ________________ ସେବା-ପରୋପକାର ୩୭ ଆମେ ପବ୍ଲିକକୁ ଏବଂ ଅନ୍ୟ ସାମାଜିକ ସଂସ୍ଥାକୁ ଦେଇଦେବା ତେବେ ଚଳିବ । କିନ୍ତୁ ଏ ଜ୍ଞାନ ଦିଆ ଯାଇଥବ ତେବେ ଦର୍ଶନ କରୁଥ‌ିବେ ତେବେ ମଧ୍ୟ କାମ ଚାଲିଥାଏ । ଆଉ ଏ ଜ୍ଞାନ ମିଳିଥବ ତେବେ ଶାନ୍ତି ରୁହେ ବିଚରା ମାନଙ୍କୁ, ନହେଲେ କେଉଁ ଆଧାରରେ ଶାନ୍ତି ରହିବ ? ତୁମକୁ କେମିତି ଲାଗୁଛି ? ପ୍ରଶ୍ନକର୍ତ୍ତା : ହଁ ଠିକ କଥା । ଦାଦାଶ୍ରୀ : ପସନ୍ଦ ଆସେ ଏପରି କଥା ଅଟେ ନା ନୁହେଁ ? ବୃଦ୍ଧାବସ୍ଥା ଏବଂ ଷାଠିଏ-ପଞ୍ଚଷଠି ବୟସର ବ୍ୟକ୍ତି ହୋଇଥିବ ଏବଂ ଘରେ ରହୁଥ‌ିବ ଆଉ କେହି ତା’କୁ କିଛି ମାନନ୍ତି ହିଁ ନାହିଁ, ତେବେ ପୁଣି କ’ଣ ହେବ ? ମୁହଁରେ କହିପାରେ ନାହିଁ ଆଉ ମନରେ ଓଲଟା କର୍ମ ବାନ୍ଧି । ଏଣୁ ଏ ଲୋକମାନେ ଯେଉଁ ବୃଦ୍ଧାଶ୍ରମର ବ୍ୟବସ୍ଥା କରିଛନ୍ତି, ସେ ବ୍ୟବସ୍ଥା କିଛି ଭୁଲ ନୁହେଁ, ହେଲ୍ସିଙ୍ଗ୍ ଅଟେ । କିନ୍ତୁ ତା’ ପାଇଁ ବୃଦ୍ଧାଶ୍ରମ ନୁହେଁ, ମାତ୍ର କିଛି ସମ୍ମାନସୂଚକ ଶବ୍ଦ, ଏପରି ଶବ୍ଦ ହେବା ଉଚିତ ଯେପରି ସମ୍ମାନନୀୟ ଲାଗିବ । ସେବାରୁ, ଜୀବନରେ ସୁଖ-ସମ୍ପତ୍ତି ପ୍ରଥମେ ମା-ବାପାଙ୍କ ସେବା, ଯିଏ ଜନ୍ମ ଦେଲେ ତାଙ୍କର । ପରେ ଗୁରୁଙ୍କ ସେବା । ଗୁରୁ ଏବଂ ମା-ବାପାଙ୍କ ସେବା ତ ଅବଶ୍ୟ ହେବା ଉଚିତ । ଯଦି ଗୁରୁ ଭଲ ହୋଇ ନଥ‌ିବେ ତେବେ ସେବା ଛାଡ଼ି ଦେବା ଉଚିତ । ପ୍ରଶ୍ନକର୍ତ୍ତା : ଏବେ ମା-ବାପାଙ୍କ ସେବା କରୁ ନାହାନ୍ତି ନା, ତାଙ୍କର କଣ ? ତେବେ କେଉଁ ଗତି ହୁଏ ? ଦାଦାଶ୍ରୀ : ମା-ବାପାଙ୍କ ସେବା କରନ୍ତି ନାହିଁ, ସେମାନେ ଏହି ଜନ୍ମରେ ସୁଖୀ ହୁଅନ୍ତି ନାହିଁ । ମା-ବାପାଙ୍କ ସେବା କରିବାର ପ୍ରତ୍ୟକ୍ଷ ଉଦାହରଣ କ’ଣ ? ତେବେ କହିବା ଯେ ସାରା ଜୀବନ ପର୍ଯ୍ୟନ୍ତ ଦୁଃଖ ଆସେ ନାହିଁ । ଅସୁବିଧା ବି ଆସେ ନାହିଁ, ମା-ବାପାଙ୍କ ସେବା ଦ୍ଵାରା । ଆମର ହିନ୍ଦୁସ୍ତାନର ବିଜ୍ଞାନ ତ ବହୁତ ସୁନ୍ଦର ଥିଲା । ଏଥିପାଇଁ ତ ଶାସ୍ତ୍ରକାର Page #45 -------------------------------------------------------------------------- ________________ ୩୮ ସେବା-ପରୋପକାର ମାନେ ପ୍ରବନ୍ଧ କରିଥିଲେ ଯେ ମା-ବାପାଙ୍କର ସେବା କରିବ । ଯାହାଦ୍ଵାରା ତୁମକୁ ଜୀବନରେ କେବେ ଧନର ଦୁଃଖ ପଡ଼ିବ ନାହିଁ । ଏବେ ତାହା ନ୍ୟାୟସଙ୍ଗତ ହେବ କି ନାହିଁ ତାହା ଅଲଗା କଥା, ମାତ୍ର ମା-ବାପାଙ୍କର ସେବା ଅବଶ୍ୟ କରିବା ଯୋଗ୍ୟ ଅଟେ । କାହିଁକିନା ଯଦି ତୁମେ ସେବା କରିବ ନାହିଁ, ତେବେ ତୁମେ କାହାର ସେବା ପାଇବ ? ତୁମର ଆଗାମୀ ପିଢ଼ି କିପରି ଶିଖୁବ ଯେ ତୁମେ ସେବା ପାଇବା ଯୋଗ୍ୟ ଅଟ । ପିଲାମାନେ ସବୁ ଦେଖୁଥାନ୍ତି । ସେମାନେ ଦେଖ‌ିବେ ଯେ ଆମ ଫାଦର କେବେ ତାଙ୍କ ବାପାଙ୍କର ସେବା କରିନାହାନ୍ତି ! ପୁଣି ସଂସ୍କାର ତ ପଡ଼ିବ ହିଁ ନାହିଁ ନା ! ପ୍ରଶ୍ନକର୍ତ୍ତା : ମୋର ତାତ୍ପର୍ଯ୍ୟ ଏହା ଥିଲା ଯେ ପୁତ୍ରର ପିତା ପ୍ରତି କର୍ତ୍ତବ୍ୟ '61 ? ଦାଦାଶ୍ରୀ : ପୁତ୍ରମାନଙ୍କୁ ପିତାଙ୍କ ପ୍ରତି କର୍ତ୍ତବ୍ୟ ପାଳନ କରିବା ଉଚିତ ଆଉ ପୁତ୍ର ଯଦି କର୍ତ୍ତବ୍ୟ ପାଳନ କରେ ତେବେ ତାଙ୍କୁ ଫାଇଦା କଣ ମିଳିବ ? ମାବାପାଙ୍କର ଯେଉଁ ପୁତ୍ର ସେବା କରିବେ, ସେମାନଙ୍କୁ କେବେ ବି ପଇସାର ଅଭାବ ରହିବ ନାହିଁ, ସେମାନଙ୍କର ସମସ୍ତ ଆବଶ୍ୟକତା ପୂର୍ଣ ହେବ ଆଉ ଗୁରୁଙ୍କ ସେବା କରେ, ସେ ମୋକ୍ଷ ପାଏ । କିନ୍ତୁ ଆଜିର ଲୋକେ ମା-ବାପା ଅଥବା ଗୁରୁଙ୍କର ସେବା ହିଁ କରୁନାହାନ୍ତି ନା ? ସେ ସବୁ ଲୋକ ଦୁଃଖୀ ହେବେ । ମହାନ ଉପକାରୀ, ମା-ବାପା ଯେଉଁ ମଣିଷ ମା-ବାପାଙ୍କ ଦୋଷ ଦେଖେ, ତାଙ୍କର କେବେବି ଭଲଦିନ ଆସେ ନାହିଁ । ପଇସାବାଲା ହୋଇପାରେ, କିନ୍ତୁ ତା’ର ଆଧାର୍ମିକ ଉନ୍ନତି କେବେ ହୁଏ ନାହିଁ । ମା-ବାପାଙ୍କ ଦୋଷ ଦେଖ‌ିବା କଥା ନୁହେଁ । ଉପକାର ତ ଭୁଲିଯିବା କିପରି ? କେହି ଚାହା ପିଆଇଥବ, ତେବେ ତା’ର ଉପକାର ଭୁଲୁ ନାହାନ୍ତି ତେବେ ଆମେ ମା-ବାପାଙ୍କ ଉପକାର ଭୁଲିଯିବା କିପରି ? ତୁ ବୁଝିଗଲୁ ? ହଁ... ଅର୍ଥାତ ବହୁତ ଉପକାର ମାନିବା ଉଚିତ । ବହୁତ ସେବା କରିବ, ମଦର-ଫାଦରଙ୍କ ବହୁତ ସେବା କରିବା ଉଚିତ । ଏହି ଦୁନିଆରେ ତିନିଜଣଙ୍କର ମହାନ ଉପକାର ଅଛି । ସେ ଉପକାରକୁ Page #46 -------------------------------------------------------------------------- ________________ ସେବା-ପରୋପକାର ୩୯ ଛାଡ଼ିବାର ହିଁ ନାହିଁ । ଫାଦର-ମଦର ଏବଂ ଗୁରୁଙ୍କର ! ଆମକୁ ଯିଏ ରାସ୍ତାକୁ ଆଣିଛନ୍ତି ତାଙ୍କର, ଏ ତିନିଜଣଙ୍କ ଉପକାର ଭୁଲାଇ ହୁଏ ଏପରି ନୁହେଁ । | ‘ଜ୍ଞାନୀ’ଙ୍କ ସେବାର ଫଳ । ଆମର ସେବ୍ୟ ପଦ ଗୁପ୍ତ ରଖ୍ ସେବକ ଭାବେ ଆମକୁ କାମ କରିବାର ଅଛି । ‘ଜ୍ଞାନୀପୁରୁଷ’ ତ ସାରା ଓର ସେବକ ଏବଂ ସେବ୍ୟ କୁହାଯାନ୍ତି । ସାରା ସଂସାରର ସେବା ମଧ୍ୟ ‘ମୁଁ ହିଁ କରେ ଏବଂ ସାରା ସଂସାରର ସେବା ମଧ୍ୟ ‘ମୁଁ ନିଏ । ଏହା ଯଦି ତୋତେ ବୁଝା ପଡ଼ିଯାଏ ତେବେ ତୋର କାମ ବାହାରିଯିବ ଏପରି ଅଟେ ! | ‘ମୁଁ ଏ ପର୍ଯ୍ୟନ୍ତ ଦାୟିତ୍ବ ନିଏ ଯେ କେହି ମଣିଷ ମୋତେ ଭେଟିବାକୁ ଆସିଥିବ ତେବେ ତା’କୁ ଦର୍ଶନର ଲାଭ ପ୍ରାପ୍ତ ହେବା ହିଁ ଦରକାର । ‘ମୋର’ ଯଦି କେହି ସେବା କରେ ତେବେ ମୋ ମୁଣ୍ଡରେ ତା’ ଦାୟିତ୍ ଆସି ପଡ଼େ ଆଉ ମୋତେ । ତା’କୁ ମୋକ୍ଷରେ ନେଇଯିବାକୁ ହିଁ ପଡ଼େ । ଜୟ ସଚ୍ଚିଦାନନ୍ଦ Page #47 -------------------------------------------------------------------------- ________________ ଆମ୍ବିଜ୍ଞାନ ପ୍ରାପ୍ତି ପାଇଁ ପ୍ରତ୍ୟକ୍ଷ ଲିଙ୍କୁ “ମୁଁ ତ କିଛି ଲୋକଙ୍କୁ ନିଜ ହାତରେ ସିଦ୍ଧି ପ୍ରଦାନ କରିବ । ପରେ ଅନୁଗାମୀ | ଦରକାର କି ନାହିଁ ? ପରେ ଲୋକଙ୍କୁ ମାର୍ଗ ତ ଦରକାର ନା ?” - ଦାଦାତ୍ରୀ ପରମ ପୂଜ୍ୟ ଦାଦାଶ୍ରୀ ଗାଁ-ଗାଁ, ଦେଶ-ବିଦେଶ ପରିଭ୍ରମଣ କରି ମୁମୁକ୍ଷୁମାନଙ୍କୁ ସସଙ୍ଗ ଏବଂ ଆତ୍ମଜ୍ଞାନର ପ୍ରାପ୍ତି କରାଉଥିଲେ । ସେ ନିଜର ଜୀବନକାଳ ମଧ୍ୟରେ ପୂଜ୍ୟ ଡା. ନୀରୂବେନ ଅମୀନ( ନୀରୂମୀ)ଙ୍କୁ ଆମ୍ବିଜ୍ଞାନ ପ୍ରାପ୍ତି କରାଇବାର ଜ୍ଞାନସିଦ୍ଧି ପ୍ରଦାନ କରିଥିଲେ । ଦାଦାଶ୍ରୀଙ୍କ ଦେହ ବିଲୟ ପରେ ନୀରୂମା ସେହିପରି ମୁମୁକ୍ଷୁମାନଙ୍କୁ ସସଙ୍ଗ ଏବଂ ଆତ୍ମଜ୍ଞାନର ପ୍ରାପ୍ତି, ନିମିତ୍ତ ଭାବରେ କରାଉଥିଲେ । ପୂଜ୍ୟ ଦୀପକଭାଈ ଦେଶାଈଙ୍କୁ ଦାଦାଶ୍ରୀ ସସଙ୍ଗ କରିବା ପାଇଁ ସିଦ୍ଧି ପ୍ରଦାନ କରିଥିଲେ । ନୀରୂର୍ମାଙ୍କ ଉପସ୍ଥିତିରେ ହିଁ ତାଙ୍କର ଆଶୀର୍ବାଦ ଦ୍ବାରା ପୂଜ୍ୟ ଦୀପକଭାଈ ଦେଶ-ବିଦେଶରେ ଅନେକ ଜାଗାକୁ ଯାଇ ମୁମୁକ୍ଷୁମାନଙ୍କୁ ଆମ୍ବିଜ୍ଞାନ ପ୍ରାପ୍ତି କରାଉଥିଲେ, ଯାହା ନୀରୂମାଙ୍କ ଦେହବିଲୟ ପରେ ଆଜି ମଧ୍ୟ ଚାଲୁଅଛି । ଏହି ଆମ୍ବିଜ୍ଞାନ ପ୍ରାପ୍ତି ପରେ ହଜାର ହଜାର ମୁମୁକ୍ଷୁ ସଂସାରରେ ରହି, ନିଜର ସାଂସାରିକ ଦାୟିତ୍ତ୍ବ ବହନ କରି ମଧ୍ୟ ମୁକ୍ତ ରହି ଆମ୍ବରମଣତାର ଅନୁଭବ କରୁଛନ୍ତି । । ଗ୍ରନ୍ଥରେ ମୁଦ୍ରିତ ବାଣୀ ମୋକ୍ଷାର୍ଥୀମାନଙ୍କୁ ମାର୍ଗଦର୍ଶନ ପାଇଁ ଅତ୍ୟନ୍ତ ଉପଯୋଗୀ | ସିଦ୍ଧ ହେବ, କିନ୍ତୁ ମୋକ୍ଷପ୍ରାପ୍ତି ପାଇଁ ଆମ୍ବିଜ୍ଞାନ ପ୍ରାପ୍ତ କରିବା ଆବଶ୍ୟକ ଅଟେ । ଅକ୍ରମ ମାର୍ଗ ଦ୍ଵାରା ଆମ୍ବିଜ୍ଞାନ ପ୍ରାପ୍ତିର ମାର୍ଗ ଆଜି ମଧ୍ୟ ଖୋଲାଅଛି । ଯେପରି | ପ୍ରଜ୍ୱଳିତ ଦୀପ ହିଁ ଅନ୍ୟ ଦୀପକୁ ପ୍ରଜ୍ୱଳିତ କରିପାରେ, ସେହି ପରି ପ୍ରତ୍ୟକ୍ଷ ଆମ୍ବିଜ୍ଞାନୀଙ୍କଠାରୁ ଆମ୍ବିଜ୍ଞାନ ପ୍ରାପ୍ତ କରି ହି ସ୍ବୟଂର ଆମ୍ବା ଜାଗୃତ ହୋଇପାରେ । Page #48 -------------------------------------------------------------------------- ________________ दादा भगवान फाउन्डेशन के द्वारा प्रकाशित पुस्तकें ) 1. ज्ञानी पुरुष की पहचान 20. माता-पिता और बच्चों का व्यवहार 2. सर्व दु :खो से मुक्ति 21. प्रेम 3. कर्म का सिद्धांत 22. समझ से प्राप्त ब्रह्मचर्य 4. आत्मबोध 23. दान 5. मैं कौन हूँ? 24. मानव धर्म ६.वर्तमान तीर्थकर श्री सीमंधर स्वामी 25. सेवा-परोपकार ७.भुगते उसी की भूल 26. मृत्यु समय, पहले और पश्चात 8. एडजस्ट एवरीव्हेयर 27. निजदोष दर्शन से...निर्दोष 8. टकराव टालिए 28. पति-पत्नि का दिव्य व्यवहार 10. हुआ सो न्याय 29. क्लेश रहित जीवन 11. चिंता 30. गुरु-शिष्य 12. क्रोध 31. अहिंसा 13. प्रतिक्रमण 32. सत्य-असत्य के रहस्य 14. दादा भगवान कौन ? 