________________
୧୦
ସେବା-ପରୋପକାର
ନଗରସେଠ୍ ସେ ଦୁଇ ଝଗଡ଼ା ଲାଗିଥିବା ବ୍ୟକ୍ତିଙ୍କୁ କୁହେ, ‘ଭାଇ ଚନ୍ଦୁଲାଲ ଆଜି ସାଢ଼େ ଦଶଟା ବେଳେ ତୁମେ ଘରକୁ ଆସିବ ଆଉ ନଗୀନଦାସ, ତୁମେ ମଧ୍ୟ ସେହି ସମୟରେ ଘରକୁ ଆସିବ।’ ଆଉ ନଗୀନଦାସ ଜାଗାରେ ଯଦି କେହି ମଜୁରିଆ ହୋଇଥାଏ ଅଥବା ଚାଷୀ ହୋଇଥାଏ ଯିଏ ଝଗଡ଼ା ଲାଗିଥିବ ତେବେ ତାଙ୍କୁ ଘରକୁ ଡକାଇ ଦିଏ । ଦୁହିଁଙ୍କୁ ବସାଇ, ଦୁହିଁଙ୍କ ସହମତି କରାଇ ଦେଉଥିଲା । ଯାହାର ଟଙ୍କା ସୁଝିବାର ଥବ, ତାକୁ କିଛି ନଗଦ ଦେଇ, ବାକିତକ କିସ୍ତିରେ ଦେବାର ବ୍ୟବସ୍ଥା କରାଇ ଦେଉଥିଲା । ପରେ ଦୁହିଁଙ୍କୁ କୁହେ, ‘ଚାଲ, ମୋ ସହ ଭୋଜନ କରିବା ପାଇଁ ବସିଯାଅ ।’ ଦୁହିଁଙ୍କୁ ଖୁଆଇ-ପିଆଇ ଘରକୁ ପଠାଇ ଦେଉଥିଲା । ଅଛନ୍ତି ଆଜି ଏପରି ଓକିଲ ? ଏଣୁ ବୁଝ ଏବଂ ସମୟକୁ ଚିହ୍ନି ଚାଲ । ଆଉ ଯଦି ନିଜେ, ନିଜ ପାଇଁ ହିଁ କରେ, ତେବେ ମରିବା ସମୟରେ ଦୁଃଖୀ ହୁଏ । ପ୍ରାଣ ବାହାରେ ନାହିଁ ଆଉ ବଙ୍ଗଳା–ମୋଟର ଛାଡ଼ି ଯାଇପାରେ ନାହିଁ !
ଉପଦେଶ ଦେବାର ପଇସା ସେମାନଙ୍କଠୁ ମାଗୁ ନଥିଲେ । କୌଣସି ବି ପ୍ରକାରେ ସମାଧାନ କରି ଦେଉଥିଲେ । ନିଜ ଘରୁ ଦୁଇ ହଜାର ଦେଉଥିଲେ । ଆଉ ଆଜି ଉପଦେଶ ନେବା ପାଇଁ ଯାଇଥିବା ତେବେ ଉପଦେଶର ଫିସ୍ ବାବଦରେ ଶହେ ଟଙ୍କା ନେଇଯିବେ । ‘ ଆରେ, ଜୈନ ଅଟ ତୁମେ’ । ତେବେ କହିବେ, ‘ଜୈନ ତ ଅଟେ, କିନ୍ତୁ ଧନ୍ଦା ଦରକାର କି ନାହିଁ ଆମକୁ ?’ ‘ ସାହେବ, ଉପଦେଶର ବି ଫିସ୍ ?’ ଆଉ ତୁମେ ଜୈନ ? ଭଗବାନଙ୍କୁ ବି ଲଜିତ କଲ ? ବୀତରାଗଙ୍କୁ ବି ଲଜ୍ଜିତ କଲ ? ନୋ ହାଓ(know how) ର ଫିସ୍ ? ଏହା ତ କିଭଳି ତୋଫାନ କୁହାଯିବ ?
ପ୍ରଶ୍ନକର୍ତ୍ତା : ଏ ଅତିରିକ୍ତ ବୁଦ୍ଧିର ଫିସ୍, ଏପରି କହିବାକୁ ଚାହୁଁଛନ୍ତି ? ଦାଦାଶ୍ରୀ : କାହିଁକିନା ବୁଦ୍ଧିରେ ଅସୁବିଧା ନାହିଁ । ଏ ବୁଦ୍ଧି ବିପରୀତ ବୁଦ୍ଧି ଅଟେ । ନିଜର ହିଁ କ୍ଷତି କରିବାବାଲା ବୁଦ୍ଧି ଅଟେ । ବିପରୀତ ବୁଦ୍ଧି! ଭଗବାନ ବୁଦ୍ଧି ପାଇଁ ବିରୋଧ କରି ନାହାନ୍ତି । ଭଗବାନ କୁହନ୍ତି ସମ୍ୟକ ବୁଦ୍ଧି ବି ହୋଇପାରେ । ସେ ବୁଦ୍ଧି ଯଦି ବଢ଼ି ଯାଇଥବ, ତେବେ ମନରେ ଏପରି ହୁଏ ଯେ କାହାର-କାହାର କାମ କରାଇ ଦେବି, କାହାକୁ–କାହାକୁ ହେକ୍ଟ କରିବି ? କାହାକୁ–କାହାକୁ ସର୍ଭିସ୍ ନାହିଁ, ତା’କୁ ସର୍ଭିସ୍ ମିଳୁ ଏପରି କରିଦେବି ।