________________
ସେବା-ପରୋପକାର
ପଚାରିଲେ ନା, ସେତେବେଳେ ପଛରୁ ଧୂଆଁ ବାହାରେ । ଏଥିପାଇଁ ତାହା ସେବା ନୁହେଁ । ସେବା ଘରୁ ଆରମ୍ଭ ହେବା ଉଚିତ । ବିଗିନ୍ସ ଫ୍ରମ୍ ହୋମ୍ । ପରେ ନେବର୍ସ( ପଡ଼ୋଶୀ) । ତା’ ପରେ ଆଗର ସେବା । ଏ ତ ଘରେ ଯାଇ ପଚାରିଲେ ସେତେବେଳେ ପଛରୁ ଧୂଆଁ ବାହାରେ । କ’ଣ ଲାଗୁଛି ତୁମକୁ ? ଏଣୁ ଆରମ୍ଭ ଘରୁ ହେବା ଉଚିତ ନା ?
ପ୍ରଶ୍ନକର୍ତ୍ତା : ଏ ଭାଇ କହୁଛନ୍ତି ତାଙ୍କ କେରେ ଘରେ ଧୂଆଁ ନାହିଁ । ଦାଦାଶ୍ରୀ : ଏହାର ଅର୍ଥ ଏଇୟା ହେଲା ଯେ ତାହା ପ୍ରକୃତ ସେବା ଅଟେ ।
। କର ଜନସେବା, ଶୁଦ୍ଧ ଭାବ ରେ
ପ୍ରଶ୍ନକର୍ତ୍ତା : ଲୋକସେବା କରିବା ସମୟରେ ସେମାନଙ୍କ ଭିତରେ ଭଗବାନଙ୍କ ଦର୍ଶନ କରି ସେବା କଲେ ତାହା ଯଥାର୍ଥ ଫଳ ଦେବ ନା ?
। ଦାଦାଶ୍ରୀ : ଭଗବାନଙ୍କ ଦର୍ଶନ କରିଥିବ, ତେବେ ଲୋକସେବାରେ ପୁଣି ପଡ଼ନ୍ତା ନାହିଁ, କାହିଁକିନା ଭଗବାନଙ୍କ ଦର୍ଶନ ହେବା ପରେ କିଏ ଛାଡ଼ିବ ଭଗବାନଙ୍କୁ ? ଏ ତ ଲୋକସେବା ଏଇଥି ପାଇଁ କରିବାର ଅଛି ଯେ ଭଗବାନ ମିଳନ୍ତୁ, ଏପାଇଁ । ଲୋକସେବା ତ ହୃଦୟରୁ ହେବା ଉଚିତ । ହୃଦୟପୂର୍ବକ ହେବ, ତେବେ ଯଥାର୍ଥ ଫଳ ମିଳିବ । ଲୋକସେବା ଏବଂ ପ୍ରଖ୍ୟାତି ଉଭୟ ମିଶିଯିବେ, ତେବେ ମଣିଷକୁ ଅସୁବିଧାରେ ପକାଇ ଦେବେ । ଖ୍ୟାତି ବିନା ଲୋକସେବା ହେଲେ, ତାହା ପ୍ରକୃତ । ଖ୍ୟାତି ତ ହେବ, କିନ୍ତୁ ଖ୍ୟାତିର ଇଚ୍ଛାରହିତ, ଏପରି ହେବା ଉଚିତ ।
ଜନସେବା ତ ଲୋକେ କରିବେ, ଏପରି ନାହାନ୍ତି । ଏ ତ ଭିତରେ ଲୁଚି ରହିଥିବା କୀର ଲୋଭ, ମାନର ଲୋଭ, ସବୁ ଭଳିକି ଭଳି ଲୋଭ ପଡ଼ିଛି, ସେମାନେ କରାନ୍ତି । ଜନସେବା କରିବାବାଲା ଲୋକ ତ କିଭଳି ହୋଇଥାନ୍ତି ? ସେମାନେ ଅପରିଗ୍ରହୀ ପୁରୁଷ ହୋଇଥାନ୍ତି । ଏ ତ ସବୁ ନାଆଁ କମାଇବା ପାଇଁ । ଧୀରେଧୀରେ ‘କେଉଁ ଦିନ ପ୍ରଧାନ ହେବି' ଏପରି କରି ଜନସେବା କରେ । ଭିତରେ ଭାବ ଖରାପ, ଏଣୁ ବାହାରର ଝଝଟ୍, ବିନା କାମର ପରିଗ୍ରହ, ସେ ସବୁ ବନ୍ଦ କରିଦେବ ତେବେ ସବୁ ଠିକ ହୋଇଯିବ । ଏ ତ ଗୋଟିଏ ପଟୁ ପରିଗ୍ରହୀ, ସମ୍ପୂର୍ଣ୍ଣ ପରିଗ୍ରହୀ ରହିବାର