SearchBrowseAboutContactDonate
Page Preview
Page 19
Loading...
Download File
Download File
Page Text
________________ ୧୨ ସେବା-ପରୋପକାର ଏହା ତ ମୋର ପିଲାଦିନର ଗୁଣ ଥିଲା, ତାହା ମୁଁ କହୁଛି । ଓବ୍ଲାଇଜିଙ୍ଗ୍ ନେଚର୍ ଆଉ ପଚିଶ ବର୍ଷର ହେଲି ସେତେବେଳେ ମୋର ପୁରା ଫ୍ରେଣ୍ଡ ସର୍କଲ ମୋତେ ସୁପର-ହ୍ୟୁମାନ କହୁଥିଲେ । ହ୍ୟୁମାନ କିଏ କୁହାଯାଏ ଯେ ଯିଏ ନିଏ-ଦିଏ, ସମାନ ଭାବରେ ବ୍ୟବହାର କରେ । ସୁଖ ଦେଇଥିବ, ତା’କୁ ସୁଖ ଦିଏ । ଦୁଃଖ ଦେଇଥିବ, ତା’କୁ ଦୁଃଖ ଦିଏ ନାହିଁ । ଏପରି ସବୁ ବ୍ୟବହାର କରେ, ତାହା ମଣିଷତ୍ର କୁହାଯାଏ । । ଏଣୁ ଯିଏ ସାମ୍ବାବାଲାର ସୁଖ ନେଇଯାଏ, ସେ ପାଶବତାରେ ଯାଏ । ଯିଏ । ନିଜେ ସୁଖ ଦିଏ ଏବଂ ସୁଖ ନିଏ, ଏପରି ମାନବୀୟ ବ୍ୟବହାର କରେ, ସେ ମନୁଷ୍ୟରେ ରୁହେ ଆଉ ଯିଏ ନିଜର ସୁଖ ଅନ୍ୟଙ୍କୁ ଭୋଗିବା ପାଇଁ ଦେଇ ଦିଏ, ସେ ଦେବଗତିରେ ଯାଏ, ସୁପର ହ୍ୟୁମାନ । ନିଜର ସୁଖ ଅନ୍ୟଙ୍କୁ ଦେଇଦିଏ, କେଉଁ ଦୁଃଖୀକୁ, ସେ ଦେବଗତିରେ ଯାଏ । । ସେଥିରେ ଇଗୋଇଜମ୍ ନର୍ମାଲ ପ୍ରଶ୍ନକର୍ତ୍ତା : ପରୋପକାର ସହିତ ‘ଇଗୋଇଜ’ର ସଙ୍ଗତି ଥାଏ ? । ଦାଦାଶ୍ରୀ : ସର୍ବଦା ପରୋପକାର ଯିଏ କରେ, ତା’ର ‘ଇଗୋଇଜମ୍’ ନର୍ମାଲ ହିଁ ହୋଇଥାଏ । ତା’ର ‘ଇଗୋଇଜମ୍ ବାସ୍ତବିକ ହୋଇଥାଏ ଆଉ ଯିଏ କୋର୍ଟରେ ଦେଢ଼ଶହ ଟଙ୍କା ଫିସ୍ ନେଇ ଅନ୍ୟର କାମ କରୁଥିବେ, ତାଙ୍କର ‘ ଇଗୋଇଜମ୍’ ବହୁତ ଅଧୁକ ହୋଇଥାଏ । ଏହି ସଂସାରର ପ୍ରାକୃତିକ ନିୟମ କ’ଣ ଯେ ତୁମେ ତୁମର ଫଳ ଅନ୍ୟକୁ ଦେବ ତେବେ ପ୍ରକୃତି ତୁମର ଚଳେଇ ନେବ । ଏହା ହିଁ ଗୁପ୍ତ ସାଇନ୍ସ । ଏହା ପରୋକ୍ଷ ଧର୍ମ ଅଟେ । ପରେ ପ୍ରତ୍ୟକ୍ଷ ଧର୍ମ ଆସେ, ଆମ୍ବଧର୍ମ ଶେଷରେ ଆସେ । ମନୁଷ୍ୟ ଜୀବନର ହିସାବ ଏତିକି ହିଁ ଅଟେ ! ସାର ଏତିକି ହିଁ ଅଟେ ଯେ ମନ ବଚନ-କାୟା ଅନ୍ୟମାନଙ୍କ ପାଇଁ ଉପଯୋଗ କର ।
SR No.034325
Book TitleRight Understanding To Help Others Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages48
LanguageOriya
ClassificationBook_Other
File Size20 MB
Copyright © Jain Education International. All rights reserved. | Privacy Policy