________________
ସେବା-ପରୋପକାର
ଓବଲାଇଜିଙ୍ଗ ନେଚର୍ । । ପ୍ରଶ୍ନକର୍ତ୍ତା : ଏବେ ମୋ ଦୃଷ୍ଟିରୁ କହୁଛି ଯେ ଏକ କୁକୁର, ଏକ ଚଢ଼େଇକୁ ମାରି ଦେଉଛି ଆଉ ଆମେ ବଞ୍ଚାଇବାକୁ ଯାଉ ତେବେ ମୋ ଦୃଷ୍ଟିରୁ ଆମେ ଓବ୍ଲାଇଜ୍ କଲୁ, ତେବେ ତାହା ତ ଆମେ ବ୍ୟବସ୍ଥିତର ମାର୍ଗରେ ଆସିଲୁ ନା ? । ଦାଦାଶ୍ରୀ : ସେ ଓବୁଲାଇଜ୍ କେବେ ହେବ ? ତା’ର ‘ବ୍ୟବସ୍ଥିରେ’ ଥିବ, ତେବେଯାଇ ଆମଦ୍ବାରା ହେବ, ଅନ୍ୟଥା ହେବ ହିଁ ନାହିଁ । ଆମକୁ ଓବ୍ଲାଇଜିଙ୍ଗ୍ ନେଚର୍ ରଖୁବାର ଅଛି । ତାହାଦ୍ବାରା ସବୁ ପୁଣ୍ୟ ହିଁ ବନ୍ଧା ହୁଏ, ଏଣୁ ଦୁଃଖ ଉତ୍ପନ୍ନ ହେବାର ସାଧନ ହିଁ ରହିଲା ନାହିଁ । ପଇସା ଦ୍ଵାରା ହୋଇ ପାରୁନାହିଁ ତେବେ ଚକ୍କର ଲଗାଇ ଅବା ବୁଦ୍ଧି ଦ୍ଵାରା, ବୁଝାଇ କରି ମଧ୍ୟ, କୌଣସି ବି ପ୍ରକାରେ ଓବ୍ଲାଇଜ୍ କରିବା ।
। ପରୋପକାର, ପରିଣାମରେ କେବଳ ଲାଭ । ଆଉ ଏ ଜୀବନ ଯଦି ପରୋପକାର ହେତୁ ଯିବ ତେବେ ତୁମକୁ କୌଣସି ବି ଅଭାବ ରହିବ ନାହିଁ । କୌଣସି ପ୍ରକାରର ଅସୁବିଧା ତୁମକୁ ଆସିବ ନାହିଁ । ତୁମର ଯେଉଁ ଯେଉଁ ଇଚ୍ଛା ସବୁ ଅଛି, ସେସବୁ ପୁରା ହେବ ଆଉ ଏମିତି ଡିଆଁ-କୁଦା କରିବ, ତେବେ ଗୋଟିଏ ବି ଇଚ୍ଛା ପୁରା ହେବନାହିଁ । କାରଣ ସେ ରୀତି, ତୁମକୁ ନିଦ ହେବାକୁ ଦେବ ନାହିଁ । ଏହି ସେଠୁ ମାନଙ୍କୁ ତ ନିଦ ହିଁ ଆସୁ ନାହିଁ, ତିନି-ତିନି, ଚାରି-ଚାରି ଦିନ ଯାଏଁ ଶୋଇ ପାରୁନାହାନ୍ତି, କାହିଁକିନା ଲୁଟପାଟ ହଁ କରିଛନ୍ତି ଯାହାର-ତାହାର ।
। ଏଥିପାଇଁ, ଓଲାଇଜିଙ୍ଗ ନେଚର୍ କଲ କି ରାସ୍ତାରେ ଯାଉ ଯାଉ, ଏଠି ପଡ଼ିଶାରେ କାହାକୁ ପଚାରିଯିବା ଯେ ଭାଇ, ମୁଁ ପୋଷ୍ଟ ଅଫିସ ଯାଉଛି । ତୁମର କିଛି ଚିଠି ପୋଷ୍ଟ କରିବାର ଅଛି ? ଏମିତି ପଚାରି-ପଚାରି ଯିବାରେ କ’ଣ ଅସୁବିଧା ଅଛି ଭଲା ? କେହି କୁହେ ମୋତେ ତା ଉପରେ ବିଶ୍ବାସ ଆସୁନାହିଁ । ତେବେ କୁହ, ଭାଇ, ଗୋଡ଼ ଧରୁଛି । କିନ୍ତୁ ଅନ୍ୟ କାହାକୁ ଯଦି ବିଶ୍ବାସ ଆସୁଛି, ତେବେ ତାଙ୍କର ତ ନେଇଯିବା ।