33. चमत्कार 15. पैसों का व्यवहार 34. पाप-पुण्य 16. अंत : करण का स्वरुप 35. वाणी,व्यवहार में... 17. जगत कर्ता 36. कर्म का विज्ञान 18. त्रिमंत्र 37. आप्तवाणी - 1 से 1 19. भावना से सुधरे जन्मोजन्म ३८.आप्तवाणी - १३(पूर्वार्ध-उत्तरार्ध) 39. समझ से प्राप्त ब्रह्मचर्य (पूर्वार्ध उत्तरार्ध) * ଦାଦା ଭଗବାନ ଫାଉଣ୍ଡେଶନ ଦ୍ଵାରା ଗୁଜରାଟୀ ଭାଷାରେ ବି ଅନେକ ପୁସ୍ତକ ପ୍ରକାଶିତ ହୋଇଛି / 6499106 www.dadabhagwan.org 60 Fel 21861 V Ang qgn gig କରିପାରିବେ / * ଦାଦା ଭଗବାନ ଫାଉଣ୍ଡେଶନ ଦ୍ବାରା ପ୍ରତ୍ୟେକ ମାସ ହିନ୍ଦୀ, ଗୁଜରାଟୀ ତଥା ଇଂରାଜୀ ଭାଷାରେ “ଦାଦାବାଣୀ’ ମାଗାଜିନ୍ ପ୍ରକାଶିତ ହେଉଛି / 7 था gge: 1. ଆମ୍ବସାକ୍ଷାତ୍କାର 7. ମାନବ ଧର୍ମ 1. a61 6Img 8. ଯାହା ହେଲା ତାହା ନ୍ୟାୟ / . ? 9. ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ 4. ଏଡ଼ଜଷ୍ଟ ଏଗ୍ରିନ୍ସେୟାର 10. ଯିଏ ଭୋଗେ ତା’ର ଭୁଲ 8. 681 11. ସେବା-ପରୋପକାର 6. କ୍ରୋଧ Page #49 -------------------------------------------------------------------------- ________________ ପ୍ରାପ୍ତିସ୍ନାନ ଦାଦା ଭଗବାନ ପରିବାର ଅଡ଼ାଲଜ : ତ୍ରିମନ୍ଦିର, ସୀମନ୍ଧର ସିଟୀ, ଅହମଦାବାଦ-କଲୋଲ ହାଇୱେ, ପୋଷ୍ଟ-ଅଡ଼ାଲଜ, / ଜିଲ୍ଲା-ଗାନ୍ଧୀନଗର, ଗୁଜରାଟ-୩୮୨୪୨୧, ଫୋନ-(୦୭୯)୩୯୮୩୦୧୦୦ ରାଜକୋଟ : ତ୍ରିମନ୍ଦିର, ଅହମଦାବାଦ-ରାଜକୋଟ ହାଇୱେ, ତରଘଡ଼ିୟା ଚୋକଡ଼ି( ସର୍କଲ), ପୋ-ମାଲିୟାଣ, ଜିଲ୍ଲା-ରାଜକୋଟ, ଫୋନ-୯୨୭୪୧୧୧୩୯୩ ଭୁଜ୍ : ତ୍ରିମନ୍ଦିର, ହିଲ୍ ଗାର୍ଡେନ ପଛ, ଏୟାରପୋର୍ଟ ରୋଡ଼, (0 2832) 2901 23 / ଗୋy : ତ୍ରିମନ୍ଦିର, ଭାମେୟା ଗାଁ, ଏକ୍ସିଆଇ ଗୋଡାଉନ୍ ସାମନା, ଗୋଧୂ / (ଜି-ପଞ୍ଚମହାଲ) ଫୋନ-(୦ 267 2) 262300 ମୋବୀ : ତ୍ରିମନ୍ଦିର, ମୋରବୀ-ନବଲଖି ହାଇୱେ, ପୋ:ଜୟପୁର, ଜିଲ୍ଲା-ରାଜକୋଟ, ଫୋନ (0 282 2) 297097 ଅ ଲୀ : ତ୍ରିମନ୍ଦିର, ଲିଲିୟା ରୋଡ, ବାଇପାସ ଚୋକଡି, ଖାରାବାଡି, 992 4344460 ସୁରେନ୍ଦ୍ରନଗର : ତ୍ରିମନ୍ଦିର, ସୁରେନ୍ଦ୍ରନଗର-ରାଜକୋଟ ହାଇୱେ, ଲୋକ ବିଦ୍ୟାଳୟ ପାଖ, ମୂଳି ରୋଡ, 9879232877 ଅହମଦାବାଦ : ଦାଦା ଦର୍ଶନ, 5, ମମତାପାର୍କ ସୋସାଇଟୀ, ନବ ଗୁଜରାଟି କଲେଜ ପଛ, ଉସ୍ନାନପୁରା, ଅହମଦାବାଦ-୩୮୦୦୧୪, ଫୋନ-(୦୭୯) 27540408 ବଡ଼ୋଦରା : ଦାଦା ମନ୍ଦିର, 17, ମାମା କି ପୋଲ-ମୁହଲ୍ଲା, ରାବପୁରା ପୋଲିସ ଷ୍ଟେସନ ପାଖ, / ସଲାଟ ୱାଡ଼ା, ବଡ଼ୋଦରା, 9924343335 ମୁମ୍ବାଇ:୯୩ 235 28901, ବାଙ୍ଗାଲୋର :9590979099, କୋଲକତା:୦୩୩୩ 2933885, ଜଳନ୍ଧର :98140630 43, ଜୟ ପୁର :935 14 08285, ହାଇଦ୍ରାବାଦ:୯୯୮୯୮୭୭୭୮୬, ଇନ୍ଦୋର:୯୮୯୩୫ 45 35 1, ଅମରାବତୀ: 942 2915064, ରାୟପୁର:୯୩ 295 23737, ଭି ଲାଈ:୯୮୨୭୪୮୧୩୩୬, ଦିଲ୍ଲୀ:୯୮୧୦୦୯୮୫୬୪, ଭୋପାଲ୍:୯୪ 250 24405, ଚେନ୍ନାଇ:୯୩୮୦୧୫୯୯୫୭ ଓଡିଶା:୮୭୬୩୦୭୩ 111 www.dadabhagwan.org Email : info@dadabhagwan.org Page #50 -------------------------------------------------------------------------- ________________ ସେବାର ଫଳ, .. / ଜଗତର କାମ କର , ତୁ ମ କାମ ହୋଇଚାଲିବ / ଜଗତର କାମ ଯଦି କରିବ, ତେବେ ତୁମ କାମ ଆପେ ଆପେ ହୋଇଚାଲିବ ଏବଂ ସେତେବେଳେ ତୁମକୁ ଆଶ୍ଚର୍ଯ୍ୟ ଲାଗିବ / / ମନୁଷ୍ୟ ଯେବେଠୁ କାହାକୁ ସୁଖ ଦେବା ଆରମ୍ଭ କଲା ସେବେଠୁ ଧର୍ମର ଆରମ୍ଭ ହେଲା / ନିଜ ସୁଖ ନୁହେଁ, ମାତ୍ର ସାମ୍ବାବାଲାର ଅସୁବିଧା କିପରି ଦୂର ହେବ ଏହା ହିଁ ସର୍ବଦା ରୁହେ, ସେହିଠାରେ କାରୁଣ୍ୟତାର ପ୍ରାରମ୍ଭ ହୁଏ / ମୋତେ ପିଲାଦିନରୁ ହିଁ ସାମ୍ବାବାଲାର ଅସୁବିଧା ଦୂର କରିବାର କାମନା ଅଛି / ନିଜପାଇଁ ବିଚାର ମଧ୍ୟ ନ ଆସେ ତାହା କାରୁଣ୍ୟତା କୁହାଯାଏ / ତାହାଦ୍ୱାରା ହିଁ ଜ୍ଞାନ ପ୍ରକଟ ହୁଏ ! -ଦାଦାଶ୍ରୀ ise | 975-- &7531-30 -5 2 "8938753135 श्ल दीपक से प्रक किसे प्रकटे दीपमाला Printed in India dadabhagwan.org Price 20